୭ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ଉମରକୋଟ, ୮।୨(ସ୍ବ.ପ୍ର.): ହତ୍ୟା ମାମଲାରେ ୭ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି ଉମରକୋଟ ଅତିରିକ୍ତ ଜିଲା ଦୌରାଜଜ୍‌ ସୁନୀଲ କୁମାର ଦାସ। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ୍‌ଦଣ୍ଡ ଭୋଗିବେ ବୋଲି ରାୟରେ ପ୍ରକାଶ ପାଇଛି। ୨୩ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଉମରକୋଟ ଅତିରିକ୍ତ ଜିଲା ଦୌରା ଜଜ୍‌ ଏହି ରାୟ ଶୁଣାଇଛନ୍ତି। ଅଭିଯୁକ୍ତମାନେ ହେଲେ ଡମ୍ବୁରୁ ଭତ୍ରା, ମୋନାହର ଭତ୍ରା, ରାଜୁ ଭତ୍ରା, ମନୋଜ ଭତ୍ରା, ଧନୀରାମ ଭତ୍ରା, ମଦନସିଂ ବିନ୍ଧାଣୀ, ସମାରୁ ଗୌଡ଼। ମୃତ ମାନସିଂଙ୍କ ପକ୍ଷରୁ ସରକାରୀ ଓକିଲ ଝାଡ଼େଶ୍ୱର ମହାନ୍ତି କେସ୍‌ ପରିଚାଳନା କରୁଥିଲେ।

ସୂଚନା ଅନୁଯାୟୀ ଡାବୁଗାଁ ଥାନା ଅଧୀନ କେନ୍ଦୁଗୁଡ଼ା ଗ୍ରାମର ମାନସିଂ ବିନ୍ଧାଣୀଙ୍କ ଜମିରେ ଏକ ବିଯା ଗଛ ଥିଲା। ଏହାକୁ କାଟିବା ପାଇଁ ସେ ଯୋଜନା କରିଥିଲେ। କିନ୍ତୁ ଅଭିଯୁକ୍ତମାନେ ଏହାକୁ ବିରୋଧ କରି ତାଙ୍କୁ ହତ୍ୟା ଧମକ ଦେଉଥିଲେ। ୨୧ ମାର୍ଚ୍ଚ ୨୦୧୬ରେ ମାନ ସିଂ, ସ୍ତ୍ରୀ ଡାଳିମ୍ବ ଓ ଶାଳୀ କାନ୍ଦିରି ବିନ୍ଧାଣୀ ନିକଟସ୍ଥ ଖୁଟୁଗୁଡା ଗ୍ରାମକୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୭ଟାରେ କେନ୍ଦୁଗୁଡା ଓ ଖୁଟୁଗୁଡା ଗ୍ରାମ ମଝିରେ ଥିବା ଏକ ପୋଲ ତଳେ ଅଭିଯୁକ୍ତମାନେ ଲୁଚିଥିଲେ। ମାନସିଂ, ଡାଳିମ୍ବ ଓ କାନ୍ଦିରି ସେଠାରେ ପହଞ୍ଚତ୍ବା ପରେ ଅଭିଯୁକ୍ତମାନେ ଟାଙ୍ଗିଆ ଓ ଠେଙ୍ଗାରେ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ମାନସିଂଙ୍କ ମୃତ୍ୟୁ ହୋଇଯାଇଥିଲା। ସ୍ତ୍ରୀ ଡାଳିମ୍ବ ଗୁରୁତର ହୋଇଥିଲେ। କିନ୍ତୁ କାନ୍ଦିରି ପ୍ରାଣ ବିକଳରେରେ ଦୌଡ଼ି ପଳାଇଥିଲେ। ମୃତ ମାନସିଂଙ୍କ ଭାଇ ରବିସିଂ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ଉକ୍ତ ଏତଲା ଆଧାରରେ ଅଭିଯୁକ୍ତମାନଙ୍କୁ ଧରି ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଇଖାନା ଟାଙ୍କି ପାଇପ୍‌ ଦେଇ ଖସିଯାଇଥିଲେ କଏଦୀ…

ଭଦ୍ରକ ଅଫିସ,୨୦।୧୧ ଜେଲରୁ ବିଚାରାଧୀନ ଜଣେ କଏଦୀ ପାଇଖାନା ଟାଙ୍କି ପାଇପ ଦେଇ ଖସି ଯାଉଥିଲେ। ଏହି ସମୟରେ ଜଣେ ସୁରକ୍ଷା କର୍ମୀ ତାଙ୍କୁ କାବୁ...

କୋହଳ ପରବର୍ତ୍ତୀ ପରିସ୍ଥିତି ପାଇଁ ପ୍ରସ୍ତୁତ ରୁହ

କଟକ ଅଫିସ୍‌,୧୭ା୪: ରାଜ୍ୟରେ ଲକ୍‌ଡାଉନ୍‌ ସ୍ଥିତିର ସମୀକ୍ଷା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ଗୁରୁବାର ସେ ଏନେଇ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ ଯଥା...

ଏମ୍‌କେସିଜିରେ ପ୍ଲେଟ୍‌ଲେଟ୍‌ ଅଭାବ, ନେଗେଟିଭ୍‌ ଗ୍ରୁପ୍‌ ଖାଲି

ବ୍ରହ୍ମପୁର ଅଫିସ,୨।୧୦:  ଗଞ୍ଜାମ ଜିଲାରେ ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଚାଲିଛି। ଗତ ଦୁଇ ଦିନରେ ଜଣେ ୧୧ ମାସର ଶିଶୁ ସମେତ...

କଟକରୁ ଆଜି ୨୧୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୬।୯-କଟକ ସହରରୁ ଆଜି ଆଉ ୨୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୨୯ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୯୮...

ମୃତଦେହରୁ ଆଖି ଗାଏବ ଘଟଣା: ଅଭିଯୋଗ ସଙ୍ଗିନ, ବଢ଼ାଇଲା ହୃତ୍‌ସ୍ପନ୍ଦନ

ଅନୁଗୋଳ ଅଫିସ, ୨୦।୭ – ବାରମ୍ବାର ବିବାଦ ଘେରକୁ ଆସୁଛି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ। କେତେବେଳେ ପରିଚାଳନାଗତ ଅବ୍ୟବସ୍ଥା ତ ଆଉ କେତେବେଳେ ରୋଗୀ...

ବହୁ ମେଶିନ ଅଚଳ: ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ

କଟକ ଅଫିସ,୭ା୩: ଏସ୍‌ସିବି ମେଡିକାଲରେ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଥିବା ଅନେକ ମେଶିନ ଅଚଳ ହୋଇପଡ଼ିଛି। ଦିନବେଳା ପରୀକ୍ଷାଗାରଗୁଡିକରେ ତାଲା ପଡିରହୁଛି। କିଛି ପରୀକ୍ଷାଗାର...

ବାଲି ଲୁଟ୍‌ର ତଦନ୍ତ ଆରମ୍ଭ

ଯାଜପୁର ଅଫିସ/କୋରେଇ/ପାଣିକୋଇଲି(ଡି.ଏନ.ଏ.),୧୯।୬: ଯାଜପୁର ଜିଲା ବ୍ୟାସନଗର ତହସିଲ ଅନ୍ତର୍ଗତ ଖରସ୍ରୋତା ନଦୀର ମସୁଦପୁର ମୌଜାରେ ବେଆଇନ ବାଲି ଖାଦାନ ଅଭିଯୋଗ ସଂକ୍ରାନ୍ତରେ ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ)ଙ୍କ...

‘ନବଜୀବନପୁର’ର ନବକଳେବର

ଢେଙ୍କାନାଳ ଅଫିସ,(ରତନ ନାୟାର) ୨୭।୮: ଭାରତର ଗ୍ରାମାଞ୍ଚଳର ଲୋକଙ୍କ ଭିତରେ ରହିଥିବା ଆତ୍ମୀୟତା, ଉତ୍ତମ ବ୍ୟବହାର ସାଙ୍ଗକୁ ଭିନ୍ନଧରଣର ଖାଦ୍ୟପେୟ, ଲୋକକଳା ଏବଂ ପାରମ୍ପରିକ କୁଟୀର ଶିଳ୍ପ...

Advertisement
Archives

Model This Week