ବିରୋଧୀଙ୍କ ରଣନୀତି ବିଜେଡିକୁ ଚ୍ୟାଲେଞ୍ଜ

ଜଗତ୍‌ସିଂହପୁର ଅଫିସ,୭ା୨: ଜଗତ୍‌ସିଂହପୁର ଜିଲାରେ ୨୦୧୭ ନିର୍ବାଚନ ବେଳେ ୨୬ଟି ଜିଲା ପରିଷଦ ଜୋନ୍‌ ମଧ୍ୟରୁ କଂଗ୍ରେସ ବାଲିକୁଦା ବ୍ଲକର ୧ନଂ. ଜୋନ୍‌ ଜିତି ଥିଲା। ସେତେବେଳେ ପ୍ରଥମେ ବିଜେଡି ପ୍ରାର୍ଥୀ ଜିତି ଥିବା ପ୍ରଚାର ହୋଇଥିଲା। କିନ୍ତୁ ପରେ କଂଗ୍ରେସ ପ୍ରାର୍ଥୀ ୭୮୩ ଖଣ୍ଡ ଭୋଟ ବ୍ୟବଧାନରେ ଜିତିବା ଖବର ନିଆରା ପରିବେଶ ସୃଷ୍ଟି କରିଥିଲା। ଏବେ ମଧ୍ୟ ଏହି ଜୋନ୍‌ରେ ରାଜନୈତିକ ପରିବେଶ ଉଷ୍ମ ରହିଛି। ଜୋନ୍‌ରେ ବିଜେଡି, ଭାଜପା, କଂଗ୍ରେସ ଓ ବିଏସ୍‌ପି ପକ୍ଷରୁ ପ୍ରାର୍ଥୀ ଦିଆଯାଇଛି। କିନ୍ତୁ କଂଗ୍ରେସ ଓ ବିଜେଡି ମଧ୍ୟରେ କଡ୍ଡା ମୁକାବିଲା ହେଉଥିବା ବେଳେ ଭାଜପା ମଧ୍ୟ ପଛରେ ପଡିନାହିଁ। ବିଜେଡି ଗୋଷ୍ଠୀ କନ୍ଦଳର ଫାଇଦା ନେବାକୁ କଂଗ୍ରେସ ଓ ଭାଜପା ପ୍ରାର୍ଥୀମାନେ ଦମ୍‌ ଲଗାଇ ଦେଇଛନ୍ତି ବୋଲି ରାଜନୈତିକ ବିଶ୍ଳେଷକମାନେ କହିଛନ୍ତି।
ବାଲିକୁଦା ୧ନଂ. ଜୋନ୍‌ ଗତଥର ଅଣସଂରକ୍ଷିତ ଥିଲା। ଏଥର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ଜୋନ୍‌ ଗରାମ, ଇଚ୍ଛାପୁର, ସଂଗ୍ରାମପୁର, କାଳିଓ, କୃଷ୍ଣଦାସପୁର, ଅଳାବୋଳ ଓ ଅରିଲୋ ପଞ୍ଚାୟତକୁ ନେଇ ଗଠିତ। ଗତ ନିର୍ବାଚନରେ ଜୋନ୍‌ରେ ଭୋଟର ସଂଖ୍ୟା ୩୧,୧୭୯ ଥିଲା। କିନ୍ତୁ ଏଥର ଅଧିକ ୧୬୦୦ ଯୋଡି ହୋଇଛନ୍ତି। ଯାହାଦ୍ୱାରା ମୋଟ ଭୋଟର ସଂଖ୍ୟା ୩୨,୭୭୯ରେ ପହଞ୍ଚତ୍ଛି। ୨୦୧୭ ନିର୍ବାଚନ ଫଳାଫଳ ଦେଖିଲେ ଜଣାଯାଏ, ଏହି ଜୋନ୍‌ରୁ କଂଗ୍ରେସ ପ୍ରାର୍ଥୀ ମହନି ଚରଣ ରାଉତଙ୍କୁ ୩୬.୪୩%, ବିଜେଡି ପ୍ରାର୍ଥୀ ରବୀନ୍ଦ୍ର କୁମାର ମହାପାତ୍ରଙ୍କୁ ୩୩.୯୨%, ଭାଜପାର ଅଶେଷ କୁମାର ଘୋଷଙ୍କୁ ୬.୧୨% ଭୋଟ ମିଳିଥିଲା।
ବାଲିକୁଦା ବ୍ଲକ ଅଞ୍ଚଳରେ ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିପାଇଁ ନେତାମାନେ ଚାପରେ ରହୁଛନ୍ତି। କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ୨୦୧୭ ନିର୍ବାଚନ ଫଳାଫଳ ଦୋହରାଇବାକୁ ଉଦ୍ୟମ କରୁଛନ୍ତି। ମାତ୍ର ବାଲିକୁଦା-ଏରସମା ବିଧାୟକ ତଥା ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ପାଇଁ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଣେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଭାଜପା ମଧ୍ୟ ପୂରା ଦମ୍‌ ଲଗାଇ ଦେଇଛି। ତେଣୁ ଉଭୟ ଦଳର ନେତାମାନେ ନୂଆ ରଣନୀତି ଆପଣାଉଛନ୍ତି। ଏଥର କଂଗ୍ରେସରୁ ସ୍ବର୍ଣ୍ଣପ୍ରଭା ଭୋଳ, ବିଜେଡିରୁ ଡଲି ପଣ୍ଡା, ଭାଜପାରୁ ସସ୍ମିତା ସ୍ବାଇଁ ଓ ବିଏସ୍‌ପିରୁ ଗାୟତ୍ରୀ ରାଉତ ପ୍ରାର୍ଥୀ ହୋଇଛନ୍ତି। ଭାଜପା ପ୍ରାର୍ଥୀ ସ୍ବାଇଁ କହିଛନ୍ତି, ତାଙ୍କ ସ୍ବାମୀ ଶୁଭେନ୍ଦୁ ଭୋଳ କୃଷକ ସଙ୍ଗଠନର ଜଣେ ସକ୍ରିୟ କର୍ମକର୍ତ୍ତା। ଭୋଳ ଏହି ଜୋନ୍‌ ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତର ସମିତିସଭ୍ୟ ଥିଲେ। ଅଳାବୋଳ ହେଉଛି ତାଙ୍କ ନିଜ ପଞ୍ଚାୟତ। ଜୋନ୍‌ର ଅଳାବୋଳ ଓ ଅରିଲୋ ପଞ୍ଚାୟତରୁ ଯଥେଷ୍ଟ ଅଧିକ ସମର୍ଥନ ମିଳୁଛି। ସ୍ଥାନୀୟ ସମସ୍ୟା ଓ ପୂର୍ବରୁ ହୋଇଥିବା ଦୁର୍ନୀତିକୁ ସେ ଅସ୍ତ୍ର କରିଛନ୍ତି। ସେ ନୂଆ ମୁହଁ ହୋଇଥିବାରୁ ବର୍ତ୍ତମାନ ସ୍ଥିତିରେ ତାଙ୍କ ସପକ୍ଷରେ ଜନମତ ଅଛି। ୫ଟି ପଞ୍ଚାୟତରେ ପ୍ରଚାର ସରିଥିବାବେଳେ ଅରିଲୋ ଓ କୃଷ୍ଣଦାସପୁରରେ ଖୁବ୍‌ଶୀଘ୍ର ବୁଲି ପ୍ରଚାର କରାଯିବ। ବିଜେଡିର ଗୋଷ୍ଠୀ କନ୍ଦଳ ତାଙ୍କୁ ସୁହାଉଥିବା ସ୍ବାଇଁ କହିଛନ୍ତି। କଂଗ୍ରେସ ନେତା ମହାପାତ୍ର କହିଛନ୍ତି, ଦଳର ସାଙ୍ଗଠନିକ କାର୍ଯ୍ୟ ଜୋରଦାର କରାଯାଇଛି। ଗତଥର କଂଗ୍ରେସ ସମର୍ଥନରେ ଗରାମ, ଇଚ୍ଛାପୁର ଓ କୃଷ୍ଣଦାସପୁର ସରପଞ୍ଚ ପ୍ରାର୍ଥୀମାନେ ଜିତିଥିଲେ। ସଂଗ୍ରାମପୁର ସମିତି ସଭ୍ୟ ପ୍ରାର୍ଥୀ ମଧ୍ୟ ବିଜୟୀ ହୋଇଥିଲେ। ସେମାନେ ଅଞ୍ଚଳର ଅନେକ ସମସ୍ୟାର ସମାଧାନ କରି ଦଳୀୟ ଭାବମୂର୍ତ୍ତି ଅକ୍ଷୁଣ୍ଣ ରଖିଛନ୍ତି। ଗତଥରର ଜିଲା ପରିଷଦ ସଭ୍ୟ ରାଉତ ନିରନ୍ତର ଭାବେ ଲୋକ ସମ୍ପର୍କରେ ଥିଲେ। ଅନ୍ୟପକ୍ଷେ ସମସ୍ତ ପଞ୍ଚାୟତରେ ବିଜେଡିରୁ ଏକାଧିକ ଅସନ୍ତୁଷ୍ଟ ପ୍ରାର୍ଥୀ ଥିବାରୁ କଂଗ୍ରେସ ସପକ୍ଷରେ ଜନମତ ଆସିବ। ଗରାମ, ଅରିଲୋ, ଇଚ୍ଛାପୁର, ସଂଗ୍ରାମପୁର ଓ କୃଷ୍ଣଦାସପୁର ପଞ୍ଚାୟତରେ ଅଧିକ ଭଲ ସ୍ଥିତି ରହିଥିବା ମହାପାତ୍ର କହିଛନ୍ତି। ବିଜେଡି ପ୍ରାର୍ଥୀ ପଣ୍ଡା କହିଛନ୍ତି, ୨୦୦୨ ନିର୍ବାଚନରେ ସେ ଜିଲା ପରିଷଦ ସଭ୍ୟା ଥିଲେ। ଗତଥର ତାଙ୍କ ସ୍ବାମୀ ମହାପାତ୍ର ଏହି ଜୋନ୍‌ରୁ ବିଜେଡି ପ୍ରାର୍ଥୀ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି, ବିଜେଡିର ସାଙ୍ଗଠନିକ କାମ ତାଙ୍କୁ ବେଶ୍‌ ସହାୟତା କରୁଛି। ସବୁ ପଞ୍ଚାୟତରେ ସମର୍ଥନ ବଢୁଥିବା ବେଳେ ଗରାମରେ ଅଧିକ ଭଲ ସ୍ଥିତି ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?