ଜିଲା କୋଷାଗାରକୁ ଗଲା ୫ କୁଇଣ୍ଟାଲ ରୁପା
ପୁରୀ ଅଫିସ,୬।୧୦: ଶ୍ରୀମନ୍ଦିରର ସାତ ଦ୍ୱାର ରୁପା ଛାଉଣି ସରିଥିବାବେଳେ କଳାହାଟ ଦ୍ୱାରର ରୁପା ଛାଉଣି ହୋଇପାରିନାହିଁ। ଆସନ୍ତା ବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ କଳାହାଟ ଦ୍ୱାରର ରୁପା ଛାଉଣି କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀଳାଦ୍ରି ଭକ୍ତନିବାସ ଷ୍ଟ୍ରଙ୍ଗ୍ରୁମ୍ରେ…
ସୁଧାର ଗୃହରୁ ଚମ୍ପଟ ମାରିଲେ
ରାଉରକେଲା ଅଫିସ,୬।୧୦: ରାଉରକେଲା ବାଳ ସୁଧାର ଗୃହରୁ ୩ ଜଣ ନାବାଳକ ଫେରାର ହୋଇଯାଇଛନ୍ତି। ଦୀର୍ଘ ୮ ମାସରୁ ଊର୍ଦ୍ଧ୍ୱ ହେବ ଛେଣ୍ଡ ଟିସ୍କୋ ସ୍ଥିତ ବାଳ ସୁଧାର ଗୃହରେ ଏହି ୩ ଜଣ ନାବାଳକ ଥିଲେ। ସୋମବାର ବିଳମ୍ବିତ ରାତିରେ…
ନିଖୋଜ ଝିଅର ମିଳିଲା ମୃତ ଦେହ
ସମ୍ବଲପୁର,୫ା୧୦(ବ୍ୟୁରୋ): ମହାନଦୀର ସମ୍ବଲପୁର ଜିଲା ଦଲେଇପଡା ମହିଳା ଘାଟରେ ସୋମବାର ଗୋଟିଏ ପରିବାରର ୩ଜଣ ସଦସ୍ୟ ଭାସିଯାଇଥିଲେ। ଖୋଜାଖୋଜି ପରେ ବାପା ମହମ୍ମଦ ଅଲତାଫ (୪୫), ପୁଅ ମହମ୍ମଦ ଅଫତାବ (୧୫)ଙ୍କ ମୃତଦେହ ମିଳିଥିଲା। ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ…
ଲୁଟେରାଙ୍କୁ ପିଛା କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ପୋଲିସ ଭ୍ୟାନ୍
କୋଟପାଡ଼,୫ା୧୦(ଡି.ଏନ.ଏ.): କୋରାପୁଟ ଜିଲା କୋଟପାଡ଼ର ବ୍ରାହ୍ମଣସାହି-ସୌରାସାହି ଗଳି ନିକଟରୁ ଦୁଇଜଣ ଦୁର୍ବୃତ୍ତ ମହିଳାଙ୍କଠାରୁ ମଙ୍ଗଳବାର ଦିନ ଦ୍ୱିପ୍ରହରରେ ୫ଲକ୍ଷ ଟଙ୍କା ଲୁଟ୍ କରି ନେଇଛନ୍ତି। କରଣସାହିର ଶ୍ରୀଜଗନ୍ନାଥ ଏସ୍ଏଚ୍ଜିର ୨ ଜଣ ମହିଳା ଟଙ୍କା ଉଠାଇବାକୁ କୋଟପାଡ ଷ୍ଟେଟବ୍ୟାଙ୍କକୁ ଯାଇଥିଲେ। ବ୍ୟାଙ୍କରୁ…
ପିଟିପିଟି ହତ୍ୟା କରି କେନାଲରେ ଫିଙ୍ଗିଦେଲେ
ହିଞ୍ଜିଳିକାଟୁ, ୫ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଥାନା ଗୋଦରାପଲ୍ଲୀର ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ପିଟି ହତ୍ୟା କରାଯାଇଛି। ପରେ ମୃତଦେହ କେନାଲକୁ ଫିଙ୍ଗି ଦିଆଯାଇଛି। ମୃତକ ହେଲେ ପି. ଧର୍ମରାଓ (୬୦)। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା…
ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ
ଫୁଲବାଣୀ ଅଫିସ/ବଲସକୁମ୍ପା(ଡି.ଏନ୍.ଏ.),୫ା୧୦: ଫୁଲବାଣୀରେ ମଙ୍ଗଳବାର ବାଇକ୍ ଦୁର୍ଘଟଣାରେ ଜଣେ ମେଧାବୀ ଛାତ୍ରଙ୍କର ଜୀବନ ଯାଇଛି । ସେ ହେଲେ ଡି.ଆଦର୍ଶ କୁମାର। ଏହି ଦୁର୍ଘଟଣାରେ ଅନ୍ୟ ଦୁଇ ଛାତ୍ରଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ସରକାରୀ ଆଇଆଇଟିଆଇରେ…
ଏଥର ବିନା ଭକ୍ତରେ ଗଡ଼ିବ ମା’ ବିରଜାଙ୍କ ରଥ, ମନ୍ଦିର ଚାରିପଟେ ଲାଗିବ ୧୪୪ ଧାରା
ଯାଜପୁର ଅଫିସ, ୫।୧୦: ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ହେଁ ସମ୍ପୂର୍ଣ୍ଣ ଭାବେ ଏହା ଉପରେ ରୋକ ଲଗାଯାଇପାରିନାହିଁ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦୁର୍ଗା ପୂଜାରେ ମା’ ବିରଜାଙ୍କ ରଥ ବିନା ଭକ୍ତରେ ଗଡ଼ିବ। ୯ ଦିନ ବ୍ୟାପି…
ଜବତ ହେଲା ଗଞ୍ଜେଇ ବେପାରୀଙ୍କ ୩ କୋଟି ସମ୍ପତ୍ତି
କଟକ ଅଫିସ,୫ା୧୦: ଗତ ଫେବୃୟାରୀ ୧ ତାରିଖରେ ଓଡ଼ିଶା ପୋଲିସ ୧୪ ଶହ କେଜି ଗଞ୍ଜେଇ ଜବତ କରିବା ସହ ୧୧ଜଣଙ୍କୁ ଗିରଫ କରିଥିଲା । ପରେ ସେମାନଙ୍କୁ ଗିରଫ କରି ଜେଲ ପଠାଯାଇଥିଲା। ଏବେ ନିଶା ମାଫିଆଙ୍କ ଲାଭବାନ ସମ୍ପତ୍ତିକୁ…
ବନ୍ଧୁକ ବେପାର କରୁଥିଲେ ଆଲବମ୍ ନିର୍ଦ୍ଦେଶକ
କଟକ ଅଫିସ,୫।୧୦: ଦୁର୍ଗା ପୂଜା ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ କ୍ଲିନ କ୍ରାଇମ ଅଭିଯାନ ଆରମ୍ଭ ହୋଇଛି। ବନ୍ଧୁକ କାରବାର ଅଭିଯୋଗରେ ବାଦାମବାଡି ଥାନା ପୋଲିସ ମଙ୍ଗଳବାର ଜଣେ ଆଲବମ୍ ନିର୍ଦ୍ଦେଶକଙ୍କ ସମେତ ୪ ପେଶାଦାର ଅପରାଧୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ…
ପିପିଲି ନିର୍ବାଚନମଣ୍ଡଳୀର ବିକାଶ ହିଁ ମୋର ପ୍ରଥମ ଲକ୍ଷ୍ୟ: ରୁଦ୍ର
ଭୁବନେଶ୍ୱର,୫।୧୦(ବ୍ୟୁରୋ): ପିପିଲିର ନବନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥି ଶପଥ ନେଇଛନ୍ତି। ମଙ୍ଗଳବାର ବିଧାନସଭାରେ ତାଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଶପଥ ନେବା ପରେ ଅଞ୍ଚଳର ବିକାଶ ହିଁ ତାଙ୍କର ପ୍ରଥମ ଲକ୍ଷ୍ୟ…
ଖଜୁରିପଡ଼ା ଥାନାଧିକାରୀ ସସ୍ପେଣ୍ଡ
ଫୁଲବାଣୀ ଅଫିସ,୫ା୧୦-କନ୍ଧମାଳ ଜିଲା ଖଜୁରିପଡା ଥାନାଧିକାରୀ ରମାକାନ୍ତ ପାତ୍ରଙ୍କୁ ଡିଜିପି ଅଭୟ ମଙ୍ଗଳବାର ସସ୍ପେଣ୍ଡ କରିଛନ୍ତି। ଗତ ରବିବାର ସନ୍ଧ୍ୟାରେ ଥାନାଧିକାରୀ ପାତ୍ର ନିଜ କ୍ଷମତାର ଦୂରୁପଯୋଗ କରି ହାଟ କରିବାକୁ ଆସିଥିବା ଜଣେ ବ୍ୟବସାୟୀଙ୍କୁ ମାଡ଼ ମାରଥିଲେ। ଏହା ପ୍ରତିବାଦରେ…
ଧରାପଡିଲେ ହରିଆଣାର ଏଟିଏମ୍ ଲୁଟେରା ଗ୍ୟାଙ୍ଗ
ବଲାଙ୍ଗୀର ଅଫିସ,୫।୧୦: ବଲାଙ୍ଗୀର ଜିଲାରେ ସକ୍ରିୟ ଥିବା ହରିଆଣାର ତିନି ଜଣ ଏଟିଏମ୍ ଲୁଟେରାଙ୍କୁ ପୋଲିସ ଗିରଫ କରିଛି। ଏହି ଲୁଟେରାମାନେ ଅଭିନବ ଉପାୟରେ ଟଙ୍କା ଲୁଟ କରୁଥିଲେ। ସେମାନଙ୍କଠାରୁ ଦୁଇଟି ଏଟିଏମ୍ ସ୍କିମର ଓ କ୍ଲୋନିଂ ମେଶିନ ସହ ୩୭…
Archives


