ମାସେ ଚାଲିଲାନି ମାର୍କେଟ ୟାର୍ଡ

ଢେଙ୍କାନାଳ ଅଫିସ, ୧୧।୧ଚାଷୀ ନିଜର ଉତ୍ପାଦିତ ସବୁଜ ପରିବା ଉଚିତ ମୂଲ୍ୟରେ ବିକିପାରିବେ। ଗୋଦାମ ଘରେ ସୁବିଧାରେ ରଖାଯାଇପାରିବ ଉତ୍ପାଦିତ ଚାଉଳ। ଏଭଳି ମହତ୍‌ ଉଦ୍ଦେଶ୍ୟ ନେଇ ଢେଙ୍କାନାଳ ଆଞ୍ଚଳିକ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱ ମହିଷାପାଟ ନିକଟରେ ୫ବର୍ଷ ତଳେ ନିର୍ମାଣ କରାଯାଇଥିଲା ମାର୍କେଟ ୟାର୍ଡ। ୮୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ବୃହତ୍‌ ବ୍ୟବସାୟିକ କେନ୍ଦ୍ର ଉଦ୍‌ଘାଟନର ପାଖାପାଖି ମାସକ ଭିତରେ ଲକ୍ଷ୍ୟଭ୍ରଷ୍ଟ ହୋଇଯାଇଛି। ପରିଚାଳନା ଅଭାବରୁ ଏଠାରେ ବ୍ୟବସାୟ ବନ୍ଦ ହୋଇଯାଇଥିବାବେଳେ ୫୦୦ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ଗୋଦାମ ଗୃହ ମାସିକ ୧୯, ୬୦୦ ଟଙ୍କା ଭଡ଼ାରେ ଲାଗିଛି।
ଆଞ୍ଚଳିକ ବଜାରର ପରିବା ଚାଷୀ, ବ୍ୟବସାୟୀଙ୍କ ସୁବିଧା ଦୃଷ୍ଟିରୁ ମହିଷାପାଟରେ ୨୦୧୭ ଜୁଲାଇ ୧୨ରେ ଉଦ୍‌ଘାଟିତ ହୋଇଥିଲା ମାର୍କେଟ ୟାର୍ଡ। ୧ ଏକର ୪ ଡେସିମିଲ ଅଞ୍ଚଳରେ ପରିବ୍ୟାପ୍ତ ଏହି ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମାଣରେ ଆଞ୍ଚଳିକ ବଜାର ନିୟନ୍ତ୍ରିତ କମିଟିର ୪୦ ଲକ୍ଷ ଏବଂ ତ୍ରୟୋଦଶ ଅର୍ଥ କମିଶନର ୪୫ ଲକ୍ଷ ଟଙ୍କା ବିନିଯୋଗ ହୋଇଥିଲା। ଅନୁଦାନ ଅର୍ଥରେ ମାର୍କେଟ୍‌ ୟାର୍ଡକୁ ବାଦ୍‌ଦେଲେ ୫୦୦ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ଗୋଦାମ ଗୃହ, କାର୍ଯ୍ୟାଳୟ ଏବଂ ବିଶ୍ରାମ ଗୃହ ନିର୍ମାଣ ହୋଇଥିଲା। ଉଦ୍‌ଘାଟନର ମାସେ ଦୁଇମାସ ଯାଏ ଏଠାକୁ ଉଭୟ ଚାଷୀ ଓ ବେପାରୀ ଆସୁଥିଲେ। ସହରବାସୀ ମଧ୍ୟ ମାର୍କେଟ୍‌ ୟାର୍ଡ ମୁହଁା ହୋଇ ସତେଜ ପନିପରିବା କିଣି ନେଉଥିଲେ। ହେଲେ ଏହି ବୃହତ୍‌ ଅନୁଷ୍ଠାନରେ ପାନୀୟ ଜଳ, କ୍ୟାଣ୍ଟିନ ଏବଂ ଶୌଚାଳୟ ଭଳି ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇ ନ ଥିଲା। ସମସ୍ୟା ବିଷୟରେ ଜାଣି ସୁଦ୍ଧା ଏହାର ସମାଧାନ ଦିଗରେ ତତ୍କାଳ କୌଣସି ପଦକ୍ଷେପ ନିଆଗଲାନାହିଁ। ଫଳରେ ଧୀରେ ଧୀରେ ଚାଷୀ, ଗ୍ରାହକ ଏଠାରୁ ମୁହଁ ଫେରାଇବା ଆରମ୍ଭ କଲେ ଏବଂ ଉଦ୍‌ଘାଟନ ମାତ୍ର କିଛି ଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଗଲା। ଏହାପରେ ଏକ ଠିକା ବ୍ୟବସାୟ ପ୍ରତିଷ୍ଠାନକୁ ମାସିକ ୧୯,୬୦୦ ଟଙ୍କାରେ ଗୋଦାମ ଘର ଭଡ଼ାରେ ଦିଆଯାଇଥିବାବେଳେ ମାର୍କେଟ ୟାର୍ଡ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି।
ଏ ସଂକ୍ରାନ୍ତରେ ଢେଙ୍କାନାଳ ଆଞ୍ଚଳିକ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସୁବ୍ରତ କୁମାର ଦଳେଇ କୁହନ୍ତି, ପରିବା ବ୍ୟବସାୟୀ ଓ ଚାଷୀ ନ ଆସିବାରୁ ମାର୍କେଟ ୟାର୍ଡ ଏବଂ ଗୋଦାମ ବନ୍ଦ ହୋଇଯାଇଥିଲା। ଏହାକୁ ଏକ ଠିକା ବ୍ୟବସାୟୀ ସଂସ୍ଥାକୁ ଭଡ଼ାରେ ଦିଆଯାଇଛି। ଖୁବ୍‌ଶୀଘ୍ର ଏଠାରେ ଇ-ନ୍ୟାଶନାଲ ଏଗ୍ରିକଲଚର ମାର୍କେଟିଂ (ଇ-ନାମ) ପ୍ରକଳ୍ପ କରାଯିବ। ଏହା ପରିସରରେ ଏକ ୱେବ୍ରିଜ୍‌ କରାଯିବାକୁ ଯୋଜନା ରହିଥିବା ଆର୍‌ଏମ୍‌ସି ସମ୍ପାଦକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?