ଆମ ଜିଲା ଖବର

ହିନ୍ଦୋଳ ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି

ଢେଙ୍କାନାଳ, ୬।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବାକୁ ଦାବି ହୋଇଛି । ସାମାଜିକ ସଂଗଠନ ଆମ ହିନ୍ଦୋଳ ପକ୍ଷରୁ ବ୍ଲକର କୃଷକମାନେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲାପାଳ ଉଦୟ କୁମାର ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ…

ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ

ପାଟଣା,୬ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସାହୁ କମ୍ପ୍ଲେକ୍ସ ଭିତରୁ ଏସ୍‌ବିଆଇର ଏଟିଏମ୍‌କୁ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଭାଙ୍ଗି ଲୁଟ୍‌ ଉଦ୍ୟମ କରିଛନ୍ତି। ସୋମବାର ସକାଳୁ କିଛି…

ମହିଳାଙ୍କୁ ନିର୍ମମ ହତ୍ୟା, ୪ ଅଟକ

ରେଢ଼ାଖୋଲ,୬ା୯(ଡି.ଏନ୍‌.ଏ.):  ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ଲଇଣ୍ଡାମାଳ ଗ୍ରାମରେ ରବିବାର ରାତିରେ ବନିତା ମିର୍ଦ୍ଧା (୩୦) ନାମକ ଜଣେ ମହିଳାଙ୍କୁ ତାଙ୍କ ଘର ଅଗଣାରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଖବରପାଇ ରେଢ଼ାଖୋଲ ଏସ୍‌ଡିପିଓ ପ୍ରଶାନ୍ତ କୁମାର ମେହେର,ଥାନା ଅଧିକାରୀ…

ଫେସବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲି ନାବାଳିକାଙ୍କ ଅଶ୍ଳୀଳ ଫଟୋ ଛାଡ଼ିଲେ ଦୁଇ ଯୁବକ, ଆଉ ତା’ ପରେ

ପାଟଣା,୬ା୯(ସ୍ବ.ପ୍ର.): ଫେସବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲି କେନ୍ଦ୍ରାପଡ଼ା ଟାଉନ ଥାନା ଅଞ୍ଚଳର ଜଣେ ନାବଳିକାଙ୍କୁ ଅଶ୍ଳୀଳ ମେସେଜ ସହ ନାବାଳିକାଙ୍କ ଫଟୋକୁ ଏଡିଟ୍‌ କରି ଫେସବୁକ୍‌ରେ ଛାଡ଼ିବା ଦୁଇ ଯୁବକଙ୍କୁ ମହଙ୍ଗା ପଡ଼ିଛି। ନାବାଳିକାଙ୍କ ବାପାଙ୍କ ନାମରେ ଫେକ୍‌ ଆକାଉଣ୍ଟ ଖୋଲି…

କର୍ମ ନିଯୁକ୍ତି ଭିତ୍ତିଭୂମି ନାହିଁ

କେନ୍ଦ୍ରାପଡ଼ା ଅଫିସ,୬।୯: ସପ୍ତାହକ ମଧ୍ୟରେ କେନ୍ଦ୍ରାପଡ଼ା ଜିଲାର ରାଜକନିକା ଥାନା ଅଞ୍ଚଳରେ ୪ ଲୁଟ୍‌ ଘଟଣା ଘଟିଛି। କାଟଣା ଅଞ୍ଚଳର ଜଣେ ଛାତ୍ରୀଙ୍କ ମୋବାଇଲକୁ ୨ ଦୁର୍ବୃତ୍ତ ବାଇକ୍‌ରେ ଆସି ଛଡାଇ ନେଇଛନ୍ତି। ୧ ତାରିଖରେ ଅଶୋକ ବଜାରରେ ରହୁଥିବା ଅବସରପ୍ରାପ୍ତ…

କ୍ଲିନିକ୍‌ ସିଲ୍‌ କରି ଚୁପ୍‌ ବସିଛି ପ୍ରଶାସନ

ନୟାଗଡ଼ ଅଫିସ,୬।୯: ପଞ୍ଜୀକରଣ ନ ଥାଇ ନୟାଗଡ଼ ଜିଲା ଖଣ୍ଡପଡ଼ା ସହରର ସ୍ବାସ୍ଥ୍ୟକେନ୍ଦ୍ର ଛକ ନିକଟରେ ବାଲାଜୀ କ୍ଲିନିକ୍‌ ପ୍ରାୟ ୮ମାସ ହେଲା ବେଆଇନ ଭାବେ ଚାଲୁ ଥିଲା । ହେଲେ ସେହି କ୍ଲିନିକ୍‌ ଉପରେ ଚଢ଼ାଉ କରାଯାଉ ନ ଥିଲା…

ସରୁନି ସୁମିତ୍ରାଙ୍କ ସଂଘର୍ଷ

ପାଲଲହଡ଼ା, ୬।୯(ଡି.ଏନ୍‌.ଏ.):  ମା’ବାପା ବଞ୍ଚତ୍ଥିଲେ ଅଜାଡ଼ି ଦେଇଥାଆନ୍ତେ ସ୍ନେହ ସରାଗ। ରାତି ପାହିବା ବେଳକୁ ପେଟକୁ ଚିହ୍ନି ଯୋଗାଇ ଦେଇଥାଆନ୍ତେ ଖାଇବା। ଯେନତେନ କରି ନିଜେ ମୁଣ୍ଡାଇ ଥାଆନ୍ତେ ଘର ଜଞ୍ଜାଳ। ହେଲେ ୧୭ ବର୍ଷୀୟା ସୁମିତ୍ରା କୁଙ୍କାଲଙ୍କ ପାଇଁ ଏସବୁ ପାଲଟିଛି…

ହାଇପ୍ରୋଫାଇଲ ସେକ୍ସ ର଼୍ୟାକେଟ୍‌ ଠାବ

ଅନୁଗୋଳ ଅଫିସ, ୬।୯: ଅନୁଗୋଳ ସହରରେ ଚାଲିଥିବା ଏକ ହାଇପ୍ରୋଫାଇଲ ସେକ୍ସ ର଼୍ୟାକେଟର ରହସ୍ୟ ଉନ୍ମୋଚନ କରିଛି ପୋଲିସ। ଏହି ଘଟଣାରେ କିଙ୍ଗ୍‌ପିନ୍‌ କୁହାଯାଉଥିବା ଜଣେ ଦମ୍ପତିଙ୍କ ସମେତ ଗ୍ରାହକ ସାଜିଥିବା ସହରର ପ୍ରତିଷ୍ଠିତ ବ୍ୟବସାୟୀ ବାପପୁଅଙ୍କୁ ଗିରଫ କରାଯାଇଛି। ଏ ସଂକ୍ରାନ୍ତରେ…

ଜାଲରେ ପଡିଲା ବିରଳ ପ୍ରଜାତିର ମାଛ

ସାରସକଣା, ୬।୯(ଡି.ଏନ.ଏ.)  ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଅଞ୍ଚଳରେ ଏକ ବିରଳ ପ୍ରଜାତିର ମାଛ ଜାଲରେ ଧରାପଡିଛି। ଆନ୍ତଃରାଜ୍ୟ ସୀମା ସୁବର୍ଣ୍ଣରେଖା ନଦୀ ଜାମଶୋଳା ଘାଟରେ ସ୍ଥାନୀୟ ମାଛ ଧରାଳୀମାନେ ମାଛ ଧରୁଥିବା ବେଳେ ଏହି ମାଛ ଜାଲରେ ଧରାପଡିଥିଲା। ମତ୍ସ୍ୟଜୀବୀମାନେ ପୂର୍ବରୁ…

ପାଣି ପାଇଁ ହଇରାଣ

ବାରିପଦା ଅଫିସ,୬।୯: ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ଅଧୀନ ବାଇଗଣବାଡ଼ିଆ ପଞ୍ଚାୟତର ଭୁଲଗଡ଼ିଆ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଓରେଡା ପକ୍ଷରୁ ଏହି ଗଁାରେ ନିର୍ମାଣ କରାଯାଇଥିବା ସୋଲାର ପାନୀୟ ଜଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇପଡ଼ିଛି। ଫଳରେ ଗ୍ରାମବାସୀ ବିଶୁଦ୍ଧ…

ରିମାଣ୍ଡରେ ଆସିବେ ମାନସ, ମନୋରଞ୍ଜନ

ଖୋର୍ଦ୍ଧା ଅଫିସ,୬ା୯: ବେଗୁନିଆ ଥାନା ଅଧୀନ କଡ଼ବ ଗ୍ରାମର ମାଗୁଣି ନାୟକ ଓ ତାଙ୍କ ପୁଅ ଆନନ୍ଦଙ୍କୁ ଏକ ବନ୍ଦ କୋଠରିରେ ମାନବବାଦ ସଙ୍ଗଠନ କର୍ମକର୍ତ୍ତା ନିସ୍ତୁକ ମାଡ଼ ମାରିବା ମାମଲାରେ ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରିଛି। ସମ୍ପୃକ୍ତ…

‘ମୁକ୍ତି ସଂଗ୍ରାମ ଇତିହାସର ଅମଳିନ ଅଧ୍ୟାୟ’

ଏରସମା,୬।୯(ସ୍ବ.ପ୍ର.): ସୋମବାର ଏରସମା ବିପ୍ଳବ ଦିବସ। ବ୍ରିଟିଶ ଶାସନ ବିରୋଧରେ ଏରସମାବାସୀ ଏକତ୍ରିତ ହୋଇ ଗୋଟିଏ ଥାନା ପୋଡ଼ିଦେଇଥିଲେ। ୬ ସେପ୍ଟେମ୍ବର ୧୯୪୨ରେ ଏହି ଘଟଣା ଘଟିଥିଲା। ସେତେବେଳେ ଦେଶରେ ସ୍ବାଧୀନତାର ବହ୍ନି ଜଳୁଥିଲା। ଗାନ୍ଧିଜୀଙ୍କ ଆହ୍ବାନ ଏରସମାବାସୀଙ୍କ ମନରେ ସଂଗ୍ରାମର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri