ମେଳି କରି ଭୋଟ ଦେବାକୁ ଶପଥ କରାଇଲେ ବିଧାୟକଙ୍କ ପୁଅ

ମାଲକାନଗିରି,୧୭ା୨(ଡି.ଏନ୍‌.ଏ.): ଗଣତନ୍ତ୍ରିକ ରାଷ୍ଟ୍ରରେ ଭୋଟ ଦେବାର ଅଧିକାର ସମସ୍ତଙ୍କର ରହିଛି। ଜଣେ ଭୋଟର କୌଣସି ଚାପ କିମ୍ବା ଅର୍ଥ ଲୋଭର ନ ପଡି ନିଜ ଇଚ୍ଛାରେ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବା ତାଙ୍କ ଅଧିକାର ରୂପେ ସ୍ବୀକୃତ କରାଯାଇଛି। ଯଦି କେହି ଭୋଟରଙ୍କ ଉପରେ ଚାପ ପ୍ରୟୋଗ କରେ ତା’ହେଲେ ଜେଲଦଣ୍ଡ ଭୋଗିବା ଭଳି କଡ଼ା ନିୟମ ରହିଛି। ଏହା ସତ୍ତ୍ୱେ ଏହି ନିୟମକୁ ନିର୍ବାଚନରେ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏପରି ଏକ ଚିତ୍ର ଏବେ ପଦାକୁ ଆସିଛି। ଚିତ୍ରକୋଣ୍ଡା ବିଧାୟକଙ୍କ ପୁଅ ମହେଶ ବାକା ଏହି ଆଇନର ଉଲ୍ଲଂଘନ କରି ତାଙ୍କୁ ଭୋଟ ଦେବାକୁ ଭୋଟରଙ୍କୁ ଶପଥପାଠ କରାଉଥିବା ଅଭିଯୋଗ ହୋଇଛି।

ଖବରରୁ ଜଣାପଡ଼ିଛି ଖଇରପୁଟ ବ୍ଲକ ବଡ଼ଡୁରାଲ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭିକାରି କିର୍ସାନୀ ଓ ଅନ୍ୟ କେତେଜଣ ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ ଜଙ୍ଗଲ ମଧ୍ୟରେ ମେଳି କରାଇ ବିଧାୟକଙ୍କ ପୁଅ ଶପଥ କରାଇଛନ୍ତି। ଯଦି ଏଥିରେ ସେମାନେ ଖିଲାପ କରନ୍ତି ଭଗବାନଙ୍କ ନିକଟରେ ଦଣ୍ଡିତ ହେବେ ବୋଲି ଲୋକଙ୍କୁ ଭୟଭୀତ କରାଇଛନ୍ତି। ଶୁକ୍ରବାର ଖଇରପୁଟ ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ନିର୍ବାଚନର କିଛି ଘଣ୍ଟା ପୂର୍ବରୁ ଏପରି ଶପଥପାଠ କାର୍ଯ୍ୟକ୍ରମ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଘଟଣାକୁ ନେଇ ବିରୋଧୀ ଏହାକୁ ଅସ୍ତ୍ର କରିବାକୁ ସୁଯୋଗ ପାଇଛନ୍ତି। ଏହି ସଂକ୍ରାନ୍ତରେ ଖଇରପୁଟ ବିଡିଓ ତଥା ବ୍ଲକ ନିର୍ବାଚନ ଅଧିକାରୀ ହୃଦାନନ୍ଦ ସାହୁଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହେଉଥିବା ପ୍ରମାଣିତ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ କହିଥିଲେ। ଏ ସମ୍ପର୍କରେ କଂଗ୍ରେସ ଜିଲା ସଭାପତି ଗୋବିନ୍ଦ ପାତ୍ରଙ୍କୁ ପଚାରିବାରୁ ସେ କହିଲେ, ଶାସକ ଦଳ ନିଜର ବାହୁବଳ ଓ ଅର୍ଥବଳ ପ୍ରୟୋଗ କରି ନିର୍ବାଚନ ବୈତରଣୀ ପାରହେବାକୁ ଚେଷ୍ଟା କରୁଛି। ଦଳ ହାରିଯିବା ଭୟ ଥିବାରୁ ଭଗବାନଙ୍କ ଆଶ୍ରୟ ନେଇ ଏପରି ଶପଥ ପାଠ କରାଉଛନ୍ତି ବୋଲି ସେ କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri