ଆଜିଠୁ ଶ୍ରୀକ୍ଷେତ୍ରରେ ସାହିଯାତ

ପୁରୀ ଅଫିସ,୧୦।୪: ଚୈତ୍ରମାସ ଶୁକ୍ଳପକ୍ଷ ନବମୀ ତିଥିରେ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ଏବଂ ଶ୍ରୀକ୍ଷେତ୍ରର ସାତ ସାହିରେ ପାରମ୍ପରିକ ସମରକଳା ସାହିଯାତ ଅନୁଷ୍ଠିତ ହେବ। ଚଳିତବର୍ଷ କରୋନା ପ୍ରଭାବ କମିଥିବାରୁ ସାହିଯାତରେ ପୁରୀବାସୀ ସାମିଲ ହେବେ। ସାହିର ଜାଗା ଆଖଡାରୁ ପୌରାଣିକ ରାମାୟଣର ଚରିତ୍ର ରାମ ଲକ୍ଷ୍ମଣ, ସୀତା, ରାବଣ, ନାକ, କାନ, ପର୍ଶୁରାମ, ହନୁମାନ, ସପ୍ତଶିରା ଓ ନାଗା ମେଢ ଆଦି ବାହାରି ସାହି ପରିକ୍ରମା କରିଥାନ୍ତି। ଏଥିରେ ସାତ ସାହିର ମୁରବି ଏବଂ ବାସିନ୍ଦାମାନେ ପଟୁଆରରେ ଯୋଗଦାନ କରିଥାନ୍ତି। ସାହି ପରିକ୍ରମା ପରେ ବେଶଧାରୀମାନେ ଶ୍ରୀମନ୍ଦିର ନିକଟକୁ ଯାଇ ବିଭିନ୍ନ କଳା କୌଶଳ ପ୍ରଦର୍ଶନ କରିଥାନ୍ତି। ଏହାପରେ ଶ୍ରୀମନ୍ଦିରରୁ ଠାକୁର ମଠକୁ ବିଜେ କରିଥାନ୍ତି। ପରେ ମଠ ପରିସରରେ ବିଭିନ୍ନ ନୀତିକାନ୍ତି ହୋଇଥାଏ।
ସାହିଯାତ ରାମନବମୀଠାରୁ ଆରମ୍ଭ ହୋଇ ରାମଅଭିଷେକ ପର୍ଯ୍ୟନ୍ତ ହୋଇଥାଏ। ତେବେ ଚଳିତବର୍ଷ ବିନା କଟକଣାରେ ପୂର୍ବଭଳି ପାଳନ ହେବ ପରମ୍ପରା। ସାହି ସାହିରେ ପାରମ୍ପରିକ ନୃତ୍ୟ ସହ ସମରକଳା ପ୍ରଦର୍ଶନ ହେବ। ସାହି ଆଖଡ଼ାରେ ସଭା ହେଉଥିଲା ବେଳେ ଜାଗା ପରିସରରେ ଯବୁକମାନଙ୍କର ଚାଲିଛି ଅଭ୍ୟାସ। ଚଳିତବର୍ଷ ଯେପରି ସାହିଯାତକୁ ଶୃଙ୍ଖଳିତ ଭାବେ କରାଯିବ ସେଥିପ୍ରତି ପ୍ରଶାସନ ସଜାଗ ରହିଛି। ସାହି ମୁରବିଙ୍କ ସହ ପ୍ରଶାସନ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଛି। ୧୦ ଠାରୁ ୨୪ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସାହିଯାତ ପାଇଁ ପ୍ରତ୍ୟେକ ସାହିକୁ ଯାତ ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରୋତ୍ସାହନ ମୂଳକ ରାଶି ପ୍ରଦାନ କରାଯିବାକୁ ଜିଲାପାଳ ସୂଚନା ଦେଇଛନ୍ତି। ସମ୍ପୃକ୍ତ ରାସ୍ତା ମରାମତି ଓ ଆଲୋକୀକରଣ ନିମନ୍ତେ ପୌରସଂସ୍ଥା ପକ୍ଷରୁ କାର୍ଯ୍ୟ ହୋଇଛି। ଆଇନଶୃଙ୍ଖଳା ନିମନ୍ତେ ଆବଶ୍ୟକ ପୋଲିସ ମୁତୟନ ରହିବେ। ପାରସ୍ପରିକ ସହଯୋଗ ନିମନ୍ତେ ସାହି ଆଖଡ଼ାର ମୁରବିଙ୍କୁ ନେଇ କମିଟି ଗଠନ କରାଯାଇଛି। ସାହି ମୁରବିମାନେ ପ୍ରଶାସନକୁ ରୁଟ ଚାର୍ଟ ପ୍ରଦାନ କରିଛନ୍ତି। ସେହିପରି ମେଢ ବାହାର କରିବା ନିମନ୍ତେ ସମୟ ନିର୍ଘଣ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri