୩୦ ଫୁଟ ଉଚ୍ଚ କୋଠାରେ କାମ କରୁଥିଲେ ଯୁବକ, ତଳକୁ ଖସିପଡ଼ିବା ସମୟରେ ଲାଗିଲା କରେଣ୍ଟ

ଦାରିଙ୍ଗବାଡ଼ି,୧୨ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତିନିଛକ ବଜାର ମଧ୍ୟରେ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଯୁବକ ଗୁରୁବାର ସକାଳେ ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ଅଞ୍ଚଳର କାଳୁ ପ୍ରଧାନ(୩୦)। କାଳୁଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ବ୍ରହ୍ମପୁର ପଠାଯାଇଛି।

ପ୍ରକାଶ ଯେ, ତିନି ଛକରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ଏକ ତିନି ମହଲା ବିଶିଷ୍ଟ ନୂତନ କୋଠା ନିର୍ମାଣ ଚାଲିଛି। ସେଠାରେ କାଳୁ ପ୍ରଧାନ କାର୍ଯ୍ୟ କରୁଥିତ୍ବା ବେଳେ ୩୦ଫୁଟ ଉଚ୍ଚତାରୁ କୌଣସି ଅସବଧାନତା ଯୋଗୁ ଖସି ପଡ଼ି କୋଠାକୁ ଲାଗି ଯାଇଥିବା ୧୧ କେଭି ବିଦ୍ୟୁତ ତାର ଉପରେ ପଡ଼ି ଜଳିଯାଇଛନ୍ତି। ତାଙ୍କ ଶରୀରର ବହୁ ସ୍ଥାନ ପୋଡ଼ି ଯାଇଥିବା ବେଳେ ତାର ଛିଣ୍ଡି ଯିବାରୁ କାଳୁ ତଳେ ରହିଥିବା ବାଲି, ପଥର, ଗୋଡ଼ିଗଦା ଉପରେ ପଡ଼ି ଗୁରୁତର ହୋଇଥିଲେ। ଖବର ପାଇ ଦାରିଙ୍ଗବାଡ଼ି ବିଦ୍ୟୁତ୍‌ ବିଭାଗର କନିଷ୍ଠ ଯନ୍ତ୍ରୀ ଶିବପ୍ରସାଦ ନାୟକ ଦାରିଙ୍ଗବାଡ଼ି ପୋଲିସକୁ ଖବର ଦେଇଥିଲେ। ପୋଲିସ ନିକଟରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିଲେ ମଧ୍ୟ ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଗୁରୁତର କାଳୁଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ଦେଖାଶୁଣା କରିବା ସହ ଘଟଣାର ତଦନ୍ତ ଚାଲିଥିବା ଆଇଆଇସି କୌଶିକ ମାଝି କହିଛନ୍ତି। ସେପଟେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେସ ସାମନ୍ତରାୟଙ୍କ ସହ ଯୋଗାଯୋଗ କରାଯିବାରୁ କାଳୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ତାଙ୍କୁ ଅନ୍ୟତ୍ର ଚିକିତ୍ସା ପାଇଁ ନିଆଯିବାକୁ ପରାମର୍ଶ ଦିଆଯାଇଛି। ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଛିଣ୍ଡିଥିବା ତାରକୁ ବିଦ୍ୟୁତ୍‌ ବିଭାଗ ମରାମତି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ବିଶ୍ୱ ପାଇଁ ଜଳସଙ୍କଟ

ସମଗ୍ର ପରିବେଶ ଓ ପାଣିପାଗ ଏକ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ଯାଉଛି। ଆମ୍ଭମାନଙ୍କର କାର୍ଯ୍ୟକଳାପ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ଅସନ୍ତୁଳନର ଗୋଟାଏ ବିପଜ୍ଜନକ…

ବିକାଶର ନୂଆ ଠିକଣା

ବିକାଶକୁ ନେଇ ସମ୍ପ୍ରତି ଖୁବ୍‌ ଚର୍ଚ୍ଚା ଚାଲିଛି। କୁହାଯାଉଛି ଆମେ ଏକ ବିକାଶଶୀଳ ଦେଶରେ ପରିଣତ ହେବାକୁ ଆଉ ବେଶି ଦୂର ନୁହେଁ। ଏଥିପାଇଁ ଅନେକ ଯୋଜନା…

ଭିଜିଲାନ୍ସ ଜାଲରେ ପିଡବ୍ଲୁଡି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକାଧିକ ସ୍ଥାନରେ ଚାଲିଛି ରେଡ୍

ଭବାନୀପାଟଣା,୧୯।୫(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ଆଉ ଜଣେ ସରକାରୀ ବାବୁ। ମଙ୍ଗଳବାର ସକାଳୁ ସକାଳୁ କଳାହାଣ୍ଡି ଜିଲା ଧର୍ମଗଡ଼ ପିଡବ୍ଲୁଡି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଟ୍ରମ୍ପଙ୍କ ୟୁଟର୍ନକୁ ଦେଖି କଡ଼ା ଜବାବ ଦେଲା ଇରାନ

ତେହରାନ,୧୯।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶେଷ ମୁହୂର୍ତ୍ତରେ ଇରାନ ଉପରେ ପ୍ରସ୍ତାବିତ ଆକ୍ରମଣକୁ…

ତୃଷାର୍ତ୍ତକୁ ପାଣି ମନା

ଉତ୍ତରପ୍ରଦେଶର କାନପୁର ଅଞ୍ଚଳର ଏକ ଗ୍ରାମରେ ଜଣେ ୧୬ ବର୍ଷୀୟ ଦଳିତ ବାଳକ କ୍ଷେତରେ କାମ କରୁଥିଲେ। ଘଟଣାଟି ୨ ମେ’ର। ତାଙ୍କୁ ଅତ୍ୟଧିକ ଶୋଷ ଲାଗିବାରୁ…

ବ୍ରହ୍ମପୁରରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର,୧୯।୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହରରେ ପୋଲିସକୁ ଖାତିର ନ କରି ଅପରାଧୀମାନେ ପୁଣି ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ସୋମବାର ରାତି ୯ଟାରେ ବିଜିପୁରର…

ଇରାନ ସହ ଯଦି କୌଣସି ଚୁକ୍ତି ନ ହୁଏ, ତେବେ କ’ଣ କରିବେ ଟ୍ରମ୍ପ? ସେନାକୁ ଦେଲେ ଏମିତି ନିର୍ଦ୍ଦେଶ

ଓ୍ବାଶିଂଟନ,୧୯।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ମଙ୍ଗଳବାର ହେବାକୁ ଥିବା ଇରାନ ଉପରେ ଯୋଜନାବଦ୍ଧ ଆକ୍ରମଣକୁ ସେ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛନ୍ତି, କାରଣ…

ପ୍ରଧାନଶିକ୍ଷକଙ୍କ ଅନୁରୋଧ କ୍ରମେ ବଦଳିଲା ନିଷ୍ପତ୍ତି, ବଢ଼ିଲା ମାଟ୍ରିକ୍‌ ସପ୍ଲିମେଣ୍ଟାରି ଫର୍ମ ପୂରଣ ଅବଧି

କଟକ,୧୮।୫(କାର୍ତ୍ତିକ ସାହୁ): ଜୁଲାଇ ପ୍ରଥମ ସପ୍ତାହରେ ହେବାକୁ ଥିବା ଚଳିତବର୍ଷର ମାଟ୍ରିକ୍‌ ସପ୍ଲିମେଣ୍ଟାରି (ରେଗୁଲାର, ଏକ୍ସ-ରେଗୁଲାର, ପତ୍ର ମାଧ୍ୟମ ରେଗୁଲାର ଓ ଏକ୍ସ-ରେଗୁଲାର) ଓ ରାଜ୍ୟ ମୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri