ଲୁଣା କରାଣ୍ଡିଆ ଦ୍ୱୀପାଞ୍ଚଳରେ ତଟବନ୍ଧ ନାହିଁ

କେନ୍ଦ୍ରାପଡ଼ା ଅଫିସ,୭ା୨: ଲୁଣା କରାଣ୍ଡିଆରେ ୫ ପଞ୍ଚାୟତର ୧୩ ଗାଁ ଅଛି। ନଦୀ ତଟକ୍ଷୟ ଯୋଗୁ ଉପରୋକ୍ତ ଗ୍ରାମକୁ ବନ୍ୟାଜଳ ମାଡ଼ି ଆସୁଛି। ନଦୀବନ୍ଧରେ ପଥର ପ୍ୟାକିଂ ପାଇଁ ଦୀର୍ଘଦିନରୁ ଦାବି ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ପଦକ୍ଷେପ ନିଆଯାଇ ନ ଥିବାରୁ ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଓ ଭୋଟରଙ୍କ ପାଇଁ ମୁଖ୍ୟ ପ୍ରସଙ୍ଗ ହୋଇଛି। ଶାସକ ଦଳ ପ୍ରତିଶ୍ରୁତି ରକ୍ଷା କରୁ ନ ଥିବାରୁ ଭୋଟର କ୍ଷୋଭ ପ୍ରକାଶ କରିଛନ୍ତି।
ଲୁଣା ଓ କରାଣ୍ଡିଆ ଦ୍ୱୀପାଞ୍ଚଳ ଗରଦପୁର, ମାର୍ଶାଘାଇ ଓ ଡେରାବିଶ ବ୍ଲକ ଅଧୀନରେ ଅଛି। ଉପରୋକ୍ତ ବ୍ଲକର ବଙ୍ଗାଳପୁର, ଜଳପୋକ, ଆଇତିପୁର, ବସୁପୁର ଓ ଇନ୍ଦାଳୋ ପଞ୍ଚାୟତ ଦ୍ୱୀପାଞ୍ଚଳରେ ଥିବାବେଳେ ଜିଲାର ଲୁଣା ଓ କରାଣ୍ଡିଆ ନଦୀ ପ୍ରତି ଗ୍ରାମକୁ ଛୁଇଁଛି। ନଦୀବନ୍ଧ ନ ଥିବାରୁ ପ୍ରତିବର୍ଷ ବନ୍ୟା ଗାଁ ଭିତରକୁ ପଶି ଯାଉଥିବା ସ୍ଥାନୀୟ ଅଞ୍ଚଳର ମହାଦେବ ସ୍ବାଇଁ, ଉତ୍ତମ କୁମାର ସାମଲ, ପ୍ରତ୍ୟୁଷ କୁମାର ନାୟକ କହିଛନ୍ତି। ସେମାନେ କହିଛନ୍ତି, ସାମାନ୍ୟ ବନ୍ୟାଜଳ ଚାଷ ନଷ୍ଟ କରୁଛି। ୧୦ ବର୍ଷ ମଧ୍ୟରେ ବହୁ ଚାଷ କ୍ଷେତ ବାଲିଚରରେ ପରିଣତ ହୋଇଛି। ଏହି ଦୁଇ ନଦୀର ବନ୍ଧ ଦୁର୍ବଳ ହୋଇଥିବାରୁ ମାଟି ଧସୁଛି। କେତେକ ସ୍ଥାନରେ ବନ୍ଧ ଭୁଶୁଡି ଗ୍ରାମର ଘରଗୁଡ଼ିକ ନଦୀ ଗର୍ଭକୁ ଚାଲିଯାଇଛି। ଏହି ସମସ୍ୟାର ସମାଧାନ ପାଇଁ ଜଳସମ୍ପଦ ବିଭାଗଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟିକାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହାସତ୍ତ୍ୱେ ନଦୀବନ୍ଧ ନିର୍ମାଣକୁ ଗୁରୁତ୍ୱ ଦିଆଯାଉନାହିଁ। ପ୍ରତି ନିର୍ବାଚନରେ ସ୍ଥାନୀୟ ଅଞ୍ଚଳରେ ସମସ୍ୟା ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ମିଳୁଛି। ତେବେ ଚଳିତ ନିର୍ବାଚନରେ ୧୫ କିଲୋମିଟର ଲମ୍ବର ଏହି ନଦୀବନ୍ଧ ନିର୍ମାଣକୁ ଅଞ୍ଚଳର ପ୍ରାୟ ୧୮ ହଜାର ଭୋଟର ଗୁରୁତ୍ୱ ଦେଇଛନ୍ତି। ପଞ୍ଚାୟତ ଓ ଜୋନସ୍ତରୀୟ ପ୍ରାର୍ଥୀଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଯାଉଛି। ୨୪ ନଂ. ଜୋନ୍‌ ସଭ୍ୟ ପ୍ରାର୍ଥୀ ମାଧବ ଚରଣ ନାୟକ କହିଛନ୍ତି, ଶାସକ ଦଳର ଏପରି କାର୍ଯ୍ୟ ସମ୍ପର୍କରେ ବିଭିନ୍ନ ସମୟରେ ସ୍ବର ଉଠାଇଛି। ଦ୍ୱୀପାଞ୍ଚଳବାସୀଙ୍କ ସମସ୍ୟା ପ୍ରତି ଅଦ୍ୟାବଧି ଜନପ୍ରତିନିଧି ଗୁରୁତ୍ୱ ଦେଇନାହାନ୍ତି। ବିଜେଡି ପ୍ରାର୍ଥୀ ପ୍ରମୋଦ ରଥ କହିଛନ୍ତି, ସରକାର ଲୁଣା ଓ କରାଣ୍ଡିଆ ନଦୀବନ୍ଧ ଉନ୍ନତୀକରଣ ସହ ଦ୍ୱୀପାଞ୍ଚଳର ବିକାଶ ପାଇଁ ଉନ୍ନୟନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ନଦୀବନ୍ଧରେ ପଥର ପ୍ୟାକିଂ କାମ ଶୀଘ୍ର ଆରମ୍ଭ ହେବ ବୋଲି ସ୍ଥାନୀୟ ଭୋଟର ଜାଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri