ମହିଳାଙ୍କ ହାତରେ ବିଏମ୍‌ସି ଶାସନ ଭାର

ଭୁବନେଶ୍ୱର, ୧୦।୪ (ବ୍ୟୁରୋ): ପୌର ନିର୍ବାଚନ ସରିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପ୍ରଥମ ମହିଳା ମେୟର ପାଇଛି। ଏଥିସହ ଡେପୁଟି ମେୟର ଭାବେ ଜଣେ ମହିଳାଙ୍କୁ ବସାଇଛି ବିଜେଡି। ପୁଣି ଅଧିକାଂଶ କର୍ପୋରେଟର ହେଉଛନ୍ତି ମହିଳା। ଶନିବାର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର ଓ ସମସ୍ତ କର୍ପୋରେଟର ଶପଥ ନେବା ସହ ସହରର ଶାସନ ଭାର ସମ୍ଭାଳିଛନ୍ତି।
ଭୁବନେଶ୍ୱରରେ ଡେପୁଟି ମେୟର ପଦବୀ ଆରମ୍ଭ ହେବା ଦିନଠାରୁ ଏହି ପଦବୀ ଲଗାତର ମହିଳାଙ୍କ ହାତକୁ ଯାଉଛି। ୨୦୦୩ରେ ଊର୍ମିଳା ମହାପାତ୍ର ପ୍ରଥମ ଡେପୁଟି ମେୟର ଥିଲେ। ୨୦୦୮ରେ ଭାରତୀ ସିଂହ ଓ ୨୦୧୪ରେ କେ. ଶାନ୍ତି ଡେପୁଟି ମେୟର ହୋଇଥିଲେ। ବିଜେଡି ଏଥର ମଧ୍ୟ ସମାନ ଧାରା ବଜାୟ ରଖିଛି। ଅପରପକ୍ଷେ ଚଳିତ ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣ ହିସାବରେ ଭୁବନେଶ୍ୱରର ୬୭ଟି ଓ୍ବାର୍ଡ ମଧ୍ୟରୁ ୩୪ଟି ଆସନ ମହିଳଙ୍କ ପାଇଁ ସଂରକ୍ଷିତ ରଖାଯାଇଥିଲା। ତେବେ ସଂରକ୍ଷିତ ଆସନଠାରୁ ବିଜୟୀ ମହିଳାଙ୍କ ହାର ଟପି ଯାଇଛି। ମହାନଗରର ୬୧ ପ୍ରତିଶତ ଆସନ ମହିଳାଙ୍କ ଦଖଲକୁ ଯାଇଛି। ମୋଟ୍‌ ୪୧ଟି ଓ୍ବାର୍ଡର ଦାୟିତ୍ୱ ମହିଳା କର୍ପୋରେଟରଙ୍କ ହାତକୁ ଯାଇଛି। ବିଜେଡିରୁ ୨୮ଜଣ ଥିବାବେଳେ ଭାଜପାରୁ ୭ଜଣ ଓ ୬ଜଣ ମହିଳା ସ୍ବାଧୀନ ଭାବେ ଲଢ଼ି କର୍ପୋରେଟର ହୋଇଛନ୍ତି। ପରବର୍ତ୍ତୀ ସମୟରେ ସ୍ବାଧୀନ ମହିଳା କର୍ପୋରେଟରଙ୍କ ମଧ୍ୟରୁ ୨ଜଣ ବିଜେଡିରେ ସାମିଲ ହୋଇସାରିଛନ୍ତି। ମେୟର, ଡେପୁଟି ମେୟରଙ୍କ ସମେତ ମହିଳା କର୍ପୋରେଟରଙ୍କ ସଂଖ୍ୟା ଅଧିକ ରହିଥିବାରୁ ବିଏମ୍‌ସିରେ ମହିଳାଙ୍କ ଶାସନ ଦେଖିବାକୁ ମିଳିବ। ନବ ନିର୍ବାଚିତ ମହିଳା କର୍ପୋରେଟରଙ୍କ ମଧ୍ୟରୁ ଅନେକ ଗୃହିଣୀରୁ ରାଜନୀତିରେ ପାଦ ଥାପିଛନ୍ତି। ତଥାପି ନିଜର ଦକ୍ଷତା ବଳରେ ଶାସନ ଭାର ଠିକ୍‌ ଭାବେ ତୁଲାଇ ପାରିବେ ବୋଲି କହିଛନ୍ତି। ୨୦୧୪ ନିର୍ବାଚନରେ ମଧ୍ୟ ୩୮ଜଣ ମହିଳା କର୍ପୋରେଟର ଦାୟିତ୍ୱ ନିର୍ବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri