ଦୟନୀୟ ଅବସ୍ଥାରେ ଅସହାୟ ଦମ୍ପତି

ଭୋଗରାଇ, ୧୧।୧(ଡି.ଏନ.ଏ.) ତିନି ଓଳି ପେଟପୁରା ଖାଇବାକୁ ଦାନା ନାହିଁ, ଖଣ୍ଡେ ଭଲ ପିନ୍ଧିବା ପାଇଁ ବସ୍ତ୍ର ନାହିଁ କି ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ନାହିଁ। ଏଭଳି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି ଏକ ଅସହାୟ ଦମ୍ପତି। କବାଟ ଝରକା ଲାଗି ନ ଥିବା ଏକ ଅଙ୍ଗନୱାଡ଼ି କେନ୍ଦ୍ର ପିଣ୍ଡାରେ ଶୀତୁଆ ରାତିରେ ସେମାନେ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି। ଏଭଳି ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ସୁନାଧରବସାଣ ପଞ୍ଚାୟତ ପଳାସିଆ ଗ୍ରାମରେ। ବୃଦ୍ଧ ଦମ୍ପତି ହେଲେ ୭୫ବର୍ଷୀୟା ଅନ୍ଧ ପାର୍ବତୀ ଜେନା ଓ ତାଙ୍କ ସ୍ବାମୀ ୮୦ ବର୍ଷୀୟ ଅକର୍ମଣ୍ୟ ଅମୂଲ୍ୟ ଜେନା ।
ଦମ୍ପତିଙ୍କର ସନ୍ତାନସନ୍ତତି ନ ଥିବାରୁ ବାର୍ଦ୍ଧକ୍ୟ ସେମାନଙ୍କ ସବୁ ସୁଖ ଛଡ଼ାଇ ନେଇଛି। ସେମାନଙ୍କର ସମ୍ପତ୍ତିବାଡ଼ି କିଛି ନ ଥିବା ବେଳେ କେବଳ ୨ ଡିସିମିଲି ଘରଡ଼ିହ ରହିଛି। ଏହି ଦୁଇ ଡିସିମିଲ ଜାଗା ଉପରେ ବହୁ ବର୍ଷ ପୂର୍ବେ ଇନ୍ଦିରା ଆବାସ ଯୋଜନାରେ ୧୪ହଜାର ଟଙ୍କାରେ ଘର ଖଣ୍ଡିଏ ମିଳିଥିଲା। ସେହି ଘର ଏବେ ବର୍ଷା ଓ ବାତ୍ୟାରେ ଭାଙ୍ଗିଯିବାରୁ ବୃଦ୍ଧା ଦମ୍ପତି ଘର ଛାଡ଼ି ଦିନ ବେଳା ରାସ୍ତାକଡରେ ଓ ରାତିରେ ନିର୍ମାଣଧୀନ ଅଙ୍ଗନୱାଡ଼ି କେନ୍ଦ୍ରରେ ଆଶ୍ରୟ ନେଉଛନ୍ତି। ଘର ଖଣ୍ଡିକ ମରାମତି ନିମନ୍ତେ ସେ ସ୍ଥାନୀୟ ସରପଞ୍ଚ ଓ ବ୍ଲକ ପ୍ରଶାସନକୁ ବାରମ୍ବାର ନେହୁରା ହେଉଥିଲେ ମଧ୍ୟ ତାଙ୍କ ଦୁଃଖ କେହି ଶୁଣୁନାହାନ୍ତି ବୋଲି ଦମ୍ପତି କୋହଭରା କଣ୍ଠରେ କହିଛନ୍ତି। ବୃଦ୍ଧା ପାର୍ବତୀଙ୍କ ଆଖିକୁ ଦିଶୁ ନ ଥିବା ବେଳେ ବୃଦ୍ଧ ଅମୂଲ୍ୟ ଅର୍କମଣ୍ୟ ହୋଇ ଚାଲିପାରୁ ନାହାନ୍ତି। ସରକାରଙ୍କ ପକ୍ଷରୁ ୫ କେଜି ଚାଉଳ ଓ ଯେଉଁ ଭତ୍ତା ମିଳୁଛି ତାହା ରୋଗ ପାଇଁ ଔଷଧ କିଣାରେ ଖର୍ଚ୍ଚ ହେଉଥିବାରୁ ସେମାନଙ୍କ ଚଳିବା ନିମନ୍ତେ କଷ୍ଟକର ହେଉଛି। ପରିଣତି ବୟସରେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସେମାନେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri