ଆଜିଠୁ ଶ୍ରୀକ୍ଷେତ୍ରରେ ସାହିଯାତ

ପୁରୀ ଅଫିସ,୧୦।୪: ଚୈତ୍ରମାସ ଶୁକ୍ଳପକ୍ଷ ନବମୀ ତିଥିରେ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ଏବଂ ଶ୍ରୀକ୍ଷେତ୍ରର ସାତ ସାହିରେ ପାରମ୍ପରିକ ସମରକଳା ସାହିଯାତ ଅନୁଷ୍ଠିତ ହେବ। ଚଳିତବର୍ଷ କରୋନା ପ୍ରଭାବ କମିଥିବାରୁ ସାହିଯାତରେ ପୁରୀବାସୀ ସାମିଲ ହେବେ। ସାହିର ଜାଗା ଆଖଡାରୁ ପୌରାଣିକ ରାମାୟଣର ଚରିତ୍ର ରାମ ଲକ୍ଷ୍ମଣ, ସୀତା, ରାବଣ, ନାକ, କାନ, ପର୍ଶୁରାମ, ହନୁମାନ, ସପ୍ତଶିରା ଓ ନାଗା ମେଢ ଆଦି ବାହାରି ସାହି ପରିକ୍ରମା କରିଥାନ୍ତି। ଏଥିରେ ସାତ ସାହିର ମୁରବି ଏବଂ ବାସିନ୍ଦାମାନେ ପଟୁଆରରେ ଯୋଗଦାନ କରିଥାନ୍ତି। ସାହି ପରିକ୍ରମା ପରେ ବେଶଧାରୀମାନେ ଶ୍ରୀମନ୍ଦିର ନିକଟକୁ ଯାଇ ବିଭିନ୍ନ କଳା କୌଶଳ ପ୍ରଦର୍ଶନ କରିଥାନ୍ତି। ଏହାପରେ ଶ୍ରୀମନ୍ଦିରରୁ ଠାକୁର ମଠକୁ ବିଜେ କରିଥାନ୍ତି। ପରେ ମଠ ପରିସରରେ ବିଭିନ୍ନ ନୀତିକାନ୍ତି ହୋଇଥାଏ।
ସାହିଯାତ ରାମନବମୀଠାରୁ ଆରମ୍ଭ ହୋଇ ରାମଅଭିଷେକ ପର୍ଯ୍ୟନ୍ତ ହୋଇଥାଏ। ତେବେ ଚଳିତବର୍ଷ ବିନା କଟକଣାରେ ପୂର୍ବଭଳି ପାଳନ ହେବ ପରମ୍ପରା। ସାହି ସାହିରେ ପାରମ୍ପରିକ ନୃତ୍ୟ ସହ ସମରକଳା ପ୍ରଦର୍ଶନ ହେବ। ସାହି ଆଖଡ଼ାରେ ସଭା ହେଉଥିଲା ବେଳେ ଜାଗା ପରିସରରେ ଯବୁକମାନଙ୍କର ଚାଲିଛି ଅଭ୍ୟାସ। ଚଳିତବର୍ଷ ଯେପରି ସାହିଯାତକୁ ଶୃଙ୍ଖଳିତ ଭାବେ କରାଯିବ ସେଥିପ୍ରତି ପ୍ରଶାସନ ସଜାଗ ରହିଛି। ସାହି ମୁରବିଙ୍କ ସହ ପ୍ରଶାସନ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଛି। ୧୦ ଠାରୁ ୨୪ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସାହିଯାତ ପାଇଁ ପ୍ରତ୍ୟେକ ସାହିକୁ ଯାତ ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରୋତ୍ସାହନ ମୂଳକ ରାଶି ପ୍ରଦାନ କରାଯିବାକୁ ଜିଲାପାଳ ସୂଚନା ଦେଇଛନ୍ତି। ସମ୍ପୃକ୍ତ ରାସ୍ତା ମରାମତି ଓ ଆଲୋକୀକରଣ ନିମନ୍ତେ ପୌରସଂସ୍ଥା ପକ୍ଷରୁ କାର୍ଯ୍ୟ ହୋଇଛି। ଆଇନଶୃଙ୍ଖଳା ନିମନ୍ତେ ଆବଶ୍ୟକ ପୋଲିସ ମୁତୟନ ରହିବେ। ପାରସ୍ପରିକ ସହଯୋଗ ନିମନ୍ତେ ସାହି ଆଖଡ଼ାର ମୁରବିଙ୍କୁ ନେଇ କମିଟି ଗଠନ କରାଯାଇଛି। ସାହି ମୁରବିମାନେ ପ୍ରଶାସନକୁ ରୁଟ ଚାର୍ଟ ପ୍ରଦାନ କରିଛନ୍ତି। ସେହିପରି ମେଢ ବାହାର କରିବା ନିମନ୍ତେ ସମୟ ନିର୍ଘଣ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri