ପୋଷ୍ଟମର୍ଟମ ରିପୋର୍ଟରେ ପ୍ରତିବାଦର ସୁରାକ ମିଳିଲା

ନିଶ୍ଚିନ୍ତକୋଇଲି(ସ୍ବ.ପ୍ର.)/ ମାହାଙ୍ଗା(ଡି.ଏନ୍‌.ଏ),୨୦ା୪: କଟକ ଜିଲା ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ସମ୍ପତ୍ତିକୁ କେନ୍ଦ୍ର କରି ବଡ଼ ଭାଇଙ୍କ ପରିବାରର ୫ଜଣଙ୍କୁ ହତ୍ୟା କରିବା ଘଟଣାର ୮ଦିନ ପରେ ମଙ୍ଗଳବାର ବ୍ୟବଚ୍ଛେଦ(ପୋଷ୍ଟମର୍ଟମ) ରିପୋର୍ଟ ଆସିଛି। ହତ୍ୟାକାଣ୍ଡ ସମୟରେ ମୃତକମାନେ ପ୍ରତିବାଦ କରିଥିଲେ। ସେମାନଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି। କୌଣସି ଧାରୁଆ ଅସ୍ତ୍ରରେ ସେମାନଙ୍କୁ ଆକ୍ରମଣ ହୋଇଥିବା ରିପୋର୍ଟରେ ସ୍ପଷ୍ଟ ହୋଇଛି। ତେବେ ବିଷକ୍ରିୟା ସମ୍ପର୍କରେ ପୋଷ୍ଟମର୍ଟମରେ ରିପୋର୍ଟରେ କୌଣସି ସୂଚନା ମିଳିନାହିଁ। ପୋଲିସ ଏବେ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି।
ଗତ ୧୧ତାରିଖ କୁସୁପୁର ଗ୍ରାମରେ ୫ଜଣଙ୍କୁ ହତ୍ୟା କରିବା ପାଇଁ ଅଭିଯୁକ୍ତ ଶିବ ପ୍ରସାଦ ସାହୁ ୪ଦିନ ପୂର୍ବରୁ ପ୍ରାକ୍‌ ପ୍ରସ୍ତୁତି କରିଥିଲେ ବୋଲି ପୋଲିସ ପୂର୍ବରୁ ସୂଚନା ଦେଇଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହତ୍ୟାକାଣ୍ଡର ରହସ୍ୟ ଅଧିକ ରୋଚକ ହୋଇଯାଇଛି। ପୋଷ୍ଟମର୍ଟମ ରିପୋର୍ଟରେ ମୃତକମାନେ ଆକ୍ରମଣ ସମୟରେ ଭରପୂର ପ୍ରତିବାଦ କରିଥିବା ଉଲ୍ଲେଖ ରହିଛି। ଏହାକୁ ନେଇ ଏବେ ବିଭିନ୍ନ ପ୍ରଶ୍ନ ଉଠୁଛି। ଅଭିଯୁକ୍ତ ଶିବ ଯଦି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସମୟରେ ମୃତ ୫ ଜଣ ପ୍ରତିବାଦ କରିଥିଲେ, ତେବେ ଆକ୍ରମଣକାରୀଙ୍କ ଶରୀରରେ କିପରି କୌଣସି କ୍ଷତି ହୋଇନାହିଁ। ତେଣୁ ଏହି ଘଟଣାରେ ଏକାଧିକ ଆକ୍ରମଣକାରୀଙ୍କ ସମ୍ପୃକ୍ତି ରହିଥିବା ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ଏହାଛଡ଼ା ପ୍ରତିବାଦ ସମୟରେ ନିଶ୍ଚିତ ଚିତ୍କାର ଶବ୍ଦ ଶୁଭିଥିବ, ଏହାକୁ କିପରି ପାଖ ଘର ଲୋକେ ଜାଣିପାରିଲେ ନାହିଁ। ଏଭଳି ବହୁ ଅସମାହିତ ପ୍ରଶ୍ନକୁ ନେଇ ପୋଲିସ ଛାନଭିନ୍‌ ଆରମ୍ଭ କରିଛି। ଫୋରେନ୍ସିକ୍‌ ରିପୋର୍ଟ, ଭିସେରା ରିପୋର୍ଟ ଓ ଅନ୍ୟାନ୍ୟ ଦିଗ ଉପରେ ପୋଲିସ ତଦନ୍ତ କରୁଥିବା ଏସ୍‌ଡିପିଓ ବିମଳ କୁମାର ବାରିକ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ସମ୍ପତ୍ତି ବିବାଦକୁ ନେଇ ଗତ ୧୧ ତାରିଖ ବିଳମ୍ବିତ ରାତିରେ କୁସୁପୁର ଗ୍ରାମର ଶିବ ପ୍ରସାଦ ସାହୁ ତାଙ୍କ ବଡ ଭାଇ ଅଲେଖ ସାହୁ , ଭାଉଜ ରଶ୍ମିତା, ଝିଆରୀ ସ୍ମୃତିସନ୍ଧ୍ୟା ଓ ୨ ପୁତୁରା ସ୍ମୃତିସ୍ବରୂପ, ସ୍ମୃତିସାଇଙ୍କ ସମେତ ୫ ଜଣଙ୍କୁ ବୀଭତ୍ସ ଭାବେ କଟୁରିରେ ହାଣି ହତ୍ୟା କରିଥିଲେ। ପରେ ମଙ୍ଗଳବାର ଘଟଣା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି କରିବାପରେ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଥିଲେ। ପୋଲିସ ଏନେଇ ମାମଲା (ନଂ. ୮୧/୨୨) ରୁଜୁ କରିଛି। ବୁଧବାର ପୋଲିସ ଶିବଙ୍କୁ କୋର୍ଟରେ ହାଜର କରିବାପରେ ୩ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିଛି। ରିମାଣ୍ଡର ପ୍ରଥମ ଦିନରେ ଶରୀର ଅସୁସ୍ଥତା ଆଳ ଦେଖାଇ ଶିବ ପୋଲିସକୁ କୌଣସି ସହଯୋଗ କରି ନ ଥିଲେ। ଶୁକ୍ରବାର ସକାଳୁ ଶିବ ନିଜ ଘର ଓ ଭଡ଼ାଘରକୁ ଯାଇ ସିନ୍‌ ରିକ୍ରିଏଟ୍‌ କରିବା ସହ ହତ୍ୟାକାଣ୍ଡ ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ଶନିବାର ରିମାଣ୍ଡର ଶେଷ ଦିନରେ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରିକୁ କିପରି ପୂର୍ବ ପ୍ରସ୍ତୁତି କରିଥିଲେ ସେନେଇ ବୟାନ ଦେଇଥିଲେ। ୫ଜଣଙ୍କୁ ଶିବ ଏକାକୀ ହତ୍ୟା କରିଥିବା ବାରମ୍ବାର କହୁଥିଲେ ସୁଦ୍ଧା ଘଟଣା ସମୟର ପାରିପାର୍ଶ୍ୱିକ ଅବସ୍ଥାକୁ ଦେଖିଲେ ଏକାକୀ ୫ଜଣଙ୍କୁ ହତ୍ୟା କରିବା ସମ୍ଭବ ମନେ ହେଉନାହିଁ। ଏପରି କି ପୋଷ୍ଟମର୍ଟମ୍‌ ରିପୋର୍ଟରେ ମଧ୍ୟ ଆକ୍ରମଣ ସମୟରେ ହତ୍ୟାର ଶିକାର ହୋଇଥିବା ୫ଜଣ ପ୍ରତିବାଦ କରିଥିବା ମଧ୍ୟ ଉଲ୍ଲେଖ ହୋଇଛି। ତେଣୁ ଏବେ ପୋଲିସ ଶିବଙ୍କୁ ଆଉଥରେ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିପାରେ ବୋଲି ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri