ବେଆଇନ ମେସ୍କୋ ସାଇଡିଂ ମାମଲା: ଏନ୍‌ଜିଟି ପକ୍ଷରୁ ତଦନ୍ତ ନିର୍ଦ୍ଦେଶ

ଯାଜପୁର ଅଫିସ,୭ା୨: ଯାଜପୁର ଜିଲା କଳିଙ୍ଗନଗର ମେସ୍କୋ ଷ୍ଟିଲ କାରଖାନା ପରିସରସ୍ଥ ମେସ୍କୋ ଷ୍ଟିଲର ବେଆଇନ ରେଲୱେ ସାଇଡିଂ ଅଭିଯୋଗ ସଂକ୍ରାନ୍ତରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପକ୍ଷରୁ ଗତ ୩ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସପିସିବି) ଦ୍ୱାରା ଏହି ରେଳୱେ ସାଇଡିଂ ଚାଲିବାକୁ ଦେଇଥିବା ସମ୍ମତି(ସିଟିଓ) ତାରିଖ ପରେ ମଧ୍ୟ କାର୍ଯ୍ୟକ୍ଷମ ହେଉଥିବା ନେଇ ଅଭିଯୋଗକାରୀ ଏନ୍‌ଜିଟିରେ ତଥ୍ୟ ଦାଖଲ କରିଛନ୍ତି। ଏହାକୁ ଭିତ୍ତିକରି ଏନ୍‌ଜିଟି ପକ୍ଷରୁ ଜୁଡିସିଆଲ ମେମ୍ବର ବି. ଅମିତ ସ୍ଥାଲେକର ଏବଂ ସଭ୍ୟ ଶୈବାଳ ଦାସଗୁପ୍ତା ଆବଶ୍ୟକ ତଦନ୍ତ କରି ରେଲୱେ ସାଇଡିଂରେ ଚାଲିଥିବା ସମସ୍ତ କାର୍ଯ୍ୟକଳାପ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମେସ୍କୋ ବିରୋଧରେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପରିବେଶଗତ କ୍ଷତିପୂରଣ ବାବଦକୁ ଜରିମାନା ଆଦାୟ କରିବାକୁ ଏସ୍‌ପିସିବିକୁ ନିର୍ଦ୍ଦେଶ ହୋଇଛି। ଏହିସବୁ ପଦକ୍ଷେପ ଉପରେ ଏସ୍‌ପିସିବି ଏବଂ ଏସପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀଙ୍କୁ ପରବର୍ତ୍ତୀ ଶୁଣାଣି ୧୫ା୩ା୨୦୨୨ ପୂର୍ବରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି।
ମେସ୍କୋ ଷ୍ଟିଲ ପରିସରରେ ଥିବା ରେଳୱେ ସାଇଡିଂ ବିନା ଅନୁମତିରେ ଚାଲିବା ସଂକ୍ରାନ୍ତରେ ସ୍ଥାନୀୟ ଅଞ୍ଚଳବାସୀ ଏନ୍‌ଜିଟି(ନ୍ୟାଶ୍‌ନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌)ର ଦ୍ୱାରସ୍ଥ ହୋଇଥିଲେ। ଏହି ମର୍ମରେ ଏନ୍‌ଜିଟିରେ ୫୨/୨୦୨୧/ଇଜେଡ୍‌ ଅନୁସାରେ ଏକ ମାମଲା ରୁଜୁ ହୋଇଥିଲା। ୯ା୭ା୨୦୨୧ରେ ଏନ୍‌ଜିଟି ଏହି ମାମଲାର ଶୁଣାଣି କରି ୪ ସପ୍ତାହ ମଧ୍ୟରେ ମେସ୍କୋ ଏବଂ ଜେଏସ୍‌ଡବ୍ଲ୍ୟୁ କମ୍ପାନୀର ପରିଚାଳନା ନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରିବାକୁ ଏସ୍‌ପିସିବିକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ଓଡ଼ିଶା ସରକାର, ଯାଜପୁର ଜିଲାପାଳ, ଏସ୍‌ପିସିବି, କଳିଙ୍ଗନଗର ଅତିରିକ୍ତ ଜିଲାପାଳ, ମେସ୍କୋ ଓ ଜେଏସ୍‌ଡବ୍ଲ୍ୟୁର ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ପାରାଦୀପ ପରିବହନ ପ୍ରାଇଭେଟ ଲିଃକୁ ପକ୍ଷଭୁକ୍ତ କରାଯାଇଛି। ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ଅତି ପ୍ରଦୂଷଣକାରୀ ମେସ୍କୋ ରେଲୱେ ସାଇଡିଂ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଅଭିଯୋଗକାରୀ ପ୍ରତାପ ଜେନା ଏନ୍‌ଜିଟିର ଦ୍ୱାରସ୍ଥ ହୋଇଛନ୍ତି ବୋଲି କହିଛନ୍ତି। ଅଭିଯୋଗ ଅନୁସାରେ ୨୦୨୦ ଜାନୁୟାରୀରୁ ମେସ୍କୋ ଷ୍ଟିଲ କାରଖାନା ବନ୍ଦ ପଡ଼ିଛି। ତେଣୁ ଏସ୍‌ପିସିବିଠାରୁ ପରିବେଶଗତ କିମ୍ବା ଚଳାଇବାକୁ ଅନୁମତି ନ ଥାଇ ରେଲୱେ ସାଇଡିଂକୁ କାର୍ଯ୍ୟକ୍ଷମ କରାଯାଇଥିଲା। ଗତ ଜୁନ ଦ୍ୱିତୀୟ ଓ ତୃତୀୟ ସପ୍ତାହରେ ଏହି ବେଆଇନ ସାଇଡିଂ ଚାଲିଥିବା ସତ୍ତ୍ବେ ଏସ୍‌ପିସିବି ନୀରବ ରହିଥିଲା। ଏପରିକି ୧୧ା୫ା୨୦୨୧ରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ ଉପସ୍ଥିତିରେ ଉକ୍ତ ସାଇଡିଂରେ ଫ୍ଲାଏ ଆଶ୍‌, ସ୍ଲାଗ, କ୍ଲିଙ୍କର, କୋଲ, ଜିପସନ ଆଦି ଅନ୍‌ଲୋଡିଂ କରିବାକୁ ଜେଏସ୍‌ଡବ୍ଲ୍ୟୁ ଲିଜ୍‌ ସୂତ୍ରରେ ନେଇଥିଲା, ଯାହାକି ପରିବେଶ ଅନୁମତି ବିନା ସମ୍ପୂର୍ଣ୍ଣ ଭାବେ ବେଆଇନ ବୋଲି ଅଭିଯୋଗରେ ଦର୍ଶାଯାଇଥିଲା। ଏଭଳି ବିଷାକ୍ତ ସାମଗ୍ରୀ ପରିବହନ ହେଉଥିବା ସାଇଡିଂକୁ ଲାଲ ବର୍ଗ(ରେଡ କ୍ୟାଟେଗୋରୀ) ୟୁନିଟ୍‌ ଭାବେ ଧରାଯାଏ। ତେଣୁ ଏସ୍‌ପିସିବିଠାରୁ ଏହି ୟୁନିଟ୍‌ ସ୍ଥାପନ ଓ ପରିଚାଳନା ଅନୁମତି ନିହାତି ଆବଶ୍ୟକ। ତେବେ ଏନ୍‌ଜିଟିର ମାମଲା ରୁଜୁ ହେବା ପରେ ଏସ୍‌ପିସିବି ପକ୍ଷରୁ ସର୍ତ୍ତମୂଳକ ୬ ମାସ ପାଇଁ ସାଇଡିଂ ଚଳାଇବାକୁ ଅନୁମତି ଦିଆଯାଇଥିଲା। ଇତିମଧ୍ୟରେ ସାଇଡିଂ କର୍ତ୍ତୃପକ୍ଷ ପାଣି ସିଞ୍ଚନ ପଦ୍ଧତି, ଇଟିପି ଆଦି ଆବଶ୍ୟକ ବ୍ୟବସ୍ଥା କରିବାକୁ ଅନୁମତି ପତ୍ରରେ ଏସ୍‌ପିସିବି ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ସାଇଡିଂ କର୍ତ୍ତୃପକ୍ଷ କୌଣସି ବ୍ୟବସ୍ଥା ନ କରି ସାଇଡିଂ ଚଳାଉଥିବା ପୁଣି ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଏନ୍‌ଜିଟି ନିର୍ଦ୍ଦେଶ ଅନୁସାରେ ତଦନ୍ତ କରି ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ଶିକ୍ଷୟତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହୋଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ରବିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ସୂର୍ଯ୍ୟ-ଶନିଙ୍କ ଷଡାଷ୍ଟକ ଯୋଗରେ ୫ ରାଶି ପାଇଁ ଅଶୁଭ! କ୍ୟାରିୟରରୁ ଟଙ୍କା କମାଇବା ଯାଏ ପଡିବ ଖରାପ ପ୍ରଭାବ

ଆଜି ସେପ୍ଟେମ୍ୱର ୬ ତାରିଖ ଭୋର ୪ଟା ୧୫ ମିନଟରେ ସୂର୍ଯ୍ୟ ଏବଂ ଶନି ଉଭୟ ପରସ୍ପରଠାରୁ ୧୫୦ ଡିଗ୍ରୀ ଦୂରତାରେ ଥିଲେ। ଏହି ଦୁଇ ଗ୍ରହଙ୍କ…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri