୨୦୦ ଫୁଟ ତଳକୁ ଓଲଟିଲା ପିକ୍‌ଅପ୍‌ ଭ୍ୟାନ

ପାରଳାଖେମୁଣ୍ଡି,୧୧ା୧୨(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ଼ ବ୍ଲକ ବୁରଖତ ଗ୍ରାମ ନିକଟ ଘାଟି ରାସ୍ତାରେ ଶନିବାର ଏକ ପିକ୍‌ଅପ୍‌ ଭ୍ୟାନ ୨୦୦ ଫୁଟ ତଳକୁ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଗୁରୁତର ଆହତ ହୋଇଛି। ମୃତକ ହେଲେ ଗୋଷାଣୀ ବ୍ଲକ ଗାରାବନ୍ଧ ଗଁା କୁମୁଟି ସାହିର କେ. ମଣିମାଳା (୪୫)।

ଶନିବାର ଗାରାବନ୍ଧ ଗ୍ରାମର ୧୮ ଜଣ ମହିଳା ଓ ପୁରୁଷ ମିଶି ଏକ ପିକ୍‌ଅପ୍‌ରେ ମହେନ୍ଦ୍ରଗିରି ପର୍ବତରେ ଥିବା ଶୈବପୀଠ ଦର୍ଶନ କରିବା ପାଇଁ ଯାଇଥିଲେ। ସେଠାରୁ ଗ୍ରାମକୁ ଫେରୁଥିବା ବେଳେ ବୁରଖତ ଗ୍ରାମ ନିକଟ ଘାଟି ରାସ୍ତାରେ ପିକ୍‌ଅପ୍‌ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ମଣିମାଳାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ସ୍ଥାନୀୟ ଲୋକେ ଓ ଗାରାବନ୍ଧ ପୋଲିସ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି କଇଁପୁର ପ୍ରାଥମିକ ଚିକିତ୍ସାଳୟ ପରେ ଗାରାବନ୍ଧ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ୭ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ନେତାଙ୍କ ଘରକୁ ବୋମା ମାଡ଼

କାମାକ୍ଷାନଗର, ୧୯।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଏନଏସି ୨ନଂ. ଓ୍ବାର୍ଡରେ ରହୁଥିବା ବିଜେଡି ନେତା ତଥା ଠିକାଦାର କାହ୍ନୁ ସାହୁଙ୍କ ଘର ଉପରକୁ ସୋମବାର ବିଳମ୍ବିତ...

ବିବାଦୀୟ ସ୍ଥାନରେ ଦୋକାନ ଅନୁମତି

ଅନୁଗୋଳ ଅଫିସ୍‌, ୧୯।୩: ଅନୁଗୋଳ ବସ୍‌ଷ୍ଟାଣ୍ଡ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ଏକ ବିବାଦୀୟ ସ୍ଥାନରେ ଦୋକାନ ଖୋଲିବାକୁ ପୌରପାଳିକା ପକ୍ଷରୁ ଅନୁମତି ଦିଆଯାଇଥିବା...

ମାଓବାଦୀ ଆକ୍ରମଣରେ ୩ ସିଆର୍‌ପିଏଫ୍‌ ଯବାନ ଶହୀଦ

ନୂଆପଡ଼ା ଅଫିସ,୨୧।୬: ନୂଆପଡ଼ା ଜିଲା ବୋଡେନ୍‌ ବ୍ଲକ ପାଟଧରା ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ମାଓବାଦୀଙ୍କ ଆକ୍ରମଣରେ ୩ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଛନ୍ତି। ଶହୀଦ ଯବାନମାନେ...

ବ୍ୟବସାୟୀଙ୍କଠାରୁ ରୁପା ଅଳଙ୍କାର ଲୁଟ୍‌

ଗୋପାଳପୁର,୩ା୧୦-ଗୋପାଳପୁର ଥାନା କଦରପୁଲି ଗ୍ରାମରେ ମଙ୍ଗଳବାର ଜଣେ ରୂପା ବ୍ୟବସାୟୀଙ୍କଠାରୁ ୫ କେଜିରୁ ଊର୍ଦ୍ଧ୍ୱ ଅଳଙ୍କାର ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଏ ନେଇ...

ସୁଧୁରୁନି ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା

ଯାଜପୁର ଅଫିସ୍‌/ ବରୀ,୧୮ା୯(ଡି.ଏନ୍‌.ଏ.): ଗତ ଅଗଷ୍ଟ ଶେଷ ସପ୍ତାହରେ ହୋଇଥିବା ବନ୍ୟା ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଇତିମଧ୍ୟରେ ୩ ସପ୍ତାହ କାଳ ଅତିକ୍ରାନ୍ତ...

ଲକ୍ ଡାଉନ ମାନିଲେନି, ଜବତ ହେଲା ୨୫ ବାଇକ୍

ଗୁଣପୁର,୪।୪(ଡି.ଏନ୍.ଏ.): ଲକ୍ ଡାଉନ ବେଳେ ରାୟଗଡ଼ା ଜିଲା ଗୁଣପୁର ଏବଂ ପଦ୍ମପୁର ପୋଲିସ ୨୫ ବାଇକ୍ ଜବତ କରିଛି। ଲକ୍ ଡାଉନ ସମୟର ନିୟମ ଭାଙ୍ଗି...

ଉଚ୍ଛେଦ ପ୍ରତିବାଦରେ ଧାରଣା

ଆସିକା,୧୪।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଏନ୍‌ଏସି ପକ୍ଷରୁ ଗୁରୁବାର ସହରାଞ୍ଚଳରୁ ଜବରଦଖଲ ଉଚ୍ଛେଦ ହୋଇଥିଲା। ଆସିକା କଳିଙ୍ଗାରୋଡ୍‌ ପାର୍ଶ୍ୱସ୍ଥ ଟେଲିଫାନ୍‌ ଭବନ ସମ୍ମୁଖରେ ଥିବା କେତେକ...

ବିନା ଭକ୍ତରେ ପାଳନ ହେଲା ସ୍ନାନଯାତ୍ରା

ଜି.ଉଦୟଗିରି,୫ା୬(ଡି.ଏନ.ଏ.)- ଜି.ଉଦୟଗିରି ଜଗନ୍ନାଥ ମନ୍ଦିରରେ ଶୁକ୍ରବାର ସ୍ନାନପୂର୍ଣ୍ଣିମା ପାଳିତ ହୋଇଛି। ମନ୍ଦିର ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଓ ପୂଜକ ଅଚ୍ୟୁତ ପଣ୍ଡାଙ୍କ...

Advertisement
Archives

Model This Week