କିନ୍ନରଙ୍କ ଗଳା କାଟିଦେଲେ

ସମ୍ବଲପୁର,୧୭ା୨(ବ୍ୟୁରୋ): ସମ୍ବଲପୁର ଜିଲାର ଜଣେ କିନ୍ନରଙ୍କୁ ଗଳାକାଟି ହତ୍ୟା କରାଯାଇଛି। ସେ ହେଲେ ଫିରୋଜ ଛତ୍ରିଆ(୨୧)। ବୁର୍ଲା ଥାନା ଗୋଡଭଗା କଲେଜ ଛକ ନିକଟ ୫୫ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଗୁରୁବାର ତାଙ୍କ ମୃତଦେହକୁ ପୋଲିସ ଜବତ କରିଛି। ଘଟଣାସ୍ଥଳରୁ ଫିରୋଜଙ୍କ ସ୍କୁଟି, ଟଙ୍କା ଥିବା ପର୍ସ, ମୋବାଇଲ ଫୋନ ଜବତ ହୋଇଛି। ହୀରାକୁଦ ଏସ୍‌ଡିପିଓ ସତ୍ୟବ୍ରତ ଦାସ, ବୁର୍ଲା ଥାନା ଅଧିକାରୀ କମଳ ଲୋଚନ ପଣ୍ଡା ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି।

ଫିରୋଜଙ୍କ ବାପା ଯତୀନ୍ଦ୍ରଙ୍କ ଅଭିଯୋଗ ମୁତାବକ, ବୁଧବାର ସନ୍ଧ୍ୟାରେ ସେ ସ୍କୁଟି ଧରି ଘରୁ ବାହାରିଥିଲେ। ହେଲେ ରାତି ୧୦ଟା ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା। ଏପରିସ୍ଥଳେ ଫିରୋଜଙ୍କ ମୃତଦେହ ଗୋଡଭଗା କଲେଜ ନିକଟ ରାସ୍ତାପାର୍ଶ୍ୱରେ ପଡିଥିବା ନେଇ ସକାଳେ ଖବର ମିଳିଥିଲା। ଫିରୋଜଙ୍କୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ। ଏସ୍‌ଡିପିଓ ଦାସ କହିଛନ୍ତି, ରାସ୍ତା କଡରେ ମୃତଦେହ ପଡିଥିବା ନେଇ ସ୍ଥାନୀୟ ଜଣେ ବ୍ୟକ୍ତି ସୂଚନା ଦେଇଥିଲେ। ତଦନ୍ତ ପରେ ଏହା ହତ୍ୟାକାଣ୍ଡ ବୋଲି ଜଣାପଡିଥିଲା। ପୂର୍ବ ଶତ୍ରୁତାରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରଯାଉଛି। ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଥିବା ସେ କହିଛନ୍ତି। ଏହାକୁ ନେଇ ଜିଲା କିନ୍ନର ସଂଘର ଏକ ପ୍ରତିନିଧି ଦଳ ବୁର୍ଲା ଥାନାକୁ ଯାଇ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କ ଯୋଡ଼ିଛି, ନିବିଡ଼ତା ବଢ଼ାଇଛି

ଖୋର୍ଦ୍ଧା ଅଫିସ,୩୧ା୩: ଖୋର୍ଦ୍ଧା ଗୁରୁଜଙ୍ଗ ନନ୍ଦସାହିର ତ୍ରିଲୋଚନ ସାହୁ(୪୪)। ଗତ ୨୦ବର୍ଷ ହେବ ଖବରକାଗଜ ବିତରକଭାବେ କାମ କରୁଛନ୍ତି। ଦୁଇ ପୁଅ, ସ୍ତ୍ରୀ, ବାପା, ମା’ଙ୍କୁ...

ଅବହେଳିତ କନ୍ଧଗୁଡ଼ା ପ୍ରାଥମିକ ବିଦ୍ୟାଳୟ: ଗୋଟିଏ କୋଠରିରେ ଚାଲିଛି ପାଞ୍ଚ ଶ୍ରେଣୀ

କୋରୁକୋଣ୍ଡା,୨୪।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ କନ୍ଧଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ...

ଔଷଧ ବିତରକଙ୍କୁ ମିଳିବ ପ୍ରୋତ୍ସାହନ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ହସ୍ପିଟାଲଗୁଡିକୁ ଔଷଧ ଏବଂ ମେଡିକାଲ ସାମଗ୍ରୀ ଯୋଗାଣକୁ ତ୍ୱରାନ୍ବିତ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ନିର୍ଦ୍ଧାରିତ ସମୟଠାରୁ ଶୀଘ୍ର ଔଷଧ ଯୋଗାଇଲେ...

କ୍ଷୁଦ୍ର ଚଳଚ୍ଚିତ୍ରରେ ସଚେତନତାର ବାର୍ତ୍ତା

କେନ୍ଦୁଝର, ୫।୭ (ସ୍ବ.ପ୍ର.)- ଗୁରୁ ଦାସ, ଜିଲାରେ ଏକ ପରିଚିତ ନାମ। ଜଣେ ଓଡ଼ିଶୀ ନୃତ୍ୟଗୁରୁ ଓ ଅଭିନେତା ଭାବେ ତାଙ୍କର ରହିଛି ସୁନାମ। ତେବେ...

ଘରେ ରହି ଅନ୍‌ଲାଇନ୍‌ରେ ପଢ଼ାଇବେ ଦୃଷ୍ଟିବାଧିତ ଅଧ୍ୟାପକ

ଭୁବନେଶ୍ୱର, ୨୫।୮(ବ୍ୟୁରୋ):  ୟୁଜି ଓ ପିଜି ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଆସିଛି। ମହାମାରୀ କରୋନା କଟକଣା ସମୟରେ ଦୃଷ୍ଟିବାଧିତ ଅଧ୍ୟାପକଙ୍କୁ ଆଉ କଲେଜ...

ପର୍ଯ୍ୟଟକଙ୍କୁ ଚାପିଦେଲା ବସ୍‌: ଜଣେ ମୃତ, ୧ ଗୁରୁତର

ବ୍ରହ୍ମଗିରି, ୨୦।୧(ଡି.ଏନ୍‌.ଏ.): ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ କରମଳାସ୍ଥିତ ଅଭିରାମ ପରମହଂସ ଆଶ୍ରମ ନିକଟରେ ସୋମବାର ୨ ଜଣ ମହିଳା ପର୍ଯ୍ୟଟକଙ୍କୁ ବସ୍‌ ଚାପି...

ଅସ୍ତିତ୍ୱ ସଙ୍କଟରେ ଶରତ ଚନ୍ଦ୍ର କ୍ଲବ

ପାଲଲହଡା,୫ା୮(ଡି.ଏନ.ଏ.) – ଅନୁଗୋଳ ଜିଲା ପାଲଲହଡ଼ାର ପରିଚୟ ପାଲଟିଥିବା ଦୀର୍ଘ ୭୩ ବର୍ଷର ଶରତ ଚନ୍ଦ୍ର କ୍ଲବ ଏବେ ବିପଦସଙ୍କୁଳ ଅବସ୍ଥାକୁ ଚାଲିଆସିଛି। ଏହାର ସମ୍ପୂର୍ଣ୍ଣ...

ରଥ ଛୁଇଁପାରିଲେନି ଭକ୍ତ

ପୁରୀ ଅଫିସ,୯।୭: ମହାପ୍ରଭୁ ରଥରୁ ଓହ୍ଲାଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବା ପରେ ସିଂହଦ୍ୱାର ସମ୍ମୁଖରେ ତିନି ରଥ ଦଣ୍ଡାୟମାନ ହୋଇ ରୁହେ। ଅନେକ ଭକ୍ତ...

Advertisement
Archives

Model This Week