ପାଣି ପାଇଁ ୨୦୦ ପରିବାର ହଇରାଣ

ଆରଡ଼ି, ୮।୨(ଡି.ଏନ.ଏ.) ଦୁଇମାସ ହେଲା ସରକାରୀ ନଳକୂପ ଭାଙ୍ଗିଯାଇଛି। ଆଉ ଦୁଇଦିନ ହେବ ମୋଟର ପୋଡ଼ିଯିବା ଯୋଗୁ ପ୍ରକଳ୍ପ ପାଣି ମଧ୍ୟ ମିଳିପାରୁନି। ଫଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତର ୯ ଓ ୧୦ ନଂ. ଓ୍ବାର୍ଡର ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ପରିବାର। ଆଖଣ୍ଡଳମଣି ପୀଠ ପରିସରରେ ଉକ୍ତ ନଳକୂପ ଥିବାବେଳେ ଅଚଳ ଯୋଗୁ ଆସୁଥିବା ଶ୍ରଦ୍ଧାଳୁମାନେ ମଧ୍ୟ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୋମବାର ଥିବାରୁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। ଜଳ ସଙ୍କଟ ଦେଖାଯିବାକୁ ନେଇ ସ୍ଥାନୀୟ ଅଧିବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ମୋଟର ପୋଡ଼ି ଯାଇଥିଲେ ବି ଜାଣିଶୁଣି ଅଚଳ ନଳକୂପ ମରାମତି କରାଯାଉନି କି ନୂଆ ମୋଟର ଲଗାଯାଉ ନ ଥିବା ସେମାନେ କହିଛନ୍ତି। ଲୋକେ ୨୦୦ ମିଟର ଦୂରରେ ଥିବା ପାଣିକଳରୁ ବହୁ କଷ୍ଟରେ ପାଣି ଆଣୁଛନ୍ତି। ଏଠାକାର କେତେଜଣ ନେତାଙ୍କ ଇଙ୍ଗିତରେ ସମସ୍ୟା ସମାଧାନ କରାଯାଉ ନ ଥିବା କହିଛନ୍ତି ସ୍ଥାନୀୟ ଭାଜପା ନେତା ସମର ପାଢ଼ୀ। ମଙ୍ଗଳବାର ସୁଦ୍ଧା ଜଳ ସଙ୍କଟ ଦୂର ନ ହେଲେ ଆନ୍ଦୋଳନ କରାଯିବ ବୋଲି ଓ୍ବାର୍ଡମେମ୍ବର ଆର୍ତ୍ତବନ୍ଧୁ ପାଢ଼ୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସନାତନ ସିଂଙ୍କୁ ପଚାରିବାରୁ ମଙ୍ଗଳବାର ପୋଡ଼ି ଯାଇଥିବା ମୋଟର ସ୍ଥାନରେ ନୂଆ ଲଗାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ୟ ପର୍ଯ୍ୟାୟରେ ୩୯,୮୮୪ ଛାତ୍ରୀଛାତ୍ର ମନୋନୀତ

ଭୁବନେଶ୍ୱର, ୧୮।୯(ବ୍ୟୁରୋ): ରାଜ୍ୟର ଡିଗ୍ରୀ କଲେଜଗୁଡ଼ିକରେ ଯୁକ୍ତ୩ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଶନିବାର ପ୍ରକାଶ ପାଇଛି। ମୋଟ ୩୯,୮୮୪ଜଣ ଛାତ୍ରୀଛାତ୍ର ମନୋନୀତ...

ଗୁଣିଆ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା

ମାଲକାନଗିରି,୯ା୮(ଡି.ଏନ.ଏ/ସ୍ବ.ପ୍ର.)-ମାଲକାନଗିରି ସଦର ଥାନା ତୁମସାପାଲି ଗ୍ରାମରେ ଗୁଣିଆ ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ଶନିବାର ରାତିରେ ହତ୍ୟା କରାଯାଇଛି। ତାଙ୍କ ନାମ ମୁକା ମାଡକାମୀ (୫୫)। ସେ...

ରାଜଧାନୀରେ ଭୟଙ୍କର ବିସ୍ଫୋରଣ : ପେଟ୍ରୋଲ ପମ୍ପରେ ଲାଗିଲା ନିଆଁ

ଭୁବନେଶ୍ୱର,୭ା୧୦(ବ୍ୟୁରୋ): ବୁଧବାର ଅପରାହ୍ନରେ ରାଜଭବନ ଛକସ୍ଥିତ ଏକ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ଘଟି ନିଆଁ ଲାଗିଯାଇଛି। ନିଆଁର ଭୟାବହତା ଏତେ ଯେ ଏହା ଆକାଶ...

ଭାଜପା ରାଜ୍ୟ ସଭାପତି ପଦକୁ ନେଇ ଚର୍ଚ୍ଚା:ଗୋଷ୍ଠୀବାଦ ନା ଯୋଗ୍ୟତାକୁ ଗୁରୁତ୍ୱ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ଭାଜପାର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଜାନୁୟାରୀ ପୂର୍ବରୁ ଶେଷ ହେବ। ବୁଥ୍‌ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ସବୁଠି ଦଳ ନିଜର ନେତୃତ୍ୱ ପରିବର୍ତ୍ତନ...

ର଼୍ୟାଗିଂ: ୩ୟ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର,୪ା୭(ବ୍ୟୁରୋ): ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକ ର଼୍ୟାଗିଂ ମୁକ୍ତ ହୋଇପାରୁନାହିଁ। ସିନିୟରଙ୍କ ନିର୍ଯାତନାରେ ବହୁ ଛାତ୍ରୀଛାତ୍ରଙ୍କ କେବଳ ଭବିଷ୍ୟତ ନଷ୍ଟ ହେଉନି, ବରଂ ଅକାଳରେ ଜୀବନ ମଧ୍ୟ ଯାଉଛି।...

ଅଂଶୁଘାତ ମୁକାବିଲା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ: ତୁରନ୍ତ ଅଚଳ ନଳକୂପ, ପାନୀୟ ଜଳ ପ୍ରକଳ୍ପ ମରାମତି କରିବାକୁ ପରାମର୍ଶ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେଲାଣି। ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ, ପଶ୍ଚିମ ଏବଂ...

ପକ୍ଷୀ ଗଣନା ଆରମ୍ଭ

ଭୁବନେଶ୍ୱର, ୪ା୧(ବ୍ୟୁରୋ): ସାରା ରାଜ୍ୟର ବିଭିନ୍ନ ବନଖଣ୍ଡରେ ଶୁକ୍ରବାରଠାରୁ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ ୨୫ ଟିମ୍‌ ଗଠିତ ହୋଇଛି। ଟିମ୍‌ରେ ବନବିଭାଗ...

କୁମ୍ଭୀର ଆତଙ୍କରେ ଯମୁନା ନଦୀ କୂଳବାସୀ

ଯାଜପୁର ଅଫିସ,୧୫ା୬: ଯାଜପୁର ଜିଲା ଦେଇ ପ୍ରବାହିତ ଖରସ୍ରୋତାର ଶାଖା ଯମୁନା ନଦୀ କୂଳବାସୀ ଗତ ୮ ମାସ ହେବ କୁମ୍ଭୀର ଆତଙ୍କରେ ରହିଛନ୍ତି। ଯାଜପୁର...

Advertisement
Archives

Model This Week