ନିଜ ପେନ୍‌ସନ ଟଙ୍କାରେ ନିର୍ମାଣ କଲେ ନଦୀଘାଟ ପାହାଚ

ଦେବେନ୍ଦ୍ର ଆନ୍ଦିଆ
ଭଣ୍ଡାରିପୋଖରୀ ,୨୦।୪: ନିଜର ପେନ୍‌ସନ ଟଙ୍କା ଖର୍ଚ୍ଚ କରି ଅଞ୍ଚଳବାସୀଙ୍କ ଯାତାୟାତ ସୁବିଧା ପାଇଁ ନଦୀଘାଟ ମରାମତି ସହ ପାହାଚ ନିର୍ମାଣ କରି ଜଣେ ବ୍ୟକ୍ତି ଆଖପାଖ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏଭଳି ମହାନ ବ୍ୟକ୍ତି ଜଣକ ହେଉଛନ୍ତି ୮୪ ବର୍ଷୀୟ ଅବସରପ୍ରାପ୍ତ ସରକାରୀ ଚକବନ୍ଦୀ ଅଧିକାରୀ ରାମଚନ୍ଦ୍ର ଦାଶ। ତାଙ୍କ ଘର ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବନ୍ଦାଳ ଗ୍ରାମରେ। ୬୦ ହଜାରରୁ ଊଦ୍ଧର୍‌ବ ଟଙ୍କା ଖର୍ଚ୍ଚ କରି ରାମଚନ୍ଦ୍ର ଅଞ୍ଚଳବାସୀଙ୍କ ସୁବିଧା ପାଇଁ ନଦୀଘାଟରେ କଙ୍କ୍ରିଟ ପାହାଚ ନିର୍ମାଣ କରିଛନ୍ତି।
ନଦୀ ଘାଟକୁ ଶୌଚ ଓ ଗାଧୁଆ ପାଇଁ ଲୋକଙ୍କ ଦୀର୍ଘ ଦିନର ସମସ୍ୟା ଥିବାରୁ ଗ୍ରାମବାସୀ ସ୍ଥାନୀୟ ପଞ୍ଚାୟତ ଓ ପ୍ରଶାସନକୁ ଅବଗତ କରିବା ପରେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉ ନ ଥିଲେ। ଶେଷରେ ଅନ୍ୟ ଉପାୟ ନ ପାଇ ରାମଚନ୍ଦ୍ର ନିଜର ପେନ୍‌ସନ ଟଙ୍କାରେ ଏହି କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ। ବନ୍ଦାଳ ମଢିଆଳୀ ପଞ୍ଚାୟତ ଦେଇ ବହି ଯାଇଥିବା ବୈତରଣୀ ନଦୀର ଖପୁରିଆପଦା ସ୍ଥିତ ମିଶ୍ର ସାହି ନଦୀ ଘାଟତୁଠ ଅନେକ ଦିନ ହେବ ବିପଜ୍ଜନକ ଅବସ୍ଥାରେ ପଡ଼ି ରହିଥିଲା। ପ୍ରତିଦିନ ଗାଧୋଇବା ଓ ଶୌଚ ହେବାକୁ ଆସୁଥିବା ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ବିଶେଷ କରି ରାହାସ ପୂର୍ଣ୍ଣିମାରେ ସ୍ନାନ କରିବା ଓ ଶ୍ରାବଣୀ ପାଣି ଉଠାଇବା ସମୟରେ ଏଇ ଘାଟରେ ଶହ ଶହ ଭକ୍ତଙ୍କ ଭିଡ଼ ଜମିଥାଏ। ଏପଟେ ଘାଟର ତୁଠଟି ଅଗମ୍ୟ ହୋଇଥିବାରୁ ଅନେକ ଲୋକ ପଡ଼ି ଆହତ ହୋଇଥିବା ବେଳେ କିଛି ଦିନ ତଳେ ଧନେଶ୍ୱର ସାହୁ ନାମକ ଜଣେ ଯୁବକ ଗାଧୋଇବା ବେଳେ ସେହି ତୁଠରେ ପଡ଼ିଯାଇ ପ୍ରାଣ ହରାଇଥିଲେ। ଏସବୁକୁ ଦୃଷ୍ଟିରେ ରଖି ନିର୍ମାଣ ପାଇଁ ଅଣ୍ଟା ଭିଡିଥିଲେ ରାମଚନ୍ଦ୍ର। ବର୍ତ୍ତମାନ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ। ରାମଚନ୍ଦ୍ରଙ୍କ ଏପରି କାର୍ଯ୍ୟ ଦେଖି ଆଖପାଖ ଅଞ୍ଚଳର ଲୋକେ ତାଙ୍କର ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଜିରୁ ପିଜି ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ଆସିବ ଏସ୍‌ଓପି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୧୧।୭: ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା କାର୍ଯ୍ୟକାରୀ ହେବା ପରେ ନାମଲେଖା ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିବା…

BCCI ଡାକିଲା ଜରୁରୀ ବୈଠକ; ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା; ରୋହିତ-ବିରାଟ, ଏବଂ ଗମ୍ଭୀର-ଆୟରଙ୍କ ସମ୍ପର୍କରେ ପ୍ରମୁଖ ନିଷ୍ପତ୍ତି ଆଶା କରାଯାଉଛି

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟରେ ସବୁକିଛି ଠିକ ଅଛି କି? ଏହା ବର୍ତ୍ତମାନ ଏକ ପ୍ରମୁଖ ପ୍ରଶ୍ନ ପାଲଟିଛି। ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ…

ବୁଦାରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ : ହତ୍ୟା ସନ୍ଦେହ

ବିନିକା,୧୦।୭: ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଅଇଁଲାସାରି ଗାଁ ନିକଟ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ…

ମିଷ୍ଟ୍ରି ଗର୍ଲଙ୍କ ସହ ଭାଇରାଲ ହେଉଛି ଶୁବମନ ଗିଲଙ୍କ ଫଟୋ, କିଏ ସେହି ରହସ୍ୟମୟୀ ଝିଅ? ସାରା ତେନ୍ଦୁଲକରଙ୍କୁ ଦେବେ ଟକ୍କର

ନୂଆଦିଲ୍ଲୀ,୧୧।୭: ଟିମ ଇଣ୍ଡିଆର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲ ୱିମ୍ବଲଡନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ସଚିନ ତେନ୍ଦୁଲକର ଏବଂ ତାଙ୍କ ପରିବାର ସହିତ…

ମ୍ୟାଚ ପୂର୍ବରୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଚେତାଇଲେ ଇଂଲଣ୍ଡ ଖେଳାଳି, କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ, ୧୧।୭: ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ହରାଇ ସାରିଛି, କିନ୍ତୁ ଆଜି ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ…

TMCକୁ ଆଉ ଏକ ଝଟକା! ମମତାଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି ଅନୁବ୍ରତ ମଣ୍ଡଳ

କୋଲକାତା,୧୧।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ବୋଲି ବିବେଚିତ ଅନୁବ୍ରତ ମଣ୍ଡଳ ଏବେ ତାଙ୍କଠାରୁ ଅଲଗା ହୋଇ ରୀତାବ୍ରତ ବାନାର୍ଜୀଙ୍କ ଶିବିରରେ ଯୋଗ ଦେଇପାରନ୍ତି।…

ମୋଦି ରହୁଥିବା ହୋଟେଲରେ ପଶିଲେ ବିକ୍ଷୋଭକାରୀ, ଆଉ ତା’ପରେ…

ମେଲ୍‌ବୋର୍ନ,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ବୁଧବାର ସେଠାରେ ପହଞ୍ଚତ୍ବାର କିଛି ସମୟ ପରେ ମେଲ୍‌ବୋର୍ନର ଏକ ହୋଟେଲରେ ଜଣେ ଅତି…

ଡ୍ରାଗନର ନୂଆ ଚାଲ: ଚାଇନାର ନଦୀବନ୍ଧ ଭାରତ ପାଇଁ ସାଜିବ କି ବଡ଼ ବିପଦ?

ବେଜିଂ,୧୧ା୭: ତିବ୍ବତର ୟାରଲୁଙ୍ଗ୍‌ ସାଙ୍ଗପୋ ନଦୀରେ ଚାଇନା ବିଶ୍ୱର ସର୍ବବୃହତ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ କରୁଥିବାବେଳେ ଉକ୍ତ ନଦୀବନ୍ଧ ପ୍ରତି ପ୍ରାକୃତିକ ବିପଦ ରହିଥିବା ଚାଇନା ସରକାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri