ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ

ପୁରୀ ଅଫିସ,୨୨।୩:ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ ହୋଇଛି। ସୋମବାର ନାଟମଣ୍ଡପ କାନ୍ଥରେ ୪ଟି ଫାଟ ଦେଖିବାକୁ ମିଳିଛି। ଏଥିମଧ୍ୟରେ ୩ଟି ଛୋଟ ଓ ଗୋଟିଏ ବଡ଼ ଫାଟ ରହିଛି। ବଡ଼ଫାଟର ଲମ୍ବ ୨ଫୁଟ୍‌ରୁ ଅଢ଼େଇ ଫୁଟ୍‌ ହୋଇଥିବାବେଳେ ଓସାର ୧ଫୁଟ୍‌ରୁ ଅଧିକ ରହିଛି। ରଥଯାତ୍ରା ସମୟରେ ନାଟମଣ୍ଡପ ମରାମତି କରାଯାଇଥିଲା। କ୍ଲାମ୍ପ ଯୋଗେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଦ୍ୱାରା ମରାମତି କାର୍ଯ୍ୟ ହୋଇଥିଲା। ମାତ୍ର କ୍ଲାମ୍ପ ଚାପରେ ଏବେ ପୁଣି ଫାଟ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। କ୍ରମଶଃ ଫାଟ ବଢ଼ିବା ଆଶଙ୍କା ଦେଖାଦେଇଛି। ଏଭଳି ସ୍ଥିତିରେ ଏହାକୁ ତୁରନ୍ତ ମରାମତି କରାଯିବା ଉଚିତ ବୋଲି ଜଗନ୍ନାଥପ୍ରେମୀ ମତ ଦେଇଛନ୍ତି।
ଜଣେ ସେବାୟତଙ୍କ କହିବା ଅନୁଯାୟୀ, ଅନେକ ସ୍ଥାନରେ ଫାଟ ହୋଇଛି। ଜଗମୋହନ ସମେତ ନାଟମଣ୍ଡପର ମଧ୍ୟ ମରାମତି ଆବଶ୍ୟକ। ଏଏସ୍‌ଆଇ ଏବଂ ଶ୍ରୀମନ୍ଦିର ପ୍ରଶାସନ ଏନେଇ ତତ୍ପରତା ଦେଖାଉନାହାନ୍ତି। ସେହିପରି ଆଇନଜୀବୀ ଶରତ କୁମାର ରାୟଗୁରୁ କହିଛନ୍ତି, ଗୋଟିଏ ପଟେ ୮ଶହ ବର୍ଷର ପୁରୁଣା ମନ୍ଦିର ଭିତ୍ତିଭୂମିରେ ଫାଟ ଦେଖାଯାଉଥିବାବେଳେ ପ୍ରଶାସନ ମରାମତି ଲାଗି ପଦକ୍ଷେପ ନେବା ପରିବର୍ତ୍ତେ ପରିକ୍ରମା ପ୍ରକଳ୍ପ ନାମରେ ଖନନ କରିବାରେ ବ୍ୟସ୍ତ ରହିଛି। ବଡ଼ଧରଣର ଖନନ କାର୍ଯ୍ୟ କରାଯାଉଛି, ଯାହା ଆଗାମୀ ଦିନରେ ଶ୍ରୀମନ୍ଦିରର ଅନ୍ୟ ଭିତ୍ତିଭୂମିକୁ ପ୍ରଭାବିତ କରିବ ବୋଲି ଆଶଙ୍କା ସୃଷ୍ଟି ହେଲାଣି। ନାଟମଣ୍ଡପ ଫାଟ ସ୍ପଷ୍ଟ ଭାବେ ଦିଶୁଥିଲେ ମଧ୍ୟ ଏଥିପ୍ରତି କାହାରି ଧ୍ୟାନ ନାହିଁ। ତେଣୁ ପ୍ରଶାସନ ଶ୍ରୀମନ୍ଦିର ସୁରକ୍ଷାକୁ ଗୁରୁତ୍ୱର ସହ ନେଉଥିବା ମନେ ହେଉନାହିଁ। ଫାଟ ମରାମତି ଦିଗରେ ପ୍ରଶାସନ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ସ୍ଥିତି ଆହୁରି ଖରାପ ହେବ ବୋଲି ରାୟଗୁରୁ କହିଛନ୍ତି। ସୂଚନା ଅଧିକାର କର୍ମୀ ଦିଲୀପ କୁମାର ବରାଳ କହିଛନ୍ତି, ଶ୍ରୀମନ୍ଦିର ୮ଶହ ବର୍ଷର ପୁରୁଣା ମନ୍ଦିର ହୋଇଥିବାରୁ ଭିତ୍ତିଭୂମି ସାମାନ୍ୟ ଦୁର୍ବଳ ହେବାରେ ଲାଗିଛି। ନାଟମଣ୍ଡପ, ଜଗମୋହନ ଓ ଶ୍ରୀମନ୍ଦିର ଭିତରଭଣ୍ଡାର ସ୍ଥିତି ଦୁର୍ବଳ ଥିବାବେଳେ ମନ୍ଦିରର ବିଭିନ୍ନ ସ୍ଥାନରେ ଫାଟ ଦେଖିବାକୁ ମିଳିଲାଣି। ରାଜ୍ୟ ସରକାର ଶ୍ରୀମନ୍ଦିର ସୁରକ୍ଷାକୁ ପ୍ରାଥମିକତା ଦେଇ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ କରିବା ଦରକାର। ଅନ୍ୟପକ୍ଷରେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?