ହତ୍ୟା ପରେ ଦେଇଥିଲେ ଦୁର୍ଘଟଣା ରୂପ

ଜମନକିରା,୮ା୨(ଡି.ଏନ.ଏ.): ଯୁବକଙ୍କୁ ହତ୍ୟା ପରେ ଦୁର୍ଘଟଣାର ରୂପ ଦିଆଯାଇଥିବା ଅଭିଯୋଗରେ ଜମନକିରା ଥାନା ପୋଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଥାନା ଆଇଆଇସି ପ୍ରେମଜିତ ଦାସ ପ୍ରକାଶ କରିଛନ୍ତି। ଗିରଫ ଅଭିଯୁକ୍ତ ହେଲେ ଧୁଡ଼ିପାଲି ପଞ୍ଚାୟର ପୂର୍ଣ୍ଣ ରୋହିଦାସ(୫୫), ସମ୍ବଲପୁର ଜିଲା କତରବଗା ଥାନା ଲଙ୍ଗାବାହାଲ ଗ୍ରାମର ଅଗସ୍ତୀ ରୋହିଦାସ (୩୧) ଓ ରବୀନ୍ଦ୍ର ସୁନାନୀ (୩୭)। ଏ ନେଇ ଜମନକିରା ଥାନାରେ ଏକ ମାମଲା (ନଂ.୨୭୯/୨୨) ରୁଜୁ କରାଯାଇଛି।

ପୋଲିସ ସୂଚନା ମୁତାବକ, ଗତ ଜାନୁୟାରୀ ୧୭ରେ ଫାଶିମାଲ ପଞ୍ଚାୟତ ପୁକୁଡ଼ା ଗଁାର ରାଜୀବ ନାୟକ କୁଚିଣ୍ଡାରୁ ଫେରୁଥିବା ବେଳେ ଗରିଆବାହାଲ ନାଳ ପାଖ ରାସ୍ତାରେ ଝାରସୁଗୁଡ଼ା ଜିଲା ବନହରପାଲି ଥାନା କର୍ପାବାହାଲ ଗଁାର ଜିତେନ୍ଦ୍ର ଗୌଟିଆ (୩୪) ଦୁର୍ଘଟଣାରେ ଗୁରୁତର ହୋଇପଡ଼ିଥିବା ଦେଖିଥିଲେ। ନିକଟରେ ଏକ ବାଇକ୍‌ (ସିଜି୧୪ଏମ୍‌ଏଫ୍‌-୫୦୯୬) ମଧ୍ୟ ପଡ଼ିଥିଲା। ରାଜୀବ ଏକ ଆମ୍ବୁଲାନ୍ସ ଡାକି ତାଙ୍କୁ କୁଚିଣ୍ଡା ଡାକ୍ତରଖାନା ପଠାଇଥିଲେ। ତେବେ ସେଠାରେ ଡାକ୍ତର ଜିତେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ପରେ ଜମନକିରା ଥାନା ପକ୍ଷରୁ ଏଏସ୍‌ଆଇ ତ୍ରିବେଣୀ ପଧାନ କୁଚିଣ୍ଡା ଯାଇ ତଦନ୍ତ ପରେ ଏହା ଏକ ହତ୍ୟା ଘଟଣା ବୋଲି ଜଣାପଡିଥିଲା।

ଜିତେନ୍ଦ୍ର କୁଆଡ଼େ ଏକ ପିତ୍ତଳ ହାତୀ ରଖିଥିଲେ ଓ ଏହା ଚାଲୁଥିଲା। ଜିତେନ୍ଦ୍ର ଏକଥା କହି ପୂର୍ଣ୍ଣଙ୍କ ସହିତ କୋଟିଏ ଟଙ୍କାରେ ମୂଲଚାଲ କରି ଅଗ୍ରିମ କିଛି ଟଙ୍କା ଦେଇଥିବା ପୂର୍ଣ୍ଣ ପ୍ରକାଶ କରିଛନ୍ତି। ହାତୀଟି ଚାଲୁ ନ ଥିବା ଜାଣିବା ପରେ ପୂର୍ଣ୍ଣ ଦେଇଥିବା ଟଙ୍କା ଫେରସ୍ତ ମାଗିଥିଲେ। ଦିନ ଗଡାଇ ଚାଲିବାରୁ ପୂର୍ଣ୍ଣ ଯୋଜନା କରି ଜିତେନ୍ଦ୍ରଙ୍କୁ ନିଜ ଗାଁ ଲିଙ୍ଗାପାଲିକୁ ଡାକିଥିଲେ। ଏହାପରେ ନିଜ ସମ୍ପର୍କିୟ ଅଗସ୍ତୀ ଓ ରବୀନ୍ଦ୍ରଙ୍କୁ ଡାକି ଜିତେନ୍ଦ୍ରଙ୍କ ହତ୍ୟା କରି ଫାଶିମାଲ ଗରିଆବାହାଲ ପୋଲ ନିକଟରେ ଦୁର୍ଘଟଣାର ରୂପ ଦେଇଥିବା ଅଭିଯୁକ୍ତମାନେ ପୋଲିସ ଆଗରେ ସ୍ବିକାର କରିଛନ୍ତି। ପୋଲିସ ତାଙ୍କଠାରୁ ଏକ ପ୍ଲାଷ୍ଟିକ ରଶି, ଏକ ପିତ୍ତଳର ହାତୀ, ମୋବାଇଲ ଫୋନ, ୨ଟି ବାଇକ୍‌ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ପ୍ରଶଂସା କଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ,୨୫ା୫: ଭାରତ ଗସ୍ତରେ ଆସିଥିବା ଆମେରିକା ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରୁଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ହଠାତ୍‌…

ଭାରତକୁ ଟାର୍ଗେଟ କରାଯାଇନି: ରୁବିଓ

ନୂଆଦିଲ୍ଲୀ,୨୫ା୫(ପି.ଟି.): ଭାରତ ଓ ଆମେରିକା ମଧ୍ୟରେ ବହୁପ୍ରତୀକ୍ଷିତ ବାଣିଜ୍ୟ ଚୁକ୍ତିନାମା ଖୁବ୍‌ଶୀଘ୍ର ଚୂଡ଼ାନ୍ତ ହେବାକୁ ଯାଉଛି, ଯାହା ଉଭୟ ଦେଶ ପାଇଁ ଲାଭଦାୟକ ଏବଂ ସ୍ଥାୟୀ ହେବ…

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଶୁଭାରମ୍ଭ; ଜଳ କଳସଯାତ୍ରାରେ ସହସ୍ରାଧିକ ଶ୍ରଦ୍ଧାଳୁ ସାମିଲ, ସୋମବାରଠୁ ଶତରୁଦ୍ର ମହାଯଜ୍ଞ 

ଦିଗପହଣ୍ଡି,୨୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri