ଏଥର ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା

ଛେଣ୍ଡିପଦା,୧୪ା୨(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ତାରିଖ ଯେତିକି ପାଖଉଛି ଗାଁ ରାଜନୀତି ସେତିକି ସରଗରମ୍‌ ହେଉଛି। ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ୩୪ଟି ପଞ୍ଚାୟତ ଓ ୪ଟି ଜିଲା ପରିଷଦ ଜୋନ୍‌ରେ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍‌ ଆସନ୍ତା ୧୮ ତାରିଖରେ ଭୋଟ୍‌ଗ୍ରହଣ ହେବ। ତେଣୁ ପ୍ରଚାର ପାଇଁ ଆଉ ମାତ୍ର ୩ ଦିନ ଥିବାରୁ ପ୍ରାର୍ଥୀମାନେ ଭୋଟରଙ୍କ ସମର୍ଥନ ପାଇବାକୁ ପ୍ରାଣପଣେ ଲାଗିପଡ଼ିଛନ୍ତି। ବ୍ଲକର ୧୪ ନଂ. ଜୋନ୍‌କୁ ନେଇ ଏବେ ସର୍ବାଧିକ ଚର୍ଚ୍ଚା। କାରଣ ଗତ ୫ ବର୍ଷ ମଧ୍ୟରେ ଏଠାକାର ମତଦାତାଙ୍କ ମନ ବିଭିନ୍ନ ଦଳ ଆଡ଼କୁ ଢଳିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଏହି ଜୋନ୍‌ ବିଜେଡି ଦଖଲକୁ ଯାଇଥିଲା ବେଳେ କଂଗ୍ରେସକୁ ଲୋକେ ଦ୍ୱିତୀୟ ଦଳ ଭାବେ ପସନ୍ଦ କରିଥିଲେ। ଭାଜପାକୁ ମିଳିଥିଲା ତୃତୀୟ ସ୍ଥାନ। ବିଜେଡି ପ୍ରାର୍ଥୀ ଗୌରୀ ପ୍ରଧାନ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଯଶୋଦା ସାହୁଙ୍କୁ ୭୬୪୦ ଭୋଟ ବ୍ୟବଧାନରେ ପରାଜିତ କରି ବିଜୟୀ ହୋଇଥିଲେ। ବିଜେଡି ପ୍ରାର୍ଥୀ ଗୌରୀଙ୍କୁ ୧୩ ହଜାର ୭୪୬ ଖଣ୍ଡ, କଂଗ୍ରେସ ପ୍ରାର୍ଥୀ ଯଶୋଦା ସାହୁ ୬ ହଜାର ୧୦୬ ଓ ଭାଜପା ପ୍ରାର୍ଥୀ ଉତ୍ତମ ପ୍ରଧାନ ୩ ହଜାର ୨୭୭ ଭୋଟ ପାଇଥିଲେ। ହେଲେ ୨୦୧୯ ବିଧାନସଭା ନିର୍ବାଚନ ସମୟରେ ଏହି ଜୋନ୍‌ରୁ ଭାଜପାକୁ ଅଧିକ ଭୋଟ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା। ସେହି ଦୃଷ୍ଟିରୁ ଦେଖିଲେ ଚଳିତ ପଞ୍ଚାୟତ ନିର୍ବାଚନରେ ଏହି ଜୋନ୍‌ରେ ବିଜେଡି ଓ ଭାଜପା ମଧ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି କୁହାଯାଉଛି।
ଛେଣ୍ଡିପଦା ବ୍ଲକର ୩୪ଟି ପଞ୍ଚାୟତ ମଧ୍ୟରୁ କଣଲୋଇ, ନୂଆଗାଁ, ପାତ୍ରପଡା, ବରସାହି, ବାଗେଡ଼ିଆ, ଟାଙ୍ଗିରୀ ଓ ପାଟକମୁଣ୍ଡା ପଞ୍ଚାୟତ ୧୪ନଂ. ଜିଲା ପରିଷଦ ଜୋନ୍‌ରେ ରହିଛି। ଏହି ୭ ପଞ୍ଚାୟତରେ ମୋଟ୍‌ ୯୨ ୱାର୍ଡ ଥିବାବେଳେ ୨୯ ହଜାର ୪୮୯ ଭୋଟର ରହିଛନ୍ତି। ଏଥର ଏହି ଜୋନ୍‌ଟି ଅଣ ସଂରକ୍ଷିତ ଥିବାରୁ ବିଜେଡି ପ୍ରାର୍ଥୀ ଭାବେ ନଗେନ ପ୍ରଧାନ, ଭାଜପାରୁ ଅଖିଳ କୁମାର ଗଡ଼ନାୟକ ଓ କଂଗ୍ରେସରୁ ଅଜୟ କୁମାର ବେହେରା ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେମାନଙ୍କ ପାଇଁ ଦଳର ଛାମୁଆ ନେତାମାନେ ପ୍ରଚାରକୁ ଜୋରଦାର କରିଛନ୍ତି। ବିଜେଡି ପ୍ରାର୍ଥୀଙ୍କ ପାଇଁ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଗୋଟିଏ ପଞ୍ଚାୟତରୁ ଆଉ ଏକ ପଞ୍ଚାୟତ ବୁଲୁଛନ୍ତି। ପୂର୍ବତନ ଏମ୍‌ପି ତଥା ବିଜେଡିର ବରିଷ୍ଠ ନେତା ନଗେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ସେହିପରି ଭାଜପା ପ୍ରାର୍ଥୀଙ୍କ ପାଇଁ ଦଳୀୟ ନେତା ଅଗସ୍ତି ବେହେରା ପ୍ରଚାର ମଙ୍ଗ ଧରିଛନ୍ତି। କିନ୍ତୁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଦଳର କୌଣସି ଛାମୁଆ ନେତାଙ୍କୁ ଏଯାଏ ପ୍ରଚାରରେ ଦେଖିବାକୁ ମିଳୁନାହିଁ। ତେଣୁ ଗତ ପଞ୍ଚାୟତ ନିର୍ବାଚନରେ ଏହି ଜୋନ୍‌ରେ ବିଜେଡିକୁ କଡ଼ା ଟକ୍କର ଦେଇଥିବା କଂଗ୍ରେସର ସ୍ଥିତି ସେତେଟା ଦୃଢ଼ ନ ଥିବାରୁ ସାଧାରଣରେ ଆଲୋଚନା ହେଉଛି। ଫଳରେ ଏଠାରେ ବିଜେଡି-ଭାଜପା-କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ପରିବର୍ତ୍ତେ ବିଜେଡି-ଭାଜପା ଟକ୍କର ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri