ଦୁଇ ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି

ରାୟଗଡ଼ା ଅଫିସ,୧୭ା୨: ରାୟଗଡ଼ା ସହରର ଶାରଳା ଛକସ୍ଥିତ ଜୟ ମା’ ଶାରଳା ଓ କ୍ରିଷ୍ଣା ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ହୋଇଛି। ଦୋକାନ ସଟର ତାଡ଼ି କାନ୍ଥ ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି କରି ନେଇଛନ୍ତି ଦୁର୍ବୃତ୍ତ। ଜୟ ମା’ ଶାରଳା ମୋବାଇଲ ଦୋକାନରୁ ପାଖାପାଖି ୫ ଲକ୍ଷ ଓ କ୍ରିଷ୍ଣା ମୋବାଇଲ ଦୋକାନରୁ ୮ ରୁ ୯ ଲକ୍ଷ ଟଙ୍କାର ମୋବାଇଲ ଚୋରି ହୋଇଥିବା ଜଣାପଡ଼ିଛି । ଦୋକାନ ମାଲିକ ଦିଲୀପ ରାଉତ ଓ ଶ୍ରୀଧର ଚୌଧୁରୀ ପ୍ରତିଦିନ ଭଳି ବୁଧବାର ରାତିରେ ଦୋକାନ ବନ୍ଦ କରିଯିବା ପରେ ବିଳମ୍ବିତ ରାତିରେ ଏହି ଚୋରି ହୋଇଥିବା ଜଣାପଡ଼ିଛି। ଆଜି ସକାଳୁ ଦୋକାନ ମାଲିକ ଦ୍ୱୟ ଦୋକାନ ଖୋଲିବା ପରେ ଚୋରି ହୋଇଥିବା ଜାଣିବାକୁ ପାଇ ପୋଲିସକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ରାୟଗଡ଼ା ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଦ୍ୟପ ବାପାଙ୍କୁ ହତ୍ୟା କଲା ପୁଅ

ବୌଦ୍ଧ, ୮ା୬(ସ୍ବ.ପ୍ର): ବୌଦ୍ଧ ଥାନା ଅନ୍ତର୍ଗତ ସରଣ୍ଡା ଗ୍ରାମରେ ଗୁରୁବାର ଏକ ହତ୍ୟା ଘଟଣା ଘଟିଛି । ମଦ୍ୟପ ବାପାଙ୍କ ନିର୍ଯାତନା ଅସହ୍ୟ ହେବାରୁ ପୁଅ...

ନ୍ୟାୟ ଦାବିରେ ସିଏମ୍‌ସି ସମ୍ମୁଖରେ ବିକ୍ଷୋଭ

କଟକ ଅଫିସ, ୮ା୨: ଅନ୍ଦରପୁର ଅଞ୍ଚଳରେ ବସ୍ତି ଓ ଉନ୍ନୟନ ଆବାସ ଯୋଜନାରେ ଘର ଯୋଗାଇଦେବା ନାମରେ ଠକାମିର ଶିକାର ହୋଇଥିବା ଲୋକମାନେ ସୋମବାର ସିଏମ୍‌ସି...

ବିଦ୍ୟାଳୟ ସ୍ଥାନାନ୍ତରକୁ ଗ୍ରାମବାସୀଙ୍କ ବିରୋଧ ପ୍ରତିବାଦରେ ବିଦ୍ୟାଳୟ ଆଗରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ

ଖଣ୍ଡପଡା,୨୩।୬(ସ୍ବ.ପ୍ର.)-୧୦ରୁ କମ୍‌ ଛାତ୍ରୀଛାତ୍ର ଥିବା ବିଦ୍ୟାଳୟଗୁଡିକୁ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛନ୍ତି ା ସମ୍ପ୍ରତି ୧୯ଜଣ ଛାତ୍ରୀଛାତ୍ର ବାଣପୁର ପଞ୍ଚାୟତ...

୩ ଲକ୍ଷରୁ ଊର୍ଦ୍ଧ୍ୱ ଜଳବନ୍ଦୀ

କେନ୍ଦ୍ରାପଡା ଅଫିସ,୩୧।୮: କେନ୍ଦ୍ରାପଡା ଜିଲାରେ ପ୍ରବାହିତ ବିରୂପା, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ବନ୍ୟା ଜଳସ୍ତର କମିଛି। ମାତ୍ର ଏହା ପ୍ରଭାବରେ ୨୦୩ ଗ୍ରାମର ୩...

ନକଲି ଅଳଙ୍କାର ଦେଇ ଲକ୍ଷାଧିକ ଟଙ୍କା ଠକେଇ

ଛେଣ୍ଡିପଦା,୪।୮(ଡି.ଏନ.ଏ.)-ନକଲି ଅଳଙ୍କାର ଦେଇ ୨ ଅଣଓଡ଼ିଆ ଯୁବକ ଶନିବାର ପ୍ରାୟ ୧ ଲକ୍ଷ ୩୦ ହଜାର ଟଙ୍କା ଠକେଇ କରି ଫେରାର ହୋଇଯାଇଛନ୍ତି। ଠକେଇର ଶିକାର...

ନିମାପଡ଼ାରେ ହେବ କୋଭିଡ୍‌ କେୟାର

ନିମାପଡ଼ା,୨୪ା୫(ଡି.ଏନ.ଏ): ମହାମାରୀ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ନିମାପଡ଼ା କଲେଜ ନିକଟରେ ସରକାରୀ ପକ୍ଷରୁ ଖୁବଶୀଘ୍ର ବ୍ଲକସ୍ତରୀୟ କୋଭିଡ୍‌ କେୟାର ସେଣ୍ଟର ପ୍ରତିଷ୍ଠା କରାଯିବ। ଏଥିନିମନ୍ତେ ପୁରୀ...

ସରକାରଙ୍କ କରୋନା ଚିନ୍ତା: ଗଞ୍ଜାମ ଜିଲାକୁ ଗଲେ ୪ ଡିଏସ୍‌ପି

କଟକ ଅଫିସ,୫।୭- ଗଞ୍ଜାମ ଜିଲାରେ ବଢୁଥିବା କରୋନା ସଂକ୍ରମଣ ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ସରକାରଙ୍କ କଟକଣାକୁ ଲୋକମାନେ ମାନିବାରେ ଅବହେଳା କରୁଛନ୍ତି।...

ଏଥର ବି ଦଶାଶ୍ବମେଧ ଘାଟରେ ବୁଡ଼ ପକାଇବେନି ଶ୍ରଦ୍ଧାଳୁ: ଲାଗିଲା ୧୪୪ ଧାରା

ଯାଜପୁର ଅଫିସ,୨୮।୩: ଯାଜପୁର ଜିଲା ପ୍ରସିଦ୍ଧ ବାରୁଣୀ ସ୍ନାନ ଉପରେ ୧୪୪ ଧାରା ଲାଗୁ କରାଯାଇଛି। ଆସନ୍ତା ୩୦ ତାରିଖ ବାରୁଣୀ ବୁଡ଼ ସ୍ନାନ ଯୋଗ...

Advertisement
Archives

Model This Week