ନିର୍ଣ୍ଣାୟକ ହେବେ ଅଘୋଷିତ ମେଣ୍ଟ

ଯାଜପୁର ଅଫିସ,୭ା୨: ଆଉ ମାତ୍ର ୯ ଦିନ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ନାମାଙ୍କନ ଦାଖଲ ପୂର୍ବରୁ ଲୋକଙ୍କ ମୁହଁରେ କେବଳ ବିଜେଡିର ସ୍ବର ଶୁଭୁଥିଲା। କିନ୍ତୁ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥତ୍ପତ୍ର ଯାଞ୍ଚ ପରେ ସମୀକରଣ ବଦଳି ଯାଇଛି। ଶିକ୍ଷିତ ଓ ବୁଦ୍ଧିଜୀବୀ ଏବେ ନୀରବ ହୋଇ କଳନା କରିବା କଷ୍ଟ ବୋଲି କହୁଛନ୍ତି। ଭୋଟ ସମୟର ୨/୩ ଦିନ ପୂର୍ବରୁ କିଛି କହିହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି। ତେବେ ଜୟ ପରାଜୟର ବ୍ୟବଧାନ ଖୁବ୍‌ କମ୍‌ ରହିବ। ଏହାର କାରଣ ପଚାରିଲେ କୃଷି ପ୍ରତି ଅନ୍ୟାୟ, ଧାନ ମଣ୍ଡି ଖୋଲିବାରେ ବିଳମ୍ବ, ଧାନ ଦଲାଲଙ୍କୁ ପରୋକ୍ଷରେ ଅନୁକମ୍ପା, ମିଲ ମାଲିକଙ୍କୁ ଚାଉଳ ରିସାଇକ୍ଲିଂରେ ସହଯୋଗ, ଗ୍ରାମାଞ୍ଚଳରେ ବିପଦଜ୍ଜନକ ରାସ୍ତାଘାଟ, ଉନ୍ନୟନ ଯୋଜନାରେ ଦୁର୍ନୀତି, ପାନୀୟ ଜଳ ସମସ୍ୟା, ସ୍ଥାନୀୟ ନିଯୁକ୍ତି ପ୍ରସଙ୍ଗ ଭୋଟରଙ୍କ ମୁହଁରୁ ଶୁଣିବାକୁ ମିଳିଛି। ଏହା ଶାସକ ବିଜେଡି ପାଇଁ ଅଡୁଆ ସୃଷ୍ଟି କରିପାରେ। ଏଭଳିସ୍ଥଳେ କେତେଜଣ ଅସନ୍ତୁଷ୍ଟ ବିଜେଡି ନେତା ଭାଜପା ଓ କଂଗ୍ରେସ ସହ ଅଘୋଷିତ ମେଣ୍ଟ କରି ଜିଲାର ୩୧୧ ପଞ୍ଚାୟତରୁ ପ୍ରାୟ ଅଧା ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କୁ ସମର୍ଥନ ଦେଉଥିବା ସୂଚନା ମିଳିଛି। ଏଭଳି ବିଦ୍ରୋହ ଜିଲାର ତୁଙ୍ଗ ନେତାଙ୍କୁ ଅଡୁଆରେ ପକାଇଛି। ଏଣୁ ଯେଉଁମାନେ ବିଦ୍ରୋହୀ ଭାବେ ନିର୍ବାଚନରେ ଠିଆ ହୋଇଛନ୍ତି ସେମାନଙ୍କ ଭୂମିକା ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି।
ବିଜେଡି ଓ ଭାଜପା ମଧ୍ୟରେ ମୁହଁାମୁହିଁ ଟକ୍କର ହେବ ବୋଲି ଆକଳନ କରାଯାଉଥିଲା। ବର୍ତ୍ତମାନ ଏମାନଙ୍କ ସହ ବିଜେଡିର ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ଯୋଡ଼ି ହୋଇଯାଇଛନ୍ତି। ବିଜେଡି ସମର୍ଥିତ ପ୍ରାର୍ଥୀ ବିଭିନ୍ନ ନିର୍ବାଚନୀ ରଣକୌଶଳ ନେଇ ମଇଦାନକୁ ଓହ୍ଲାଇଛନ୍ତି। ତେବେ ସ୍ଥାନୀୟ ନେତାଙ୍କ ଦକ୍ଷତାକୁ ଲୋକେ ବୁଝି ସାରିଛନ୍ତି। କରୋନା କଟକଣା ଯୋଗୁ ପ୍ରଚାର ପରିବେଶ ସେତେଟା ଜମି ନ ଥିଲେ ହେଁ ନିଜ ବନ୍ଧୁବାନ୍ଧବ, ପାଖଲୋକଙ୍କୁ ନିଜ ପଟକୁ ଟାଣିବାକୁ ଆରମ୍ଭ ହୋଇଛି। ପାନ ଦୋକାନ, ଚା ଦୋକାନ, ହୋଟେଲ ଆଦି ସ୍ଥାନରେ ଭୋଟକୁ ନେଇ ଚର୍ଚ୍ଚା ଚାଲିଛି। ସାମାଜିକ ଗଣମାଧ୍ୟମରେ ନିର୍ବାଚନୀ ପରିବେଶ ଉଷ୍ଣ ହୋଇପଡ଼ିଛି। ଭୋଟରଙ୍କୁ ହାତେଇବା ପାଇଁ ପ୍ରାର୍ଥୀମାନେ ତତ୍ପର ହୋଇ ଉଠିଛନ୍ତି। ତେବେ ଏ ପର୍ଯ୍ୟନ୍ତ ଏହି ଜିଲାରେ ୩ ପ୍ରମୁଖ ରାଜନୈତିକ ଦଳର ଷ୍ଟାର କ୍ୟାମ୍ପନର କିମ୍ବା କୌଣସି ହେଭିୱେଟ ନେତାଙ୍କ ପ୍ରଚାର ଦେଖିବାକୁ ମିଳିନାହିଁ।
ବିଜେଡି ବିକାଶମୂଳକ କାର୍ଯ୍ୟକୁ ପାଥେୟ କରି ଭୋଟରଙ୍କୁ ଆପଣାଇବା ପାଇଁ ଉଦ୍ୟମ କରିଚାଲିଛି। ତେବେ ଏଥିରୁ କିଏ ଫାଇଦା ଉଠାଉଛି ତାହା ନିର୍ବାଚନ ଫଳାଫଳରୁ ଜଣାପଡିବ। ସବୁ ବିଜେଡି ନେତାଙ୍କ ପାଇଁ ପଞ୍ଚାୟତ ନିର୍ବାଚନ ଅଗ୍ନି ପରୀକ୍ଷା। ଅନ୍ୟପକ୍ଷେ ଭାଜପା ପୂର୍ବବର୍ଷ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାୱା ଉପରେ ଭରସା ରଖିଛନ୍ତି। କିନ୍ତୁ ଏଥର ପରିସ୍ଥିତି ଯେଭଳି ବଦଳିଛି ସେନେଇ ସ୍ଥାନୀୟ ଭାଜପା ନେତାଙ୍କ ସେତେଟା ନିଘା ନାହିଁ ବୋଲି ଦେଖିବାକୁ ମିଳିଛି। ଏହା ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଉଛି। ବିଶେଷକରି ବ୍ଲକ ଅଧ୍ୟକ୍ଷା/ଅଧ୍ୟକ୍ଷ ଓ ଜିଲା ପରିଷଦ ଜୋନର ଫଳାଫଳକୁ ନେଇ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ। ଏଥିରେ ଅଘୋଷିତ ମେଣ୍ଟର ଭୂମିକା ବହୁଗୁଣରେ ଏଥର ବଢିଛି ବୋଲି ଦେଖିବାକୁ ମିଳିଛି। ଏଥିପାଇଁ ନିଜ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ନେଇ ରଣକୌଶଳ ଆରମ୍ଭ କରିଦେଲେଣି। ଯେଉଁଠି ନିଜ ନିଜ ପକ୍ଷର ଦୁର୍ବଳତା ରହିଛି ସେଠାରେ କିଭଳି ଗୋଟିଚାଳନା କରିବେ ସେ ନେଇ ବୁଝାମଣା ଚାଲିଛି। ତେବେ ଆଗାମୀ ଦିନରେ ସଚେତନ ଜିଲାବାସୀ କାହାକୁ ସମର୍ଥନ କରୁଛନ୍ତି ସେଥିନେଇ ସବୁ ଦଳ ଚିନ୍ତାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?