ଦୟନୀୟ ଅବସ୍ଥାରେ ଅସହାୟ ଦମ୍ପତି

ଭୋଗରାଇ, ୧୧।୧(ଡି.ଏନ.ଏ.) ତିନି ଓଳି ପେଟପୁରା ଖାଇବାକୁ ଦାନା ନାହିଁ, ଖଣ୍ଡେ ଭଲ ପିନ୍ଧିବା ପାଇଁ ବସ୍ତ୍ର ନାହିଁ କି ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ନାହିଁ। ଏଭଳି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି ଏକ ଅସହାୟ ଦମ୍ପତି। କବାଟ ଝରକା ଲାଗି ନ ଥିବା ଏକ ଅଙ୍ଗନୱାଡ଼ି କେନ୍ଦ୍ର ପିଣ୍ଡାରେ ଶୀତୁଆ ରାତିରେ ସେମାନେ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି। ଏଭଳି ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ସୁନାଧରବସାଣ ପଞ୍ଚାୟତ ପଳାସିଆ ଗ୍ରାମରେ। ବୃଦ୍ଧ ଦମ୍ପତି ହେଲେ ୭୫ବର୍ଷୀୟା ଅନ୍ଧ ପାର୍ବତୀ ଜେନା ଓ ତାଙ୍କ ସ୍ବାମୀ ୮୦ ବର୍ଷୀୟ ଅକର୍ମଣ୍ୟ ଅମୂଲ୍ୟ ଜେନା ।
ଦମ୍ପତିଙ୍କର ସନ୍ତାନସନ୍ତତି ନ ଥିବାରୁ ବାର୍ଦ୍ଧକ୍ୟ ସେମାନଙ୍କ ସବୁ ସୁଖ ଛଡ଼ାଇ ନେଇଛି। ସେମାନଙ୍କର ସମ୍ପତ୍ତିବାଡ଼ି କିଛି ନ ଥିବା ବେଳେ କେବଳ ୨ ଡିସିମିଲି ଘରଡ଼ିହ ରହିଛି। ଏହି ଦୁଇ ଡିସିମିଲ ଜାଗା ଉପରେ ବହୁ ବର୍ଷ ପୂର୍ବେ ଇନ୍ଦିରା ଆବାସ ଯୋଜନାରେ ୧୪ହଜାର ଟଙ୍କାରେ ଘର ଖଣ୍ଡିଏ ମିଳିଥିଲା। ସେହି ଘର ଏବେ ବର୍ଷା ଓ ବାତ୍ୟାରେ ଭାଙ୍ଗିଯିବାରୁ ବୃଦ୍ଧା ଦମ୍ପତି ଘର ଛାଡ଼ି ଦିନ ବେଳା ରାସ୍ତାକଡରେ ଓ ରାତିରେ ନିର୍ମାଣଧୀନ ଅଙ୍ଗନୱାଡ଼ି କେନ୍ଦ୍ରରେ ଆଶ୍ରୟ ନେଉଛନ୍ତି। ଘର ଖଣ୍ଡିକ ମରାମତି ନିମନ୍ତେ ସେ ସ୍ଥାନୀୟ ସରପଞ୍ଚ ଓ ବ୍ଲକ ପ୍ରଶାସନକୁ ବାରମ୍ବାର ନେହୁରା ହେଉଥିଲେ ମଧ୍ୟ ତାଙ୍କ ଦୁଃଖ କେହି ଶୁଣୁନାହାନ୍ତି ବୋଲି ଦମ୍ପତି କୋହଭରା କଣ୍ଠରେ କହିଛନ୍ତି। ବୃଦ୍ଧା ପାର୍ବତୀଙ୍କ ଆଖିକୁ ଦିଶୁ ନ ଥିବା ବେଳେ ବୃଦ୍ଧ ଅମୂଲ୍ୟ ଅର୍କମଣ୍ୟ ହୋଇ ଚାଲିପାରୁ ନାହାନ୍ତି। ସରକାରଙ୍କ ପକ୍ଷରୁ ୫ କେଜି ଚାଉଳ ଓ ଯେଉଁ ଭତ୍ତା ମିଳୁଛି ତାହା ରୋଗ ପାଇଁ ଔଷଧ କିଣାରେ ଖର୍ଚ୍ଚ ହେଉଥିବାରୁ ସେମାନଙ୍କ ଚଳିବା ନିମନ୍ତେ କଷ୍ଟକର ହେଉଛି। ପରିଣତି ବୟସରେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସେମାନେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାଶନାଲ ପେନକାକ୍ ସ୍ପୋର୍ଟ ଚାମ୍ପିୟନଶିପ୍‌ରେ ଶିବ ପ୍ରସାଦ ଜେନାଙ୍କୁ ସ୍ୱର୍ଣ୍ଣ ପଦକ

ଗଞ୍ଜାମ,୩।୭ (ବିଦ୍ୟାଧର ସାହୁ): ମହାରାଷ୍ଟ୍ରର ନାସିକଠାରେ ଆୟୋଜିତ ନ୍ୟାଶନାଲ ପେନକାକ୍ ସ୍ପୋଟ୍ସ ଚାମ୍ପିୟନଶିପ୍‌ରେ ସବ୍-ଜୁନିୟର ବର୍ଗରେ ଶିବ ପ୍ରସାଦ ଜେନା (୧୪) ସ୍ୱର୍ଣ୍ଣ ପଦକ ହାସଲ କରି…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

ଜୟପୁର ଏସ୍‌ଡିଆଇପିଆରଙ୍କୁ ମିଳିଲା ନୂଆ ଦାୟିତ୍ୱ

କୋରାପୁଟ,୩ା୭(ଅମିତାଭ ବେହେରା): ଜୟପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କୁ କୋରାପୁଟ ଜିଲାର ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ଭାବେ…

ଏହି ସ୍ଥାନରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ,୩ା୭(ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ତେନ୍ତୁଳିଗୁମ୍ମା ଜଙ୍ଗଲରେ କୋରାପୁଟ ଡିଭିଏଫ୍‌ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେଶନ ସମୟରେ ମାଓବାଦୀଙ୍କ ଏକ ବଡ଼ ଅସ୍ତ୍ର…

ଅନ୍ଧାରରେ ପାଙ୍ଗାଲି ଗ୍ରାମବାସୀ, ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇ କହିଲେ…

ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହଁ ଗତ ୪ ଦିନ ବିତିଲା ଏକ ଅନୁସୂଚିତ ଜନଜାତି ବସବାସ କରୁଥିବା ଦୁର୍ଗମ ଗ୍ରାମ ଅନ୍ଧାରରେ ରହିଛି…

ଦୁଇ ବାଇକ୍‌ ମୁହାଁମୁହିଁ, ଜଣଙ୍କ ଜୀବନ ଗଲା, ୨ ଗୁରୁତରଙ୍କୁ…

ମୋହନା,୩ା୭(ମନ୍ମଥ ମିଶ୍ର): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗଜପତି ଜିଲା ମୋହନା ଥାନା ୩୨୬ ଜାତୀୟ…

ପୁଣି ବଢ଼ିଲା ନବୀନ-ପାଣ୍ଡିଆନଙ୍କ ଅଡୁଆ, ହେଲିକପ୍ଟରରେ ବୁଲିଛନ୍ତି ଏତିକି ଥର, କୋର୍ଟଙ୍କ ସମନ ପରେ…

ଭୁବନେଶ୍ୱର,୩ା୭: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କ ଅଡୁଆ ପୁଣି ବଢ଼ିଛି। ହେଲିକପ୍ଟରରେ ବୁଲା ଖର୍ଚ୍ଚ ମାମଲାରେ ଖୋର୍ଦ୍ଧା ଜିଲା…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୩ା୭:  ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସ୍ଥିତି ଉପରେ ଅନୁଧ୍ୟାନ କରୁଛୁ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri