‘ ମୋ ସ୍ବାମୀଙ୍କୁ ଖୋଜିକି ଆଣନ୍ତୁ’
ଆସିକା,୧୧।୧୨(ଡି.ଏନ.ଏ): ଗଞ୍ଜାମ ଜିଲା ଆସିକା ଚିନିଶିଳ୍ପ ଅତିଥି ଭବନରେ ସ୍ତ୍ରୀ ତପସ୍ବିନୀ ଦାସଙ୍କୁ ଏକାକୀ ଛାଡ଼ି ଡାକ୍ତର ସ୍ବାମୀ ସୁମିତ ସାହୁ କେଉଁଆଡ଼େ ପଳାଇଛନ୍ତି। ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ୩ ତାରିଖରୁ ତପସ୍ବିନୀ ଓ ସୁମିତ ଏକାଠି ରହିଥିଲେ।…
ମୃତ ହେଟାବାଘର ନଖ କାଟିନେଲେ
କୋକସରା:୧୧।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ୨୬ ନମ୍ବର ଜାତୀୟ ରାଜପଥ ଆମପାଣି ସାଗରପଡ଼ା ନିକଟରେ ଏକ ଗାଡି ଧକ୍କାରେ ଏକ ହେଟାବାଘର ମୃତ୍ୟୁ ଘଟିଛି। ବାଘଟି ରାସ୍ତା ପାରି ହେଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ବନ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି।…
ବିଜେଡିର ହାତ ଧରିଲେ ଧନୁର୍ଜୟ
କେନ୍ଦୁଝର,୧୧।୧୨(ସ୍ବ.ପ୍ର.): ସବୁ କଳ୍ପନା ଜଳ୍ପନା ଅନ୍ତ ଘଟାଇ ଶନିବାର ପୂର୍ବତନ ଚମ୍ପୁଆ ବିଧାୟକ ଧନୁର୍ଜୟ ସିଦ୍ଧୁ ବିଜେଡିର ହାତ ଧରିଛନ୍ତି। ଭୁବନେଶ୍ୱରରେ ଦଳୀୟ ଅଫିସରେ ଏକ କାର୍ଯ୍ୟକ୍ରମରେ ତାଙ୍କ ସହିତ ଭାଜପା ଓବିସି ମୋର୍ଚ୍ଚାର ସଭାପତି ମିତ୍ରଭାନୁ ମହାକୁଡ, ସାଧାରଣ ସମ୍ପାଦକ…
ଜନ୍ମମାଟିରେ ଜଳିଲା ଯବାନ ରାଣାପ୍ରତାପଙ୍କ ଜୁଇ
ଅନୁଗୋଳ ଅଫିସ,୧୧ା୧୨: ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବୀର ଯବାନ ରାଣାପ୍ରତାପ ଦାସଙ୍କ ଜୁଇ ତାଙ୍କ ଜନ୍ମମାଟି କୃଷ୍ଣଚନ୍ଦ୍ରପୁର ଗାଁରେ ଜଳିଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବୀର ରାଣାଙ୍କୁ ତାଙ୍କ ପୁତୁରା…
ଗଳାବାଟରେ ରେଳ ଫାଟକ ପାରି ହେଉଥିଲେ, ୩ ଜଣଙ୍କୁ ଘୋଷାଡ଼ି ନେଲା ଟ୍ରେନ୍
ରାଉରକେଲା,୧୧ା୧୨(ଡି.ଏନ୍.ଏ.): ରାଜଗାଙ୍ଗପୁର ରେଳ ଫାଟକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏହି ଫାଟକର ଗଳା ବାଟ ଦେଇ ପାରି ହେଉଥିବା ବେଳେ ୩ ଜଣଙ୍କୁ ଘୋଷାଡ଼ି ନେଇଛି ହାଓ୍ବଡା-ମୁମ୍ବାଇ ଦୂରନ୍ତ ଏକ୍ସପ୍ରେସ। ଫଳରେ ୩ଟି ବାଇକ ଚୁର୍ମାର ହେବା ସହ ୩…
ଏସିଡ୍ ମାଡ଼ରେ ୫ ଗୁରୁତର
ବରଗଡ଼ ଅଫିସ,୧୧ା୧୨: ବରଗଡ଼ ପୌର ପରିଷଦ ଅଧୀନ ୧୧ ନଂ ଓ୍ବାର୍ଡ ନୂଆପଡ଼ାରେ ଶନିବାର ଏସିଡ୍ ମାଡ଼ ହୋଇଛି। ଏଥିରେ ୫ ଜଣ ଗୁରୁତର ହୋଇଛନ୍ତି। ଏମାନେ ହେଲେ ହରିହର ଭୋଇ(୩୦), ମନୋଜ ସୋନି(୩୦), ପବନ ସୋନି, ଗୀତା ଦେବୀ(୪୦) ଏବଂ…
୧୫ରେ ଗୋବିନ୍ଦ ସାହୁଙ୍କ ଜାମିନ ଶୁଣାଣି
କଣ୍ଟାବାଞ୍ଜି,୧୧ା୧୨(ଡି.ଏନ୍.ଏ.): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜାମିନ ଆବେଦନ ଶୁଣାଣି ଆସନ୍ତା ୧୫ ତାରିଖରେ ହେବ। ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଏହି ଶୁଣାଣି ହେବ। ଗୋବିନ୍ଦ ସାହୁଙ୍କ ଓକିଲ କଣ୍ଟାବାଞ୍ଜି…
ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ନେଇ ଚାଲିଛି ପ୍ରସ୍ତୁତି
ପୁରୁଷୋତ୍ତମପୁର,୧୧।୧୨(ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଗଞ୍ଜାମ ଜିଲା ଗସ୍ତ କରିବେ। ହିଞ୍ଜିଳି ଏବଂ ପୁରୁଷୋତ୍ତମପୁର ବ୍ଲକର ‘ମା ତାରାତାରିଣୀ’ଙ୍କ ପୀଠସ୍ଥଳୀରେ ଉପସ୍ଥିତ ରହି ବିଭିନ୍ନ ସରକାରୀ ଯୋଜନାର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି I…
୨୩ ବର୍ଷ ହେଲା ବିଛଣାରେ
ପଦ୍ମପୁର,୧୧।୧୨(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ରାମବେହେରା ସାହିର ରମାମଣି ବେହେରା(୪୧) ଦୀର୍ଘ ୨୩ବର୍ଷ ହେଲା ବିଛଣାରେ ପଡ଼ିଛନ୍ତି। ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ଏପଟେ ଘରେ ରମାମଣିଙ୍କ ଶତାୟୁ ବର୍ଷର ରୋଗିଣା ବାପା ବାଇଧର ଶଯ୍ୟାଶାୟୀ। ମା’ ଅନାମଦେଇ ବେହେରା…
ଛାତରୁ ଗଳୁଛି ପାଣି, ଉଇ ଖାଉଛି ବହି
ବାରିପଦା ଅଫିସ,୧୧।୧୨-ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ପାଠାଗାର(ଜୁବୁଲି ଲାଇବ୍ରେରି) ରକ୍ଷଣାବେକ୍ଷଣ ଅଭାବରୁ ମାଟିରେ ମିଶିବାକୁ ବସିଛି। ଏହାର ଛାତରୁ ପାଣି ଗଳୁଥିବା ବେଳେ ବହିଗୁଡ଼ିକରେ ଉଇ ଲାଗିଲେଣି। ବର୍ଷକ ତଳେ ଏହାର ପୁନରୁଦ୍ଧାର ଲାଗି ସରକାର କରିଥିବା ଘୋଷଣା ପ୍ରତିଶ୍ରୁତିରେ…
ବିକାଶଠାରୁ ବହୁ ଦୂରରେ ଝରକାଢ଼ି ସାନ୍ତାଳିପଡ଼ା
ମହାକାଳପଡ଼ା,୧୧।୧୨ (ଡି.ଏନ.ଏ.): ମୌଳିକ ସେବାରୁ ବଞ୍ଚିତ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଖରିନାସୀ ପଞ୍ଚାୟତର ଏକ ନମ୍ବର ୱାର୍ଡର ଝରକାଢ଼ି ସାନ୍ତାଳିପଡ଼ା। ପଡାରେ ୩୦ରୁ ଅଧିକ ପରିବାର ବସବାସ କରୁଥିବାବେଳେ ଶହେରୁ ଅଧିକ ଜନସଂଖ୍ୟା ବିଶିଷ୍ଟ କୁହାଯାଇଛି।…
ବେଆଇନ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରକୁ ଲଗାମ ନାହିଁ
କେନ୍ଦ୍ରାପଡ଼ା ଅଫିସ, ୧୧।୧୨: ବୈଷୟିକ ଶିକ୍ଷା ପ୍ରତି ଯୁବତୀଯୁବକଙ୍କ ମଧ୍ୟରେ ସାମ୍ପ୍ରତିକ ସମୟରେ ଆକର୍ଷଣ ବୃଦ୍ଧି ପାଉଛି। କମ୍ପ୍ୟୁଟର ବିନା କାର୍ଯ୍ୟ କରିବା ଅସମ୍ଭବ ହେଉଥିବାରୁ ଯୁବପିଢ଼ିଙ୍କ ଏହି ଶିକ୍ଷା ଆବଶ୍ୟକତା ହୋଇଛି। ଏହାର ସୁଯୋଗ ନେଉଛନ୍ତି କେତେଗୋଟି ଜାଲ୍ ସଂସ୍ଥା।…

