ଲୁଣା କରାଣ୍ଡିଆ ଦ୍ୱୀପାଞ୍ଚଳରେ ତଟବନ୍ଧ ନାହିଁ

କେନ୍ଦ୍ରାପଡ଼ା ଅଫିସ,୭ା୨: ଲୁଣା କରାଣ୍ଡିଆରେ ୫ ପଞ୍ଚାୟତର ୧୩ ଗାଁ ଅଛି। ନଦୀ ତଟକ୍ଷୟ ଯୋଗୁ ଉପରୋକ୍ତ ଗ୍ରାମକୁ ବନ୍ୟାଜଳ ମାଡ଼ି ଆସୁଛି। ନଦୀବନ୍ଧରେ ପଥର ପ୍ୟାକିଂ ପାଇଁ ଦୀର୍ଘଦିନରୁ ଦାବି ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ପଦକ୍ଷେପ ନିଆଯାଇ ନ ଥିବାରୁ ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଓ ଭୋଟରଙ୍କ ପାଇଁ ମୁଖ୍ୟ ପ୍ରସଙ୍ଗ ହୋଇଛି। ଶାସକ ଦଳ ପ୍ରତିଶ୍ରୁତି ରକ୍ଷା କରୁ ନ ଥିବାରୁ ଭୋଟର କ୍ଷୋଭ ପ୍ରକାଶ କରିଛନ୍ତି।
ଲୁଣା ଓ କରାଣ୍ଡିଆ ଦ୍ୱୀପାଞ୍ଚଳ ଗରଦପୁର, ମାର୍ଶାଘାଇ ଓ ଡେରାବିଶ ବ୍ଲକ ଅଧୀନରେ ଅଛି। ଉପରୋକ୍ତ ବ୍ଲକର ବଙ୍ଗାଳପୁର, ଜଳପୋକ, ଆଇତିପୁର, ବସୁପୁର ଓ ଇନ୍ଦାଳୋ ପଞ୍ଚାୟତ ଦ୍ୱୀପାଞ୍ଚଳରେ ଥିବାବେଳେ ଜିଲାର ଲୁଣା ଓ କରାଣ୍ଡିଆ ନଦୀ ପ୍ରତି ଗ୍ରାମକୁ ଛୁଇଁଛି। ନଦୀବନ୍ଧ ନ ଥିବାରୁ ପ୍ରତିବର୍ଷ ବନ୍ୟା ଗାଁ ଭିତରକୁ ପଶି ଯାଉଥିବା ସ୍ଥାନୀୟ ଅଞ୍ଚଳର ମହାଦେବ ସ୍ବାଇଁ, ଉତ୍ତମ କୁମାର ସାମଲ, ପ୍ରତ୍ୟୁଷ କୁମାର ନାୟକ କହିଛନ୍ତି। ସେମାନେ କହିଛନ୍ତି, ସାମାନ୍ୟ ବନ୍ୟାଜଳ ଚାଷ ନଷ୍ଟ କରୁଛି। ୧୦ ବର୍ଷ ମଧ୍ୟରେ ବହୁ ଚାଷ କ୍ଷେତ ବାଲିଚରରେ ପରିଣତ ହୋଇଛି। ଏହି ଦୁଇ ନଦୀର ବନ୍ଧ ଦୁର୍ବଳ ହୋଇଥିବାରୁ ମାଟି ଧସୁଛି। କେତେକ ସ୍ଥାନରେ ବନ୍ଧ ଭୁଶୁଡି ଗ୍ରାମର ଘରଗୁଡ଼ିକ ନଦୀ ଗର୍ଭକୁ ଚାଲିଯାଇଛି। ଏହି ସମସ୍ୟାର ସମାଧାନ ପାଇଁ ଜଳସମ୍ପଦ ବିଭାଗଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟିକାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହାସତ୍ତ୍ୱେ ନଦୀବନ୍ଧ ନିର୍ମାଣକୁ ଗୁରୁତ୍ୱ ଦିଆଯାଉନାହିଁ। ପ୍ରତି ନିର୍ବାଚନରେ ସ୍ଥାନୀୟ ଅଞ୍ଚଳରେ ସମସ୍ୟା ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ମିଳୁଛି। ତେବେ ଚଳିତ ନିର୍ବାଚନରେ ୧୫ କିଲୋମିଟର ଲମ୍ବର ଏହି ନଦୀବନ୍ଧ ନିର୍ମାଣକୁ ଅଞ୍ଚଳର ପ୍ରାୟ ୧୮ ହଜାର ଭୋଟର ଗୁରୁତ୍ୱ ଦେଇଛନ୍ତି। ପଞ୍ଚାୟତ ଓ ଜୋନସ୍ତରୀୟ ପ୍ରାର୍ଥୀଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଯାଉଛି। ୨୪ ନଂ. ଜୋନ୍‌ ସଭ୍ୟ ପ୍ରାର୍ଥୀ ମାଧବ ଚରଣ ନାୟକ କହିଛନ୍ତି, ଶାସକ ଦଳର ଏପରି କାର୍ଯ୍ୟ ସମ୍ପର୍କରେ ବିଭିନ୍ନ ସମୟରେ ସ୍ବର ଉଠାଇଛି। ଦ୍ୱୀପାଞ୍ଚଳବାସୀଙ୍କ ସମସ୍ୟା ପ୍ରତି ଅଦ୍ୟାବଧି ଜନପ୍ରତିନିଧି ଗୁରୁତ୍ୱ ଦେଇନାହାନ୍ତି। ବିଜେଡି ପ୍ରାର୍ଥୀ ପ୍ରମୋଦ ରଥ କହିଛନ୍ତି, ସରକାର ଲୁଣା ଓ କରାଣ୍ଡିଆ ନଦୀବନ୍ଧ ଉନ୍ନତୀକରଣ ସହ ଦ୍ୱୀପାଞ୍ଚଳର ବିକାଶ ପାଇଁ ଉନ୍ନୟନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ନଦୀବନ୍ଧରେ ପଥର ପ୍ୟାକିଂ କାମ ଶୀଘ୍ର ଆରମ୍ଭ ହେବ ବୋଲି ସ୍ଥାନୀୟ ଭୋଟର ଜାଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri