ସ୍କୁଲ ପାଖରେ ଗୁଟ୍ଖା ବିକ୍ରି କଲେ ଜରିମାନା
କେନ୍ଦୁଝର,୧୫ା୧୧(ଡି.ଏନ୍.ଏ.) ରାଜ୍ୟରେ ସବୁ ସ୍କୁଲଗୁଡ଼ିକର ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଏଣିକି ସ୍କୁଲ ନିକଟରେ ସିଗାରେଟ, ବିଡି,ପାନ,ଗୁଟ୍ଖା ବ୍ୟବହାର ଉପରେ କଟକଣା କରାଯାଇଛି। ସ୍କୁଲରେ କୌଣସି ଶିକ୍ଷକ ତଥା କର୍ମଚାରୀମାନେ ପାନ, ବିଡ଼ି, ସିଗାରେଟ, ଗୁଟଖା ଖାଇପାରିବେ…
ଜଳଉତ୍ସରେ ପ୍ରଦୂଷଣ ବଢ଼ୁଛି
କେନ୍ଦ୍ରାପଡ଼ା ଅଫିସ,୧୫ା୧୧: ରାଜ୍ୟର ୨୩ ଜିଲାରେ ୫୫ଟି ଜଳ ଉତ୍ସ ପ୍ରଦୂଷିତ। ତାହା ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ଉପଯୋଗୀ ନୁହେଁ। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍ଜିଟି) ପକ୍ଷରୁ ଜଳଉତ୍ସ ବିଶୋଧନ ପାଇଁ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏନେଇ ଚେତିଛନ୍ତି।…
ଉଜୁଡ଼ିବାକୁ ବସିଛି ପାଚିଲା ଧାନ
ପଟ୍ଟାମୁଣ୍ଡାଇ/ଆଳି,୧୫ା୧୧(ସ୍ବ.ପ୍ର./ଡି.ଏନ୍.ଏ.): ଲଘୁଚାପ ଜନିତ ଲଗାଣ ବର୍ଷା ପାଚିଲା ଧାନ କ୍ଷେତକୁ ଉଜାଡି ଦେବା ଆଶଙ୍କା ସୃଷ୍ଟି ହୋଇଛି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଶତାଧିକ ହେକ୍ଟର ଜମିରେ ଚାଷ ହୋଇଥିବା ଧାନ ଫସଲ ହୋଇଥିଲା। ଚଳିତବର୍ଷ ଖରିଫ ଋତୁ ଆରମ୍ଭରେ ଅନାବୃଷ୍ଟି କାରଣରୁ ଗଜା…
ଆଜିଠୁ ଖୋଲିବ ଆଦର୍ଶ ବିଦ୍ୟାଳୟ, ଯିବାକୁ ରାସ୍ତା ନାହିଁ
ବିଞ୍ଝାରପୁର,୧୫ା୧୧(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ ଉତ୍ତରକୁଳ ପଞ୍ଚାୟତ ଆଦର୍ଶ ବିଦ୍ୟାଳୟକୁ ରାସ୍ତା ନିର୍ମାଣ ହୋଇନି। ଫଳରେ ରବିବାର ଅଭିଭାବକ-ଶିକ୍ଷକଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଅଭିଭାବକ କ୍ଷୋଭ ପ୍ରକାଶ କରିଛନ୍ତି। ପୂର୍ବରୁ ବିଦ୍ୟାଳୟ ଦାୟିତ୍ୱରେ ଥିବା ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ମଲ୍ଲିକ ଅଭିଭାବକଙ୍କୁ ବୁଝାଶୁଝା…
କଚ୍ଛପ ଗତିରେ ଚାଲିଛି ରାଜପଥ ନିର୍ମାଣ
ଧର୍ମଶାଳା,୧୫ା୧୧(ଡି.ଏନ.ଏ.): ଚଣ୍ଡିଖୋଲଠାରୁ ଭଦ୍ରକ ପର୍ଯ୍ୟନ୍ତ ୧୬ ନଂ. ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ତେବେ ଏହି କାର୍ଯ୍ୟ କରୁଥିବା ଠିକାସଂସ୍ଥା ମନ୍ଥର ଗତିରେ କାମ କରୁଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ରାଜପଥର ଧର୍ମଶାଳା ବ୍ଲକ ଜାରକାଠାରେ ଏକ ଫ୍ଲାଇ…
ଜିଲା, ବ୍ଲକ ସୀମାନ୍ତରେ ବିକାଶ ଅପହଞ୍ଚ
ଯାଜପୁର ଅଫିସ,୧୫ା୧୧: ପ୍ରଶାସନିକ ଅବହେଳା କାରଣରୁ ଓଡ଼ିଶାର ଜିଲା ଓ ବ୍ଲକଗୁଡ଼ିକର ସୀମାନ୍ତ ଅଞ୍ଚଳକୁ ବିକାଶ ପହଞ୍ଚି ପାରିନାହିଁ। ବିଶେଷକରି ଗମନାଗମନ ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ। ସୁଦୃଢ଼ ରାସ୍ତା ଓ ପୋଲ ନିର୍ମାଣ ହୋଇ ପାରି ନ ଥିବାରୁ ସରକାରଙ୍କ ଅନେକ…
ପଞ୍ଚକ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା
ପୁରୀ ଅଫିସ, ୧୫ା୧୧: କାର୍ତ୍ତିକ ମାସ ଶୁକ୍ଳପକ୍ଷ ବଡ଼ ଏକାଦଶୀ ସୋମବାରଠାରୁ ପଞ୍ଚକ ଆରମ୍ଭ ହେଉଛି। ପଞ୍ଚକ ୫ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହେବ। ଏହି ବେଶ ଦର୍ଶନ ସହ ପଞ୍ଚକ ବ୍ରତ କରିବା ପାଇଁ ଶ୍ରୀମନ୍ଦିରରେ…
ଧାର, କରଜର ଫସଲ ଧୋଇଗଲା
ରାୟଗଡ଼ା ଅଫିସ/ବିଞ୍ଝାରପୁର/ କବିସୂର୍ଯ୍ୟନଗର/ ପଦ୍ମପୁର/ତେଲକୋଇ/ ବାଙ୍ଗିରିପୋଷି(ଡି.ଏନ.ଏ.)/ ନାଉଗଁା(ସ୍ବ.ପ୍ର.),୧୫।୧୧: ଚଳିତବର୍ଷର ଅସ୍ବାଭାବିକ ବର୍ଷାରେ କ୍ଷତିଗ୍ରସ୍ତ ହୋଇ ଯାହା ବି ଧାନ ଓ ଅଣଧାନ ଫସଲ ବଞ୍ଚତ୍ଥିଲା ତାହା ଗତ ୩ ଦିନ ଧରି ଲଗାଣ ବର୍ଷାରେ ପ୍ରାୟ ଉଜୁଡ଼ିଯାଇଛି। ଏହାଦ୍ୱାରା ଋଣ ଶୁଝିବା…
ମନ୍ଦିରରେ ପତାକା ବଦଳିବା ବେଳେ ଗଲା ଜୀବନ
ପାଟଣା,୧୪।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ବୈତରଣୀ ନଦୀକୂଳରେ ଥିବା ପରମେଶ୍ୱର ଶିବ ମନ୍ଦିରରେ ରବିବାର ଏକ ଅଘଟଣ ଘଟିଛି। କାର୍ତ୍ତିକ ପୂର୍ଣ୍ଣିମା ପାଇଁ ମନ୍ଦିରେ ପତାକା ବଦଳାଉ ଥିବା ବେଳେ ଖସି ପଡି ଜଣେ ସେବାୟତଙ୍କ ମୃତ୍ୟୁ ଘଟିଛି।…
ଅପହୃତ ଜୁନିୟର ଇଞ୍ଜିନିୟରଙ୍କୁ ଜଙ୍ଗଲରେ ଖୋଜୁଛନ୍ତି ସ୍ତ୍ରୀ
ମାଲକାନଗିରି,୧୪ା୧୧(ଡି.ଏନ୍.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀମାନେ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଅପହରଣ କରିନେଇଛନ୍ତି। ତାଙ୍କୁ ଉଦ୍ଧାର କରିବାରେ ପୋଲିସ ପ୍ରଶାସନ ଫେଲ୍ ମାରିବା ପରେ ସ୍ବାମୀଙ୍କୁ ମାଓବାଦୀଙ୍କ କବଳରୁ ମୁକୁଳାଇବା ପାଇଁ ଜଙ୍ଗଲ ଅଭିମୁଖେ ସାଙ୍ଗରେ ଛୋଟ ପୁଅକୁ…
ଉଠାଇ ନେଲେ ଗହଣା ବାକ୍ସ
ବାସୁଦେବପୁର,୧୪।୧୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ପଞ୍ଚୁରିଖି ଗ୍ରାମର ଶିବପ୍ରସାଦ ବାରିକଙ୍କ ଘରୁ ଚୋରି ହୋଇଛି। ଚୋରମାନେ ଶିବଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି କରି ନେଇଛନ୍ତି। ସୁନା ଓ ରୁପା ଅଳଙ୍କାର ଥିବା ବାକ୍ସକୁ ଚୋରମାନେ…
ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
ବରଗଡ଼ ଅଫିସ୍,୧୪।୧୧: ବରଗଡ଼ ଜିଲା ବିଜେପୁର-ପଦ୍ମପୁର ରାସ୍ତା ଏବଂ ଭଟଲି-ଅମ୍ବାଭୋନା ରାସ୍ତାରେ ରବିବାର ପୃଥକ ଭାବେ ୨ଟି ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଛି। ଭୋର୍ରେ ବିଜେପୁର-ପଦ୍ମପୁର ରାସ୍ତାର ଦୁବଲାବାହାଲ ନିକଟରେ କାଠପଟା ବୋଝେଇ ଏକ ପିକଅପ୍ ଭ୍ୟାନ(ନଂ.ଓଆର୧୫ଜି…

