ଦିବ୍ୟାଙ୍ଗ କ୍ରୀଡ଼ାବିତ୍ ରାଖାଲଙ୍କୁ ସମ୍ବର୍ଦ୍ଧନା
ଭଦ୍ରକ ଅଫିସ/ଭଣ୍ଡାରିପୋଖରୀ,୬।୩ (ଡି.ଏନ.ଏ.): ଭୁବନେଶ୍ୱର ରେଳବାଇ ଇନ୍ଡୋର ଷ୍ଟାଡିୟମରେ ଫେବୃୟାରୀ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୧୪ତମ ଜାତୀୟ ହ୍ବୁଇଲ ଚେୟାର ଫ୍ୟାନ୍ସିଂ ଚାମ୍ପିୟାନଶିପ୍ରେ ଭଣ୍ଡାରିପୋଖରୀ ବ୍ଲକ ଅଧୀନ ତେସିଙ୍ଗା ଗ୍ରାମର ଦିବ୍ୟାଙ୍ଗ ରାଖାଲ କୁମାର ସେଠି କୃତିତ୍ୱ ହାସଲ…
ଦେଶ ପାଇଁ ଆଣିଲେ ଗୌରବ
ବାଲେଶ୍ୱର ଅଫିସ, ୬।୩: ବାଲେଶ୍ୱର ରେମୁଣା ଥାନା ମନ୍ଦାରପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ୨୨ବର୍ଷୀୟା ପଦ୍ମାବତୀ ସିଂ ଭାରତୀୟ ଟେନିସ୍ କ୍ରିକେଟ ଟିମ୍ରେ ସାମିଲ ହୋଇ ଦେଶ, ରାଜ୍ୟ ତଥା ଜିଲା ପାଇଁ ଗୌରବ ଆଣି ଦେଇଛନ୍ତି। ଫେବୃୟାରୀ ୨୧ରୁ ୨୮…
‘ଭୟ, ଆଶଙ୍କାରେ ବିତୁଥିଲା ପ୍ରତିଟି ମୁହୂର୍ତ୍ତ’
ବାଲିଆପାଳ, ୬।୩(ସ୍ବ.ପ୍ର.): ପଦେ ପଦେ ଥିଲା ଜୀବନ ପ୍ରତି ବିପଦ। ବଙ୍କର ମଧ୍ୟରେ ୭ଦିନ ବିତାଇବାକୁ ପଡିଥିଲା। ରୁଷିଆ ପକ୍ଷରୁ ଗ୍ରେନେଡ୍ଗୁଡ଼ିକ ସେମାନଙ୍କର ବଙ୍କରଠାରୁ ମାତ୍ର ୩ଶହ ମିଟର ଦୂରରେ ମାଡ଼ ହେଉଥିବାରୁ ପ୍ରତିଟି ମୁହୂର୍ତ୍ତ କଟୁଥିଲା ଭୟ ଓ ଆଶଙ୍କା…
ଟାର୍ଗେଟ୍ ନାହିଁ, ପଡ଼ିରହିଛି ଧାନ
ଧାମନଗର,୬।୩: ଭଦ୍ରକ ଜିଲା ଧାମନଗର ସେବା ସମବାୟ ସମିତି ଅଧୀନରେ ଥିବା ଚାଷୀମାନେ ଧାନ ବିକ୍ରି କରି ନ ପାରି ହତାଶ ହୋଇପଡ଼ିଛନ୍ତି। ଟୋକନ ଅବଧି ଶେଷ ହେବା ସହ ଟାର୍ଗେଟ୍ ଅଭାବରୁ ଚାଷୀ ଅମଳ କରିଥିବା ଧାନ ସମିତିକୁ ବିକ୍ରି…
ୟୁକ୍ରେନ୍ରୁ କେନ୍ଦୁଝର ଫେରିଲେ ଶିବମ
ଚମ୍ପୁଆ, ୬।୩(ଡି.ଏନ୍.ଏ.): ୟୁକ୍ରେନ ଓ ଋଷ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତିରେ ଫଶି ରହିଥିବା ଶିବମ ସାହୁ ଶନିବାର ନିଜ ଜନ୍ମମାଟି ଚମ୍ପୁଆରେ ପହଞ୍ଚିଛନ୍ତି। ଶିବମ ଚମ୍ପୁଆରେ ପହଞ୍ଚିବା ପରେ ସ୍ଥାନୀୟ ବୁଦ୍ଧିଜୀବୀ ଗିରିଜା ଶଙ୍କର ସାହୁ, ସନ୍ତୋଷ କୁମାର…
ସିଏମ୍ସି ଲାଗି ଶ୍ରୀତମ ଦାସଙ୍କୁ ମେୟର ପ୍ରାର୍ଥୀ କଲା ଭାଜପା
କଟକ ଅଫିସ,୬।୩: ବର୍ତ୍ତମାନ ୩ ମହାନଗର ନିଗମରେି ରାଜନୀତି ସରଗରମ ହେଉଛି। ତିନି ମହାନଗର ନିଗମର ମେୟର ପଦ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଶୁକ୍ରବାର କଟକ ମହାନଗର ନିଗମ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ସିଏମ୍ସି…
୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ
ବାଲେଶ୍ୱର ଅଫିସ,୬ା୩: ଥମୁନି ଧଳା ଜହର କାରବାର। ବାଲେଶ୍ୱର ଜିଲା କମର୍ଦ୍ଦା ବଜାରରୁ ୨୬୦ ଗ୍ରାମର ବ୍ରାଉନସୁଗାର ଜବତ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଜବତ ଧଳା ଜହର ଆନୁମାନିକ ବଜାରର ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ। ସୂଚନାନୁସାରେ,…
ବିଜୁ ଜୟନ୍ତୀରେ ଦୁଇ ଗୋଷ୍ଠୀ ମୁହାଁମୁହିଁ
ଖୋର୍ଦ୍ଧା ଅଫିସ,୬।୩: ପୌର ନିର୍ବାଚନ ପାଇଁ ନାମାଙ୍କନକୁ ଦୁଇ ଦିନ ବାକି ରହିଛି। ଏଭଳି ସ୍ଥିତିରେ ଦଳୀୟ ଟିକେଟକୁ ନେଇ ବିଜେଡି କର୍ମୀଙ୍କ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି। ଶନିବାର ଖୋର୍ଦ୍ଧା ବିଜେଡି କାର୍ଯ୍ୟାଳୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ…
ପୋଲିସ ଛାଉଣୀରେ ଢିଙ୍କିଆରେ ଜନଶୁଣାଣି
କୁଜଙ୍ଗ,୬।୩(ଡି.ଏନ୍.ଏ.): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରସ୍ତାବିତ ଜେଏସ୍ଡବ୍ଲ୍ୟୁ ପ୍ରକଳ୍ପ ନିମନ୍ତେ ଦ୍ୱିତୀୟ ଥର ପାଇଁ ଜଗତ୍ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟରେ ୫ ଜଣିଆ ଆଇନଜୀବୀ କମିଟି ସଦସ୍ୟଙ୍କ ଉପସ୍ଥିତିରେ ପୋଲିସ ଛାଉଣୀ ମଧ୍ୟରେ ଶନିବାର…
ଘୋଡ଼ାବେପାର ଉପରେ ନଜର
ପୁରୀ ଅଫିସ,୬।୩: ପୁରୀ ସଦର ବ୍ଲକ୍ ଅଧ୍ୟକ୍ଷ ପଦ କାହା ହାତକୁ ଯିବ ସେକଥା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ପୁରୀ ସଦରର ୩୦ ବିଜୟୀ ସମିତିସଭ୍ୟଙ୍କୁ ନେଇ ଯେଉଁ ରାଜନୀତି ଚାଲିଛି ତାକୁ ଦେଖିଲେ ବ୍ଲକ୍ କାହା ହାତକୁ ସେକଥା…
ଭୁଶୁଡ଼ିଲା ନିର୍ମାଣାଧୀନ ରେଲୱେ ଓଭରବ୍ରିଜ
ବାଉଁଶୁଣୀ/ବୌଦ୍ଧ,୬।୩(ଡି.ଏନ.ଏ./ସ୍ବ.ପ୍ର.): ପଶ୍ଚିମ ଓଡ଼ିଶାର ଜୀବନ ରେଖା କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ବୌଦ୍ଧ ଜିଲା ଦେଇ ୧୧୦ କି.ମି. ବ୍ୟାପୀ ଏହି ରେଳପଥ ଯିବାକୁ ଥିବା ବେଳେ କାମ ଆଗେଇ ଚାଲିଛି। ତେବେ ନିମ୍ନମାନର କାମ ଯୋଗୁ ବୌଦ୍ଧ…
ବରଫାବୃତ୍ତ ଅଞ୍ଚଳରେ ୭୨ ଘଣ୍ଟା
ଢେଙ୍କାନାଳ ଅଫିସ, ୬।୩: ଚାରିଆଡ଼େ ବରଫ ହିଁ ବରଫ। ହାଡ଼ଭଙ୍ଗା ଶୀତ ଭିତରେ ଜୀବନ ବଞ୍ଚାଇବା ଲାଗି ସଂଘର୍ଷ। ପାଖରେ ନ ଥିଲା ପର୍ଯ୍ୟାପ୍ତ ଖାଦ୍ୟ କି ମିଳୁ ନ ଥିଲା ମୁନ୍ଦାଏ ପାଣି। ଏଭଳି ପ୍ରତିକୂଳ ସ୍ଥିତିରେ ୟୁକ୍ରେନ୍-ରୋମାନିଆ ସୀମାନ୍ତ…

