ପେଟ୍ରୋଲ ପମ୍ପ୍‌ ମାଲିକଙ୍କ ସମେତ ୬ ଗିରଫ

ସମ୍ବଲପୁର,୨୦ା୪(ବ୍ୟୁରୋ): ପାରାଦୀପରୁ ସମ୍ବଲପୁର ଦେଇ ରାଞ୍ଚତ୍କୁ ପାଇପ୍‌ ଲାଇନ୍‌ ଯୋଗେ ଯାଉଥିବା ଆଇଓସିଏଲ୍‌ କମ୍ପାନୀର ତେଲ ଚୋରି ଘଟଣାର ସମ୍ବଲପୁର ପୋଲିସ ପର୍ଦ୍ଦାଫାଶ କରିଛି। ଘଟଣାରେ ସମ୍ବଲପୁର ଗୋଶାଳାସ୍ଥିତ ପେଟ୍ରୋଲ ପମ୍ପ ମାଲିକ ସୁବାସ ଅଗ୍ରୱାଲ ଓ ଅନ୍ୟ ୫ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଦୁଷ୍ମନ୍ତ ନାଏକ, ସିପୁନ ବେହେରା, ମଳୟ କର୍ଣ୍ଣ, ବିନୟ ନାଗ ଓ ଦୀପକ କୁମାର ଗୋଏଲ। ଅଭିଯୁକ୍ତଙ୍କଠାରୁ ଜେନେରେଟର, ପାଇପ୍‌ ଲାଇନ୍‌ କଟର ମେଶିନ, ତାର, ପାଣି ପମ୍ପ, ଜାର୍‌, ବୋତଲ ଓ ଅନ୍ୟାନ୍ୟ ଯନ୍ତ୍ର ଜବତ ହୋଇଥିବା ନେଇ ମଙ୍ଗଳବାର ଖବରଦାତା ସମ୍ମିଳନୀରେ ସମ୍ବଲପୁର ଏସ୍‌ପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି। ସେ କହିଥିଲେ, ଜାନୁୟାରୀ ୨୦ରେ କତରବଗା ଥାନା ଅଞ୍ଚଳରୁ ପାଇପ୍‌ଲାଇନ୍‌ କଟାଯାଇ ତେଲ ଚୋରି ହୋଇଥିଲା। ଏହି ସମୟରେ ପୋଲିସ ୪ ଅଭିଯୁକ୍ତଙ୍କୁ କାବୁ କରିଥିଲା। ଏଥିସହ ଘଟଣାରେ ବ୍ୟବହୃତ ୩ଟି ଟ୍ୟାଙ୍କର ଜବତ କରିଥିଲା। ପରେ ରେଢ଼ାଖୋଲ ଥାନା ଅଞ୍ଚଳରୁ ମଧ୍ୟ ଚୋରି ଉଦ୍ୟମ ହୋଇଥିଲା। କିନ୍ତୁ ପୋଲିସ ପାଟ୍ରୋଲିଂ ଯୋଗୁ ଅଭିଯୁକ୍ତମାନେ ଯନ୍ତ୍ରପାତି ଛାଡି ଫେରାର ହୋଇଯାଇଥିଲେ। ଏହି ଘଟଣାର ମାଷ୍ଟର ମାଇଣ୍ଡ ସୋନୁ ଜେନାଙ୍କ ସମେତ ଅନ୍ୟ ୬ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ୨୩ରୁ ଅଧିକ ମାମଲା ରହିଛି। ଅଭିଯୁକ୍ତମାନେ ସମ୍ବଲପୁର ସମେତ ବରଗଡ଼, ଝାରସୁଗୁଡ଼ା, ଅନୁଗୋଳ ଜିଲାରେ ଚୋରି, ଡକାୟତି, ହତ୍ୟା ଧମକ ଭଳି ଅପରାଧିକ କାର୍ଯ୍ୟରେ ଲିପ୍ତ ଥିଲେ। ପାଇପ୍‌ ଲାଇନ୍‌ରୁ ତେଲ ଚୋରି କରି ଅଭିଯୁକ୍ତମାନେ ହଜାର ହଜାର ଲିଟର ତେଲ ଚୋରି କରି ଟ୍ୟାଙ୍କର ଯୋଗେ ନେଇ ପେଟ୍ରୋଲ ପମ୍ପରେ ବିକ୍ରି କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ କୁଶପୁତ୍ତଳିକା ଦାହ

କେନ୍ଦୁଝର, ୩।୧୧(ସ୍ବ.ପ୍ର.): ପଶ୍ଚିମବଙ୍ଗରେ ଭାରତୀୟ ମଜଦ୍ଦୁର ସଂଘର କାର୍ଯ୍ୟକର୍ତ୍ତାଙ୍କୁ ତୃଣମୂଳ କଂଗ୍ରେସର ଗୁଣ୍ଡାଙ୍କ ଆକ୍ରମଣ ପ୍ରତିବାଦରେ କେନ୍ଦୁଝରରେ ମଙ୍ଗଳବାର ଏକ ରାଲି ଅନୁଷ୍ଠିତ ହୋଇଯାଇଛି। ସଂଘର...

ବାରିପଦା ଜଗନ୍ନାଥ ମନ୍ଦିରକୁ ୫ କୋଟି ଟଙ୍କା ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବାରିପଦା ଅଫିସ,୮।୧- ବାରିପଦା ଜଗନ୍ନାଥ ମନ୍ଦିରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ବାରିପଦା ବାଙ୍କୀସୋଲଠାରେ ଅଦାନି-କିସ ଆବାସିକ ବିଦ୍ୟାଳୟ...

ଦ୍ବିତୀୟ ଦିନରେ ପଥରଖୋଲରୁ ବାହୁରୁନି ଡିଜେଲ; ଟାଙ୍କିକୁ ବଦନାମ କରିବାକୁ ଉଦ୍ୟମ: ମାଲିକ

ଦାରିଙ୍ଗବାଡ଼ି,୯।୨(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ଲଦପାଙ୍ଗା ଅଞ୍ଚଳରେ ଏକ ପଥରଖୋଲ ଭିତରୁ ଶନିବାର ଡିଜେଲ ବାହାରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା। ମାତ୍ର ଏହି ଘଟଣାର...

ବନ୍ଧୁକ ଚୋରାଚାଲାଣ ଗ୍ୟାଙ୍ଗ୍‌ର ୭ ଗିରଫ

ପୁରୀ ଅଫିସ,୨୯।୫ ପୁରୀରେ ବନ୍ଧୁକ ଚୋରାଚାଲାଣ ହେଉଥିବାରୁ ଗତ କିଛିଦିନ ମଧ୍ୟରେ ଲଗାତର ହତ୍ୟା, ଲୁଟ୍‌, ଗୁଳିକାଣ୍ଡ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ପୁରୀ...

କାମରେ ଲାଗୁନି ଶୌଚାଳୟ

ଲାଠୋର, ୭ା୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ହରିଶଙ୍କର ରୋଡ଼ ରେଳ ଷ୍ଟେଶନରେ ଥିବା ଶୌଚାଳୟ(ଟଏଲେଟ) ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ଏଥିଯୋଗୁଁ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ...

ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ବାହାରିଲା ଝିଟିପିଟି: ଭୟରେ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ବାଲେଶ୍ୱର ଅଫିସ,୧୭।୧୦- ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ପାଳବାଲେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ବୁଧବାର ମଧ୍ୟାହ୍ନ ଭୋଜନରେ ଦିଆଯାଇଥିବା ଅଣ୍ଡା ତରକାରିରୁ ଏକ ମଲା ଝିଟିପିଟି ବାହାରିଥିଲା।...

ପିପି କିଟ୍‌ ଯୋଗାଣ ପାଇଁ ଅଧ୍ୟକ୍ଷଙ୍କୁ ଚିଠି

କଟକ ଅଫିସ,୧୭।୩:ଏସ୍‌ସିବି ମେଡିକାଲରେ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଥିସହ ପ୍ରତିଦିନ ଅନ୍ୟ ରୋଗୀମାନଙ୍କ ଭିଡ ମଧ୍ୟ ବୃଦ୍ଧି ପାଉଛି। ଏଣୁ କାର୍ଯ୍ୟରତ ଡାକ୍ତରମାନେ...

ଆଜିଠୁ ନାମାଙ୍କନ ଦାଖଲ

ବ୍ରହ୍ମପୁର ଅଫିସ,୪ା୩: ଚଳିତ ବର୍ଷ ପାଇଁ ଗଞ୍ଜାମ ଓକିଲ ସଂଘର ନିର୍ବାଚନ ପାଇଁ ଆସନ୍ତା ୨୫ ତାରିଖ ଦିନ ଧାର୍ଯ୍ୟ ହୋଇଛି। ଏନେଇ ୪ ରୁ...

Advertisement
Archives

Model This Week