ବୁଷ୍ଟର ଡୋଜ୍‌ ପ୍ରଦାନରେ ଅବ୍ୟବସ୍ଥା

ଅନୁଗୋଳ ଅଫିସ,୧୧।୧ କୋଭିଡ୍‌ ସଂକ୍ରମଣ ଦ୍ରୁତଗତିରେ ମାଡ଼ୁଥିବା ବେଳେ ସୋମବାରଠାରୁ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷରୁ ଊର୍ଦ୍ଧ୍ୱ ବହୁବିଧ ରୋଗରେ ପୀଡ଼ିତଙ୍କୁ ବୁଷ୍ଟର ଡୋଜ୍‌ ପ୍ରଦାନ ଆରମ୍ଭ ହୋଇଛି। ଅନୁଗୋଳ ଜିଲାରେ ଏଥିପାଇଁ ମୋଟ୍‌ ୪୪ଟି କେନ୍ଦ୍ର କରାଯାଇଥିବା ବେଳେ ପ୍ରଥମ ଦିନରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଫଳରେ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହୋଇଥିବା ବହୁ ବରିଷ୍ଠ ନାଗରିକ ଡୋଜ୍‌ ପାଇ ନ ପାରି ଅସନ୍ତୋଷ ପ୍ରକାଶ କରିଛନ୍ତି।
ଜିଲା ମୁଖ୍ୟ ଚିକିତ୍ସାଳୟରେ ମୋଟ୍‌ ୨ଶହ ଡୋଜ୍‌ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ତଦନୁଯାୟୀ ପୋର୍ଟାଲରେ ନାମ ପଞ୍ଜୀକରଣ କରିଥିବା ବରିଷ୍ଠ ନାଗରିକମାନଙ୍କ ନିକଟକୁ ମୋବାଇଲ ମେସେଜ ପଠାଯାଇଥିଲା। ପୂର୍ବାହ୍ନ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏଥିପାଇଁ ସମୟ ଧାର୍ଯ୍ୟ ହୋଇଥିବାରୁ ବରିଷ୍ଠ ନାଗରିକମାନେ ଏଥିପାଇଁ ଲାଇନ୍‌ ଲଗାଇଥିଲେ। ହେଲେ ୧୦୧ ଜଣଙ୍କ ପରେ ଡୋଜ୍‌ ସରିଯାଇଥିବା ଜଣାପଡ଼ିବାରୁ ଅପେକ୍ଷାରତ ବରିଷ୍ଠ ନାଗରିକମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟରେ ଡୋଜ୍‌ ପ୍ରଦାନରେ ପ୍ରିୟାପ୍ରୀତି ତୋଷଣ କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଡାକ୍ତର ଦିଲୀପ ପଟ୍ଟନାୟକ କହିଛନ୍ତି, କେତେଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଏଠାରେ ବୁଷ୍ଟର ଡୋଜ୍‌ ପ୍ରଦାନ କରାଯାଇଛି। ବରିଷ୍ଠ ନାଗରିକଙ୍କ ଅସନ୍ତୋଷ ସମ୍ପର୍କରେ ଖବର ମିଳିଛି। ଆଗାମୀ ଦିନରେ ସମସ୍ୟା ପ୍ରତି ଦୃଷ୍ଟି ଦିଆଯିବ। ଅପରପକ୍ଷରେ ପ୍ରଥମ ଦିନରେ ଜିଲାରେ ୧୧୨୬ଜଣଙ୍କୁ ବୁଷ୍ଟର ଡୋଜ୍‌ ଦିଆଯାଇଥିବା ବେଳେ ୧୫ରୁ ୧୮ ବର୍ଷର ୨୭୮୭ ଜଣ କିଶୋରୀକିଶୋର ଟିକା ନେଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହିଂସା ପାଇଁ ଶାହାଙ୍କୁ ଦାୟୀ କଲା ପିସିସି: କୁଶପୁତ୍ତଳିକା ଦାହ, ଇସ୍ତଫା ଦାବି

ଭୁବନେଶ୍ୱର, ୨୮।୨(ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା ଶୁକ୍ରବାର ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ତାଙ୍କର ଏହି ଗସ୍ତକୁ ବିରୋଧକରି ପ୍ରଦେଶ କଂଗ୍ରେସ କମିଟି(ପିସିସି)ର...

୮ଲକ୍ଷ ୯୬ହଜାର ପଞ୍ଜୀକୃତ ବେକାରି

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ):ରାଜ୍ୟରେ ଦିନକୁ ଦିନ ବେକାରି ସମସ୍ୟା ବଢୁଛି। ଦକ୍ଷତା ବିକାଶ ମାଧ୍ୟମରେ ସରକାର ଯେତେ ପ୍ରଚେଷ୍ଟା କଲେ ବି ଓଡ଼ିଶାରୁ ବେକାରି ସମସ୍ୟା ଦୂର ହେଉନି।...

୨୦୧୮-୧୯ ଆର୍ଥିକବର୍ଷରେ ଖର୍ଚ୍ଚ ହୋଇପାରିନି ବିଧାୟକ ପାଣ୍ଠି

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): ବିଧାୟକମାନଙ୍କ ପାଣ୍ଠି ବୃଦ୍ଧି କରିବା ନେଇ ରାଜ୍ୟ ସରକାର କୌଣସି ଚିନ୍ତା କରି ନାହାନ୍ତି। ଏନେଇ କିଛି ନିଷ୍ପତ୍ତି ନିଆଯାଇନାହିଁ। ବାରମ୍ବାର ବିଧାୟକମାନେ ସେମାନଙ୍କ...

କଣ୍ଠଶିଳ୍ପୀ ତପୁଙ୍କୁ ମିଳିଲା ସହାୟତା

ଭୁବନେଶ୍ୱର,୧୮।୬: ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ଶୁକ୍ରବାର ଚିକିତ୍ସା ପାଇଁ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ରାଜ୍ୟ...

ଗୃହିଣୀ ସାଜିଲେ ଅଟୋଚାଳକ

ଖୋର୍ଦ୍ଧା ଅଫିସ,୧୨।୭: କରୋନା ଯୋଗୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ଏଭଳି ସ୍ଥିତିରେ ଲୋକେ କାମଧନ୍ଦା ନ ପାଇ ଘରେ ବସି ରହିଛନ୍ତି। ଘରେ...

ବାର୍‌ରେ ବାଉନ୍ସର ମନା

ଭୁବନେଶ୍ୱର,୧୫ା୩(ବ୍ୟୁରୋ): ଦ୍ୱୈତନଗରୀ ଭୁବନେଶ୍ୱର-କଟକ କମିଶନରେଟ୍‌ ପୋଲିସ ଅଞ୍ଚଳରେ ଥିବା ମଦ ବାର୍‌ଗୁଡ଼ିକ ସୁରକ୍ଷା କାର୍ଯ୍ୟ ପାଇଁ ଘରୋଇ ସୁରକ୍ଷା କର୍ମୀ/ବାଉନ୍ସରମାନଙ୍କୁ ନିୟୋଜିତ କରିପାରିବେ ନାହିଁ। ଗତ...

ଦୁର୍ଘଟଣାଗ୍ରସ୍ତ ଛାତ୍ରୀଛାତ୍ର ଏହିଦିନ ଦେଇପାରିବେ ଓଜେଇ ପରୀକ୍ଷା

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ଗଜପତି ଜିଲା ଚାନ୍ଦିପୁଟ, ରାମଗିରି ଓ ଚନ୍ଦ୍ରଗିରି ଅଞ୍ଚଳର ୪୫ ଜଣ ପରୀକ୍ଷାର୍ଥୀ ଓଜେଇ ପରୀକ୍ଷା ଦେବା ଲାଗି ଏକ ବସ୍‌ରେ ଯାଉଥିବା ସମୟରେ...

୧୦ ଜିଲାରେ ପ୍ରବଳ ବର୍ଷିବ, ୧୩ରୁ ପାଗରେ ପରିବର୍ତ୍ତନ

ଭୁବନେଶ୍ୱର,୧୧।୫(ବ୍ୟୁରୋ): ଆଗାମୀ ୨୪ ଘଣ୍ଟା ମଧ୍ୟରେ ୧୦ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ...

Advertisement
Archives

Model This Week