ଏଥର ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା

ଛେଣ୍ଡିପଦା,୧୪ା୨(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ତାରିଖ ଯେତିକି ପାଖଉଛି ଗାଁ ରାଜନୀତି ସେତିକି ସରଗରମ୍‌ ହେଉଛି। ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ୩୪ଟି ପଞ୍ଚାୟତ ଓ ୪ଟି ଜିଲା ପରିଷଦ ଜୋନ୍‌ରେ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍‌ ଆସନ୍ତା ୧୮ ତାରିଖରେ ଭୋଟ୍‌ଗ୍ରହଣ ହେବ। ତେଣୁ ପ୍ରଚାର ପାଇଁ ଆଉ ମାତ୍ର ୩ ଦିନ ଥିବାରୁ ପ୍ରାର୍ଥୀମାନେ ଭୋଟରଙ୍କ ସମର୍ଥନ ପାଇବାକୁ ପ୍ରାଣପଣେ ଲାଗିପଡ଼ିଛନ୍ତି। ବ୍ଲକର ୧୪ ନଂ. ଜୋନ୍‌କୁ ନେଇ ଏବେ ସର୍ବାଧିକ ଚର୍ଚ୍ଚା। କାରଣ ଗତ ୫ ବର୍ଷ ମଧ୍ୟରେ ଏଠାକାର ମତଦାତାଙ୍କ ମନ ବିଭିନ୍ନ ଦଳ ଆଡ଼କୁ ଢଳିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଏହି ଜୋନ୍‌ ବିଜେଡି ଦଖଲକୁ ଯାଇଥିଲା ବେଳେ କଂଗ୍ରେସକୁ ଲୋକେ ଦ୍ୱିତୀୟ ଦଳ ଭାବେ ପସନ୍ଦ କରିଥିଲେ। ଭାଜପାକୁ ମିଳିଥିଲା ତୃତୀୟ ସ୍ଥାନ। ବିଜେଡି ପ୍ରାର୍ଥୀ ଗୌରୀ ପ୍ରଧାନ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଯଶୋଦା ସାହୁଙ୍କୁ ୭୬୪୦ ଭୋଟ ବ୍ୟବଧାନରେ ପରାଜିତ କରି ବିଜୟୀ ହୋଇଥିଲେ। ବିଜେଡି ପ୍ରାର୍ଥୀ ଗୌରୀଙ୍କୁ ୧୩ ହଜାର ୭୪୬ ଖଣ୍ଡ, କଂଗ୍ରେସ ପ୍ରାର୍ଥୀ ଯଶୋଦା ସାହୁ ୬ ହଜାର ୧୦୬ ଓ ଭାଜପା ପ୍ରାର୍ଥୀ ଉତ୍ତମ ପ୍ରଧାନ ୩ ହଜାର ୨୭୭ ଭୋଟ ପାଇଥିଲେ। ହେଲେ ୨୦୧୯ ବିଧାନସଭା ନିର୍ବାଚନ ସମୟରେ ଏହି ଜୋନ୍‌ରୁ ଭାଜପାକୁ ଅଧିକ ଭୋଟ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା। ସେହି ଦୃଷ୍ଟିରୁ ଦେଖିଲେ ଚଳିତ ପଞ୍ଚାୟତ ନିର୍ବାଚନରେ ଏହି ଜୋନ୍‌ରେ ବିଜେଡି ଓ ଭାଜପା ମଧ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି କୁହାଯାଉଛି।
ଛେଣ୍ଡିପଦା ବ୍ଲକର ୩୪ଟି ପଞ୍ଚାୟତ ମଧ୍ୟରୁ କଣଲୋଇ, ନୂଆଗାଁ, ପାତ୍ରପଡା, ବରସାହି, ବାଗେଡ଼ିଆ, ଟାଙ୍ଗିରୀ ଓ ପାଟକମୁଣ୍ଡା ପଞ୍ଚାୟତ ୧୪ନଂ. ଜିଲା ପରିଷଦ ଜୋନ୍‌ରେ ରହିଛି। ଏହି ୭ ପଞ୍ଚାୟତରେ ମୋଟ୍‌ ୯୨ ୱାର୍ଡ ଥିବାବେଳେ ୨୯ ହଜାର ୪୮୯ ଭୋଟର ରହିଛନ୍ତି। ଏଥର ଏହି ଜୋନ୍‌ଟି ଅଣ ସଂରକ୍ଷିତ ଥିବାରୁ ବିଜେଡି ପ୍ରାର୍ଥୀ ଭାବେ ନଗେନ ପ୍ରଧାନ, ଭାଜପାରୁ ଅଖିଳ କୁମାର ଗଡ଼ନାୟକ ଓ କଂଗ୍ରେସରୁ ଅଜୟ କୁମାର ବେହେରା ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେମାନଙ୍କ ପାଇଁ ଦଳର ଛାମୁଆ ନେତାମାନେ ପ୍ରଚାରକୁ ଜୋରଦାର କରିଛନ୍ତି। ବିଜେଡି ପ୍ରାର୍ଥୀଙ୍କ ପାଇଁ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଗୋଟିଏ ପଞ୍ଚାୟତରୁ ଆଉ ଏକ ପଞ୍ଚାୟତ ବୁଲୁଛନ୍ତି। ପୂର୍ବତନ ଏମ୍‌ପି ତଥା ବିଜେଡିର ବରିଷ୍ଠ ନେତା ନଗେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ସେହିପରି ଭାଜପା ପ୍ରାର୍ଥୀଙ୍କ ପାଇଁ ଦଳୀୟ ନେତା ଅଗସ୍ତି ବେହେରା ପ୍ରଚାର ମଙ୍ଗ ଧରିଛନ୍ତି। କିନ୍ତୁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଦଳର କୌଣସି ଛାମୁଆ ନେତାଙ୍କୁ ଏଯାଏ ପ୍ରଚାରରେ ଦେଖିବାକୁ ମିଳୁନାହିଁ। ତେଣୁ ଗତ ପଞ୍ଚାୟତ ନିର୍ବାଚନରେ ଏହି ଜୋନ୍‌ରେ ବିଜେଡିକୁ କଡ଼ା ଟକ୍କର ଦେଇଥିବା କଂଗ୍ରେସର ସ୍ଥିତି ସେତେଟା ଦୃଢ଼ ନ ଥିବାରୁ ସାଧାରଣରେ ଆଲୋଚନା ହେଉଛି। ଫଳରେ ଏଠାରେ ବିଜେଡି-ଭାଜପା-କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ପରିବର୍ତ୍ତେ ବିଜେଡି-ଭାଜପା ଟକ୍କର ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri