ରାସ୍ତା ପାଲଟିଲା ଜନସମୁଦ୍ର

ବାଲେଶ୍ୱର ଅଫିସ,  ୨୨।୧ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗତ ୧୭ତାରିଖରୁ ଆରମ୍ଭ ହୋଇଥିବା ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟାର ଶୁକ୍ରବାର ଶେଷ ହୋଇଛି। ଶେଷ ଦିନରେ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ ଅଫିସ ଏମିତିକି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀମାନେ ବହୁ ସଂଖ୍ୟାରେ ନାମାଙ୍କନ ଦାଖଲ କରିଥିବା ଦେଖିବାକୁ ମିଳିଥିଲା। ତେବେ ଶେଷ ଦିନରେ ୱାର୍ଡ଼ସଭ୍ୟ, ସରପଞ୍ଚ ଓ ସମିତିସଭ୍ୟ ତୁଳନାରେ ଜିଲା ପରିଷଦ ସଦସ୍ୟ ପଦ ପାଇଁ ପ୍ରାର୍ଥୀଙ୍କ ନାମାଙ୍କନ ବେଶ ଗୁରୁତ୍ୱ ବହନ କରିଥିଲା। ଜିଲା ପରିଷଦ ସଭ୍ୟ ପଦ ପାଇଁ ଦଳୀୟ ଟିକେଟ ଆବଶ୍ୟକ ଥିବା ବେଳେ ନାମାଙ୍କନ ବେଳେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ଦଳୀୟ ନେତା ଓ ସମର୍ଥକଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ଶେଷ ଦିନରେ ବିଭିନ୍ନ ଜିଲା ପରିଷଦ ଜୋନରେ ବିଜେଡି, ଭାଜପା, କଂଗ୍ରେସ, ସିପିଆଇ, ସିପିଏମ ଏମିତିକି ‘ଆପ’ ଦଳର ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଥିଲେ। ପ୍ରାୟ ପ୍ରତ୍ୟେକ ଦଳର ପ୍ରାର୍ଥୀ ଦଳୀୟ ନେତା ଓ ସହଯୋଗୀଙ୍କ ଗହଣରେ ପଦଯାତ୍ରାରେ ଆସି ଉପଜିଲାପାଳଙ୍କଠାରେ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ପ୍ରାର୍ଥୀଙ୍କ ସମେତ କେବଳ ଜଣେ କିମ୍ବା ଦୁଇଜଣ ସମର୍ଥକ ଓ ପ୍ରସ୍ତାବକ ଯାଉଥିଲେ। କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୁକ୍ତଙ୍କ ମାର୍ଗଦର୍ଶିକା ଅନୁସାରେ ପ୍ରାଶାସନ ଓ ପୋଲିସ ପକ୍ଷରୁ ବିହୀତ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଏହାକୁ ଦଳୀୟ ନେତା ଓ କର୍ମୀ ଭ୍ରୂକ୍ଷେପ କରି ନ ଥିଲେ। କୋଭିଡ କଟକଣା ସତ୍ତ୍ୱେ ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ଉପଜିଲାପାଳଙ୍କ ଅଫିସ ସମ୍ମୁଖ ରାସ୍ତା ଜନସମୁଦ୍ର ପାଲଟିଯାଇଥିଲା। ୨୨ ତାରିଖରେ ପ୍ରାର୍ଥତ୍ପତ୍ର ଯାଞ୍ଚ, ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ଓ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ୨୬ ତାରିଖରୁ ପ୍ରଚାରକୁ ଜୋରଦାର କରାଯିବ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଗୁଜବ ଯୋଗୁ କ୍ଷତିରେ କୁକୁଡା ଚାଷୀ

ଭୁବନେଶ୍ୱର,୪ା୩: ବ୍ରଏଲର କୁକୁଡ଼ା ମାଂସରେ କରୋନା ବ୍ୟାପିବାର ଗୁଜବ ଯୋଗୁ ଏବେ ଏହି ସାରା ଦେଶରେ ଶିଳ୍ପ ଉପରେ ଏହାର ପ୍ରଭାବ ପଡିଛି। ଓଡ଼ିଶାରେ କୁକୁଡ଼ା...

ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

ବରଗଡ଼ ଅଫିସ୍‌,୧୪।୧୧: ବରଗଡ଼ ଜିଲା ବିଜେପୁର-ପଦ୍ମପୁର ରାସ୍ତା ଏବଂ ଭଟଲି-ଅମ୍ବାଭୋନା ରାସ୍ତାରେ ରବିବାର ପୃଥକ ଭାବେ ୨ଟି ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ...

ଅନ୍‌ଲାଇନ୍‌, ଅଫ୍‌ଲାଇନ୍‌ରେ ହେବ କ୍ଲାସ ପ୍ରମୋଶନ ପରୀକ୍ଷା

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରାଜ୍ୟରେ ସ୍କୁଲ୍‌ଗୁଡ଼ିକ ପର୍ଯ୍ୟାୟକ୍ରମେ ଖୋଲୁଛି। ଅଷ୍ଟମରୁ ଦ୍ୱାଦଶ ପାଠପଢ଼ା ଆରମ୍ଭ ହୋଇଛି। ସେହିଭଳି ସୋମବାରଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲୁଥିଲେ ମଧ୍ୟ...

ରାଜଧାନୀରେ ଏସ୍‌ଏଚ୍‌ଜି ଜଳସେବା ଶିବିର ପ୍ରହସନ: ଗୋଟିଏ ଦିନ ଖୋଲି ବନ୍ଦ ହୋଇଗଲା

ଭୁବନେଶ୍ୱର, ୧୮ା୪ (ବ୍ୟୁରୋ): ଅସହ୍ୟ ତାତି। ହଟହଟା ହେଉଛନ୍ତି ଯାତ୍ରୀ। ଲଗାତାର ଦୁଇଦିନ ଧରି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ଭୁବନେଶ୍ୱରରେ ଦେଖିବାକୁ ମିଳିଛି...

ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୧୨(ବ୍ୟୁରୋ)-ପୁରୀ ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଖୁବଶୀଘ୍ର ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯିବ। ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ-୧୯୫୧ ଅନୁଯାୟୀ...

ହାତୀ ମୃତ୍ୟୁକୁ ନେଇ ସ୍ବତନ୍ତ୍ର ଟିମ୍‌ର ତଦନ୍ତ: ସିବିଆଇ ତଦନ୍ତ ଦାବିକଲା ଭଞ୍ଜସେନା

ବାରିପଦା ଅଫିସ,୧୨।୧୨: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନରେ ଦନ୍ତାହାତୀର ଶିକାର ଓ ପ୍ରମାଣ ନଷ୍ଟ ଘଟଣାରେ ସୋମବାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି।...

ଚନ୍ଦ୍ରମଣି ଲେଙ୍କା ପାଇବେ ‘ଭୁବନେଶ୍ୱର ମିଶ୍ର ସ୍ମୃତି ସମ୍ମାନ’

ଭୁବନେଶ୍ୱର,୭।୨(ବ୍ୟୁରୋ): ସାଂସ୍କୃତିକ ଅନୁଷ୍ଠାନ ଶ୍ରୁତି ପକ୍ଷରୁ ଆସନ୍ତା ୧୦ ଓ ୧୧ ତାରିଖରେ ଓଡ଼ିଶୀ ସଙ୍ଗୀତ ଏବଂ ଲଘୁସଙ୍ଗୀତ ସମାରୋହ ଅନୁଷ୍ଠିତ ହେବ। ଏହି ଅବସରରେ...

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ, ପ୍ରଥମ ଦିନରେ ଓଡ଼ିଆ

କଟକ ଅଫିସ,୮।୨: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ସୂଚୀ ସୋମବାର ପ୍ରକାଶ ପାଇଛି। ମେ ୩ରୁ ପରୀକ୍ଷା ଆରମ୍ଭ ହୋଇ ୧୫ ତାରିଖରେ ଶେଷ ହେବ।...

Advertisement
Archives

Model This Week