ବିବାଦୀୟ ହୋଇପଡିଛି ଆରଡି ରାସ୍ତା ନିର୍ମାଣ, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ସରଣ୍ଡା, ୧୨।୫(ଡିଏନଏ):ବରଗଡ ଜିଲା ଅତାବିରା ବ୍ଲକ ସରଣ୍ଡା ମନ୍ଦିର ଛକ ୫୩ ନମ୍ବର ଜାତୀୟ ରାଜପଥରୁ ଜାଙ୍ଗେଡ଼ ଆରଡ଼ି ରାସ୍ତା ଭାୟା ଲରାସରା ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି l ଏହି ରାସ୍ତାର ଟୁପାପଡା ଗ୍ରାମରେ ଯେଉଁ ପୁରୁଣା ଜମିରେ ରାସ୍ତା ଯାଇଛି ତାହା ରାୟତି ଥିବାବେଳେ ବର୍ତ୍ତମାନ ନକ୍ସାରେ ଥିବା ରାସ୍ତା ଜମି ଜନୈକ ବ୍ୟକ୍ତି ଛାଡୁ ନାହାନ୍ତି l ଏହି ବିବାଦୀୟ ଅଧ କିଲୋମିଟର ରାସ୍ତା କାର୍ଯ୍ୟ ହୋଇପାରୁନାହିଁ l ଏହାକୁ ନେଇ ରାସ୍ତା କାମଟି ବିବାଦୀୟ ହୋଇପଡିଛି l ତେବେ ଏହାର ସମାଧାନ ପାଇଁ ସମ୍ପୃକ୍ତ ଅଞ୍ଚଳର ଗ୍ରାମବାସୀମାନେ ଲିଖିତ ଭାବେ ଅତାବିରା ତହସିଲଦାର ସୌଭାଗ୍ୟ ବେହେରାଙ୍କୁ ଏପ୍ରିଲ ମାସ ୪ରେ ଜଣାଇଥିଲେ l ତେବେ ସୁଫଳ ନାହିଁ । ଏହାର ପ୍ରତିବାଦରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ଗୁରୁବାର ରାସ୍ତା ଅବରୋଧ କରିଛନ୍ତି l ଫଳରେ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଡ଼ାପଦରରୁ କୁଟୁରା ଛୁଆ ଉଦ୍ଧାର

ଭଞ୍ଜନଗର,୨୯।୫(ଡି.ଏନ.ଏ): କେତେକ ପ୍ରଜାତିର ବନ୍ୟପ୍ରାଣୀ ଯଥା ବାର୍‌ହା, କୁଟୁରା, ମୃଗ ସଂଖ୍ୟା ଜଙ୍ଗଲରେ ହୁହୁ ହୋଇ ବଢ଼ିବାରେ ଲାଗିଛି। ଜଙ୍ଗଲରେ ସନ୍ତୁଳନ ରକ୍ଷା ପାଇଁ ଅନ୍ୟ...

କଟକ ସହରରୁ ୨ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଲା

କଟକ ଅଫିସ,୨୪।୬: କଟକ ସହରରୁ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବୁଧବାର କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ୨...

ବିହାର ଯିବା ଅପେକ୍ଷାରେ ୫୦ରୁ ଊର୍ଦ୍ଧ୍ୱ ଶ୍ରମିକ

ବାସୁଦେବପୁର, ୫।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରାରେ ଶ୍ରମିକ ଭାବେ କାର୍ଯ୍ୟରତ ଥିବା ୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ବିହାର ଯିବା ପାଇଁ ବାସୁଦେବପୁରଠାରେ ମଙ୍ଗଳବାର ସକାଳୁ ଅଟକି...

ଅନ୍‌ଲାଇନ୍‌ରେ ମିଳିବ କୋର୍ଟ କାର୍ଯ୍ୟ ସୁବିଧା

କଟକ ଅଫିସ,୧୬ା୫: ଓଡ଼ିଶା ହାଇକୋର୍ଟ ଓ ଜିଲା କୋର୍ଟ କମ୍ପ୍ଲେକ୍ସଠାରେ ଶୁକ୍ରବାର ଇ-ସେବା କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌...

ସାତକୋଶିଆରେ ଅସୁସ୍ଥ ହାତୀର ପ୍ରାଣ ଗଲା

ବନ୍ତଳା, ୨୪ା୬(ଡି.ଏନ୍‌.ଏ.) : ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ବୁଢ଼ା ଜୋକୁବୁ ନାଳ ନିକଟରେ ଦୀର୍ଘଦିନ ଧରି ଅସୁସ୍ଥ ଥିବା ହାତୀର ରବିବାର...

ଆଇଟିଆର୍‌ ଗୁପ୍ତ ତଥ୍ୟ ଲିକ୍‌ ଘଟଣା: ବାଲେଶ୍ୱରରେ ୪ ଜଣିଆ ଟିମ୍‌ର ତଦନ୍ତ ଆରମ୍ଭ

ବାଲେଶ୍ୱର ଅଫିସ,୧୬ା୯: ବାଲେଶ୍ବର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ ଆଇଟିଆର ତଥ୍ୟ ବିଦେଶୀ ତଥା ଶତ୍ରୁ ପାକିସ୍ତାନକୁ ଲିକ୍‌ ଅଭିଯୋଗ ପ୍ରସଙ୍ଗରେ ତଦନ୍ତ ଜୋରଦାର ଜାରି...

ମୃତ ପ୍ରବାସୀ ଶ୍ରମିକଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ

ବାଲେଶ୍ୱର ଅଫିସ, ୧।୬-ସମଗ୍ର ଦେଶରେ ଲକ୍‌ଡାଉନ୍‌ ଯୋଗୁ ଜୀବିକା ହରାଇ ଭୋକିଲା ପେଟରେ ହଜାର ହଜାର କି.ମି. ପାଦରେ ଚାଲିବା ସହ ଅକାଳ ମୃତ୍ୟୁବରଣ କରିଥିବା...

୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ : ୫ ଜୁଆଡ଼ି ଗିରଫ

ରାଉରକେଲା ଅଫିସ,୭।୮: ରାଉରକେଲା ଉଦିତନଗର ପୋଲିସ ବୁଧବାର ୫ ଜୁଆଡ଼ିଙ୍କୁ ଗିରଫ କରିଛି। ଏମାନେ ହେଲେ ନାଲ ରୋଡ୍‌ ବାସିନ୍ଦା ଉତ୍ତମ ଶର୍ମା, ବାସନ୍ତୀ କଲୋନୀର...

Advertisement
Archives

Model This Week