ଆମ ଜିଲା ଖବର

ବନ୍ଧୁକ ମୁନରେ ୧୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

ପଦ୍ମପୁର,୧ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସୁଦର୍ଶନପୁର ମାଛ ହାଟ ଛକରେ ଜଣେ ସୁନା ଦୋକାନୀଙ୍କଠାରୁ ୧୫ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଚକାଡୋଳା ସୁନା ଦୋକାନର ତାପସ କୁମାର ସାହୁ ରବିବାର ରାତିରେ ଦୋକାନ ବନ୍ଦ…

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ

ବାରିପଦା ଅଫିସ,୧ା୧୧: ସୋମବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ। ପର୍ଯ୍ୟଟକମାନେ ସକାଳ ୬ରୁ ୯ଟା ମଧ୍ୟରେ ନିଜ ଗାଡ଼ି ଏବଂ ନାଁ ଠିକଣା ଗେଟ୍‌ରେ ଦାଖଲ କରିବେ। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବାରିପଦା ପଟରୁ ପିଠାବଟା ଗେଟ୍‌ ଓ…

ପୁତୁରାଙ୍କୁ ହତ୍ୟା କରିଥିଲେ ଦାଦା

ଗଁଦିଆ, ୧।୧୧: ପାରିବାରିକ କଳହକୁ କେନ୍ଦ୍ରକରି ନାବାଳକ ପୁତୁରାଙ୍କୁ ଅତି ଜଘନ୍ୟ ଭାବେ ତଣ୍ଟିଚିପି ହତ୍ୟା କରିଥିଲେ ସମ୍ପର୍କୀୟ ଦାଦା। ମାମଲା ରଫାଦଫା କରିବାକୁ ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇ ପଳାଇଥିଲେ ହାଇଦ୍ରାବାଦ। ହେଲେ ସନ୍ଦେହଜନକ ପରିସ୍ଥିତିରେ ଅଭିଯୁକ୍ତ ପୋଲିସ ସ୍କାନରକୁ…

ସମ୍ପତ୍ତିରୁ ମିଳୁନି ଉତ୍ତରାଧିକାରୀ ସୁଯୋଗ

ଅନୁଗୋଳ ଅଫିସ, ୧।୧୧: ପୈତୃକ ସମ୍ପତ୍ତି ସତ୍ତ୍ୱେ ପୁତ୍ରକୁ ମିଳୁନି ଉତ୍ତରାଧିକାରୀ ପ୍ରମାଣପତ୍ର। ଏପରି କି ଦଖଲରେ ଥିଲେ ମଧ୍ୟ ଜାତି, ଆୟ ଓ ବାସିନ୍ଦା ପ୍ରମାଣପତ୍ର ପାଇବା ସୁଯୋଗରୁ ବଞ୍ଚିତ ହେବାକୁ ପଡ଼ୁଛି। ଜମି ଖରିଦ କିମ୍ବା ବିକ୍ରି ହୋଇପାରୁ…

ସାର୍ଥକ ହୋଇଛି ଶ୍ରମ

କାମାକ୍ଷାନଗର, ୧।୧୧: ଧଳା ଘୁଷୁରି ଚାଷରେ ଲାଭ ଅଧିକ। ହେଲେ ଏଭଳି ଚାଷ ଏବଂ ମାଂସ ବ୍ୟବସାୟକୁ ନେଇ ଲୋକଙ୍କ ମନରେ ଏବେ ବି ରହିଛି ନକାରାତ୍ମକ ଚିନ୍ତାଧାରା। ଫଳରେ ଭଲ ଜଳବାୟୁ, ଉନ୍ନତ ପରିବେଶ ସାଙ୍ଗକୁ ଭିତ୍ତିଭୂମି ଥିବା ସତ୍ତ୍ୱେ…

୫୦ ପ୍ରତିଶତ ଧାନ ଅଗାଡ଼ି

ଜଳେଶ୍ୱର,୧।୧୧(ଡି.ଏନ.ଏ): ଚଳିତବର୍ଷ ଧାନ କେଣ୍ଡା ଗର୍ଭରୁ ବାହାରିବା ସମୟରେ ଲଗାତାର ଲଘୁଚାପ ଜନିତ ବର୍ଷା ହୋଇଥିଲା। ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷାପାଣିରେ ଜଳେଶ୍ୱର ବ୍ଲକ ଅଞ୍ଚଳର ବ୍ୟାପକ ଧାନଜମି ବୁଡ଼ି ରହିଥିଲା। ଏବେ କେଣ୍ଡାରୁ ଧାନ ବାହାରିବା ପରେ ୫୦ ପ୍ରତିଶତ ଅଗାଡ଼ି…

ଆଜିଠୁ ପଶ୍ଚିମଦ୍ୱାର ଦେଇ ଦର୍ଶନ

ପୁରୀ ଅଫିସ,୧।୧୧: ନୂତନ ଏସ୍‌ଓପି ଅନୁଯାୟୀ ସୋମବାରଠାରୁ ପୁରୀ ସହରବାସୀ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ଦେଇ ପ୍ରବେଶକରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଏଥିପାଇଁ କୋଭିଡ୍‌ କଟକଣା ପାଳନ ସହ ଆବଶ୍ୟକ ପରିଚୟପତ୍ର ଓ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ କିମ୍ବା ଦୁଇଡୋଜ୍‌ ଟିକା…

‘ମୁକ୍ତି ସଳିତା’ରେ ବାଜିଙ୍କ ଜୀବନୀ

ଢେଙ୍କାନାଳ ଅଫିସ,୧।୧୧: ମାତ୍ର ୧୨ବର୍ଷ ବୟସରେ ବ୍ରିଟିଶ ଶାସନ ବିରୋଧରେ ରଣହୁଙ୍କାର ଦେଇ ଗୁଳି ଖାଇ ଶହୀଦ ହୋଇଥିଲେ ବାଜି ରାଉତ। ଏଥିସହିତ ଭାରତୀୟ ସ୍ବାଧୀନତା ସଂଗ୍ରାମର ଇତିହାସରେ ତାଙ୍କ ନାମ ଯୋଡ଼ି ହୋଇଥିଲା ସର୍ବକନିଷ୍ଠ ଶହୀଦ ଭାବରେ। ଆତ୍ମ ବଳିଦାନ…

ସହରରେ ଖେଳପଡ଼ିଆ ଅଭାବ

ବାଲେଶ୍ୱର ଅଫିସ,୧।୧୧: ବାଲେଶ୍ୱର ସହରରେ ଖେଳ ପଡ଼ିଆର ଅଭାବ ଯୋଗୁ ସହର ଉପକଣ୍ଠ ଗ୍ରାମାଞ୍ଚଳ ପଡ଼ିଆରେ ଅଭ୍ୟାସରତ ଖେଳାଳି ଏବଂ ସେମାନଙ୍କ ସହିତ ପ୍ରଶିକ୍ଷକମାନଙ୍କୁ ଦେଖିବାକୁ ମିଳୁଛି। ସଦର ବ୍ଲକ ଶାସଙ୍ଗ ପଞ୍ଚାୟତରେ ଥିବା କଣ୍ଟାବଣିଆ ପଡ଼ିଆରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ…

ପାଣି ମିଶା ପେଟ୍ରୋଲକୁ ନେଇ ଉତ୍ତେଜନା

ଆନନ୍ଦପୁର,୧।୧୧(ସ୍ବ.ପ୍ର.) ଦିନକୁ ଦିନ ବର୍ଦ୍ଧିତ ତୈଳ ଦରକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ଅପମିଶ୍ରିତ ପେଟ୍ରୋଲକୁ ନେଇ ରବିବାର ଆନନ୍ଦପୁର ପୌରପରିଷଦ ଘସିପୁରା ଠାରେ ଉତ୍ତେଜନା ପ୍ରକାଶ ପାଇଛି। ଘସିପୁରା ଠାରେ ଥିବା ଅରବିନ୍ଦ ଫିଲିଂ ଷ୍ଟେଶନର ପାଣି…

ଉଦ୍‌ଘାଟନର ୬ ମାସରେ ରାସ୍ତା ଫାଟି ଆଁ

ପଟ୍ଟାମୁଣ୍ଡାଇ,୧ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ-୨ ଅଧୀନରେ ନିର୍ମିତ ଗୁଣୁପୁରଠାରୁ କାଠିଆପଡା ୭. ୫୦୦ କି.ମି. ରାସ୍ତାଟି ଉଦ୍‌ଘାଟନର ୬ ମାସ ମଧ୍ୟରୁ ଫାଟି ଅଁା କରିଛି। ରାସ୍ତାରୁ ପିଚୁ ଉଠିଗଲାଣି। ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ…

ପ୍ରଚାର ଅଭାବରୁ ପର୍ଯ୍ୟଟକଙ୍କ ପାଦ ପଡୁନି

କେନ୍ଦ୍ରାପଡ଼ା ଅଫିସ,୧ା୧୧: ଜାତୀୟଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦ୍ୱୀପରେ ମା’ ବରୁଣେଇ ଦୀର୍ଘବର୍ଷ ଧରି ପୂଜା ପାଉଛନ୍ତି। ପ୍ରଚାର ପ୍ରସାର ଅଭାବରୁ ପର୍ଯ୍ୟଟକଙ୍କ ପାଇଁ ଏହା ଅପହଞ୍ଚ ହୋଇ ରହିଛି। ଜଳପଥ ହିଁ ଏହି ସ୍ଥାନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?