ପ୍ରଚାରରେ ହେଭିଓ୍ବେଟ୍‌ଙ୍କ ଦେଖା ମିଳିଲାନି

ପଟ୍ଟାମୁଣ୍ଡାଇ ୨୨ା୩(ସ୍ବ.ପ୍ର.):ପଟ୍ଟମୁଣ୍ଡାଇ ପୌର ପରିଷଦ ପାଇଁ ୩ ପ୍ରମୁଖ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ବିଜେଡି, ଭାଜପା ଓ କଂଗ୍ରେସ ନେତୃବୃନ୍ଦ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଅଭିଯାନର ଅନ୍ତିମ ପର୍ଯ୍ୟାୟରେ ପୂରା ଦମ୍‌ ଲଗାଇ ଦେଇଛନ୍ତି। ପଞ୍ଚାୟତ ନିର୍ବାଚନରେ ପଟ୍ଟାମୁଣ୍ଡାଇ ବ୍ଲକରେ ସମସ୍ତ ଜିଲା ପରିଷଦ ଆସନରେ ବିଜେଡି ବିଜୟୀ ହେବା ସତ୍ତ୍ୱେ ପୌର ନିର୍ବାଚନରେ ସଂଘର୍ଷ କରିବାକୁ ପଡୁଛି। ବିଶେଷକରି ପଟ୍ଟାମୁଣ୍ଡାଇ ସହରରେ ଡ୍ରେନେଜ ଅବ୍ୟବସ୍ଥା, ଅଳିଆ ଅବର୍ଜନା ଓ ବର୍ଷାଦିନେ ରାସ୍ତାରେ ପାଣି ଜମି ରହିବା, ରାସ୍ତାରେ ଗୋରୁ ବୁଲିବା ଦ୍ୱାରା ଟ୍ରାଫିକ ସମସ୍ୟା ଉପୁଜିବା, ବିଜ୍ଞାପିତ ଅଞ୍ଚଳରୁ ପୌରାଞ୍ଚଳ ମାନ୍ୟତା ମିଳିବ ୭ ବର୍ଷ ଅତିବାହିତ ହୋଇଥିଲେ ବି ବସ୍‌ଷ୍ଟାଣ୍ଡ ନ ଥିବା, ୱାର୍ଡଗୁଡିକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇ ପଡିଥିବା ବ୍ୟବସ୍ଥାକୁ ନେଇ ବିରୋଧୀ ଦଳଗୁଡିକ ଅସ୍ତ୍ର କରିଛନ୍ତି। ହେଲେ ବିଜେଡିର ନିର୍ବାଚନ ପ୍ରସ୍ତୁତି ଓ ରଣକୌଶଳ ସମ୍ମୁଖରେ ତାହା ଫିକା ପଡିଯାଉଛି ବୋଲି ଆଲୋଚନା ହେଉଛି। ୨୦୧୩ ପଟ୍ଟାମୁଣ୍ଡାଇ ପୌର ନିର୍ବାଚନରେ ବିଜେଡିକୁ ସଫଳତା ମିଳିଥିବା ବେଳେ ଏଥର କଂଗ୍ରେସର କିଛିଟା ପ୍ରଭାବ ରହିଛି। ବିଶେଷକରି ରାଜ୍ୟର ଅନ୍ୟ ସ୍ଥାନ ତୁଳନାରେ ଦଳ କଂଗ୍ରେସ ଏଠାରେ ଅପେକ୍ଷାକୃତ ସୁବିଧାଜନକ ସ୍ଥିତିରେ ରହିଛି। ହେଲେ ବିଗତ ଦିନର କର୍ମଫଳ ଏହି ନିର୍ବାଚନରେ ସିଧାସଳଖ ପ୍ରଭାବ ପକାଇବ ବୋଲି ରାଜନୈତିକ ବିଶ୍ଲେଷକମାନେ କହୁଛନ୍ତି। ଅନ୍ୟପକ୍ଷେ ଏଯାଏ କୌଣସି ହେଭିୱେଟ ନେତାଙ୍କୁ ନିର୍ବାଚନ ପ୍ରଚାରରେ ଦେଖିବାକୁ ମିଳିନାହିଁ। ପୌର ନିର୍ବାଚନରେ ଭାଜପା ନିଜର ହେଭିୱେଟ୍‌ ନେତାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବ ବୋଲି ପୂର୍ବରୁ ଘୋଷଣା କରିଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପୌର ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ରାଜ୍ୟ ଭାଜପା ସୂଚନା ଦେଇଥିଲା। କିନ୍ତୁ ଏହି ବରିଷ୍ଠ ହେଭିୱେଟ୍‌ ନେତା ପ୍ରଚାର ମଇଦାନକୁ ଓହ୍ଲାଇ ଥିଲେ କର୍ମୀଙ୍କ ମଧ୍ୟରେ ଜୋସ୍‌ ବଢିବା ସହ ଦଳୀୟ ପ୍ରାର୍ଥୀଙ୍କ ଜିତିବା ସମ୍ଭାବନା ରହି ପାରିଥାନ୍ତା। ମାତ୍ର ସେଭଳି ହେଲାନାହିଁ। ପଞ୍ଚାୟତ ନିର୍ବାଚନର ବିଫଳତାର କାରଣ ମଧ୍ୟ ଏ ପର୍ଯ୍ୟନ୍ତ ଖୋଜିବାରେ ଭାଜପା ଉଦ୍ୟମ କରିନି କି କର୍ମୀଙ୍କ ଜୋସ୍‌ ବୃଦ୍ଧି ପାଇଁ ଠୋସ୍‌ ପଦକ୍ଷେପ ବି ନେଇନି। ଓଲଟା ଭାଜପା ଓ କଂଗ୍ରେସର ଏଭଳି ଦୁର୍ବଳ ନିର୍ବାଚନୀ ରଣନୀତି ପରୋକ୍ଷରେ ତୀବ୍ର ଗୋଷ୍ଠୀ କନ୍ଦଳ ଥିବା ସତ୍ତ୍ୱେ ବିଜେଡି ପ୍ରାର୍ଥୀଙ୍କ ନିମନ୍ତେ ବରଦାନ ସାବ୍ୟସ୍ତ ହେବାରେ ଲାଗିଛି ବୋଲି ରାଜନୈତିକ ବିଶ୍ଲେଷକମାନେ ମତ ପ୍ରକାଶ କରିଛନ୍ତି। ଅଧିକାଂଶ ନେତା ମାଇକ ଯୋଗେ ପ୍ରଚାର କରି ଲୋକଙ୍କ ନିଦ ହଜାଇ ଦେଉଛନ୍ତି। ଶବ୍ଦ ପ୍ରଦୂଷଣରେ ଛାତ୍ରୀଛାତ୍ର ନୟାନ୍ତ ହୋଇ ପଡୁଛନ୍ତି। ବିଜେଡିର ବ୍ୟାପକ ପ୍ରସ୍ତୁତି ସମ୍ମୁଖରେ ଅନ୍ୟ ଦଳର ଗତାନୁଗତିକ ପ୍ରଚାର ଫିକା ପଡିଯାଉଛି। ତଥାପି କଂଗ୍ରେସକୁ ହାଲୁକା ଭାବେ ନେବା ଠିକ୍‌ ହେବ ନାହିଁ ଏବଂ ପୌର ନିର୍ବାଚନରେ ଦଳର ପ୍ରାର୍ଥୀମାନେ ଭଲ କରିବେ ବୋଲି ଦଳୀୟ ନେତୃବୃନ୍ଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଭାଜପାର ସ୍ଥିତି ସେତେଟା ଦୁର୍ବଳ ନୁହଁ। କେତେକ ୱାର୍ଡରେ ଭଲ ପ୍ରଦର୍ଶନ କରିବା ସହ ପଟ୍ଟାମୁଣ୍ଡାଇ ପୌରସଂସ୍ଥାକୁ ଅକ୍ତିଆର କରିବ ବୋଲି ଭାଜପା ପକ୍ଷରୁ ଆଶା କରାଯାଉଛି। ପଟ୍ଟାମୁଣ୍ଡାଇରେ ପ୍ରଚାର ଅଭିଯାନ ଜୋରଦାର ପରେ କେତେଗୋଟି ୱାର୍ଡରେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରମାନେ ଖୋଲା ଖୋଲି ମତ ପ୍ରକାଶ କରୁଛନ୍ତି। ଅଧିକାଂଶ ୱାର୍ଡରେ ଭୋଟରମାନେ ନୀରବ ରହିଛନ୍ତି। ପ୍ରତିକୂଳ ପରିସ୍ଥିତିକୁ ଅନୁକୂଳ କରିବାରେ କଂଗ୍ରେସ ସଫଳ ହେଉଥିବା ପରିଲକ୍ଷିତ ହେଉଛି। ଶାସକ ବିଜେଡିରେ ତୀବ୍ର ଗୋଷ୍ଠୀ କନ୍ଦଳ ଓ ସରକାର ବିରୋଧରେ ଜନଆକ୍ରୋଶ ରହିଥିଲେ ମଧ୍ୟ ବିରୋଧୀ ଦଳ ଏଥିରୁ ଫାଇଦା ନେଇ ପାରୁନାହାନ୍ତି। କିନ୍ତୁ କ୍ଷମତାରେ ଥିବା ବିଜେଡି ଗତ ୫ ବର୍ଷରେ ନିଜର ଦାୟିତ୍ୱ ନିର୍ବାହ କରି ନ ଥିବାରୁ ଲୋକଙ୍କ ଅସନ୍ତୋଷର ଫାଇଦା ନେବାରେ ବିରୋଧୀ ସେତେଟା ସଫଳ ହୋଇପାରିନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri