୧୪୦୧ ଶିକ୍ଷକ ପଦବୀରୁ ୩୫୯ ଖାଲି

ଜଗତ୍‌ସିଂହପୁର ଅଫିସ,୧୦।୪: ଜଗତ୍‌ସିଂହପୁର ଜିଲାର ୧୫୧ ଉଚ୍ଚ ବିଦ୍ୟାଳୟରେ ୧୪୦୧ ଶିକ୍ଷକ ପଦବୀ ଥିବାବେଳେ ସେଥିରୁ ୩୫୯ଟି ଖାଲି ପଡିଛି। ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଥିବାବେଳେ ପଦବୀଗୁଡିକ ଖାଲି ପଡ଼ିଥିବାରୁ ଶିକ୍ଷାଦାନରେ ଗୁରୁତର ବାଧା ସୃଷ୍ଟି ହେବା ଆଶଙ୍କା ରହିଛି।
ଜଗତ୍‌ସିଂହପୁର ଏକ ଶିକ୍ଷିତ ଜିଲା ଭାବେ ପରିଗଣିତ। କିନ୍ତୁ କୋଭିଡ୍‌-୧୯ ଯୋଗୁ ୨ ବର୍ଷ କାଳ ବିଦ୍ୟାଳୟରେ ଶିକ୍ଷାଦାନ ବନ୍ଦ ଥିଲା। ଅନ୍‌ଲାଇନ୍‌ ମାଧ୍ୟମରେ କାମଚଳା ଶିକ୍ଷାଦାନ ଚାଲିଥିଲେ ସୁଦ୍ଧା ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରିନାହିଁ। ମୋଟାମୋଟିଭାବେ ଛାତ୍ରୀଛାତ୍ରମାନେ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏବେ ବିଦ୍ୟାଳୟଗୁଡ଼ିକ ଖୋଲିଥିଲେ ସୁଦ୍ଧା ଶିକ୍ଷକଙ୍କ ଅଭାବ ଚିନ୍ତାର କାରଣ ପାଲଟିଛି। ଜିଲା ଶିକ୍ଷା ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ସୁଦ୍ଧା ଜିଲାରେ ୧୬ କ୍ଲାସ୍‌-୨ ପ୍ରଧାନ ଶିକ୍ଷକ ପଦବୀ ମଧ୍ୟରୁ ୯ ଓ ୧୩୫ ସିନିୟର ଏସ୍‌ଇଏସ୍‌ ପ୍ରଧାନ ଶିକ୍ଷକ ପଦବୀରୁ ୩୧ଟି ଖାଲି ପଡ଼ିଛି। ସେହିପରି କଳା ଶିକ୍ଷକ ୩୯୭ରୁ ୧୦୩, ପିସିଏମ୍‌ ୨୦୯ରୁ ୪୭, ସିବିଜେଡ୍‌ ୧୯୨ରୁ ୪୭, ହିନ୍ଦୀ ୧୪୭ରୁ ୪୭, ସଂସ୍କୃତ ୧୫୦ରୁ ୪୫, ପିଇଟି ୧୪୫ରୁ ୨୬ ଏବଂ ଊର୍ଦ୍ଦୁରେ ୧୦ରୁ ୪ଟି ପଦବୀ ଖାଲି ପଡ଼ିଛି। ଏହାବାଦ୍‌ ୨ କିରାଣି ଓ ୯ଟି ପିଅନ ପଦବୀ ଖାଲି ରହିଛି। ଏତେ ସଂଖ୍ୟକ ପଦବୀ ଖାଲିଥିବାବେଳେ ସରକାରଙ୍କ ପକ୍ଷରୁ ପାଖାପାଖି ୨୦୦ ଅତିଥି ଶିକ୍ଷକ ନିଯୁକ୍ତି ଦିଆଯାଇଥିଲା। ଏହାଦ୍ୱାରା ସମସ୍ୟାର କେତେକାଂଶରେ ସମାଧାନ ହୋଇପାରିଥିଲା। ଏବେ କିନ୍ତୁ ଏହି ଅତିଥି ଶିକ୍ଷକମାନଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଯାଇଛି। ସରକାର ତୁରନ୍ତ ଖାଲି ପଦବୀ ପୂରଣ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ ନ କଲେ ଆଗକୁ ଛାତ୍ରୀଛାତ୍ରମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବେ ବୋଲି ଅନେକ ଅଭିଭାବକ ମତପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରାଙ୍କୁ ପଚାରିବାରୁ ଅତିଥି ଶିକ୍ଷକମାନଙ୍କ ଚୁକ୍ତି ଅବଧି ବଢାଇବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଖୁବଶୀଘ୍ର ପାଖାପାଖି ୨୦୦ ଅତିଥି ଶିକ୍ଷକଙ୍କୁ ପୁନଃ ଶିକ୍ଷାଦାନ ପାଇଁ ସୁଯୋଗ ଦିଆଯିବ। ଏହାଦ୍ୱାରା ସମ୍ଭାବ୍ୟ ପରିସ୍ଥିତିକୁ କେତେକାଂଶରେ ଏଡ଼ାଇ ଦିଆଯାଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ପୌର ନିର୍ବାଚନ ପାଇଁ ଦିଗପହଣ୍ଡି ବିଜେଡିର ସଜବାଜ, ପ୍ରତି ୱାର୍ଡରେ ଗଠନ ହେବ ଦଳୀୟ କମିଟି

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନଗର ବିଜୁ ଜନତା ଦଳ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri