ପୋଲିସ-ମାଓବାଦୀ ଗୁଳି ବିନିମୟ, ଯବାନ ଆହତ

ମାଲକାନଗିରି,୨୦ା୪ (ଡି.ଏନ୍‌.ଏ.):  ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସାର୍କୋଗୁଡ଼ା ସିଲଗରର ମୋକୁର ଅଞ୍ଚଳରେ ମଙ୍ଗଳବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଯବାନ ଗୁରୁତର ହୋଇଛନ୍ତି। ଖବରରୁ ଜଣାପଡିଛି, କୋବ୍ରା, ଏସ୍‌ଟିଏଫ୍‌, ସିଆର୍‌ପିଏଫ୍‌ ଏବଂ ଜିଲା ସୁରକ୍ଷା ବଳର ଯବାନଙ୍କ ପକ୍ଷରୁ ସିଲଗରର ମୋକୁର ଅଞ୍ଚଳରେ ସର୍ଚ୍ଚ ଅପରେଶନ କରାଯାଉଥିଲା। ଏହି ସମୟରେ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଏହାର ପାଲଟା ଜବାବ ମଧ୍ୟ ପୋଲିସ ଦେଇଥିଲା। ଦୀର୍ଘ ସମୟ ଧରି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା। ତେବେ ପୋଲିସ ଗୁଳିର ସାମ୍‌ନା କରି ନ ପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଅନ୍ୟପକ୍ଷରେ ଏହି ଗୁଳି ବିନିମୟରେ କୋବ୍ରା ବାହିନୀର ଜଣେ ଯବାନ ଆହତ ହୋଇଛନ୍ତି। ମାଓବାଦୀଙ୍କ ଗୁଳି ତାଙ୍କ ଗୋଡ଼ରେ ବାଜିଛି। ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଥିବା ବେଳେ ଗୋଟିଏ ବନ୍ଧୁକ, କେତେକ ଗୁଳି ଓ ବାରୁଦ ଜବତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳିରେ ଅଘଟଣ! ପେଟରେ ପଶିଗଲା ରକେଟ୍‌ ବାଣ, ତାପରେ….

ନୂଆଦିଲ୍ଲୀ,୯।୧୧: ଦୀପାବଳିର ଖୁସି ଦିଲ୍ଲୀର ଅନେକ ପରିବାର ପାଇଁ ଦୁଃଖରେ ପରିଣତ ହୋଇଛି । ନରେଲା ଅଞ୍ଚଳରେ ବାଣ ଫୁଟାଇବା ସମୟରେ ରକେଟ୍‌ ମାଡ଼ରେ ଜଣେ ୧୦…

ଅଭିଷେକ ଶର୍ମାଙ୍କ ସ୍ପେଶାଲ ଡ୍ୟାନ୍ସ, ହୃଦୟ ଜିତିଲା ଏମ.ଏସ. ଧୋନିଙ୍କ ଉତ୍ସବ ପାଳନ ଶୈଳୀ, ଦେଖନ୍ତୁ କ୍ରିକେଟରଙ୍କ ସ୍ପେଶାଲ ଦୀପାବଳି

ନୂଆଦିଲ୍ଲୀ,୯।୧୧: ସମ୍ପୂର୍ଣ୍ଣ ଦେଶ ବର୍ତ୍ତମାନ ଦୀପାବଳିର ଆଲୋକରେ ଝଲସି ଉଠୁଛି। ସମସ୍ତେ ଏହି ପର୍ବକୁ ବେଶ ଉତ୍ସାହର ସହ ପାଳନ କରିଛନ୍ତି ଏବଂ ଭାରତୀୟ କ୍ରିକେଟରମାନେ ମଧ୍ୟ…

ଲଗାତର ବିଫଳତାରେ ଧୈର୍ଯ୍ୟହରା ହେଉଛନ୍ତି କି? ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି କଥାକୁ ରଖନ୍ତୁ ଧ୍ୟାନ, ସଫଳତାର ଶିଖରରେ ପହଞ୍ଚିପାରିବ

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ସମସ୍ତେ ସଫଳତା ପାଇପାରିବେ। ଜୀବନରେ ସମସ୍ତେ ସଫଳତା ପାଇଁ ଧାଁ ଧୌଡ଼ କରନ୍ତି। ଏହି ସମୟ ମଧ୍ୟରେ କିଛି ଲୋକ ଆଗକୁ ବଢ଼ିଥାନ୍ତି,…

କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଖୁସି ଖବର! ଅଷ୍ଟମ ବେତନ ଆୟୋଗରେ ମିଳିବ ଏତିକି ଲକ୍ଷ

ନୂଆଦିଲ୍ଲୀ,୯।୧୧: ଦେଶର ୧ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ପାଇଁ ଅଷ୍ଟମ ବେତନ ଆୟୋଗ ଏକ ବଡ଼ ଆଶା ସୃଷ୍ଟି କରିଛି । ସପ୍ତମ…

ବିଶ୍ୱର ଟପ୍‌-୫ ଭୟଙ୍କର ବୋଲର୍‌ଙ୍କ ତାଲିକା ପ୍ରକାଶ କଲେ ଭିଭି ରିଚାର୍ଡସ, ଏହି ଭାରତୀୟ ବୋଲରଙ୍କୁ ମିଳିଲା ୧ ନମ୍ବର ସ୍ଥାନ

ନୂଆଦିଲ୍ଲୀ,୯।୧୧: କ୍ରିକେଟ ଇତିହାସର ଅନ୍ୟତମ ମହାନ ବ୍ୟାଟର୍‌ ଭିଭି ରିଚାର୍ଡସ ନିଜ କ୍ୟାରିୟରରେ ଯେଉଁ ୫ ଜଣ ବୋଲରଙ୍କୁ ସାମ୍ନା କରିବା ସବୁଠୁ କଷ୍ଟକର ମନେ କରୁଥିଲେ,…

ପାକିସ୍ତାନ ଟିମ୍‌ରେ ଖେଳାଳି ଚୟନକୁ ନେଇ ବିବାଦ, ବାବର ଆଜମ କଲେ ବଡ଼ ଖୁଲାସା

ପାକିସ୍ତାନ କ୍ରିକେଟ୍‌ ଟିମ୍‌ରେ ଖେଳାଳି ଚୟନକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଦଳରେ ହୋଇଥିବା…

ଡିସେମ୍ବରରେ ବାଂଲାଦେଶରେ ବଡ଼ ଝଡ଼ ସୃଷ୍ଟି ହେବାକୁ ଯାଉଛି; ପାସପୋର୍ଟ ପାଇଁ ଆବେଦନ କରିଛନ୍ତି ଶେଖ ହସିନା

ନୂଆଦିଲ୍ଲୀ/ଢାକା,୯।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଡିସେମ୍ବରରେ ନିଜ ଦେଶକୁ ଫେରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ହିଂସାତ୍ମକ ବିକ୍ଷୋଭ ପରେ ତାଙ୍କ ସରକାର କ୍ଷମତାଚ୍ୟୁତ ହୋଇଥିଲା…

କିଏ ସେହି ଚାଇନିଜ ମହିଳା ଆଲିସ ହୁଆଙ୍ଗ? ଯିଏ ଏନଭିଡିଆ (Nvidia) ସିଇଓ ଜେନସେନଙ୍କୁ ‘ହନି ଟ୍ରାପ’ରେ ଫସାଇଲେ

ଓ୍ବାଶିଂଟନ,୯।୧୧: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଚିପ ଏବଂ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ସବୁଠାରୁ ବଡ଼ କମ୍ପାନୀ‘ଏନଭିଡିଆ’ (Nvidia) ର ସିଇଓ ଜେନସେନ ହୁଆଙ୍ଗ, ଜଣେ ଚାଇନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?