୨୦୨୨ ସୁଦ୍ଧା ୨୧୨ ପଞ୍ଚାୟତରେ ପାର୍କ

ଢେଙ୍କାନାଳ ଅଫିସ, ୨୨ ।୩ ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ଓସ୍‌ଓ୍ବାନ୍‌ ଭିଡିଓ କନ୍‌ଫରେନ୍ସ ହଲ୍‌ରେ ସୋମବାର ଜିଲାପାଳ ସରୋଜ କୁମାର ସେଠୀ କୋଭିଡ୍‌ ସ୍ଥିତି ଏବଂ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। କୋଭିଡ୍‌ ଆଶଙ୍କା ସମ୍ପୂର୍ଣ୍ଣ ଦୂର ହୋଇନାହିଁ। ତେଣୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବା ସହିତ ମାର୍ଗଦର୍ଶିକା ପାଳନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପ୍ରତି ବ୍ଲକରେ ଷ୍ଟାଡିୟମ୍‌ ଓ ବସ୍‌ଷ୍ଟାଣ୍ଡ ନିର୍ମାଣ ପ୍ରକ୍ରିୟା ତ୍ୱରାନ୍ବିତ କରିବା ସହ ୨୦୨୨ ଶେଷ ସୁଦ୍ଧା ଜିଲାର ସମସ୍ତ ୨୧୨ ପଞ୍ଚାୟତରେ ଗ୍ରାମ୍ୟ ପାର୍କ ନିର୍ମାଣ କାର୍ଯ୍ୟ ସାରିବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଡ୍ରପ୍‌ ଆଉଟ୍‌ ପିଲାଙ୍କୁ ଚିହ୍ନଟ କରି ବିଦ୍ୟାଳୟ ମୁହଁା କରାଇବା, ଉପାନ୍ତ ଅଞ୍ଚଳରେ ସାକ୍ଷରତା ହାର ବଢ଼ାଇବା, ସ୍କୁଲକୁ ଆପ୍ରୋଚ ରୋଡ୍‌ ନିର୍ମାଣ, ଅଙ୍ଗନୱାଡି କେନ୍ଦ୍ରରେ ପୁଷ୍ଟିସାଧନ କାର୍ଯ୍ୟକ୍ରମ ତ୍ୱରାନ୍ବିତ କରିବା, ମାର୍ଚ୍ଚ ଶେଷ ସୁଦ୍ଧା ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ସାରିବା, ସରକାରୀ ଶିକ୍ଷାନୁଷ୍ଠାନର ନିଜସ୍ବ ଜମିପଟ୍ଟା, ଲୋକଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲାଗି ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ଲଘୁଖଣିଜ ଉତ୍ସଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବା, ଚୋରା ଚାଲାଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାମ୍ୟ ପୋଖରୀ, ରାସ୍ତାର ଉନ୍ନତୀକରଣ, ରାଜସ୍ବ ଆଦାୟ ବୃଦ୍ଧି ପାଇଁ ଯତ୍ନବାନ ହେବାକୁ ଜିଲାପାଳ କହିଛନ୍ତି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ଆବାସ ଯୋଜନାରେ ଲକ୍ଷ୍ୟଧାର୍ଯ୍ୟ ପୂରଣ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପିଡି ଡିଆର୍‌ଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ ସମସ୍ତ ବ୍ଲକର ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ମାସ ସୁଦ୍ଧା ୧୨ରୁ ୧୪ବର୍ଷର ୪୩ ହଜାର ଛାତ୍ରୀଛାତ୍ରଙ୍କ ଟିକାକରଣ କରାଯିବ ବୋଲି ସିଡିଏମ୍‌ଓ ଡା. ଅଶୋକ କୁମାର ଦାସ ସୂଚନା ଦେଇଛନ୍ତି। ବୈଠକରେ ଏଡିଏମ୍‌ଓ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ସ୍ବାସ୍ଥ୍ୟ ମିଶନ ପରିଚାଳିକା ସୋନାଲି ପ୍ରିୟଦର୍ଶିନୀ, ଆପତକାଳୀନ ଅଧିକାରୀ ସ୍ନିଗ୍ଧାଛାୟା ମହାପାତ୍ର, ଶିକ୍ଷାଧିକାରୀ ନିବେଦିତା ପାଣି, ଓସ୍‌ଡମା ଡିପିଓ ନିମାଇଁ ଚରଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ହେବ BRICS ସମ୍ମିଳନୀ: ଯୋଗଦେବେ ବିଭିନ୍ନ ରାଷ୍ଟ୍ରର…

ଭୁବନେଶ୍ୱର,୨୫।୫: ଓଡ଼ିଶାରେ ପୁଣି ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଆସନ୍ତା ଜୁନ ୩ରୁ ପୁରୀରେ ହେବ BRICS ଦ୍ୱିତୀୟ ବୈଷୟିକ ସମ୍ମିଳନୀ। ଏହି ସମ୍ମିଳନୀରେ…

ବିଜେଡି ଛାଡିବା ପରେ ବଡ଼ ଗୁମର ଖୋଲିଲେ ଦେବାଶିଷ, କହିଲେ-ନବୀନ ବାବୁ ଭାଜପା ହାତ ଧରି…

ଭୁବନେଶ୍ୱର,୨୫।୫: ବିଜେଡି ଛାଡ଼ିବା ପରେ ଦେବାଶିଷ ସାମନ୍ତରାୟ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନବୀନ ବାବୁ ଭାଜପା ହାତ ଧରି କ୍ୟାରିୟର ଆରମ୍ଭ କରିଥିଲେ। ବାଜପେୟୀ,…

OERC ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଦୀପ

ଭୁବନେଶ୍ୱର,୨୩।୫: OERC ଅଧ୍ୟକ୍ଷ ପଦରୁ ପ୍ରଦୀପ ଜେନା ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପଦବୀରୁ ଇସ୍ତଫା ଦେଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଏପରକି…

ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏସବୁ ବିଷୟରେ ଆଲୋଚନା କଲେ ମୋହନ, ଓଡ଼ିଶାବାସୀ ଶୁଣିଲେ ହୋଇଯିବେ ଖୁସି!

ଭୁବନେଶ୍ୱର, ୨୫।୫: ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଥିବା ଜଣାପଡିଛି। ଏନେଇ ଏକ୍ସରେ ସୂଚନା…

ଇଦ-ଉଲ-ଜୁହା ଛୁଟି ପରିବର୍ତ୍ତନ: ଏହି ଦିନକୁ ଛୁଟି ଘୋଷଣା କଲେ ସରକାର

ଭୁବନେଶ୍ୱର,୨୫।୫: ଶେଷରେ ଇଦ-ଉଲ-ଜୁହା ଛୁଟିକୁ ନେଇ ଦ୍ୱନ୍ଦ୍ୱ ଦୂର ହୋଇଛି। ଆସନ୍ତା ୨୭ରେ ନୁହେଁ, ୨୮ରେ ଇଦ-ଉଲ-ଜୁହା ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି। ଏନେଇ ସରକାରଙ୍କ…

SIR ପାଇଁ ସମୟସୂଚୀରେ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର,୨୫।୫: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO) ସୋମବାର SIR ପାଇଁ ସମୟସୂଚୀରେ ବଡ଼ ପରିବର୍ତ୍ତନ କରିଛନ୍ତି। ରାଜ୍ୟରେ ବଢୁଥିବା ହିଟ ୱେଭ୍‌କୁ ଦୃଷ୍ଟିରେ ରଖି CEO ମଧ୍ୟାହ୍ନ…

ଖରାରେ ବୁଲୁଥିବାରୁ ତାଗିଦ କଲେ ମା’, ରାଗିଯାଇ ଝୁଲିପଡିଲେ ପୁଅ

କେନ୍ଦୁଝର,୨୫।୫ ( ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ବ୍ଲକ ଦେଉଳଡିହା ପଞ୍ଚାୟତ ଜେନାଦାର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମା’ ତାଗିଦ୍ କରିବାରୁ ପୁଅର ଆତ୍ମହତ୍ୟା…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri