ଦୁର୍ଘଟଣାରେ ଗଲା ୩ ଜୀବନ

ଡାବୁଗାଁ/ପାପଡାହାଣ୍ଡି,୧୧।୧୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲାରେ ଶୁକ୍ରବାର ପୃଥକ୍‌ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ପୋଲିସ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ନବରଙ୍ଗପୁର ଜିଲା ଡାବୁଗାଁ – ଉମରକୋଟ ୩୯ ନମ୍ବର ରାଜ ପଥ ସରାଗୁଡା ଛକ ନିକଟରେ ବୋଲେରୋ ବାଇକ୍‌କୁ ଧକ୍କା ଦେବା ଫଳରେ ୨ଜଣଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ପାପଡାହାଣ୍ଡି ବ୍ଲକ ବାସିନୀ ଗ୍ରାମର ଧନୁର୍ଜୟ ଗୌଡ଼(୫୫) ଓ ଡାବୁଗାଁ ବ୍ଲକର ଚିକିଲିଆଗୁଡା ଗ୍ରାମର ଖଗ ଗୌଡ଼(୫୦)। ଏକ ବାଇକ୍‌ (ସିଜି-୦୪ଏଲ୍‌ଟି-୨୭୯୪)ରେ ଫେରୁଥିବା ବେଳେ ପଛପଟୁ ଆସୁ ଥିବା ବିଦ୍ୟୁତ୍‌ ବିଭାଗର ଏକ ବୋଲେରୋ (ଓଡି-୨୪ଏ-୩୪୭୪)ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ଉଭୟଙ୍କ ମୃତ୍ୟୁ ହୋଇଛି। ଡାବୁଗାଁ ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା, ଏଏସ୍‌ଆଇ ଶିଶିରକାନ୍ତ ଘୋଷ ଘଟଣା ସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିଛନ୍ତି। ପୋଲିସ ଗାଡି ୨ଟିକୁ ଜବତ କରିଛି।

ସେହିପରି ପାପଡାହାଣ୍ଡି ବ୍ଲକ ତୁମ୍ବଲ୍ଲା ପଞ୍ଚାୟତ ଝିଟିକୁଗୁଡା ହାତୀ ବନ୍ଧା ନିକଟରେ ଏକ ବାଇକ ଦୁର୍ଘଟଣା ଘଟି ନୀଳାଦ୍ରିଗୁଡା ଗ୍ରାମର ବୁଦୁରାମ ଭତରା (୩୦)ଙ୍କ ମୃତ୍ୟୁ ହୋଇଛି। ତାଙ୍କ ସାଙ୍ଗରେ ଥିବା ମାନସ ଭତରା(୨୮) ଆହତ ହୋଇଛନ୍ତି। ବୁଦୁରାମ ଓ ମାନସ ଏକ ବାଇକ (ଓଡି-୧୦ଏ-୦୮୫୦)ରେ ପେଟ୍ରୋଲ ଆଣିବାକୁ ପ୍ରଧାନୀଗୁଡା ଯାଉଥିଲେ। ହାତିବନ୍ଧା ନିକଟସ୍ଥ ବୁଲାଣିରେ ଭାରସାମ୍ୟ ହରାଇ ବାଇକ୍‌ ଦୁର୍ଘଟଣାଗସ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରୁ ଚାଲିଲା ୧୨ ଯୋଡ଼ା ଟ୍ରେନ୍

ଭୁବନେଶ୍ୱର, ୨।୬ (ବ୍ୟୁରୋ): ଅନ୍‌ଲକ୍‌-୧.୦ର ପ୍ରଥମ ପର୍ଯ୍ୟାୟରେ ସାରା ଦେଶରେ ୨ଶହ ଯାତ୍ରିବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରୁ ୧୨ ଯୋଡ଼ା...

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

ସରଣ୍ଡା,୨୩।୧୧(ଡି.ଏନ୍‌.ଏ.): ସମ୍ବଲପୁର-ବଲାଙ୍ଗୀର ରେଳପଥର ବରଗଡ଼ ଜିଲା ଗୋଡ଼ଭାଗା ଷ୍ଟେଶନରେ ଶନିବାର ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍‌ ବଗିରେ ନିଆଁ ଲାଗିଯାଇଛି। ସମ୍ବଲପୁର ଡିଭିଜନ୍‌ରୁ ବିଜୟଓ୍ବାଡା...

ବର୍ଷେ ପରେ ପ୍ରକାଶ ପାଇଲା ବିବିଏଲଏଲବି ପରୀକ୍ଷା ଫଳ

ବ୍ରହ୍ମପୁର ଅଫିସ,୨୭ା୬-ପ୍ରତିଶ୍ରୁତି ରଖିଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ା ଗତ ସୋମବାର ଗଞ୍ଜାମ ଆଇନ ମହାବିଦ୍ୟାଳୟର ବିବିଏଲଏଲବି ଛାତ୍ରୀଛାତ୍ର ବିଶ୍ୱବିଦ୍ୟାଳୟ ଘେରାଉ ବେଳେ ଦେଇଥିବା...

ମହୋତ୍ସବ ଦ୍ୱିତୀୟ ଦିବସ ଚିଲିକାରେ ଭାସିଲା ସାଧବ ପୁଅଙ୍କ ବୋଇତ

ବାଲୁଗାଁ,୧୩ା୧୧(ଡି.ଏନ.ଏ.): ଚିଲିକାର ଐତିହ୍ୟ ଓ ନୌବାଣିଜ୍ୟ ପରମ୍ପରା ଉଜ୍ଜୀବିତ ଉଦ୍ଦେଶ୍ୟରେ ମଙ୍ଗଳବାର ବାଲୁଗାଁ ଚିଲିକା ତଟଦେଶରେ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ା...

ଧୂଳିଧୂଆଁରେ ଅସ୍ତବ୍ୟସ୍ତ ଜୁରୁଡ଼ି-ବାମେବାରୀ

ଯୋଡ଼ା, ୧୦।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ତଥା ଖଣିଜ ଶିଳ୍ପ ସମୃଦ୍ଧ ଜୁରୁଡି ଖଣି ଅଞ୍ଚଳ ଶନିବାର ସମ୍ପୂର୍ଣ୍ଣ ଟ୍ରାଫିକ ଜାମ୍‌ ହୋଇଯାଇଥିଲା। ଏହା ଏବେ...

ପ୍ରଧାନଶିକ୍ଷକଙ୍କ ନିଲମ୍ବନ ପ୍ରତିବାଦରେ ଆନ୍ଦୋଳନ: ରାସ୍ତାରେ ବସିଲେ ଅଭିଭାବକ, ସ୍କୁଲ ହତାରେ ଛାତ୍ରୀଛାତ୍ର

ଜଳେଶ୍ୱର,୨୮।୧(ଡି.ଏନ.ଏ./ସ୍ବ.ପ୍ର.)-ଜଳେଶ୍ୱର ବଡ଼ବଜାରସ୍ଥିତ ଟାଉନ୍‌ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ଓ ବଦଳି ଆଦେଶକୁ ବିରୋଧ କରି ମଙ୍ଗଳବାର ଅଭିଭାବକ ଓ ଛାତ୍ରୀଛାତ୍ରମାନେ ଦିନତମାମ ଆନ୍ଦୋଳନ ଓ...

୧୩ ଜିଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୧।୫ (ବ୍ୟୁରୋ) : ରାଜ୍ୟରେ ତାତିର ପ୍ରକୋପ କିଛି ମାତ୍ରାରେ ହ୍ରାସ ପାଇଛି। ତଥାପି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାର ୧୦ ସହରରେ ପାରଦ ୪୧...

୨୬ରେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ଗସ୍ତ

ହିଞ୍ଜିଳିକାଟୁ/ଶେରଗଡ଼/ କବିସୂର୍ଯ୍ୟନଗର, (ଡି.ଏନ୍‌.ଏ.) ୨୧ା୩:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୬ରେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତରେ ଆସୁଥିବା ପ୍ରାୟ ଚୂଡ଼ାନ୍ତ ହୋଇଛି। ଏ ନେଇ...

Advertisement
Archives

Model This Week