ଆମ ଜିଲା ଖବର

କେନ୍ଦୁଝରରେ ହେବ ନର୍ସିଂ କଲେଜ

ଭୁବନେଶ୍ୱର,(ବ୍ୟୁରୋ)/କେନ୍ଦୁଝର,୧୦ା୭(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝରରେ ଖୁବ୍‌ଶୀଘ୍ର ସରକାରୀ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏଥିସହିତ ଏଠାରେ ଏକ ନୂଆ ନର୍ସିଂ କଲେଜ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏଥିସହ ରୁଙ୍ଗ୍‌ଟା ମାଇନ୍ସ ଲିମିଟେଡ ପକ୍ଷରୁ କେନ୍ଦୁଝରରେ ୭୯୨୦ କୋଟି…

ଭିମ୍‌ସାରରେ ଦ୍ୱିତୀୟ ଅକ୍ସିଜେନ୍‌ ପ୍ଲାଣ୍ଟ

ସମ୍ବଲପୁର,୧୦ା୭(ବ୍ୟୁରୋ): ସମ୍ବଲପୁର ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ ଆଣ୍ଡ ରିସର୍ଚ ସେଣ୍ଟର (ଭିମ୍‌ସାର)ରେ ଆଉ ଏକ ଅକ୍ସିଜେନ୍‌ ପ୍ଲାଣ୍ଟ ନିର୍ମାଣ ହେବ। ଏହା ସ୍ବତନ୍ତ୍ର ଭାବେ ଯଷ୍ମା ଓ ଛାତି ବିଭାଗ ମେଡିସିନ ୱାର୍ଡ ପାଇଁ କାର୍ଯ୍ୟ କରିବ। ପ୍ରାରମ୍ଭିକ…

ରଥଯାତ୍ରା ପାଇଁ ୭୦ ପ୍ଲାଟୁନ ଫୋର୍ସ

ପୁରୀ ଅଫିସ,୧୦ା୭: ପୁରୀରେ ରଥଯାତ୍ରା ପାଇଁ ପ୍ରାୟ ୭୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ। ସହରରେ ନୋ ଭେଇକିଲ୍‌ ଜୋନ୍‌ ପ୍ରସ୍ତୁତ କରାଯିବ। ସେହିପରି ସହରରେ କର୍ଫ୍ୟୁ ଜାରି କରାଯିବ। ଆସନ୍ତା ୧୧ ତାରିଖ ରାତ୍ର ୮ଟାରୁ ୧୩ ତାରିଖ ରାତ୍ର…

ପୋଲିସର ଗାଲ କାମୁଡ଼ି ଫେରାର

ପାଲଲହଡ଼ା,୧୦ା୭(ଡି.ଏନ.ଏ.): ଚୋରା ମୋବାଇଲ କିଣିଥିବା ଜଣେ ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ତାଙ୍କ ଘରକୁ ଯାଇଥିବା ବେଳେ ପୋଲିସ ଉପରେ ହୋଇଛି ଆକ୍ରମଣ। ସମ୍ପୃକ୍ତ ଅଭିଯୁକ୍ତ ଜଣେ କନଷ୍ଟେବଳଙ୍କ ଗାଲକୁ କାମୁଡ଼ି ଦେଇ ଫେରାର ହୋଇଯାଇଛନ୍ତି। ଗୁରୁବାର ରାତି ପ୍ରାୟ ୯ଟା ୩୦ରେ…

ଶୌଚ ସ୍ଥାନରେ ସାମଗ୍ରୀ

ଛେଣ୍ଡିପଦା,୧୦ା୭ (ସ୍ବ.ପ୍ର.) ସ୍ବଚ୍ଛ ଭାରତ ଯୋଜନାରେ ଗାଁ ଗାଁରେ ନିର୍ମାଣ ହେଉଛି ପାଇଖାନା। ଖୋଲାସ୍ଥାନ ପରିବର୍ତ୍ତେ ଶୌଚାଳୟରେ ଶୌଚ ହେବାକୁ କରାଯାଉଛି ସଚେତନ। ଶତପ୍ରତିଶତ ଲୋକେ ଏହାକୁ ପାଳନ କରିବା ପରେ ପ୍ରଶାସନ ଲଗାଉଛି ‘ବାହ୍ୟ ମଳମୁକ୍ତ ଗାଁ ’ ଫଳକ।…

ମହାପ୍ରଭୁଙ୍କ ନବଯୌବନ ଦର୍ଶନ: ବଡ଼ଦାଣ୍ଡରେ ମୁଣ୍ଡିଆ ମାରିଲେ ଶ୍ରଦ୍ଧାଳୁ

ପୁରୀ ଅଫିସ,୯।୭: ୧୫ ଦିନିଆ ଅଣସର ସରିବା ପରେ ଶୁକ୍ରବାର ମହାପ୍ରଭୁ ନବଯୌବନ ଦର୍ଶନ ଦେଇଛନ୍ତି। ଖଡ଼ିଲାଗି ଓ ବନକଲାଗି ନୀତି ପରେ ନୂଆ ରୂପରେ ଚମକିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ତେବେ କରୋନା କଟକଣା ଯୋଗୁୁ ଶ୍ରଦ୍ଧାଳୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନରୁ…

କଦଳୀ ବୋଝେଇ ଟ୍ରକ୍‌ରେ ଚାଲାଣ ହେଉଥିଲା କୋଟିଏ ଟଙ୍କାର ଗଞ୍ଜେଇ

ସୁନାବେଡ଼ା,୯।୭: ସୁନାବେଡ଼ା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ପୋଲିସ ସୂଚନା ଦେଇଛି। ଏହି ଘଟଣାରେ ପୋଲିସ ଝାଡ଼ଖଣ୍ଡ ବୋକାରୋ ଅଞ୍ଚଳର ରମନ କୁମାର ରାଉତ…

ଛେଳି ଚୋରି କରିବାକୁ ଆସି ବନ୍ଧା ହେଲେ ଖୁଣ୍ଟରେ

ସଜନାଗଡ,୯।୭: ନିଛାଟିଆ ଜାଗାରେ ଏକ ବାଇକ୍‌ ଛିଡ଼ା ହୋଇଥିବା ବେଳେ ଗାଡ଼ି ନିକଟରେ କେହି ନ ଥିବା ଦେଖି ରାତି ଅଧରେ ଗାଁ ଲୋକଙ୍କ ସନ୍ଦେହ ହୋଇଥିଲା। ଚତୁରତାର ସହ ଗ୍ରାମର କିଛି ଯୁବକ ଗାଡ଼ିକୁ ଜଗି ବସିଥିଲେ। ରାତି ପ୍ରାୟ…

ଘରେ ନିଆଁ,ବାହାରେ ଜଗିଥିଲା ହାତୀ

ବାରିପଦା ଅଫିସ/ବୈଶିଙ୍ଗା,୯ା୭(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଧୀନ ଫୁଲଝରୀ ଗ୍ରାମରେ ଶିମିଳିପାଳରୁ ଆସିଥିବା ଦନ୍ତା ଉତ୍ପାତରେ ଗୋଟିଏ ପରିବାର ସର୍ବସ୍ବାନ୍ତ ହୋଇଛନ୍ତି। ହାତୀ ଯୋଗୁ ନିଆଁ ଲାଗି ତାଙ୍କର ୨ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି। ଘରେ ନିଆଁ ଜଳୁଥିବା…

ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ, ଗୁରୁତର ପୁଅ ମେଡିକାଲରେ

ଫୁଲବାଣୀ ଅଫିସ, ୯।୭: ଫୁଲବାଣୀ ସଦର ଥାନା ବ୍ରହ୍ମପୁର ଜାତୀୟ ରାଜପଥର ତିଲକପଡା ଛକରେ ଏକ ଟ୍ରାକ୍ଟର ସହ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାଇକ୍‌ ଚଳାଉଥିବା ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି। ମୃତକ ହେଲେ…

ମଦ ବିକି ଗିରଫ ହେଲେ ମଦବିରୋଧୀ ଆନ୍ଦୋଳନର ନେତା

ଭଦ୍ରକ ଅଫିସ,୯।୭: ମଦବିରୋଧୀ ଆନ୍ଦୋଳନରେ ସେ ନେତା ସାଜିଥିଲେ। ହେଲେ ମଦକୁ ବିରୋଧ କରୁଥିବା ସମ୍ପୃକ୍ତ ଯୁବକ ମଦ ବେପାର କରୁଥିବା ବେଳେ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଯାହାକି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ଭଦ୍ରକ ଜିଲା…

କାର ଭିତରୁ ୩୬ କେଜି ୫ଶହ ଗ୍ରାମ ଗଞ୍ଜେଇ ଜବତ: ୨ ଗିରଫ

ଖୋର୍ଦ୍ଧା ଅଫିସ,୯।୭: ଖୋର୍ଦ୍ଧା ଜିଲା ଟାଉନ ପୋଲିସ ମୁକୁନ୍ଦପ୍ରସାଦ ଜଟଣୀ ବାଇପାସ ନିକଟରୁ ଗୁରୁବାର ରାତିରେ ଏକ କାର ଭିତରୁ ୩୬କେଜି ୫୦୦ଗ୍ରାମ ଗଞ୍ଜେଇ ଜବତ କରିଛି। ଏହାସହ ୨ଜଣଙ୍କୁ ଗିରଫ କରାଯାଇଛି। କାର ସହ ୨ଟି ଦାମୀ ମୋବାଇଲ ଜବତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri