ବାଉଁଶଗଡ଼ିଆରେ ବିକାଶ ନାହିଁ

ଖଇରା, ୧୨।୫: ବାଲେଶ୍ୱର ଜିଲା ଖଇରା ବ୍ଲକ ବାଉଁଶଗଡିଆ ପଞ୍ଚାୟତ ୩ନଂ. ୱାର୍ଡ କୋହ୍ଲସାହିର ୪୦ ପରିବାର ବିକାଶର ସ୍ବାଦ ଚାଖି ପାରିନାହାନ୍ତି ା ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଭଳି ସୁବିଧା ପାଉ ନ ଥିବା ଏହି ପରିବାରରେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ା
ଖରାଦିନ ଆସିବା ମାତ୍ରେ ଏହି ପରିବାର ସଦସ୍ୟଙ୍କୁ କଳସୀ, ବାଲ୍‌ତି ଧରି ପାନୀୟଜଳ ପାଇଁ ଗ୍ରାମ ସଂଲଗ୍ନ ଚୁଆରୁ ପାଣି ସଂଗ୍ରହ କରିବାକୁ ପଡୁଛି ା
ବହୁ ଲୋକପ୍ରତିନିଧି ଆସିଲେଣି ଏବଂ ଅନେକ ପ୍ରତିଶ୍ରୁତି ଦେଲେଣି ା ହେଲେ ପାର୍ବତ୍ୟ ଅଞ୍ଚଳ ମଧ୍ୟରେ ଆସୁଥିବା ଏହି ସାହି ପାଇଁ ସ୍ଥାୟୀ ସମାଧାନର ବାଟ ବାହାରିପାରିନାହିଁ ା ଏଭଳି ଚୁଆ ଜଳ ବ୍ୟବହାର କରି ଅନେକ ସମୟରେ ଗ୍ରାମବାସୀ ଅସୁସ୍ଥ ହେଉଥିବା ନେଇ ଅଭିଯୋଗ ହୋଇଛି। ଏହାର ସ୍ଥାୟୀ ସମସ୍ୟା ସମାଧାନ ପାଇଁ ମଙ୍ଗଳବାର ୱାର୍ଡସଭ୍ୟ ସାହୁ ସିଂ, ମଧୁ ହୋ, ଲକ୍ଷ୍ମୀଧର ସିଂ, ରାମ ସିଂ ତଥା ଯୁବନେତା ଦୈତାରୀ ପଣ୍ଡା, ଭାର୍ଗବ ପାତ୍ର ପ୍ରମୁଖ ଖଇରା ବିଡିଓଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିବା ସହ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ଦାବି କରିଛନ୍ତି।
ଗ୍ରାମବାସୀଙ୍କୁ ଗୋଟିଏ ନଳକୂପ ବ୍ୟବସ୍ଥା କରାଯାଇଛି ା ଜାନୁଆରୀ ଆସିବା ମାତ୍ରେ ନଳକୂପ ଅଚଳ ହୋଇପଡିଥାଏ ା ଫଳରେ ଅସ୍ଥାୟୀ ଗାତ ବା ଚୁଆରୁ ପାଣି ସଂଗ୍ରହ କରି ତୃଷ୍ଣା ମେଣ୍ଟାଇବାକୁ ବାଧ୍ୟ ହୋଇଥାନ୍ତି ା
ଜୁନ୍‌, ଜୁଲାଇ ପର୍ଯ୍ୟନ୍ତ ସମସ୍ତେ ଏଭଳି ଭାବେ ପାନୀୟ ଜଳ ସଂଗ୍ରହ କରୁଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ପଡୁ ନ ଥିଲା ା ଅଭିଯୋଗ ପରେ ବୁଧବାର ସକାଳେ ବିଡିଓ ପର୍ଶୁରାମ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏକ ଟିମ୍‌ ଗ୍ରାମରେ ପହଞ୍ଚ ସ୍ଥିତି ଅନୁଧ୍ୟାନ କରିବା ସହ ଖୁବଶୀଘ୍ର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏ ସମ୍ପର୍କରେ ବିଡିଓଙ୍କ ମତାମତ ନେବାରେ ସେ ଆଜି ଗ୍ରାମକୁ ଯାଇ ସ୍ଥିତି ପରଖିଛନ୍ତି ା ସେମାନଙ୍କ ଅଭିଯୋଗକୁ ମଧ୍ୟ ବାସ୍ତବ ବୋଲି କହିଛନ୍ତି ା ଗୁରୁବାରଠାରୁ ଟ୍ୟାଙ୍କରରେ ଜଳଯୋଗାଣ ବ୍ୟବସ୍ଥା କରାଯିବା ସହ ଏକ ସୋଲାର ପ୍ରକଳ୍ପ ବସାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡା ଏ ଅଞ୍ଚଳପାଇଁ ଏକ ମେଗା ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି ା ଏହା ସରିବା ପରେ ଆଉ ସମସ୍ୟା ରହିବ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?