ଯୋଜନାରେ ସୀମିତ ଆଦିବାସୀ ବିକାଶ

ସେମିଳିଗୁଡା,ସୁନାବେଡା,୧୪ା୨ (ସ୍ବ.ପ୍ର.) କୋରାପୁଟ ଜିଲା ସେମିଳିଗୁଡା ବ୍ଲକରେ ଥିବା ୧୭ଟି ପଞ୍ଚାୟତର ବିକାଶ କେବଳ ଯୋଜନାରେ ସୀମିତ ରହିଛି। ଆଦିବାସୀ ଅଧ୍ୟୁଷିତ ଏହି ପଞ୍ଚାୟତଗୁଡିକ ମଧ୍ୟରୁ ଦଳେଇଗୁଡ଼ା, ରାଜପୁଟ ପଞ୍ଚାୟତରେ ରହିଥିବା ସମସ୍ୟା ସମାଧାନରେ ପ୍ରଶାସନ ବିଫଳ ହୋଇଛି। ଦଳେଇଗୁଡ଼ା ପଞ୍ଚାୟତର ଲୋକସଂଖ୍ୟା ହେଉଛି ୪୮୫୭। ଏହି ପଞ୍ଚାୟତରେ ଶିକ୍ଷା, ଗମନାଗମନ, ସ୍ବାସ୍ଥ୍ୟ ଓ ପିଇବା ପାଣି ସମସ୍ୟା ରହିଛି। ଏହି ପଞ୍ଚାୟତର ବାଙ୍ଗୁରୁଗୁଡା ସେମିଳିଗୁଡା ବ୍ଲକ୍‌ କାର୍ଯ୍ୟାଳୟଠାରୁ ଅଳ୍ପ ଦୂରରେ ଥିଲେ ମଧ୍ୟ ଦୀପତଳ ଅନ୍ଧାର ପରି ଗ୍ରାମ ପ୍ରତି ପ୍ରଶାସନର ନଜର ନାହିଁ। ଗାଁକୁ ଯିବାକୁ ପକ୍କା ରାସ୍ତାଟିଏ ନାହିଁ। ସରକାରଙ୍କ ବସୁଧା ଯୋଜନା ଏଠାରେ ଫେଲ୍‌ ମାରିଛି। ପିଇବାପାଣି ଯୋଗାଣ ଲାଗି ଟାଙ୍କି ଓ ପାଇପ୍‌ ସଂଯୋଗ ହୋଇଥିଲେ ମଧ୍ୟ ୧୦ ମାସ ହେଲା ପଡିରହି ଏହା ଏବେ ଅଚଳ ହୋଇପଡିଲାଣି। ଫଳରେ ଗ୍ରାମର ୨ଶହରୁ ଊର୍ଦ୍ଧ୍ୱ ପରିବାର ଦୁଇଟି ନଳକୂଅ ଉପରେ ନିର୍ଭର କରି ଚଳୁଛନ୍ତି। ନଳକୂପ ଅଚଳ ହେଲେ ଗ୍ରାମବାସୀ ନିକଟସ୍ଥ ନାଳ, ଝରଣା ଓ ଚୁଆରୁ ପାନୀୟ ଜଳ ସଂଗ୍ରହ କରି ଚଳିଥାନ୍ତି। ଏଠାକାର ଶିକ୍ଷା ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ। ଗ୍ରାମରେ ଥିବା ସ୍କୁଲ୍‌ ବନ୍ଦ ହୋଇଯିବାରୁ ଛାତ୍ରୀଛାତ୍ରମାନେ ପାଠପଢିବାକୁ ୩କି.ମି.ଦୂର ଅନ୍ୟ ଏକ ଗ୍ରାମ ବିଦ୍ୟାଳୟକୁ ଯାଉଛନ୍ତି।
ସେହିପରି ବ୍ଲକର ଅନ୍ୟ ଏକ ପଞ୍ଚାୟତ ହେଉଛି ରାଜପୁଟ୍‌। ପଞ୍ଚାୟତର ଲୋକ ସଂଖ୍ୟା ୫୬୬୩ ଥିବା ବେଳେ ଏଠାରେ ମଧ୍ୟ ପଞ୍ଚାୟତବାସୀ ବିକାଶଠାରୁ ରହିଛନ୍ତି ବହୁ ଦୂରରେ। ପଞ୍ଚାୟତରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଗୋଟିଏ ସ୍କୁଲ୍‌ ଥିବାବେଳେ ୫ଟି ଶ୍ରେଣୀ ଗୃହ ରହିଛି। ଫଳରେ ଛାତ୍ରୀଛାତ୍ରମାନେ ଅଧ୍ୟୟନ ବେଳେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପଞ୍ଚାୟତର ଶେଷ ଗ୍ରାମ ହେଉଛି ରୋଷେଇପୁଟ୍‌। ରାସ୍ତା ହେଉଛି ଗ୍ରାମ ପାଇଁ ମୁଖ୍ୟ ସମସ୍ୟା। ଗ୍ରାମବାସୀଙ୍କ ସହାୟତାରେ ଗ୍ରାମକୁ ମାଟି ରାସ୍ତା ନିର୍ମାଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ରଙ୍କ ନାମାଙ୍କନପତ୍ର ଦାଖଲ

କୋରାପୁଟ,୨୨ା୪(ଅମିତାଭ ବେହେରା): ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ର ସାଉଁତା କୋରାପୁଟ ଅତିରିକ୍ତ ଜିଲାପାଳ ଲଗ୍ନଜିତ୍‌ ରାଉତଙ୍କଠାରେ ନାମାଙ୍କନପତ୍ର ଦାଖଲ କରୁଛନ୍ତି। ଏହି ଅବସରରେ...

ଦୀର୍ଘବର୍ଷ ପରେ ପୂଜା ପାଇବେ ପ୍ରଭୁ ରଘୁନାଥଜୀଉ, ମାଳିପୁଟ ଉତ୍ସବମୁଖର

ପଟାଙ୍ଗି,୨୨ା୪(ଶରତ ଧଳ): ଦୀର୍ଘବର୍ଷ ଧରି ଗ୍ରାମବାସୀଙ୍କ ଶ୍ରମଦାନ ଓ ଜଣେ ବ୍ୟକ୍ତିଙ୍କ ସ୍ବେଚ୍ଛାକୃତ ଅର୍ଥଦାନରେ ଗଢ଼ି ଉଠିଥିବା ମନ୍ଦିର ପ୍ରତିଷ୍ଠା କରି ସମସ୍ତଙ୍କ ପାଇଁ ଉଦାହରଣ...

ସପ୍ତଗିରିଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ସ୍ତ୍ରୀ

କୋରାପୁଟ,୨୧।୪(ଅମିତାଭ ବେହେରା): ଚଳିତ ସାଧାରଣ ନିର୍ବାଚନରେ କୋରାପୁଟ ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ସପ୍ତଗିରି ଉଲାକାଙ୍କୁ ପ୍ରାର୍ଥୀଭାବେ ରିପିଟ କରାଯାଇଛି। ବର୍ତ୍ତମାନ ସପ୍ତଗିରି...

ପାହାଡ଼ ଜଙ୍ଗଲରେ ନିଆଁ

ଦାମନଯୋଡ଼ି,୨୧ା୪(ମାନସ ରଞ୍ଜନ କର): ଲୋକ ସଚେତନତା ଅଭାବରୁ ଜଙ୍ଗଲରେ ନିଆଁ ହୁତୁହୁତୁ ହୋଇ ଜଳୁଛି। ଜଙ୍ଗଲ ପାହାଡ଼ ନିଆଁ ଯୋଗୁ ଜଙ୍ଗଲ ଜୀବଜନ୍ତୁ ଭୟଭୀତ ହୋଇପଡ଼ିଥିବା...

ବେସରକାରୀ ଛାତରେ ଲାଗିଛି ସରକାରୀ ହୋର୍ଡିଂ

ସୁନାବେଡା,ସେମିଳିଗୁଡା,୨୧ା୪କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼: ସୁନାବେଡା ପୌର ପରିଷଦ ଅଧୀନ ସେମିଳିଗୁଡା ଗୋପବନ୍ଧୁ ନଗରଠାରେ ମିଶନ୍‌ ଶକ୍ତି ଏବଂ ନୂଆ-ଓ ର ଦୁଇଟି ବଡ ହୋର୍ଡିଂ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri