୧୪୦୧ ଶିକ୍ଷକ ପଦବୀରୁ ୩୫୯ ଖାଲି

ଜଗତ୍‌ସିଂହପୁର ଅଫିସ,୧୦।୪: ଜଗତ୍‌ସିଂହପୁର ଜିଲାର ୧୫୧ ଉଚ୍ଚ ବିଦ୍ୟାଳୟରେ ୧୪୦୧ ଶିକ୍ଷକ ପଦବୀ ଥିବାବେଳେ ସେଥିରୁ ୩୫୯ଟି ଖାଲି ପଡିଛି। ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଥିବାବେଳେ ପଦବୀଗୁଡିକ ଖାଲି ପଡ଼ିଥିବାରୁ ଶିକ୍ଷାଦାନରେ ଗୁରୁତର ବାଧା ସୃଷ୍ଟି ହେବା ଆଶଙ୍କା ରହିଛି।
ଜଗତ୍‌ସିଂହପୁର ଏକ ଶିକ୍ଷିତ ଜିଲା ଭାବେ ପରିଗଣିତ। କିନ୍ତୁ କୋଭିଡ୍‌-୧୯ ଯୋଗୁ ୨ ବର୍ଷ କାଳ ବିଦ୍ୟାଳୟରେ ଶିକ୍ଷାଦାନ ବନ୍ଦ ଥିଲା। ଅନ୍‌ଲାଇନ୍‌ ମାଧ୍ୟମରେ କାମଚଳା ଶିକ୍ଷାଦାନ ଚାଲିଥିଲେ ସୁଦ୍ଧା ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରିନାହିଁ। ମୋଟାମୋଟିଭାବେ ଛାତ୍ରୀଛାତ୍ରମାନେ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏବେ ବିଦ୍ୟାଳୟଗୁଡ଼ିକ ଖୋଲିଥିଲେ ସୁଦ୍ଧା ଶିକ୍ଷକଙ୍କ ଅଭାବ ଚିନ୍ତାର କାରଣ ପାଲଟିଛି। ଜିଲା ଶିକ୍ଷା ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ସୁଦ୍ଧା ଜିଲାରେ ୧୬ କ୍ଲାସ୍‌-୨ ପ୍ରଧାନ ଶିକ୍ଷକ ପଦବୀ ମଧ୍ୟରୁ ୯ ଓ ୧୩୫ ସିନିୟର ଏସ୍‌ଇଏସ୍‌ ପ୍ରଧାନ ଶିକ୍ଷକ ପଦବୀରୁ ୩୧ଟି ଖାଲି ପଡ଼ିଛି। ସେହିପରି କଳା ଶିକ୍ଷକ ୩୯୭ରୁ ୧୦୩, ପିସିଏମ୍‌ ୨୦୯ରୁ ୪୭, ସିବିଜେଡ୍‌ ୧୯୨ରୁ ୪୭, ହିନ୍ଦୀ ୧୪୭ରୁ ୪୭, ସଂସ୍କୃତ ୧୫୦ରୁ ୪୫, ପିଇଟି ୧୪୫ରୁ ୨୬ ଏବଂ ଊର୍ଦ୍ଦୁରେ ୧୦ରୁ ୪ଟି ପଦବୀ ଖାଲି ପଡ଼ିଛି। ଏହାବାଦ୍‌ ୨ କିରାଣି ଓ ୯ଟି ପିଅନ ପଦବୀ ଖାଲି ରହିଛି। ଏତେ ସଂଖ୍ୟକ ପଦବୀ ଖାଲିଥିବାବେଳେ ସରକାରଙ୍କ ପକ୍ଷରୁ ପାଖାପାଖି ୨୦୦ ଅତିଥି ଶିକ୍ଷକ ନିଯୁକ୍ତି ଦିଆଯାଇଥିଲା। ଏହାଦ୍ୱାରା ସମସ୍ୟାର କେତେକାଂଶରେ ସମାଧାନ ହୋଇପାରିଥିଲା। ଏବେ କିନ୍ତୁ ଏହି ଅତିଥି ଶିକ୍ଷକମାନଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଯାଇଛି। ସରକାର ତୁରନ୍ତ ଖାଲି ପଦବୀ ପୂରଣ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ ନ କଲେ ଆଗକୁ ଛାତ୍ରୀଛାତ୍ରମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବେ ବୋଲି ଅନେକ ଅଭିଭାବକ ମତପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରାଙ୍କୁ ପଚାରିବାରୁ ଅତିଥି ଶିକ୍ଷକମାନଙ୍କ ଚୁକ୍ତି ଅବଧି ବଢାଇବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଖୁବଶୀଘ୍ର ପାଖାପାଖି ୨୦୦ ଅତିଥି ଶିକ୍ଷକଙ୍କୁ ପୁନଃ ଶିକ୍ଷାଦାନ ପାଇଁ ସୁଯୋଗ ଦିଆଯିବ। ଏହାଦ୍ୱାରା ସମ୍ଭାବ୍ୟ ପରିସ୍ଥିତିକୁ କେତେକାଂଶରେ ଏଡ଼ାଇ ଦିଆଯାଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪: ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ ଜନସାଧାରଣଙ୍କୁ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri