ସରକାରୀ ଜାଗାରେ ବେଆଇନ ଘର ଭାଙ୍ଗିଲା ପ୍ରଶାସନ

ବାଲିଆପାଳ, ୧୨।୫(ସ୍ବ.ପ୍ର.):  ବାଲିଆପାଳ କଚୁଆପଡ଼ା ଗ୍ରାମର ଇଡ୍‌କୋ ଛକ ନିକଟ ସରକାରୀ ଜମିରେ ଶାବୁଦ୍ଦିନ ଶାହାଙ୍କ ବେଆଇନ ପକ୍କା ଘରକୁ ବୁଧବାର ଉଚ୍ଛେଦ କରି ପ୍ରଶାସନ ଜବରଦଖଲମୁକ୍ତ କରିଛି। ପୋଲିସକୁ ଚକ୍‌ମା ଦେଇ ଶାବୁଦ୍ଦିନ ଫେରାର ଥିବାରୁ ପ୍ରଶାସନ କୌଣସି ସମସ୍ୟାର ସମ୍ମୁଖୀନ ହୋଇନାହିଁ।
ବାଲିଆପାଳ ତହସିଲଦାର ଦୀପକ କୁମାର ଦାସ ଓ ଆଇଆଇସି ପର୍ଶୁରାମ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଚ୍ଛେଦ କାର୍ଯ୍ୟ କରାଯାଇଛି। ୧ ପ୍ଲାଟୁନ ପୋଲିସ ଫୋର୍ସ ସହିତ ବାଲିଆପାଳ ପୋଲିସ ଉକ୍ତ ସ୍ଥାନକୁ ସୁରକ୍ଷା ବଳୟରେ ଘେରି ରହିଥିଲେ। ଏହି ବେଆଇନ ପକ୍କା ଘରକୁ ଉଚ୍ଛେଦ ପାଇଁ ଏପ୍ରିଲ ୨୮ ଓ ୨୯ ତାରିଖରେ ଭାଜପା ପକ୍ଷରୁ ବାଲିଆପାଳ ଥାନା ଆଗରେ ଧାରଣା ଦିଆଯାଇଥିଲା। ଧାରଣାରେ ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇଥିଲେ। ବାଲିଆପାଳ ଆଇଆଇସି ପର୍ଶୁରାମ ସାହୁ ଓ ବସ୍ତା ଏସ୍‌ଡିପିଓ ଜଳନ୍ଦର ଜାଲି, ବାଲିଆପାଳ ତହସିଲଦାର ଦୀପକ କୁମାର ଦାଶଙ୍କ ଉପସ୍ଥିତ ରହି ୩ଦିନ ଭିତରେ ଶାବୁଦ୍ଦିନଙ୍କୁ ଗିରଫ କରିବା ଓ ତାଙ୍କ ବେଆଇନ ପକ୍କା ଘରକୁ ଏକ ସପ୍ତାହ ମଧ୍ୟରେ ଭଙ୍ଗାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଶାବୁଦ୍ଦିନ ଫେରାର ଥିବାରୁ ପୋଲିସ ଲଗାତାର ଭାବରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ମାତ୍ର ଗିରଫ କରିବାରେ ପୋଲିସ ବିଫଳ ହୋଇଥିବାବେଳେ ତହସିଲଦାର ତାଙ୍କ କଥା ରକ୍ଷା କରି ବୁଧବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶାବୁଦ୍ଦିନଙ୍କ ପକ୍କା ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗ, ୨ ବରିଷ୍ଠ କୃଷି ଅଧିକାରୀଙ୍କ ସମେତ ୩ ଗିରଫ

ବାଲେଶ୍ୱର,୧୮।୧୧(ମୃତ୍ୟୁଞ୍ଜୟ ପଟ୍ଟନାୟକ): ସିଆର୍‌ଏଫ୍‌ଏମ୍ ଯୋଜନାରେ ୨୫ ଲକ୍ଷ ୩ ହଜାର ୨୪୯ ଟଙ୍କା ସରକାରୀ ଅର୍ଥ ହେରଫେର ମାମଲାରେ ଓଡ଼ିଶା ଭିଜିଲାନ୍ସ ବୁଧବାର ବାଲେଶ୍ୱର ଜିଲାର ଦୁଇ…

ଚାଷୀ ପ୍ରଶିକ୍ଷଣ ପାଇଁ ଆସିଥିବା ୨୫ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ, ଭିଜିଲାନ୍ସ ହେପାଜତରେ ୨ ଅଧିକାରୀ

ବାଲେଶ୍ୱର,୧୮ା୧୧(ମୃତ୍ୟୁଞ୍ଜୟ ପଟ୍ଟନାୟକ): ସରକାରୀ ଟଙ୍କା ହେରଫେର୍‌ ମାମଲାରେ ବାଲେଶ୍ୱର ଜିଲା କୃଷି ବିଭାଗର ପୂର୍ବତନ ଉପନିର୍ଦ୍ଦେଶକ ସରୋଜ କୁମାର ଗିରି ଓ ଏନ୍‌ଜିଓ ନିର୍ଦ୍ଦେଶକ ତୁଷାର କାନ୍ତ…

ମାଂସ କାଟୁଥିବା ବେଳେ ୩ ଅଭିଯୁକ୍ତ ଗିରଫ

ନୀଳଗିରି, ୧୮।୧୧(ପ୍ରଶାନ୍ତ ବିଶ୍ୱାଳ): କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ ତେଣ୍ଡା (ହୁଡ଼ିସାହି) ଅଞ୍ଚଳରେ ବନ୍ୟପ୍ରାଣୀ ମାଂସ କାଟୁଥିବା ବେଳେ ୩ଜଣଙ୍କୁ ଗିରଫ କରିଛି ବନବିଭାଗ। ୱାଇଲ୍ଡଲାଇଫ୍‌ ବିଟ୍‌ର…

ବକ୍ରେଶ୍ୱର ମନ୍ଦିରରେ ଲୁଟେରାଙ୍କ ଆତଙ୍କ, ତାଲା ଭାଙ୍ଗି ଲୁଟିନେଲେ ଅଳଙ୍କାର

ଖଇରା, ୧୫।୧୧ (ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ଟିପିସଗଡ଼ିଆସ୍ଥିତ ପ୍ରସିଦ୍ଧ ବକ୍ରେଶ୍ୱର ଶୈବପୀଠରୁ ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ଖଇରା ଥାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?