ଶିଶୁକନ୍ୟା ବଳାତ୍କାରୀଙ୍କୁ ୧୦ବର୍ଷ ଜେଲ

ସମ୍ବଲପୁର,୨୧ା୫(ବ୍ୟୁରୋ)- ୨୦୧୪ରେ ଘଟିଥିବା ଏକ ଶିଶୁକନ୍ୟା ବଳାତ୍କାର ମାମଲାର ରାୟ ସମ୍ବଲପୁର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟରେ ପ୍ରକାଶ ପାଇଛି। ଏହି ମାମଲାର ଶୁଣାଣି କରି ପୋକ୍‌ସୋ କୋର୍ଟ ବିଚାରପତି ମଧୁମିତା ମହାନ୍ତି ଅଭିଯୁକ୍ତ ଯୁଯୁମୁରା ଥାନା ଜାମଟାଲ ଗ୍ରାମର ସଞ୍ଜୀବ ବାଗ୍‌ଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ରହିଛି।
ମାମଲାର ବିବରଣୀରୁ ପ୍ରକାଶ, ୨୦୧୪ ଡିସେମ୍ବର ୧୨ରେ ୩ବର୍ଷର ଶିଶୁକନ୍ୟା ଗଁାଦାଣ୍ଡରେ ଖେଳୁଥିବା ସମୟରେ ସଞ୍ଜୀବ କୁର୍‌କୁରେ ଦେବାକୁ କହି ଘରକୁ ଡାକି ନେଇ ବଳାତ୍କାର କରିଥିଲେ। ପରେ ଶିଶୁକନ୍ୟା ଘରକୁ ଆସି ମା’ଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ପରିବାରବର୍ଗ ପ୍ରଥମେ ଶିଶୁଟିକୁ ଡାକ୍ତରଙ୍କ ପାଖକୁ ନେଇ ଚିକିତ୍ସା କରାଇଥିଲେ। ସେମାନେ ଏ ସମ୍ପର୍କରେ ଯୁଯୁମୁରା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ସଞ୍ଜୀବଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ସଞ୍ଜୀବ ଏବେ ସମ୍ବଲପୁର ମଣ୍ଡଳ କାରାଗାରରେ ଅଛନ୍ତି। ଘଟଣା ଦିନଠାରୁ ପ୍ରାୟ ୭ବର୍ଷ ହେଲା ଜେଲରେ କଟିସାରିଛି। ପୀଡ଼ିତାଙ୍କ ପକ୍ଷରୁ ସରକାରୀ ଓକିଲ ସନ୍ତୋଷ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖାର୍ଗେଙ୍କ ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ଗର୍ଜିଲେ ପ୍ରିୟଙ୍କା ଗାନ୍ଧୀ, ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୩।୮: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ‘ବିଜୟ ଶଙ୍ଖନାଦ’ ରାଲିରେ ଯେଉଁ ମଞ୍ଚରେ ଭାଷଣ ଦେଇଥିଲେ, ସେହି ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ବିବାଦ…

ହରସିମରତ କୌର ବାଦଲଙ୍କୁ ଫୋନ କଲେ ମୋଦି, ପଚାରି ବୁଝିଲେ…

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୂତ୍ର…

ଚିଲିକା ହତ୍ୟା ମାମଲାର ପର୍ଦ୍ଦାଫାଶ କଲା ପୋଲିସ, ଜାଣନ୍ତୁ ହତ୍ୟା ପଛର ବଡ଼ ରହସ୍ୟ…

କୃଷ୍ଣପ୍ରସାଦ,୧୩।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୋଲିକୁ ଏକ…

ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୪ ଘଣ୍ଟିଆ ଅନଶନ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ଅଖିଳ ଭାରତୀୟ କୃଷି ଓ ଗ୍ରାମୀଣ ଶ୍ରମିକ ସଂଘ ତରଫରୁ ଦେଶ ବ୍ୟାପୀ ଅନଶନ ଓ ସତ୍ୟାଗ୍ରହ ଗୁରୁବାର କରାଯାଇଥିବାବେଳେ ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରୁ…

କର୍ଲାମୁଣ୍ଡାରେ ହର୍‌ ଘର୍‌ ତ୍ରିରଙ୍ଗା ଶୋଭାଯାତ୍ରା, ଭାଜପା….

କର୍ଲାମୁଣ୍ଡା,୧୩ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ମଣ୍ଡଳ ଭାଜପା ପକ୍ଷରୁ ମଣ୍ଡଳ ସଭାପତି ଡୋଳା ମଣୀ ଭୋଇଙ୍କ ନେତୃତ୍ୱରେ ହର୍‌ ଘର୍‌ ତ୍ରିରଙ୍ଗା ଶୋଭାଯାତ୍ରା ଗୁରୁବାର…

‘ଫେକ ନ୍ୟୁଜ ଫେକ ଇଣ୍ଟଲିଜେନ୍ସ ଠାରୁ ମଧ୍ୟ ଖରାପ’: ହର୍ମୁଜକୁ ନିୟନ୍ତ୍ରଣ କରିବା ସମ୍ପର୍କରେ ଟ୍ରମ୍ପଙ୍କ ବୟାନ ଉପରେ ଇରାନର କଟାକ୍ଷ

ତେହରାନ,୧୩।୮: ଗୁରୁବାର ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଆବାସ ଆରାଘଚି ଆମେରିକୀୟ ଗୁପ୍ତଚର ଉପରେ କଟାକ୍ଷ କରିଥିଲେ। ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହର୍ମୁଜ ପ୍ରଣାଳୀ…

ସୁଇମିଂ ଷ୍ଟାର ସୌରଭ ପୁଟେଲଙ୍କୁ ସମ୍ମାନିତ କଲେ ବଲାଙ୍ଗୀର ଜିଲାପାଳ, ଅଭିନନ୍ଦନ ଜଣାଇ…

ବଲାଙ୍ଗୀର,୧୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଇନ୍ଦିରାନଗରପଡ଼ାର ଉଦୟୀମାନ କ୍ରୀଡାବିତ୍‌ ସୌରଭ ପୁଟେଲ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ବଲାଙ୍ଗୀର ପତିତପାବନ ହାଇସ୍କୁଲ ଛାତ୍ର ଭାବେ ରାଜସ୍ଥାନର…

Air Indiaର ସମସ୍ତ ପାଇଲଟଙ୍କର ହେବ ଡ୍ରଗ୍ସ ଟେଷ୍ଟ, ଜାଣନ୍ତୁ ଏହାର କାରଣ…

ନୂଆଦିଲ୍ଲୀ,୧୩।୮: ‘ମାରିଜୁଆନା ଘଟଣା’ ପରେ, ଏୟାର ଇଣ୍ଡିଆ ଏହାର ସମସ୍ତ ପାଇଲଟଙ୍କ ପାଇଁ ବାଧ୍ୟତାମୂଳକ ସ୍କ୍ରିନିଂ ନିର୍ଦ୍ଦେଶ ଦେଇଛି। ନିଷିଦ୍ଧ ପଦାର୍ଥ ଏବଂ ଔଷଧର ଯାଞ୍ଚ ନିୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri