ଆମ ଜିଲା ଖବର

ଆରଡ଼ି ପଞ୍ଚାୟତରେ ଦ୍ୱିମୁଖୀ ଲଢ଼େଇ

ଆରଡ଼ି, ୭ା୨ (ଡି.ଏନ.ଏ.) ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଆରଡ଼ି ପଞ୍ଚାୟତରେ ମହିଳାଙ୍କ ପାଇଁ ଆସନ ସଂରକ୍ଷିତ ରହିଥିବା ବେଳେ ଏଥର ୫ ପ୍ରାର୍ଥୀ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବର୍ତ୍ତମାନ ସରପଞ୍ଚ ଥିବା ଅରବିନ୍ଦ ପାଢ଼ୀଙ୍କ ସ୍ତ୍ରୀ ମିନତି…

ଏନ୍‌ଫୋର୍ସମେଣ୍ଟ ଟିମ୍‌ ସହାୟତାରେ ୫ଜିଲାରେ ବିଦ୍ୟୁତ୍‌ ଚୋରି ହ୍ରାସ

ବାଲେଶ୍ୱର,୭ା୨: ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣର ଏକ ପ୍ରମୁଖ ପ୍ରତିବନ୍ଧକ ହେଉଛି ବିଦ୍ୟୁତ ଚୋରି କାରଣ ତାହା ନେଟ୍‌ୱର୍କ ଉପରେ ଅଧିକ ଚାପ ସୃଷ୍ଟି ସହ ଟ୍ରିପିଂ ହୋଇଥାଏ। ଏହି ସମସ୍ୟାକୁ ଦୂର କରିବାର ଆବଶ୍ୟକତା ବିଚାରକୁ ନେଇ ଟାଟା ପାୱାର ଓ…

ଭାଇବୋହୂଙ୍କୁ ହତ୍ୟା, ଦେଢ଼ଶୁର ଅଟକ

ଯୋଡ଼ା,୭ା୨(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅଧୀନ କଲ୍ହୋହୁଣ୍ଡୁଳା ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଦେଢ଼ଶୁର ତାଙ୍କ ଭାଇବୋହୂଙ୍କୁ ହତ୍ୟା କରିଥିବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ଶ୍ରୀଦେବୀ ମୁଣ୍ଡା। ପୋଲିସ ଅଭିଯୁକ୍ତ ରଞ୍ଜିତ ମୁଣ୍ଡାଙ୍କୁ ଥାନାରେ…

୨ ବିଧାୟକ ବଳ କଷାକଷିିି

ବାରିପଦା ଅଫିସ,୭ା୨: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ କୁଳିଅଣା ବ୍ଲକର ୮ ଓ ୯ନଂ. ଜିଲାପରିଷଦ ଜୋନରେ ନିର୍ବାଚନୀ ବାତାବରଣ ସରଗରମ ହେବାରେ ଲାଗିଛି। ବିଜେଡି ଓ ଭାଜପା ପକ୍ଷରୁ ଏଠାରେ ଟାଣୁଆ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି।…

ଭୋଜି ଖାଇ ଫେରୁଥିଲେ, ବାଟରେ ଓଲଟିଲା ବରଯାତ୍ରୀ ଗାଡ଼ି

ଖଡିଆଳ,୭।୨(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଖଡିଆଳ ଥାନା ସରଗାଦୀ ନୂଆପଡ଼ା ଗାଁ ନିକଟରେ ଏକ ବରଯାତ୍ରୀ ଗାଡି ଓଲଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକ ହେଲେ ମୁକେଶ ବଚ୍ଛା। ଆହତଙ୍କୁ ଉଦ୍ଧାର କରି ଖଡିଆଳ ଉପଖଣ୍ଡ…

ବିଧାୟକଙ୍କୁ ଅଟକାଇବା ଘଟଣାରେ ଭିନ୍ନ ମୋଡ଼

ବାସୁଦେବପୁର, ୭ା୨ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବିଦେଇପୁର ପଞ୍ଚାୟତକୁ ଗତ ଶୁକ୍ରବାର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ନିର୍ବାଚନ ପ୍ରଚାରରେ ଯାଇଥିବା ବେଳେ ବିରୋଧ ପ୍ରଦର୍ଶନ କରାଯାଇଥିଲା। କେତେକ ବ୍ୟକ୍ତି ତାଙ୍କୁ ଓ ତାଙ୍କ ସମର୍ଥକଙ୍କୁ ଗାଳିଗୁଲଜ କରି ଅଟକ…

‘ସମ୍ମାନହାନି ହୋଇଥିବାରୁ ଅଦାଲତ ଦ୍ୱାରସ୍ଥ ହେବି’

କେନ୍ଦୁଝର, ୭ା୨ (ସ୍ବ.ପ୍ର.) କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝିଙ୍କ ବିରୋଧରେ ଭାଜପା କର୍ମୀ ସଞ୍ଜୀବ ନାୟକ ଟାଉନ ଥାନାରେ ଏତଲା ଦେବା ଘଟଣା ଜିଲାରେ ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୋଗକୁ…

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆଇଆଇସି

ନରସିଂହପୁର,୭ା୨(ଡି.ଏନ୍‌.ଏ.): ଲାଞ୍ଚ ନେଉଥିବା ବେଳେ ସୋମବାର ଧରା ପଡ଼ିଛନ୍ତି କଟକ ଜିଲା ନରସିଂହପୁର ଥାନା ଆଇଆଇସି ଅଲେଖ ଗରଡିଆ। ସେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡ଼ିଥିଲେ। ତେବେ ଆଇଆଇସିଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ…

ଡ୍ରୋନରେ ଫଟୋ ଉଠାଉଥିବା ମହାରାଷ୍ଟ୍ର ଟିମ୍‌ ଅଟକ

ଖଇରା, ୭ା୨(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକର ତୁଡିଗଡିଆ ଅଞ୍ଚଳରେ କିଛି ଦିନ ଧରି କେନାଲ କାର୍ଯ୍ୟ ନାମରେ ଡ୍ରୋନରେ ଫଟୋ ଉଠାଉଥିବା ମହାରାଷ୍ଟ୍ର ଅଞ୍ଚଳର ଏକ ଟିମ୍‌କୁ ଗ୍ରାମବାସୀ ଅଟକ ରଖି ଖଇରା ପୋଲିସକୁ ହସ୍ତାନ୍ତର କରିଛନ୍ତି। ସେମାନଙ୍କ ନିକଟରୁ…

ପିଲାଙ୍କ ଖୁସି କହିଲେ ନ ସରେ

ଗଞ୍ଜାମ,୭ା୨(ଡି.ଏନ୍‌.ଏ.): ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଘୋଷଣା ପରେ ସ୍କୁଲ ଛାତ୍ରୀଛାତ୍ରଙ୍କ ଖୁସି କହିଲେ ନ ସରେ। ସୋମବାର ଭାରତୀ ବିଦ୍ୟାପୀଠକୁ ସ୍କୁଲର ନବମ ଓ ଦଶମ ଶ୍ରେଣୀର ପିଲାମାନେ ଲମ୍ବା ଧାଡ଼ିରେ ଯାଇଥିଲେ । ସ୍କୁଲ…

ବାପାଙ୍କୁ ହାଣି ପୁଅ ଫେରାର

ରେଢାଖୋଲ,୭ା୨(ଡି.ଏନ.ଏ.): ବାପାଙ୍କୁ କଟୁରିରେ ହାଣି ପୁଅ ରାମଚନ୍ଦ୍ର ସାହୁ ଫେରାର ହେବା ଭଳି ଏକ ଅଭାବନୀୟ ଘଟଣା ରେଢାଖୋଲ ଥାନା କୁଶାପାଲି ଗ୍ରାମରେ ଘଟିଛି। ଏ ନେଇ ବାପା ରମେଶ ସାହୁ ରେଢାଖୋଲ ଥାନାରେ ଏକ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ…

ସରପଞ୍ଚ ପଦବୀ ପାଇଁ ମଇଦାନରେ ୯ ମାସର ଗର୍ଭବତୀ

ନୂଆପଡ଼ା ଅଫିସ,୭।୨: ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାର ସେତିକି ଜୋର ଧରିବାରେ ଲାଗିଛି। ଏଭଳିସ୍ଥିତିରେ ଜଣେ ୯ ମାସର ଗର୍ଭବତୀ ନିର୍ବାଚନ ମଇଦାନକୁ ଓହ୍ଲାଇ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି। ସେ ହେଲେ ନୂଆପଡ଼ା ସଦର ବ୍ଲକ ସାହିପଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?