ଆମ ଜିଲା ଖବର

ଜଳେଶ୍ୱରରେ ଛତିଶଗଡ଼ ପୋଲିସ

ଜଳେଶ୍ୱର, ୨୨।୧୨(ଡି.ଏନ.ଏ.) ଗ୍ରୀନ୍‌-ରେ ଚିଟ୍‌ଫଣ୍ଡ ସମଗ୍ର ଦେଶରୁ ୨ହଜାର କୋଟିରୁ ଅଧିକ ଟଙ୍କା ଲୁଟିଥିବା ବେଳେ ଓଡ଼ିଶାରୁ ପ୍ରାୟ ୫୦୦ କୋଟି ଟଙ୍କା ଲୁଟି ନେଇଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲା ଜଳେଶ୍ୱରଠାରେ ଥିବା ଏହାର ମୁଖ୍ୟ କାଯର୍‌ୟାଳୟକୁ ୨୦୧୩ ମେ’ରେ…

୩୨ ବର୍ଷ ବିତିଲା, ମିଳୁନି ଜମିପଟ୍ଟା

ବାରିପଦା ଅଫିସ,୨୨।୧୨ ମୟୂରଭଞ୍ଜ ଜିଲା ବୁଢ଼ାବଳଙ୍ଗ ତଟବର୍ତ୍ତୀ ମଧୁବନ ଅଞ୍ଚଳରେ ଗୃହ ଓ ସହରୀ ବିକାଶ ନିଗମ(ହୁଡକୋ) ପକ୍ଷରୁ ଗୃହ ଯୋଗାଇ ଦିଆଯାଇଥିବା ହିତାଧିକାରୀଙ୍କୁ ଜମିପଟ୍ଟା ଦେବାକୁ ବାରିପଦା ଟାଉନ କଂଗ୍ରେସ ପକ୍ଷରୁ ଦାବି ହୋଇଛି। ଏ ସଂକ୍ରାନ୍ତରେ ଟାଉନ କଂଗ୍ରେସ…

ନିର୍ଦ୍ଦେଶ ଉଲ୍ଲଂଘନ କରି ବଦଳ

ଅନୁଗୋଳ ଅଫିସ, ୨୨।୧୨ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସରକାରଙ୍କ ନିର୍ଦ୍ଦେଶକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉ ନାହିଁ। କେତେବେଳେ ବଦଳି ନିର୍ଦ୍ଦେଶର ପାଳନ ହେଉ ନାହିଁ ତ ପୁଣି କେବେ ବଦଳି ନ କରିବାକୁ ଚିଠି ଆସିଥିବା ସତ୍ତ୍ୱେ ତାହାକୁ…

ବସୁନ୍ଧରା ଯୋଜନାରେ ଜାଗା ମିଳୁ

ତାଳଚେର,୨୨।୧୨(ନି.ପ୍ର.) ସରକାରଙ୍କ ବସୁନ୍ଧରା ଯୋଜନାରେ ତାଳଚେର ବ୍ଲକ ଘଣ୍ଟପଡ଼ା ପଞ୍ଚାୟତର ଭୂମିହୀନ ପଛୁଆ ବର୍ଗ ପରିବାରଙ୍କୁ ଜାଗା ଯୋଗାଇ ଦେବାକୁ ତାଳଚେର ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ଦାବି କରାଯାଇଛି। ଏ ନେଇ ଏକ ଦାବିପତ୍ର ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି।…

ସହର ସୁରକ୍ଷାକୁ ଗୁରୁତ୍ୱ ନାହିଁ

ଅନୁଗୋଳ ଅଫିସ, ୨୨।୧୨ ବଜାର ମଧ୍ୟରେ ହେଉ କିମ୍ବା କଲୋନୀ, ଲୁଟ୍‌, ଛିନତାଇ କରି ସହଜରେ ଖସିଯାଉଛନ୍ତି ଦୁର୍ବୃତ୍ତ। ସର୍ବସମ୍ମୁଖରେ ଅପରାଧ ଘଟୁଥିଲେ ମଧ୍ୟ ରୋକିବାକୁ କେହି ନାହିଁ। ପୋଲିସ ପାଟ୍ରୋଲିଂ, ଗୋଇନ୍ଦା ଓ ସ୍ପେଶାଲ ସ୍କ୍ବାଡ୍‌ ଯେମିତି ଫେଲ ମାରିଛି…

ହେଲାନି ସମାଧାନ, ସ୍ବାମୀ ଗିରଫ

ଢେଙ୍କାନାଳ ଅଫିସ, ୨୨।୧୨ ମନୋମାଳିନ୍ୟ ଦୂରକରି ଦମ୍ପତିଙ୍କୁ ମିଶାଇବାକୁ ୨ଦିନ ଧରି ଯଥାସାଧ୍ୟ ପ୍ରୟାସ କଲା ପୋଲିସ। ହେଲେ ଦ୍ୱନ୍ଦ୍ୱ ଦୂର ହେଲାନି କି ବାହାରିଲାନି ସମାଧାନର ବାଟ। ଫଳରେ ମାଧବୀ ସୁନା ନିର୍ଯାତନା ମାମଲାରେ ଢେଙ୍କାନାଳ ଟାଉନ ଥାନା ପୋଲିସ…

ଛିଣ୍ଡୁନି ଅଡୁଆ, ବଢୁଛି ଚିନ୍ତା

ଢେଙ୍କାନାଳ ଅଫିସ, ୨୨।୧୨ ଅମଳ ହୋଇ ଖଳାରେ ପଡ଼ିଛି ଧାନ। ଝାଳବୁହା ପରିଶ୍ରମର ମୂଲ୍ୟ ପାଇବାକୁ ଜଗିରହିଛନ୍ତି ଚାଷୀ। ଅଥଚ ଢେଙ୍କାନାଳ ଜିଲାରେ ମଣ୍ଡି କେବେ ଖୋଲିବ ଏବଂ କିପରି ଧାନ କିଣାଯିବ ତାହା ସ୍ପଷ୍ଟ ହୋଇପାରୁନାହିଁ। ଏପଟେ ଟୋକନ ଆସି…

ଖେଳୁଥିବା ବେଳେ ଗଲା ଜୀବନ

କୋକସରା,୨୧।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ଗ୍ରାମରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମଙ୍ଗଳବାର ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବିରଞ୍ଚତ୍ ଦୀପଙ୍କ ୬ବର୍ଷର ନାବାଳକ ପୁଅ ଆଶିଷ । ମଙ୍ଗଳବାର ସନ୍ଧ୍ୟାରେ ସାଙ୍ଗଙ୍କ ସହ ମିଶି…

ଦାରିଙ୍ଗବାଡ଼ି ପରେ କେନ୍ଦୁଝରରେ ତୁଷାରପାତ

କେନ୍ଦୁଝର, ୨୧ା୧୨ (ସ୍ବ.ପ୍ର.): ଦାରିଙ୍ଗବାଡ଼ି ପରେ କେନ୍ଦୁଝର ଜିଲାରେ ମଧ୍ୟ ତୁଷାରପାତ ହେଉଛି। କେନ୍ଦୁଝର ଜିଲାର ତାପମାତ୍ରା ହ୍ରାସ ପାଇ ମଙ୍ଗଳବାର ସକାଳେ ୬.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସୋମବାର ୭.୪ ଡିଗ୍ରୀ ରହିଥିଲା। ବୁଧବାର ତାପମାତ୍ରା ଆହୁରି ହ୍ରାସ…

ନାବାଳିକାଙ୍କୁ ବଳାତ୍କାର କରି ବନ୍ଧା ହେଲେ

ପାଟଣା,୨୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ମଙ୍ଗଳବାର ଗିରଫ କରିଛି। ସେ ହେଲେ ନବୀନ ମୁଣ୍ଡା। ସୂଚନା ମୁତାବକ, ନାବାଳିକା ଜଣକ…

କଏନ ନେବାକୁ ରାଜି ହେଲା ବ୍ୟାଙ୍କ

କେନ୍ଦୁଝର, ୨୧ା୧୨ (ସ୍ବ.ପ୍ର.): ଘଟଗାଁ ମା’ ତାରିଣୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସ୍ଥାନୀୟ ଦୁଇଟି ବ୍ୟାଙ୍କରେ ଜମା ହୋଇଥିବା ପାଖାପାଖି ୮୦ ଲକ୍ଷ ଟଙ୍କାର କଏନକୁ ବ୍ୟାଙ୍କ ଗ୍ରହଣ କରିବ ବୋଲି ନିଷ୍ପତ୍ତି ନେଇଛି। ଏଭଳି ଆଶ୍ୱାସନା ଦେଇଛନ୍ତି ଲିଡ ଡିଷ୍ଟ୍ରିକ…

ଦାରିଙ୍ଗବାଡ଼ିରେ ତୁଷାରପାତ ଜାରି

ଦାରିଙ୍ଗବାଡ଼ି,୨୧ା୧୨(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ତୁଷାରପାତ ଜାରି ରହିଛି। ମଙ୍ଗଳବାର ସକାଳ ୮ ସୁଦ୍ଧା ତାପମାତ୍ରା ୩.୫ ଡିଗ୍ରୀରେ ପହଞ୍ଚିଛି । ସୋମବାର ତାପମାତ୍ରା ୪ ଡିଗ୍ରୀ ରହିଥିଲା। ଦିନକୁ ଦିନ ପାରଦ ତଳକୁ ଖସୁଥିବା ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri