ବାଉଁଶଗଡ଼ିଆରେ ବିକାଶ ନାହିଁ
ଖଇରା, ୧୨।୫: ବାଲେଶ୍ୱର ଜିଲା ଖଇରା ବ୍ଲକ ବାଉଁଶଗଡିଆ ପଞ୍ଚାୟତ ୩ନଂ. ୱାର୍ଡ କୋହ୍ଲସାହିର ୪୦ ପରିବାର ବିକାଶର ସ୍ବାଦ ଚାଖି ପାରିନାହାନ୍ତି ା ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଭଳି ସୁବିଧା ପାଉ ନ ଥିବା ଏହି ପରିବାରରେ ପାନୀୟଜଳ…
ଆଡ଼ମ୍ବରରେ ପାଳନ ହେବ ଶିବବିବାହ ମହୋତ୍ସବ
ଭଦ୍ରକ ଅଫିସ,୧୨।୫: ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ଆସନ୍ତା ଜୁନ୍ ୪ରେ ଶୀତଳଷଷ୍ଠୀ ପର୍ବରେ ଶିବବିବାହ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ତ୍ରିଲୋଚନ ମାଝିଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲାପାଳ…
ହନିଫ୍ ମାର୍ଗର ପୁନରୁଦ୍ଧାର ଦାବି
ଭଦ୍ରକ ଅଫିସ,୧୨।୫: ଭଦ୍ରକ ପୌରାଞ୍ଚଳ ଅଧୀନ ମୋଚି ଛକଠାରୁ ପୁରୁଣାବଜାର ପର୍ଯ୍ୟନ୍ତ ଯାଇଥିବା ଗୁରୁତ୍ୱପୂର୍ଣ୍ଣ ରାସ୍ତା(ହନିଫ୍ ମାର୍ଗ)ର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତା ଉପରେ ପ୍ରତ୍ୟେହ ପୁରୁଣାବଜାର ଅଞ୍ଚଳର ୧୨ରୁ ଊର୍ଦ୍ଧ୍ୱ ୱାଡର୍ର୍ ଓ ଭଦ୍ରକ ବ୍ଲକର କେତେକ ଅଞ୍ଚଳର…
ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଛାତରୁ ଗଳିଲା ବର୍ଷାପାଣି
ଆନନ୍ଦପୁର,୧୨।୫(ସ୍ବ.ପ୍ର.): ବାତ୍ୟା ପ୍ରଭାବରେ ବୁଧବାର ସକାଳେ ସାମାନ୍ୟ ବର୍ଷାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଭିତରେ ପାଦବୁଡ଼ା ପାଣି ଦେଖିବାକୁ ମିଳିଥିଲା। ରୋଗୀ ଏବଂ ରୋଗୀ ସହାୟକମାନେ ଯିବାଆସିବା ସମୟରେ ପଡ଼ି ଆହତ ହେବା ଭଳି ଘଟଣା ଘଟିଥିଲା। ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର…
ବରଯାତ୍ରୀଙ୍କ ଉନ୍ମତ୍ତକାଣ୍ଡ: ଛେଚା ଖାଇଲେ, ଜରିମାନା ଦେଇ ଫେରିଲେ
ଖଇରା, ୧୨।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡ ବଜାରରେ ଏକ ବିବାହ ଅବସରରେ ଖାସି ମାଂସ ଖାଇବାକୁ ନେଇ ପ୍ରଥମେ ବରଯାତ୍ରୀଙ୍କ ଉନ୍ମତ୍ତକାଣ୍ଡକୁ ଲୋକେ ସହି ପାରିଲେନି। ଗଣ୍ଡଗୋଳ ଭିଆଇଥିବା ଯୁବଗୋଷ୍ଠୀଙ୍କୁ ଏଭଳି ଛେଚିଲେ ଯେ, କେତେଜଣ ଦୌଡି…
୫ ଲକ୍ଷର ପକ୍କା ରାସ୍ତା ୫ମାସରେ ନଷ୍ଟ
ବାରିପଦା ଅଫିସ,୧୨।୫: ମୟୂରଭଞ୍ଜ ଜିଲା ସଦର ମହକୁମା ବାରିପଦା ସହରର ୱାର୍ଡନଂ.୨୭ରେ ୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ପକ୍କା ରାସ୍ତା ୫ମାସ ମଧ୍ୟରେ ନଷ୍ଟ ହୋଇଯିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ୱାର୍ଡବାସୀ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ…
ବିବାଦୀୟ ହୋଇପଡିଛି ଆରଡି ରାସ୍ତା ନିର୍ମାଣ, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ
ସରଣ୍ଡା, ୧୨।୫(ଡିଏନଏ):ବରଗଡ ଜିଲା ଅତାବିରା ବ୍ଲକ ସରଣ୍ଡା ମନ୍ଦିର ଛକ ୫୩ ନମ୍ବର ଜାତୀୟ ରାଜପଥରୁ ଜାଙ୍ଗେଡ଼ ଆରଡ଼ି ରାସ୍ତା ଭାୟା ଲରାସରା ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି l ଏହି ରାସ୍ତାର ଟୁପାପଡା ଗ୍ରାମରେ ଯେଉଁ ପୁରୁଣା ଜମିରେ ରାସ୍ତା…
ଝାଟିଆ ବିଦ୍ୟୁତ୍ ଷ୍ଟ୍ରକ୍ଚର ସମ୍ମୁଖରେ ଧାରଣା
ଖଇରା, ୧୨।୫: ବାଲେଶ୍ୱର ଜିଲା ଖଇରା ବିଦ୍ୟୁତ୍ ଉପଖଣ୍ଡରେ କ୍ରମାଗତ ୩ମାସ ଧରି ବିଦ୍ୟୁତ୍ ବିଭ୍ରାଟକୁ ନେଇ ଉପଭୋକ୍ତା ହଇରାଣ ହେଉଛନ୍ତି। ଗତ ୩ଦିନ ଧରି ରାତିତମାମ ବିଦ୍ୟୁତକାଟ ଉପଭାକ୍ତାଙ୍କୁ କନ୍ଦାଉଛି। ପ୍ରତିବାଦରେ ଝାଟିଆ ବିଦ୍ୟୁତ ଷ୍ଟ୍ରକଚର ସମ୍ମୁଖରେ ଶତାଧିକ ଉପଭୋକ୍ତା…
ସରକାରୀ ଜାଗାରେ ବେଆଇନ ଘର ଭାଙ୍ଗିଲା ପ୍ରଶାସନ
ବାଲିଆପାଳ, ୧୨।୫(ସ୍ବ.ପ୍ର.): ବାଲିଆପାଳ କଚୁଆପଡ଼ା ଗ୍ରାମର ଇଡ୍କୋ ଛକ ନିକଟ ସରକାରୀ ଜମିରେ ଶାବୁଦ୍ଦିନ ଶାହାଙ୍କ ବେଆଇନ ପକ୍କା ଘରକୁ ବୁଧବାର ଉଚ୍ଛେଦ କରି ପ୍ରଶାସନ ଜବରଦଖଲମୁକ୍ତ କରିଛି। ପୋଲିସକୁ ଚକ୍ମା ଦେଇ ଶାବୁଦ୍ଦିନ ଫେରାର ଥିବାରୁ ପ୍ରଶାସନ କୌଣସି ସମସ୍ୟାର…
୩୦ ଫୁଟ ଉଚ୍ଚ କୋଠାରେ କାମ କରୁଥିଲେ ଯୁବକ, ତଳକୁ ଖସିପଡ଼ିବା ସମୟରେ ଲାଗିଲା କରେଣ୍ଟ
ଦାରିଙ୍ଗବାଡ଼ି,୧୨ା୫(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତିନିଛକ ବଜାର ମଧ୍ୟରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଯୁବକ ଗୁରୁବାର ସକାଳେ ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ଅଞ୍ଚଳର କାଳୁ ପ୍ରଧାନ(୩୦)। କାଳୁଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି…
ରାଜନଗର ସଇରାତରେ ଲାଗିବ ସୀମା ନିର୍ଦ୍ଧାରଣ ଖୁଣ୍ଟି
ଜଳେଶ୍ୱର, ୧୨।୫(ଡି.ଏନ.ଏ.): ଏନ୍ଜିଟିରେ ଆଗତ ଦୁଇ ମାମଲାରେ ନିଷ୍ପତ୍ତି ଅନୁଯାୟୀ ବୁଧବାର ରାଜ୍ୟ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଓ ବାଲେଶ୍ୱର ଅତିରିକ୍ତ ଜିଲାପାଳଙ୍କ ଉପସ୍ଥିତିରେ ସୁବର୍ଣ୍ଣରେଖା ନଦୀ ଜଳେଶ୍ୱର ତହସିଲ ଅନ୍ତର୍ଗତ ରାଜନଗର ବାଲିଘାଟ ସଇରାତ୍ରେ ଜନଶୁଣାଣି ଶେଷ ହୋଇଛି।…
ଜେଇ ଟଙ୍କା ନେଉଥିବା ଭିଡିଓ ଭାଇରାଲ
ବାଲେଶ୍ୱର ଅଫିସ,୧୨।୫: ବାଲେଶ୍ୱର ଜିଲାର ରେମୁଣା ବ୍ଲକ ଜେଇ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବା ଏକ ଭିଡ଼ିଓ ଭାଇରାଲ୍ ହେଉଛି। ଏହାକୁ ନେଇ ଉପରିସ୍ଥ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଜେଇ ଜଣକ ତାଙ୍କ ବିରୋଧରେ ଏହା ଷଡ଼ଯନ୍ତ୍ର ବୋଲି…

