ଶେଷ ହେଲା ଗଣତି: ଗୋଟିଏ ବି ଡଲଫିନ୍‌ଙ୍କ ଦେଖା ନାହିଁ

ବାଲେଶ୍ୱର ଅଫିସ,୧୧।୧: ବାଲେଶ୍ୱର ଜିଲାରେ ଡ଼ଲଫିନ ଗଣନା ଶେଷ ହୋଇଛି। ମାତ୍ର ଗୋଟିଏ ବି ଡଲଫିନର ସନ୍ଧାନ ମିଳି ନ ଥିବା ବାଲେଶ୍ୱର ଜିଲା ବନାଧିକାରୀ ବିମଳ ପ୍ରସାଦ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଗଣନା କାର୍ଯ୍ୟ ପାଇଁ ଦୁଇଟି ଟିମକୁ ଆସିଷ୍ଟାଣ୍ଟ ପ୍ରଫେସର ଡ଼ ମୁନତାଜ ଖାଁନଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯାଇଥିଲା । ଗତ ଡିସେମ୍ବର ୧୭ ଓ ୧୮ ତାରିଖରେ ଏହି ଗଣତି ଶେଷ ହୋଇଛି।
ଜିଲାର ଚାନ୍ଦିପୁର, ଜଳେଶ୍ୱର ଏବଂ ନୀଳଗିରିର ତିନିଟି ରେଞ୍ଜ ତାଳସାରିଠାରୁ ଚୈମୁଖ ସୁବର୍ଣ୍ଣରେଖା ମୁହାଣ, ବଳରାମଗଡ଼ିଠାରୁ କାଶବାନସ ନଦୀ ମୁହାଣ ଏବଂ ବଳରାମଗଡ଼ିରୁ ଚୈମୁଖ ମୁହାଣ, ସାହୁପଡା ଠାରୁ ଖଣ୍ଡରପଡ଼ା ପର୍ଯ୍ୟନ୍ତ ଡଲଫିନର ସନ୍ଧାନ କରାଯାଇଥିଲା।
ହେଲେ ରିପୋର୍ଟରୁ ଯାହା ଜଣାପଡ଼ିଛି, ଗୋଟିଏ ବି ଡଲଫିନ୍‌ ଦେଖାମିଳିନାହିଁ। ତେବେ ଏହି ପ୍ରାଥମିକ ରିପୋର୍ଟକୁ ଭୁବନେଶ୍ୱର ଟିମ ଆଉ ଥରେ ତର୍ଜମା କରି ଫାଇନାଲ ରିପୋର୍ଟ ପ୍ରଦାନ କରିବ ବୋଲି ବନ ବିଭାଗ ପକ୍ଷରୁ କୁହାଇଛି। କିନ୍ତୁ ବାଲେଶ୍ୱର ରେଞ୍ଜରେ ଡଲଫିନ
ନାହିଁ ବୋଲି କୁହାଯାଇ ପାରିବ ନାହିଁ। କାରଣ ବିଗତ ବର୍ଷମାନଙ୍କର ଡଲଫିନ୍ର ରହିବାର ଦେଖାଯାଇଛି। କିଛି ମାସ ତଳେ ଚାନ୍ଦିପୁର ସମୁଦ୍ର ଓ ବାଲିଆପାଳ ଡଗରା ସମୁଦ୍ର କୂଳକୁ ଜୀବିତ ଅବସ୍ଥାରେ ଡଲଫିନ ଆସିଥିବାର ଦେଖା ଯାଇଥିଲା । ହେଲେ କୌଣସି କାରଣରୁ ଏହି ଡଲଫିନ୍‌ ମୃତ୍ୟୁ ହୋଇଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡବତ ଯାତ୍ରାରେ ସନ୍ଥ: ବିଶ୍ୱର ମଙ୍ଗଳ ପାଇଁ ରାଜସ୍ଥାନରୁ ପୁରୀ

ନୟାଗଡ଼ ଅଫିସ,୧୧।୮: ବିଶ୍ୱର ମଙ୍ଗଳ କାମନା ସହ ଭାରତରେ ଶାନ୍ତି ପ୍ରତିଷ୍ଠା ପାଇଁ ରାମସିଂ ଭଗତ ନାମକ ଜଣେ ସନ୍ଥ ରାଜସ୍ଥାନରୁ ଶ୍ରୀକ୍ଷେତ୍ର ଧାମ ପୁରୀକୁ ଦଣ୍ଡବତ...

ଦାରିଙ୍ଗବାଡ଼ିରେ ଶୀତ ଅବ୍ୟାହତ: ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ

ଦାରିଙ୍ଗବାଡ଼ି,୨୫।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଶୀତ ଅବ୍ୟାହତ ରହିଛି। ପାଗ ଶୁଖିଲା ରହିବା ସହ ବୁଧବାର ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ତଳକୁ ଖସିଆସିଥିବା ବ୍ଲକ...

ବିନା ଭକ୍ତରେ ନାଗାର୍ଜୁନ ବେଶ

ପୁରୀ ଅଫିସ, ୨୮ା୧୧: ଏକ ଆବେଗମୟ ମୁହୂର୍ତ୍ତର ପରିସମାପ୍ତି ଘଟିଛି। ଶୁକ୍ରବାର ଶ୍ରୀମନ୍ଦିର ରତ୍ନସିଂହାସନରେ ମହାପ୍ରଭୁଙ୍କର ଦୁର୍ଲଭ ନାଗାର୍ଜୁନ ବେଶ ହୋଇଛି। ଦୀର୍ଘ ୨୫ବର୍ଷ ପରେ...

ବାଜପେୟୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଦେଶକୁ ଶିଖରରେ ପହଞ୍ଚାଇଥିଲା

ମାଲକାନଗିରି/ଜୟପୁର,୨୬ା୧୨(ଡି.ଏନ୍‌.ଏ./ନି.ପ୍ର.): ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ନଗରଭବନଠାରେ ଜିଲା ଭାଜପା ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜୟନ୍ତୀ ତଥା ସୁଶାସନ...

ଷଡ଼ଯନ୍ତ୍ରର ଶିକାର ବ୍ୟାସନଗର ସହର

ଯାଜପୁର ରୋଡ୍‌,୨୧।୭(ଡି.ଏନ୍‌.ଏ.): ଯାଜପୁର ଜିଲାର ଅନ୍ୟତମ ପ୍ରମୁଖ ସହର ବ୍ୟାସନଗର ସବୁକ୍ଷେତ୍ରରେ ଅବହେଳିତ ଓ ଷଡଯନ୍ତ୍ରର ଶିକାର ବୋଲି ଅଭିଯୋଗ ହୋଇଆସୁଛି। ରାସ୍ତା, ସ୍ବାସ୍ଥ୍ୟ, ପର୍ଯ୍ୟଟନ,...

ରାୟଗଡ଼ାରେ ଏସ୍‌ଟିଏଫ୍‌ ଟିମ୍‌ର ଚଢ଼ାଉ: କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ରତ୍ନପଥର ଜବତ

ରାୟଗଡ଼ା ଅଫିସ,୭ା୧୨-ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌(ସ୍ପେଶାଲ୍‌ ଟାସ୍କ ଫୋର୍ସ) ସୋମବାର ରାୟଗଡ଼ା ଜିଲାରୁ ବିପୁଳ ପରିମାଣର ମୂଲ୍ୟବାନ୍‌ ରତ୍ନପଥର ଜବତ କରିଛି। ରାୟଗଡ଼ା ସହରସ୍ଥିତ ଜଗନ୍ନାଥ କମ୍ପ୍ଲ୍ଲେକ୍ସର...

ବ୍ୟାଙ୍କ ଅଧିକାରୀ ନିଖୋଜ: ପୋଲ ଉପରୁ ମିଳିଲା ବାଇକ୍‌

ଲୋଇସିଂହା,୧୧।୮(ଡି.ଏନ.ଏ): ବଲାଙ୍ଗୀର ଶାନ୍ତିପଡା ନିବାସୀ ତଥା ବରଗଡ଼ ଜିଲା ବରପାଲିସ୍ଥିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ଏଗ୍ରିକଲଚର ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର(୩୮) ବୁଧବାର ରାତିରୁ ନିଖୋଜ ହୋଇଯାଇଛନ୍ତି।...

ଆନ୍ତଃ ଜିଲା ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ବଲାଙ୍ଗୀର ବିଜୟୀ

କୋମନା,୧।୧୦(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଉଦ୍ୟାନବନ୍ଧ ଖେଳ ପଡିଆରେ ଜୟ ମା’ ବସ୍ତ୍ରାଣୀ ଫୁଟବଲ କ୍ଲବ ଆନୁକୁଲ୍ୟରେ ଆନ୍ତଃ ଜିଲା ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ...

Advertisement
Archives

Model This Week