ଆମ ଜିଲା ଖବର

ଲାଞ୍ଚ ନେବା ବେଳେ ଧରାପଡିଲେ ଓ୍ବେଲଫେୟାର ଅଧିକାରୀ

ଅନୁଗୋଳ ଅଫିସ,୪।୩: ଅନୁଗୋଳ ଜିଲା ଓ୍ବେଲଫେୟାର ଅଧିକାରୀ ଚାରୁଲତା ମଲ୍ଲୀକଙ୍କୁ ଅନୁଗୋଳ ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ଚାରୁଲତା କର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ଦରମା କରାଇବା ପାଇଁ ୪୯ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜଲାନ୍ସ ବିଭାଗ ତାଙ୍କୁ ଟ୍ରାପ୍‌…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଶିକ୍ଷା ଅଧିକାରୀ, କିରାଣି

ସୁନ୍ଦରଗଡ଼,୪।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ହେମଗିରି ବ୍ଲକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ସାହୁ ଓ ସହକାରୀ କିରାଣି ବିରଞ୍ଚି ଖିଲେଇ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଉକ୍ତ ବ୍ଲକ ଅନ୍ତର୍ଗତ ସାହାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଳର ପ୍ରଧାନ ଶିକ୍ଷକ ନାରାୟଣ ବାଗଙ୍କଠାରୁ ସ୍କୁଲ…

ଓଲଟି ପଡ଼ିଲା ଚୋରା କୋଇଲା ବୋଝେଇ ଟ୍ରକ୍‌, ଚାଳକ ଫେରାର

ମାଧପୁର,୪।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ବଇଣ୍ଡା କିଆକଟା ପୂର୍ତ୍ତ ରାସ୍ତାର ଦେଉଳଝରି ମନ୍ଦିର ନିକଟରେ ଗୁରୁବାର ସକାଳେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ତଳକୁ ଓଲଟି ପଡ଼ିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଟ୍ରକ୍‌ଟି କିଆକଟା ପଟରୁ ଆସୁଥିବା ସମୟରେ…

ଜିପିଟିଇଏ, ଜିଆରଏସ୍‌ଙ୍କୁ ତାଲା ପକାଇଲେ ଜିଲାପରିଷଦ ସଦସ୍ୟା

ପାଟଣା,୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ କାର୍ଯ୍ୟାଳୟ ଗୃହରେ ଗୁରୁବାର ପୂର୍ବାହ୍ନରେ ବ୍ଲକର ପଞ୍ଚାୟତ ବୈଷୟିକ ସହାୟିକା ମୋନାଲିସା ଚକ୍ର ଓ ଜିଆରଏସ ନିର୍ମଳ ମହାନ୍ତଙ୍କୁ ଅଫିସ କାର୍ଯ୍ୟାଳୟରେ ୨୨ ନମ୍ବର ଜିଲାପରିଷଦ ସଦସ୍ୟା ଡଲି ପାତ୍ର ତାଲା…

ମା’ର ପରିଚୟ ପାଇଁ ସୁଭଦ୍ରାଙ୍କୁ ମାଡ଼

କେନ୍ଦ୍ରାପଡ଼ା ଅଫିସ,୪।୩: କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ବରକୋଳିଖଳା ଗଁାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅନୁପ୍ରବେଶକାରୀ ଓଡ଼ିଶା ମାଟିରେ ପ୍ରବେଶ କରି ନିଜର ଦୌରାତ୍ମ୍ୟ ଦେଖାଇଛନ୍ତି। ମା’ର ପରିଚୟ ନ ଦେବାରୁ ଗଁାର ସୁଭଦ୍ରା ରାୟଙ୍କୁ ମାଡ…

ସଡ଼କ ଦୁର୍ଘଟଣା: ଚାଲିଗଲା ସ୍ତ୍ରୀଙ୍କ ଜୀବନ, ସ୍ବାମୀ ଗୁରୁତର

ବାଲେଶ୍ୱର ଅଫିସ,୪।୩: ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଛଣପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ତ୍ରୀଙ୍କ ଜୀବନ ଯାଇଥିବା ବେଳେ ସ୍ବାମୀ ଗୁରୁତର ହୋଇଛନ୍ତି। ଗୁରୁବାର ସକାଳେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏକ ଅଜଣା ଗାଡ଼ି ବାଇକ୍‌କୁ ଧକ୍କା…

ସୁଧୁରୁନି ଖୋର୍ଦ୍ଧା ସହର ଟ୍ରାଫିକ୍‌ ସମସ୍ୟା

ଖୋର୍ଦ୍ଧା ଅଫିସ,୪।୩: ଖୋର୍ଦ୍ଧା ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଶେଷକରି ଚଣ୍ଡିଚୁଆଠାରୁ ମୁକୁନ୍ଦପ୍ରସାଦ, ଡାକ୍ତର୍ସ ଲେନ୍‌ଠାରୁ ଗୁରୁଜଙ୍ଗ ରାସ୍ତା, ଥାନାଛକ (ଟ୍ରାଫିକ ଛକ) ଠାରୁ ନୂଆ ବସ୍‌ଷ୍ଟାଣ୍ଡ, ବସ୍‌ଷ୍ଟାଣ୍ଡଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ, ବାଟମଙ୍ଗଳା ଠାରୁ ଚଣ୍ଡିଚୁଆ ଛକ ଭାୟା ଟିଏଲସି…

ଘାଟିରେ ଓଲଟିଲା ବସ୍‌, ୪ ଗୁରୁତର ୩୦ ଆହତ

ଠାକୁରମୁଣ୍ଡା,୪।୩(ଡି.ଏନ୍‌.ଏ.): ରାଇରଙ୍ଗପୁରରୁ ଭାୟା ଠାକୁରମୁଣ୍ଡା ଦେଇ ଭୁବନେଶ୍ୱର ଯାଉଥିବା ମା’ ତାରିଣୀ ନାମକ ଏକ ଯାତ୍ରୀବାହୀ ବସ୍‌ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ଗୋଡ଼ଭଙ୍ଗା ଘାଟିରେ ଓଲଟି ପଡ଼ିବାରୁ ୪ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଗୁରୁବାର…

କରୋନା ବେଳେ ବିଏମ୍‌ସି ଖର୍ଚ୍ଚରେ ଜାଲିଆତି

ବ୍ରହ୍ମପୁର ଅଫିସ,୪।୩: କୋଭିଡ୍‌-୧୯ ମହାମାରୀ ବେଳେ ବ୍ରହ୍ମପୁର ସହରରେ ଲକ୍‌ଡାଉନ୍‌, ଶଟଡାଉନ୍‌ ଓ ରାତ୍ରିକାଳୀନ କର୍ଫ୍ୟୁ ହୋଇଥିଲା। ସେହି ସମୟରେ କଣ୍ଟେନମେଣ୍ଟ ଜୋନ୍‌ ପାଇଁ ବ୍ୟାରିକେଡ୍‌ କରାଯିବା ଏବଂ ଗୋରୁ, ଷଣ୍ଢ, ବୁଲାକୁକୁର ଓ ଅନ୍ୟ ଜୀବଜନ୍ତୁଙ୍କୁ ଖାଦ୍ୟ ଦେବା ଲାଗି…

ଋତୁସ୍ରାବର ସମସ୍ୟା ସମାଧାନ କରିବ ‘ପ୍ରୀତି’

ଯାଜପୁର ଅଫିସ,୪।୩ : ଋତୁସ୍ରାବ ପାଇଁ ମହିଳାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଯାଜପୁର ଜିଲା ଦାନଗଦୀ ବ୍ଲକ ଟୋଲକାନି ଗ୍ରାମର ଯୁବ ଇଞ୍ଜିନିୟର ଏକ ନୂତନ ପ୍ରକଳ୍ପ ଉଦ୍ଭାବନ କରିଛନ୍ତି। ଏହି ପ୍ରକଳ୍ପକୁ ‘ପ୍ରୀତି’ ବୋଲି ନାମକରଣ…

ହସ୍ତକ୍ଷେପ କଲେ କେନ୍ଦ୍ର ସରକାର

କେନ୍ଦ୍ରାପଡ଼ା ଅଫିସ,୪।୩: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହା ନିକଟ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣି ଦେବା ବିବାଦରେ କେନ୍ଦ୍ର ସରକାରଙ୍କ ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ (ଏନଭାରନମେଣ୍ଟ, ଫରେଷ୍ଟ ଆଣ୍ଡ କ୍ଲାଇମେଟ ଏକ୍ସଚେଞ୍ଜ) ମନ୍ତ୍ରଣାଳୟ ହସ୍ତକ୍ଷେପ କରିଛନ୍ତି।…

୬ ହଜାର ତଣ୍ଡ ଗଣିଲେ ବାଇକ୍‌ ଚାଳକ

ଭଦ୍ରକ ଅଫିସ, ୪।୩- ବାଇକ୍‌ ଚଲାଉଥିବା ବେଳେ ମୋବାଇଲରେ କଥା ହେବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କୁ ଜରିମାନା ଦେବାକୁ ପଡ଼ିଛି। ବୁଧବାର ଭଦ୍ରକ ଜିଲା ବନ୍ତ ଛକ ପୋଲ ତଳେ ଟାଉନ ଥାନା ପୋଲିସ ପାଟ୍ରୋଲିଂ କରୁଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri