୨ଦିନ ପରେ ବସ୍‌ ଚଳାଚଳ ସ୍ବାଭାବିକ

ବାଲେଶ୍ୱର ଅଫିସ, ୧୧।୧ ବାଲେଶ୍ୱର ଓ ବାରିପଦା ବସ୍‌ ମାଲିକ ସଂଘ ମଧ୍ୟରେ ତିକ୍ତତା ଯୋଗୁ ଗତ ୮ତାରିଖରୁ ବସ୍‌ ଚଳାଚଳ ବନ୍ଦ ଥିଲା। ସୋମବାର ଉଭୟ ଆର୍‌ଟିଓ, ବସ୍‌ ମାଲିକ ସଂଘ, ପୋଲିସ ମିଳିତ ଭାବେ ଆଲୋଚନା କରି ସମସ୍ୟାର ସମାଧାନ କରିବା ପରେ ବସ୍‌ ଚଳାଚଳ ସ୍ବାଭାବିକ ହୋଇଛି।
ବାରିପଦାରୁ ଭାୟା ଉଦଳା ଦେଇ ବାଲେଶ୍ୱର ଆସୁଥିବା ଓମ୍‌ ମୋଟର୍ସକୁ ବାଲେଶ୍ୱର ବସ୍‌ଷ୍ଟାଣ୍ଡରୁ ଛାଡ଼ିବା ପାଇଁ ଅପରାହ୍ନ ୧ଟା ୧୬ମିନିଟ୍‌ ସରକାରୀ ସମୟ ଧାର୍ଯ୍ୟ ହୋଇଥିବା ବେଳେ ବାଲେଶ୍ୱର ସଂଘ ୨ଟା ୧୦ମିନିଟ୍‌ ସମୟ ଦେଇଥିଲା। ବେଳେ ବେଳେ ପୁଣି ତାକୁ ଆହୁରି ୨୦ମିନିଟ୍‌ ବିଳମ୍ବରେ ଛଡ଼ାଯାଏ। ଏ ସମ୍ପର୍କରେ ବାରିପଦା ବସ୍‌ ମାଲିକ ସଂଘ ପକ୍ଷରୁ ଉଭୟ ବାଲେଶ୍ୱର, ବାରିପଦା ଆର୍‌ଟିଓ, ବାଲେଶ୍ୱର ସଂଘକୁ ଲିଖିତ ଜଣାଇଥିଲେ। ଗତ ଡିସେମ୍ବର ୨୭ରେ ବାଲେଶ୍ୱର ବସ୍‌ଷ୍ଟାଣ୍ଡ ପରିସରରେ ଉଭୟ ସଂଘକୁ ନେଇ ଏକ ବୈଠକ ବସିଥିଲା। ଏହାକୁ ଠିକ୍‌ କାର୍ଯ୍ୟକାରୀ କରିବା ପାଇଁ ବାଲେଶ୍ୱର ସଂଘ ଜାନୁୟାରୀ ୧ ତାରିଖ ପର୍ଯ୍ୟନ୍ତ ସମୟ ନେଇଥିଲା। ମାତ୍ର ୮ତାରିଖ ସୁଦ୍ଧା ଓମ୍‌ ମୋଟର୍ସକୁ ସରକାରୀ ଧାର୍ଯ୍ୟ ସମୟରେ ନ ଛାଡ଼ି ୨ଟା ୪୫ମିନିଟ୍‌ର ସମୟ ଦେଇଥିଲା। ଏହାକୁ ନ ମାନିଲେ ବସ୍‌ଟିକୁ ବାଲେଶ୍ୱର ବସ୍‌ଷ୍ଟାଣ୍ଡରୁ ବାହାର କରିଦେବା ପାଇଁ ଏବଂ ଚଲାଇବାକୁ ନ ଦେବା ନିମନ୍ତେ ଚେତାବନୀ ଦେଇଥିଲା। ସମାନ ଭାବେ ବାରିପଦା ବସ୍‌ଷ୍ଟାଣ୍ଡରେ ବାଲେଶ୍ୱର ମାଲିକଙ୍କ ବସ୍‌ଗୁଡ଼ିକୁ ପୂରାଇ ଦିଆଯାଇ ନ ଥିଲା। ଏହାକୁ ନେଇ ବାଲେଶ୍ୱର ବସ୍‌ ମାଲିକ ସଂଘ ପକ୍ଷରୁ ଗତ ୮ ତାରିଖରେ ବାଲେଶ୍ୱର ବସ୍‌ଷ୍ଟାଣ୍ଡରେ ଟାଟାରୁ ଭୁବନେଶ୍ୱର ଯାଉଥିବା ମିନିବସ୍‌କୁ ଅଟକାଇ ବସ୍‌ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଏନେଇ ସହଦେବଖୁଣ୍ଟା ମଡ଼େଲ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ସେହିପରି ବାରିପଦା ବସ୍‌ଷ୍ଟାଣ୍ଡର ବାଲେଶ୍ୱର ମାଲିକ ସଂଘର ଆର୍ଯ୍ୟନ୍‌ ବସ୍‌କୁ ଅଟକାଇ କର୍ମଚାରୀଙ୍କ ସହ ଗଣ୍ଡଗୋଳ କରିଥିଲେ। ଫଳରେ ୨ଦିନ ଧରି ଉଭୟ ଜିଲାରେ ବସ୍‌ ଚଳାଚଳ ବନ୍ଦ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ଡୋଜ୍‌ ଟିକାକରଣ: ଜାନୁୟାରୀ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ

ଭୁବନେଶ୍ୱର, ୧୪।୧(ବ୍ୟୁରୋ): କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କୋଭିଡ୍‌ ଗାଇଡ୍‌ଲାଇନ୍‌ ଓ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ମହାମାରୀର ପ୍ରଥମ ଲହରରୁ ଟିକାକରଣକୁ ପ୍ରାଧାନ୍ୟ ଦିଆଯାଉଥିଲେ...

୧୦ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୨।୫(ବ୍ୟୁରୋ): କାଳବୈଶାଖୀ ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ବିଶେଷକରି ୧୦ଟି ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି । ଏହି ଜିଲାଗୁଡ଼ିକ ହେଲେ...

ଝାରସୁଗୁଡ଼ା ଡାକ୍ତରଖାନାରେ ମୃତବ୍ୟକ୍ତିଙ୍କୁ ସାଲାଇନ୍‌, ଇଞ୍ଜେକ୍‌ଶନ ଲଗାଇବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ଝାରସୁଗୁଡ଼ା ଜିଲା ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କ ମୃତ୍ୟୁ ହେବା ପରେ ଜଣେ ନର୍ସ ମୃତଦେହରେ ସାଲାଇନ୍‌ ଲଗାଇବା ସହ ଇଞ୍ଜେକ୍‌ଶନ ଦେବାର ଭିଡିଓ ଭାଇରାଲ...

ପୁରୀରେ ପହଞ୍ଚିଲା ରଥ ଦଉଡ଼ି

ପୁରୀ ଅଫିସ, ୩।୬: ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଆଗେଇ ଚାଲିଛି। ବୁଧବାର ରଥଯାତ୍ରା ପାଇଁ ତିନିରଥର...

ପୁରୀ ସଦର ଥାନା ଏଏସ୍‌ଆଇ ନିଲମ୍ବିତ

ପୁରୀ ଅଫିସ, ୧୧ା୨(ଡି.ଏନ.ଏ): ରାଜ୍ୟରେ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ସରକାର ‘ମୋ ସରକାର’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛନ୍ତି। ଗତ ଗାନ୍ଧୀ ଜୟନ୍ତୀଠାରୁ ଏହାକୁ...

୧୨ ଗେଟ୍‌ରେ ଜଳ ନିଷ୍କାସନ

ସମ୍ବଲପୁର,୧୮ା୯(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରରେ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ରହିଥିବା ବେଳେ ଶନିବାର ଏହା ୬୨୮.୧୭ ଫୁଟ୍‌ରେ ପହଞ୍ଚତ୍ଛି। ରାତି ୧୦.୩୦ସୁଦ୍ଧା ବାମପାର୍ଶ୍ୱରେ ୮ ଓ...

ଦୁଇ ଶିକାରୀ ଗିରଫ: ବନ୍ଧୁକ ଜବତ

ଉଦଳା,୧୮ା୫(ଡି.ଏନ୍‌.ଏ.) : ମୟୂରଭଞ୍ଜ ଜିଲା ଶିମିଳିପାଳ କୋର ଏରିଆ ଉପର ବାର୍‌ହାକାମୁଡ଼ା ରେଞ୍ଜ ଭଞ୍ଜବସା ଅଞ୍ଚଳରୁ ଏସଟିଆର ଟିମ୍‌ ଦୁଇ ଶିକାରୀଙ୍କୁ ଗିରଫ କରିଛି। ଏଥିସହିତ...

ପ୍ରତି ସପ୍ତାହରେ ବିଦ୍ୟୁତ୍‌ ଟ୍ରିପ୍‌ ସମୀକ୍ଷା

ଢେଙ୍କାନାଳ ଅଫିସ, ୪।୧୨ ଢେଙ୍କାନାଳ ଜିଲା ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ବେଣୀପଥର ହାତୀ ମୃତ୍ୟୁ ଘଟଣାରେ ବିଦ୍ୟୁତ୍‌ ବିଭାଗର ଦାୟିତ୍ୱହୀନତାକୁ ଦାୟୀ କରିଛି ବନ ବିଭାଗ।...

Advertisement
Archives

Model This Week