‘ଡ. ବିଧାନଚନ୍ଦ୍ର ପରପିଢ଼ି ପାଇଁ ଆଦର୍ଶ’

ଢେଙ୍କାନାଳ ଅଫିସ, ୨୨।୧ଡ. ବିଧାନ ଚନ୍ଦ୍ର ମିଶ୍ର ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ଜଣେ ସୁସଙ୍ଗଠକ, ଶିକ୍ଷାବିତ୍‌, ସାହିତି୍ୟକ, ଆଇନଜୀବୀ ଭାବେ ବିଭିନ୍ନ ବିଭାଗରେ ତାଙ୍କର ଦଖଲ ଥିଲା। ସେ ଥିଲେ ଜଣେ ସ୍ପଷ୍ଟବାଦୀ ଏବଂ ସାଲିସବିହୀନ ବ୍ୟକ୍ତି। ଜିଲାର ସ୍ବାର୍ଥ ପାଇଁ ଲଢ଼େଇରେ ସର୍ବଦା ଆଗରେ ରହୁଥିବା ଏହି ବ୍ୟକ୍ତି ପରପିଢ଼ି ପାଇଁ ଆଦର୍ଶ ବୋଲି କହିଛନ୍ତି ବିଧାୟକ ସୁଧୀର କୁମାର ସାମଲ। ସ୍ଥାନୀୟ ଦକ୍ଷିଣକାଳୀ ମାର୍ଗସ୍ଥିତ ରତ୍ନମଣ୍ଡପରେ ଶୁକ୍ରବାର ମଧ୍ୟାହ୍ନରେ ଅନୁଷ୍ଠିତ ଡ. ବିଧାନଚନ୍ଦ୍ରଙ୍କ ୫ମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ସ୍ମୃତିସଭାରେ ଯୋଗଦେଇ ବିଧାୟକ ଏହା କହିଥିଲେ।
ବିଶିଷ୍ଟ ସମବାୟବିତ୍‌ ସୁକାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ଜିଲା ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକ, ଶିକ୍ଷାବିତ୍‌ ପ୍ରଦ୍ୟୁମ୍ନ ରଥ, ଶିଳ୍ପୀ ପରେଶ ପଟ୍ଟନାୟକ, ମିଳିତ ଲକ୍ଷ୍ମୀପୂଜା କମିଟି ସଭାପତି ବିଶ୍ୱନାଥ ବେହେରା, ଆଇନଜୀବୀ ଗୋପାଳ ପାତ୍ର, ଜିଲା ସାମ୍ବାଦିକ ସଂଘ ସମ୍ପାଦକ ସତ୍ୟସ୍ବରୂପ ଦାସ, ନରୋତ୍ତମ ସାହୁ ପ୍ରମୁଖ ଆଲୋଚନାରେ ଭାଗନେଇ ଜିଲାର ସଂସ୍କୃତି, ଶିକ୍ଷା, ସମାଜସେବାରେ ବିଧାନଚନ୍ଦ୍ରଙ୍କ ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। କୋଭିଡ୍‌ କଟକଣା ମଧ୍ୟରେ ନିରାଡମ୍ବରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ କଳା ସଂସ୍କୃତି ସଂଘ ଉପସଭାପତି ଅବନୀ ମିଶ୍ର, ନାଟ୍ୟକାର ଦୀନେଶ ଦାସ, ଦେବାଶିଷ ମିଶ୍ର, ବିନୋଦ ମହାନ୍ତି, ପ୍ରଶାନ୍ତ ମିଶ୍ର, ସାଗରିକା ମିଶ୍ର, ଶିଶିର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। କବି ଅଥୟ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅରବିନ୍ଦ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହିତାଧିକାରୀଙ୍କୁ ମାଗଣାରେ ଡାଲି, ଚାଉଳ ସହାୟତା

ଭୁବନେଶ୍ୱର,୧୨।୪(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଓଡ଼ିଶା ସମେତ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ...

ନକଲି ନୋଟ୍‌ ଛାପୁଥିବା ର଼୍ୟାକେଟ୍‌ ଠାବ: ୩ ଗିରଫ

ଲଖନପୁର,୨୮ା୧୧(ଡି.ଏନ୍‌.ଏ.)-ଝାରସୁଗୁଡ଼ା ଜିଲା ବନହରପାଲି ଥାନା ପୋଲିସ ନକଲି ନୋଟ୍‌ ଛାପୁ ଥିବା ଏକ ର଼୍ୟାକେଟ୍‌ର ୩ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର ଝାରସୁଗୁଡ଼ା କୋର୍ଟ ଚାଲାଣ...

ଆଜି ରାଜ୍ୟରେ ୬ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ରାଜ୍ୟରେ ରବିବାର ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କେହି ପିଲା ନାହାନ୍ତି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪...

ରହସ୍ୟମୟ ଆଲୋକକୁ ନେଇ ଆତଙ୍କ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ଓଡ଼ିଶା ଆକାଶରେ ଗୁରୁବାର ସନ୍ଧ୍ୟାରେ ରହସ୍ୟମୟ ଆଲୋକ ଦେଖିବାକୁ ମିଳିଥିଲା। ଭଦ୍ରକ, ବାଲେଶ୍ୱର, ପାରାଦୀପ ଏବଂ ପୁରୀ ଭଳି କେତେକ ସ୍ଥାନରେ ହଠାତ୍‌ ଆକାଶରୁ...

ପୂଜାଛୁଟି ପରେ ଖୋଲିପାରେ ସ୍କୁଲ୍‌: ବିଦ୍ୟାଳୟ ପରିସର ସଫା ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୮ା୧୦(ବ୍ୟୁରୋ)-  ରାଜ୍ୟ ସରକାର ପୂଜା ଛୁଟି ପରେ ସ୍କୁଲ୍‌ ଖୋଲିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ସ୍କୁଲ ପରିସର ସଫେଇ ସହ ସ୍କୁଲ୍‌ ଭିତ୍ତିଭୂମି ସଜାଡ଼ିବା, ଶିକ୍ଷକଙ୍କୁ...

କପିଳାସ ଅଭୟାରଣ୍ୟରେ ଲାଗିବ ୬୦ କ୍ୟାମେରା

ଢେଙ୍କାନାଳ ଅଫିସ,୫।୮: ବାଘଙ୍କ ଗତିବିଧି ଉପରେ ନଜର ରଖିବାକୁ ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟରେ ଲାଗିବ ୬୦ ଟ୍ରାପ୍‌ କ୍ୟାମେରା। ପ୍ରତି ୨ ବର୍ଗ କିଲୋମିଟର...

ଦଶାଶ୍ୱମେଧ ଘାଟରେ ଲାଗିଲା ୧୪୪ ଧାରା

ଯାଜପୁର ଟାଉନ,୮ା୪: ଶୁକ୍ରବାର ହେବାକୁ ଥିବା ବାରୁଣୀ ସ୍ନାନ ପାଇଁ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ୧୪୪ ଧାରା ଜାରି କରାଯାଇଛି। ପୂର୍ବରୁ ବାରୁଣୀ...

ମାର୍ଚ୍ଚରେ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର,୬।୨(ବ୍ୟୁରୋ): ଚଳିତବର୍ଷ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ ମାସରୁ ଆରମ୍ଭ ହେବ। ଥିଓରୀ ପରୀକ୍ଷା ମାର୍ଚ୍ଚ ୧୫ରୁ ଆରମ୍ଭ ହେବାକୁ...

Advertisement
Archives

Model This Week