ବିଜେଡି ବିଧାୟକଙ୍କ ଭାଇ ଭାଜପାର ଜିଲା ପରିଷଦ ପ୍ରାର୍ଥୀ

କେନ୍ଦୁଝର,  ୨୨।୧(ସ୍ବ.ପ୍ର.) କେନ୍ଦୁଝର ଜିଲା ପାଟଣା ବିଜେଡି ବିଧାୟକ ଜଗନ୍ନାଥ ନାଏକଙ୍କ ବଡ଼ଭାଇ ସତ୍ୟବ୍ରତ ନାଏକ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭାଜପା ଟିକେଟରେ ଉକ୍ତ ନିର୍ବାଚନମଣ୍ଡଳୀର ୨୧ ନଂ. ଜୋନ୍‌ରୁ ନାମାଙ୍କନପତ୍ର ଦାଖଲ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ, ତାଙ୍କ ବାପା କାହ୍ନୁଚରଣ ନାଏକ ପାଟଣା ନିର୍ବାଚନମଣ୍ଡଳୀରୁ ୧୯୯୦ରେ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ବିଧାୟକ ଜଗନ୍ନାଥ ନାଏକ ଏହା ପୂର୍ବରୁ ପାଟଣା ବ୍ଲକ ଅଧ୍ୟକ୍ଷ ରହି ବହୁ ଜନକଲ୍ୟାଣ କାର୍ଯ୍ୟ କରି ନିଜର ପରିଚୟ ସୃଷ୍ଟି କରିଥିଲେ। ଜନ ସମର୍ଥନ ଓ ଲୋକଙ୍କ ପାଇଁ କିଛି କରିବାର ଅଭିଳାଷକୁ ଦେଖି ତାଙ୍କୁ ନିକଟରେ ଜିଲା ଯୋଜନା କମିଟି ସଭାପତି ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି।
ନିଜ ନିର୍ବାଚନମଣ୍ଡଳୀର ଏକ ଜୋନ୍‌ରେ ତାଙ୍କ ଭାଇ ଠିଆ ହୋଇଥିବାରୁ ଉକ୍ତ ଜୋନ୍‌ରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି ମତପ୍ରକାଶ ପାଉଛି। ସତ୍ୟବ୍ରତ କଂଗ୍ରେସରୁ ଭାଜପାକୁ ୨୦୧୯ରେ ଆସିବା ପରେ ପାଟଣା ନିର୍ବାଚନମଣ୍ଡଳୀରୁ ନିଜ ଭାଇଙ୍କ ବିପକ୍ଷରେ ଭାଜପା ଟିକେଟ ପାଇଁ ଆଶା ରଖିଥିଲେ। କିନ୍ତୁ ଭାଜପା ଟିକେଟ ଦେଇ ନ ଥିଲା। ସେ ପୂର୍ବରୁ କଂଗ୍ରେସ ଟିକେଟରୁ ପାଟଣା ନିର୍ବାଚନ ମଣ୍ଡଳୀରେ ଲଢ଼ି ହାରିଯାଇଥିଲେ ହେଁ ଦୃଢ଼ ମନୋବଳ ଏବଂ ଲୋକଙ୍କ ସହ ସୁସମ୍ପର୍କ ଯୋଗୁ ଭାଜପାରେ ମିଶି ରାଜନୈତିକ ଅଙ୍କ କଷିବା ଆରମ୍ଭ କରିଛନ୍ତି। ତାଙ୍କ ଅଞ୍ଚଳରେ ଏବେ ବି ଲୋକେ ପାଣି, ବିଦ୍ୟୁତ୍‌ ଓ ଗମନାଗମନ ସମସ୍ୟା ମଧ୍ୟରେ ଗତି କରୁଥିବା ବେଳେ ଆବାସ ଯୋଜନାରେ ଘର ମଧ୍ୟ ସମସ୍ତେ ପାଇନାହାନ୍ତି। ଏଣୁ ଲୋକଙ୍କ ସମସ୍ୟା ବୁଝିବା ସହ ସେମାନଙ୍କ ଆଶୀର୍ବାଦରେ ନିର୍ବାଚନ ଲଢ଼ିବାକୁ ଆଗେଇ ଆସିଛନ୍ତି। ଏନେଇ ଭାଇଙ୍କ ସହ କୌଣସି ଆଲୋଚନା କରି ନ ଥିବା ସତ୍ୟବ୍ରତ କହିଛନ୍ତି। ଅନ୍ୟପକ୍ଷେ ବିଧାୟକ ନାଏକ ତାଙ୍କ ପାଇଁ ଦଳ ଆଗ ଏବଂ ଦଳୀୟ ପ୍ରାର୍ଥୀଙ୍କ ବିଜୟ ଲାଗି ଉଦ୍ୟମ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?