ରାସ୍ତାରେ ଧାନ ଗଦା କରି ଚାଷୀଙ୍କ ଆନ୍ଦୋଳନ
ପଦ୍ମପୁର,୧୩।୧: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୨ମାସ ବିତିଯାଇଛି । ତେବେ ଜିଲାର ପଦ୍ମପୁର ଉପଖଣ୍ଡର ବିଭିନ୍ନ ମଣ୍ଡିରେ ଏହି ପ୍ରକ୍ରିୟା ଶୀଥିଳ ହୋଇପଡ଼ିଛି । ମଣ୍ଡିକୁ ଧାନ ଆସୁଥିବା ବେଳେ ଉଠାଣ କାର୍ଯ୍ୟ ବିଳମ୍ବିତ ହେଉଛି...
ଗଣଶିକ୍ଷା ମନ୍ତ୍ରୀଙ୍କ କୋକସରା ହାଇସ୍କୁଲ ପରିଦର୍ଶନ: ଶିକ୍ଷାଦାନରେ ଅବହେଳା ନେଇ ଅସନ୍ତୋଷ
କୋକସରା,୧୩।୧: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ମେଗାଲିଫ୍ଟ ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ବୁଧବାର କୋକସରା ବ୍ଲକ ଗସ୍ତ କରିଥିଲେ। ସେ କାଶିବାହଲ ପଞ୍ଚାୟତ ଗସ୍ତ କରି ଫେରିବା ପରେ...
ଦୁର୍ଘଟଣାରେ ୨ ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ ଗଲା
ନୂଆପଡା ଅଫିସ,୧୩।୧: ନୂଆପଡା ଜିଲା ବୋଡେନ ଥାନା ଅର୍ଜୁନାଠାରେ ସ୍କୁଟିରୁ ପଡି ୨ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବୋଡେନ ଥାନା ବାବେବିର ପଞ୍ଚାୟତ ବର୍ତ୍ତନସିଲ ଗ୍ରାମର ଧବଳେଶ୍ୱର ପତି (୬୮) ଏବଂ ମହୁଲପଡ଼ାର ରାମକୃଷ୍ଣ ପଣ୍ଡା...
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମନ୍ତ୍ରୀ, ବିଧାୟକଙ୍କୁ କଳାପତାକା ଦେଖାଇଲା ଯୁବ କଂଗ୍ରେସ
ଭବାନୀପାଟଣା,୧୩।୧: ଗୁରୁବାର କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ମୁଖୀଗୁଡା ଇନ୍ଦ୍ରାବତୀ ମେଗାଲିପ୍ଟ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ପୂର୍ବରୁ ବୁଧବାର ଭବାନୀପାଟଣା ସହର ନକଟିଗୁଡା ଛକଠାରେ ରାଜ୍ୟ ସରକାରଙ୍କ ୩ ମନ୍ତ୍ରୀ ଓ ସଙ୍ଗଠାନିକ ସମ୍ପାଦକ...
ଡୁମେରଯୋର ଏସ୍ବିଆଇ ଶାଖାରୁ ସଶସ୍ତ୍ର ଡକାୟତି
କୁଆଁରମୁଣ୍ଡା,୧୩।୧: ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ଡୁମେରଯୋର ପଞ୍ଚାୟତ ପରିସରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ବୁଧବାର ଅପରାହ୍ନରେ ଶସସ୍ତ୍ର ଡକାୟତି ହୋଇଛି। ୫ଜଣ ମୁଖାପିନ୍ଦା ଦୁର୍ବୃତ୍ତ ବ୍ୟାଙ୍କ କାର୍ଯ୍ୟାଳୟରେ ପଶି ପ୍ରଥମେ ସିସି ଟିଭି,...
ପରଲୋକରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓ
କଟକ ଅଫିସ,୧୩।୧: ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ବୁଧବାର ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଏସ୍ସିବି କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ। ଦୀର୍ଘ ୨୦ ଦିନ ଧରି ସେ ଚିକିତ୍ସିତ ହେଉଥିବା ବେଳେ...
ପୋଲିସ ମାଡ଼ ଭୟରେ ପୋଖରୀରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ
ଭଦ୍ରକ ଅଫିସ,୧୩।୧: ତିହିଡ଼ି ଥାନା ଅଧିନସ୍ଥ ନୂଆନନ୍ଦ ପଞ୍ଚାୟତ ହାଟୁଆରୀ ଗ୍ରାମର ୧୮ ବର୍ଷର ଯୁବକ ଜଡ଼ା ମହାଳିକ ପୋଲିସ ମାଡ଼ ଭୟରେ ଦୌଡ଼ି ପଳାଉଥିବା ବେଳେ ପୋଖରୀରେ ପଡ଼ି ମୃତ୍ୟୁ ହୋଇଛି l ଦମକଳ ବାହିନୀ ଆସି ତାଙ୍କୁ...
ଗଞ୍ଜାମରେ ୨୫,୧୦୬ ଜଣଙ୍କୁ କୋଭିଡ୍ ଟିକା
ଛତ୍ରପୁର,୧୩।୧(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଚଳିତମାସ ୧୬ ତାରିଖ ଠାରୁ କୋଭିଡ୍ ଟିକା ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ପଞ୍ଜୀକରଣ ହୋଇଥିବା ୨୫,୧୦୬ ଜଣଙ୍କୁ ଏହି କୋଭିଡ୍ ଟିକା ପ୍ରଦାନ ନିମନ୍ତେ ୧୧ଟି କୋଭିଡ୍ ଟିକା ପ୍ରଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି...
ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ
କେନ୍ଦୁଝର,୧୩।୧(ସ୍ବ.ପ୍ର.): କେନ୍ଦୁଝର ଅତିରିକ୍ତ ଜିଲା ଜଜ ତଥା ସ୍ବତନ୍ତ୍ର ଜଜ ଲୋକନାଥ ସାହୁ ଆଜି ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରିଛନ୍ତି। ଏହି ଘଟଣାରେ ସେ ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ...
ମହିଳାଙ୍କୁ ବୀଭତ୍ସ ହତ୍ୟା
ବାଲେଶ୍ୱର ଅଫିସ,୧୩।୧: ବାଲେଶ୍ୱର ସଦର ଥାନା ନଗ୍ରମ ନିକଟରେ ମହିଳାଙ୍କୁ ବୀଭତ୍ସ ହତ୍ୟା ହୋଇଛି। ପୋଲ ଉପରେ ମହିଳାଙ୍କୁ ହତ୍ୟା କରିବା ପରେ କେହି ଦୁର୍ବୃତ୍ତ ତାଙ୍କୁ ପୋଲ ତଳକୁ ଫିଙ୍ଗିଦେଛନ୍ତି। ବିବାହିତା ମହିଳା ଜଣକ ହେଲେ ରାଇସୁଆଁ ଅଞ୍ଚଳ...
ଧାନ ଗଦାକରି ରାସ୍ତାରେ ବସିଲେ ଚାଷୀ
ପଦ୍ମପୁର ,୧୩।୧ (ଡି.ଏନ୍.ଏ.): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଧାନ ଉଠାଣରେ ମନ୍ଥରତା ଲାଗି ରହିଛି। ଏହି ଉପଖଣ୍ଡ ଅନ୍ତର୍ଗତ ବରିକେଲ ସେବା ସମବାୟ ସମିତିର ଚାଷୀଙ୍କ ନିର୍ଦ୍ଧାରିତ ସମୟରେ ଧାନ ଉଠୁ ନ ଥିବା ଏବଂ ଟୋକନର ସମୟସୀମା...
ଓଲଟିଲା ପୋଲିସ ଭ୍ୟାନ୍, ୫ ଆହତ
ଛତ୍ରପୁର,୧୩।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଜାତୀୟ ରାଜପଥରେ ଜଣେ ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ ବୁଧବାର ପୂର୍ବାହ୍ନରେ ଏକ ପୋଲିସ ପାଟ୍ରୋଲିଂ ଗାଡ଼ି ଓଲଟି ପଡିଛି । ଏହି ଦୁର୍ଘଟଣାରେ ପୋଲିସ ସର୍ଜେଣ୍ଟ ସଞ୍ଜୟ ବାରିକଙ୍କ...
Archives


