ବେଆଇନ ମେସ୍କୋ ସାଇଡିଂ ମାମଲା: ଏନ୍‌ଜିଟି ପକ୍ଷରୁ ତଦନ୍ତ ନିର୍ଦ୍ଦେଶ

ଯାଜପୁର ଅଫିସ,୭ା୨: ଯାଜପୁର ଜିଲା କଳିଙ୍ଗନଗର ମେସ୍କୋ ଷ୍ଟିଲ କାରଖାନା ପରିସରସ୍ଥ ମେସ୍କୋ ଷ୍ଟିଲର ବେଆଇନ ରେଲୱେ ସାଇଡିଂ ଅଭିଯୋଗ ସଂକ୍ରାନ୍ତରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପକ୍ଷରୁ ଗତ ୩ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସପିସିବି) ଦ୍ୱାରା ଏହି ରେଳୱେ ସାଇଡିଂ ଚାଲିବାକୁ ଦେଇଥିବା ସମ୍ମତି(ସିଟିଓ) ତାରିଖ ପରେ ମଧ୍ୟ କାର୍ଯ୍ୟକ୍ଷମ ହେଉଥିବା ନେଇ ଅଭିଯୋଗକାରୀ ଏନ୍‌ଜିଟିରେ ତଥ୍ୟ ଦାଖଲ କରିଛନ୍ତି। ଏହାକୁ ଭିତ୍ତିକରି ଏନ୍‌ଜିଟି ପକ୍ଷରୁ ଜୁଡିସିଆଲ ମେମ୍ବର ବି. ଅମିତ ସ୍ଥାଲେକର ଏବଂ ସଭ୍ୟ ଶୈବାଳ ଦାସଗୁପ୍ତା ଆବଶ୍ୟକ ତଦନ୍ତ କରି ରେଲୱେ ସାଇଡିଂରେ ଚାଲିଥିବା ସମସ୍ତ କାର୍ଯ୍ୟକଳାପ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମେସ୍କୋ ବିରୋଧରେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପରିବେଶଗତ କ୍ଷତିପୂରଣ ବାବଦକୁ ଜରିମାନା ଆଦାୟ କରିବାକୁ ଏସ୍‌ପିସିବିକୁ ନିର୍ଦ୍ଦେଶ ହୋଇଛି। ଏହିସବୁ ପଦକ୍ଷେପ ଉପରେ ଏସ୍‌ପିସିବି ଏବଂ ଏସପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀଙ୍କୁ ପରବର୍ତ୍ତୀ ଶୁଣାଣି ୧୫ା୩ା୨୦୨୨ ପୂର୍ବରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି।
ମେସ୍କୋ ଷ୍ଟିଲ ପରିସରରେ ଥିବା ରେଳୱେ ସାଇଡିଂ ବିନା ଅନୁମତିରେ ଚାଲିବା ସଂକ୍ରାନ୍ତରେ ସ୍ଥାନୀୟ ଅଞ୍ଚଳବାସୀ ଏନ୍‌ଜିଟି(ନ୍ୟାଶ୍‌ନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌)ର ଦ୍ୱାରସ୍ଥ ହୋଇଥିଲେ। ଏହି ମର୍ମରେ ଏନ୍‌ଜିଟିରେ ୫୨/୨୦୨୧/ଇଜେଡ୍‌ ଅନୁସାରେ ଏକ ମାମଲା ରୁଜୁ ହୋଇଥିଲା। ୯ା୭ା୨୦୨୧ରେ ଏନ୍‌ଜିଟି ଏହି ମାମଲାର ଶୁଣାଣି କରି ୪ ସପ୍ତାହ ମଧ୍ୟରେ ମେସ୍କୋ ଏବଂ ଜେଏସ୍‌ଡବ୍ଲ୍ୟୁ କମ୍ପାନୀର ପରିଚାଳନା ନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରିବାକୁ ଏସ୍‌ପିସିବିକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ଓଡ଼ିଶା ସରକାର, ଯାଜପୁର ଜିଲାପାଳ, ଏସ୍‌ପିସିବି, କଳିଙ୍ଗନଗର ଅତିରିକ୍ତ ଜିଲାପାଳ, ମେସ୍କୋ ଓ ଜେଏସ୍‌ଡବ୍ଲ୍ୟୁର ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ପାରାଦୀପ ପରିବହନ ପ୍ରାଇଭେଟ ଲିଃକୁ ପକ୍ଷଭୁକ୍ତ କରାଯାଇଛି। ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ଅତି ପ୍ରଦୂଷଣକାରୀ ମେସ୍କୋ ରେଲୱେ ସାଇଡିଂ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଅଭିଯୋଗକାରୀ ପ୍ରତାପ ଜେନା ଏନ୍‌ଜିଟିର ଦ୍ୱାରସ୍ଥ ହୋଇଛନ୍ତି ବୋଲି କହିଛନ୍ତି। ଅଭିଯୋଗ ଅନୁସାରେ ୨୦୨୦ ଜାନୁୟାରୀରୁ ମେସ୍କୋ ଷ୍ଟିଲ କାରଖାନା ବନ୍ଦ ପଡ଼ିଛି। ତେଣୁ ଏସ୍‌ପିସିବିଠାରୁ ପରିବେଶଗତ କିମ୍ବା ଚଳାଇବାକୁ ଅନୁମତି ନ ଥାଇ ରେଲୱେ ସାଇଡିଂକୁ କାର୍ଯ୍ୟକ୍ଷମ କରାଯାଇଥିଲା। ଗତ ଜୁନ ଦ୍ୱିତୀୟ ଓ ତୃତୀୟ ସପ୍ତାହରେ ଏହି ବେଆଇନ ସାଇଡିଂ ଚାଲିଥିବା ସତ୍ତ୍ବେ ଏସ୍‌ପିସିବି ନୀରବ ରହିଥିଲା। ଏପରିକି ୧୧ା୫ା୨୦୨୧ରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ ଉପସ୍ଥିତିରେ ଉକ୍ତ ସାଇଡିଂରେ ଫ୍ଲାଏ ଆଶ୍‌, ସ୍ଲାଗ, କ୍ଲିଙ୍କର, କୋଲ, ଜିପସନ ଆଦି ଅନ୍‌ଲୋଡିଂ କରିବାକୁ ଜେଏସ୍‌ଡବ୍ଲ୍ୟୁ ଲିଜ୍‌ ସୂତ୍ରରେ ନେଇଥିଲା, ଯାହାକି ପରିବେଶ ଅନୁମତି ବିନା ସମ୍ପୂର୍ଣ୍ଣ ଭାବେ ବେଆଇନ ବୋଲି ଅଭିଯୋଗରେ ଦର୍ଶାଯାଇଥିଲା। ଏଭଳି ବିଷାକ୍ତ ସାମଗ୍ରୀ ପରିବହନ ହେଉଥିବା ସାଇଡିଂକୁ ଲାଲ ବର୍ଗ(ରେଡ କ୍ୟାଟେଗୋରୀ) ୟୁନିଟ୍‌ ଭାବେ ଧରାଯାଏ। ତେଣୁ ଏସ୍‌ପିସିବିଠାରୁ ଏହି ୟୁନିଟ୍‌ ସ୍ଥାପନ ଓ ପରିଚାଳନା ଅନୁମତି ନିହାତି ଆବଶ୍ୟକ। ତେବେ ଏନ୍‌ଜିଟିର ମାମଲା ରୁଜୁ ହେବା ପରେ ଏସ୍‌ପିସିବି ପକ୍ଷରୁ ସର୍ତ୍ତମୂଳକ ୬ ମାସ ପାଇଁ ସାଇଡିଂ ଚଳାଇବାକୁ ଅନୁମତି ଦିଆଯାଇଥିଲା। ଇତିମଧ୍ୟରେ ସାଇଡିଂ କର୍ତ୍ତୃପକ୍ଷ ପାଣି ସିଞ୍ଚନ ପଦ୍ଧତି, ଇଟିପି ଆଦି ଆବଶ୍ୟକ ବ୍ୟବସ୍ଥା କରିବାକୁ ଅନୁମତି ପତ୍ରରେ ଏସ୍‌ପିସିବି ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ସାଇଡିଂ କର୍ତ୍ତୃପକ୍ଷ କୌଣସି ବ୍ୟବସ୍ଥା ନ କରି ସାଇଡିଂ ଚଳାଉଥିବା ପୁଣି ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଏନ୍‌ଜିଟି ନିର୍ଦ୍ଦେଶ ଅନୁସାରେ ତଦନ୍ତ କରି ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?