ଯୋଜନାରେ ସୀମିତ ଆଦିବାସୀ ବିକାଶ

ସେମିଳିଗୁଡା,ସୁନାବେଡା,୧୪ା୨ (ସ୍ବ.ପ୍ର.) କୋରାପୁଟ ଜିଲା ସେମିଳିଗୁଡା ବ୍ଲକରେ ଥିବା ୧୭ଟି ପଞ୍ଚାୟତର ବିକାଶ କେବଳ ଯୋଜନାରେ ସୀମିତ ରହିଛି। ଆଦିବାସୀ ଅଧ୍ୟୁଷିତ ଏହି ପଞ୍ଚାୟତଗୁଡିକ ମଧ୍ୟରୁ ଦଳେଇଗୁଡ଼ା, ରାଜପୁଟ ପଞ୍ଚାୟତରେ ରହିଥିବା ସମସ୍ୟା ସମାଧାନରେ ପ୍ରଶାସନ ବିଫଳ ହୋଇଛି। ଦଳେଇଗୁଡ଼ା ପଞ୍ଚାୟତର ଲୋକସଂଖ୍ୟା ହେଉଛି ୪୮୫୭। ଏହି ପଞ୍ଚାୟତରେ ଶିକ୍ଷା, ଗମନାଗମନ, ସ୍ବାସ୍ଥ୍ୟ ଓ ପିଇବା ପାଣି ସମସ୍ୟା ରହିଛି। ଏହି ପଞ୍ଚାୟତର ବାଙ୍ଗୁରୁଗୁଡା ସେମିଳିଗୁଡା ବ୍ଲକ୍‌ କାର୍ଯ୍ୟାଳୟଠାରୁ ଅଳ୍ପ ଦୂରରେ ଥିଲେ ମଧ୍ୟ ଦୀପତଳ ଅନ୍ଧାର ପରି ଗ୍ରାମ ପ୍ରତି ପ୍ରଶାସନର ନଜର ନାହିଁ। ଗାଁକୁ ଯିବାକୁ ପକ୍କା ରାସ୍ତାଟିଏ ନାହିଁ। ସରକାରଙ୍କ ବସୁଧା ଯୋଜନା ଏଠାରେ ଫେଲ୍‌ ମାରିଛି। ପିଇବାପାଣି ଯୋଗାଣ ଲାଗି ଟାଙ୍କି ଓ ପାଇପ୍‌ ସଂଯୋଗ ହୋଇଥିଲେ ମଧ୍ୟ ୧୦ ମାସ ହେଲା ପଡିରହି ଏହା ଏବେ ଅଚଳ ହୋଇପଡିଲାଣି। ଫଳରେ ଗ୍ରାମର ୨ଶହରୁ ଊର୍ଦ୍ଧ୍ୱ ପରିବାର ଦୁଇଟି ନଳକୂଅ ଉପରେ ନିର୍ଭର କରି ଚଳୁଛନ୍ତି। ନଳକୂପ ଅଚଳ ହେଲେ ଗ୍ରାମବାସୀ ନିକଟସ୍ଥ ନାଳ, ଝରଣା ଓ ଚୁଆରୁ ପାନୀୟ ଜଳ ସଂଗ୍ରହ କରି ଚଳିଥାନ୍ତି। ଏଠାକାର ଶିକ୍ଷା ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ। ଗ୍ରାମରେ ଥିବା ସ୍କୁଲ୍‌ ବନ୍ଦ ହୋଇଯିବାରୁ ଛାତ୍ରୀଛାତ୍ରମାନେ ପାଠପଢିବାକୁ ୩କି.ମି.ଦୂର ଅନ୍ୟ ଏକ ଗ୍ରାମ ବିଦ୍ୟାଳୟକୁ ଯାଉଛନ୍ତି।
ସେହିପରି ବ୍ଲକର ଅନ୍ୟ ଏକ ପଞ୍ଚାୟତ ହେଉଛି ରାଜପୁଟ୍‌। ପଞ୍ଚାୟତର ଲୋକ ସଂଖ୍ୟା ୫୬୬୩ ଥିବା ବେଳେ ଏଠାରେ ମଧ୍ୟ ପଞ୍ଚାୟତବାସୀ ବିକାଶଠାରୁ ରହିଛନ୍ତି ବହୁ ଦୂରରେ। ପଞ୍ଚାୟତରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଗୋଟିଏ ସ୍କୁଲ୍‌ ଥିବାବେଳେ ୫ଟି ଶ୍ରେଣୀ ଗୃହ ରହିଛି। ଫଳରେ ଛାତ୍ରୀଛାତ୍ରମାନେ ଅଧ୍ୟୟନ ବେଳେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପଞ୍ଚାୟତର ଶେଷ ଗ୍ରାମ ହେଉଛି ରୋଷେଇପୁଟ୍‌। ରାସ୍ତା ହେଉଛି ଗ୍ରାମ ପାଇଁ ମୁଖ୍ୟ ସମସ୍ୟା। ଗ୍ରାମବାସୀଙ୍କ ସହାୟତାରେ ଗ୍ରାମକୁ ମାଟି ରାସ୍ତା ନିର୍ମାଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?