ନିଯୁକ୍ତି ଦାବିରେ ଜମିହରାଙ୍କ ଆନ୍ଦୋଳନ

କେନ୍ଦୁଝର,୨୧ା୫(ସ୍ବ.ପ୍ର.): ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ପଞ୍ଚାୟତର ମୁରୁସୁଆଁ ଗ୍ରାମରେ ୨୦୧୦ରୁ କାର୍ଯ୍ୟକ୍ଷମ ବ୍ରାଣ୍ଡ୍‌ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ପ୍ରାଇଭେଟ ଲିମିଟେଡ୍‌ କାରଖାନା ପାଇଁ ଜମି ହରାଇଥିବା ପରିବାର ପକ୍ଷରୁ ନିଯୁକ୍ତି ଦାବିରେ ଆନ୍ଦୋଳନ ଚାଲୁ ରହିଛି। ଗୁରୁବାରଠାରୁ କାରଖାନାର ମୁଖ୍ୟ ଫାଟକକୁ ଅବରୋଧ କରି ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ଫଳରେ କାରଖାନାରେ କାମ ବ୍ୟାହତ ହୋଇଛି। କ୍ଷତିଗ୍ରସ୍ତ ଲୋକଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳି ନ ଥିବା ବେଳେ ନିଯୁକ୍ତି ମଧ୍ୟ ମିଳିନାହିଁ। ସେହିପରି କାରଖାନା ପ୍ରଦୂଷଣ ଦ୍ୱାରା ଜମିବାଡ଼ି ତଥା ଅରଡେଇ ନଦୀ କ୍ଷତିଗ୍ରସ୍ତ ହେଉଥିବା ବେଳେ ନିଜସ୍ବ ରାସ୍ତା ନ କରି ଗ୍ରାମ୍ୟ ରାସ୍ତାକୁ ବ୍ୟବହାର କରି ନଷ୍ଟ କରୁଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।
ସୂଚନାଯୋଗ୍ୟ, କାରଖାନା ପ୍ରତିଷ୍ଠା ହେଲେ ଜମିହରାଙ୍କୁ ନିଯୁକ୍ତି ସହ ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ହେବା ଆଶା ରଖି ୨୦୦୪ରେ ମୁରୁସୁଆଁ ଗ୍ରାମବାସୀ ସହମତି ଜଣାଇ କମ୍‌ ଦାମ୍‌ରେ ଜମି ଦେଇଥିଲେ। ପ୍ରାୟ ୨୨.୪୬ ଏକର ପରିମିତ ଜମିରେ ଏହି କାରଖାନା ନିର୍ମାଣ ଆରମ୍ଭ ହୋଇଥିଲା। ଉତ୍ପାଦନକ୍ଷମ ହେଲେ ନିଯୁକ୍ତି ମିଳିବ ଏହି ଆଶାରେ ଜମିହରା ଏବଂ ସ୍ଥାନୀୟ ପ୍ରଭାବିତ ଗ୍ରାମବାସୀ କାରଖାନା କର୍ତ୍ତୃପକ୍ଷଙ୍କୁ ସମର୍ଥନ କରିଆସୁଥିଲେ। ତେବେ ୨୦୧୦ରୁ ହାତଗଣତି କିଛି ଜମିହରାଙ୍କୁ ମାସିକ ସ୍ବଳ୍ପ ବେତନରେ ନିଯୁକ୍ତି ଦେଇ କାରଖାନା ତା’ର ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରିଥିଲା। ଅବଶିଷ୍ଟ ଜମିହରାଙ୍କୁ ନିଯୁକ୍ତି ନ ଦେଇ ବାହାର ଲୋକଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି। ଏଣୁ ନିଯୁକ୍ତି ନ ଦେବାରୁ ଜମିହରାଙ୍କ ପକ୍ଷରୁ କାରଖାନା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇ ବିଫଳ ହେବାରୁ ଏଭଳି ଆନ୍ଦୋଳନ ଆରମ୍ଭ କରିଥିବା ସ୍ଥାନୀୟ ଲୋକ କହିଛନ୍ତି। କମ୍ପାନୀ କ୍ଷତିଗ୍ରସ୍ତ ଲୋକଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ଦେଉ ନ ଥିବାବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ବିଧାୟକ ମୋହନ ମାଝି ଉଦ୍‌ବେଗ ପ୍ରକାଶ କରିଆସୁଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ଲୋକଙ୍କ ଆଢୁଆଳରେ ରହି ଟ୍ରାନ୍ସପୋର୍ଟିଂ ଭଳି ସୁବିଧା ହାତେଇବା ପାଇଁ କେତେକ ନେତା ଏବଂ ମୁଷ୍ଟିମେୟ ପ୍ରଭାବଶାଳୀ ଲୋକ ଉଦ୍ୟମ ଚଳାଇଥିବା ବେଳେ ଏନେଇ କମ୍ପାନୀର ଆଭିମୁଖ୍ୟ କ’ଣ ହେବା ତାହା ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ

କେନ୍ଦୁଝର, ୨୧।୪(ସ୍ବ.ପ୍ର.)-ମଙ୍ଗଳବାର ସକାଳେ ପ୍ରାୟ ସାଢେ ନଅଟାରେ ହଠାତ ଚାରିଆଡେ ଅନ୍ଧାର ଘୋଟିଆସିଥିଲା। ଲକ ଡାଉନ ଯୋଗୁ ରାସ୍ତାରେ ଯାତାୟାତ କମ ଥିଲେ ହେଁ ଅଫିସ...

ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଅଗ୍ନିଶମ, ଓଡ୍ରାଫ ଟିମ୍‌: ଉଦ୍ଧାର କାର୍ଯ୍ୟକୁ ପ୍ରଶଂସା କଲେ ଅଗ୍ନିଶମ ଡିଜି

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାରେ ବ୍ୟାପକ କ୍ଷତି ଘଟିଛି। କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲାରେ ଗଛ ଓ ବିଦ୍ୟୁତ୍‌...

ବ୍ରାଉନ ସୁଗାର ବ୍ୟବସାୟୀଙ୍କ ଦେଢ କୋଟିର ସମ୍ପତ୍ତି ଜବତ

ଅନୁଗୋଳ ଅଫିସ, ୧୯।୨ – ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରୁ ଗତ ୪ ମାସ ମଧ୍ୟରେ ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ଗିରଫ ହୋଇଥିବା ୨୪...

ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସାରସକଣା,୮ା୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ସିଣ୍ଡିକେଟ୍‌ ବ୍ୟାଙ୍କ ଏଟିଏମ୍‌ କାଉଣ୍ଟରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଲୁଟ୍‌ ଉଦ୍ଦେଶ୍ୟରେ ଏଟିଏମ୍‌...

ନୂଆ ଘରୋଇ ବସ୍‌ଷ୍ଟାଣ୍ଡ ଛେଳି ଗୁହାଳ

ବରଗଡ଼ ଅଫିସ୍‌,୧।୭: ବରଗଡ଼ ସହରର ନୂଆ ଘରୋଇ ବସ୍‌ଷ୍ଟାଣ୍ଡ ଉଦଘାଟନକୁ ୭ ମାସ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ସେହି ବସଷ୍ଟାଣ୍ଡ ପରିସରରେ ବସ୍‌ର ଚକ ବି...

ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ : ୨ ମାସରେ ଭାଙ୍ଗିଲା ପାନୀୟ ଜଳ ପ୍ରକଳ୍ପ

ଫିରିଙ୍ଗିଆ, ୭ା୧-କନ୍ଧମାଳ ଜିଲା ପିରିଙ୍ଗିଆ ବ୍ଲକରେ ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ ଅଧିନରେ ହେଉଥିବା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଛି। ପ୍ରକଳ୍ପ ତିଆରି ହେବାର ମାସେ ନ ପୁରୁଣୁ...

ଜିଲାସୀମା ସହ ଫେରିଘାଟ ସିଲ୍‌ କଲା ପୋଲିସ

ଆରଡି, ୨୮ା୪(ଡି.ଏନ.ଏ.)-ଭଦ୍ରକ ଜିଲା ଡିପ୍‌ ରେଡ ଜୋନ ଘୋଷଣା ହେବା ପରେ ଜିଲା ପ୍ରଶାସନ ତତ୍ପର ହୋଇ ଉଠିଛି। ଏଥିସହିତ ଜିଲା ସୀମା ସହ ଫେରିଘାଟ...

କରୋନା ଛଡ଼ାଇନେଇଛି ବୃତ୍ତି: ବଞ୍ଚିବା ପାଇଁ ଯାତ୍ରା କଳାକାରଙ୍କ ନିଆରା ପ୍ରୟାସ

ଭୁବନେଶ୍ୱର,୮ା୧୧(ବ୍ୟୁରୋ): କରୋନା ମହାମାରୀ ଛଡ଼ାଇନେଇଛି କଳାକାରଙ୍କ ବୃତ୍ତି, ବେଉସା। ପେଟକୁ ଦାନା ମୁଠେ ଯୋଗାଡ଼ କରିବାକୁ ସେମାନେ ବିଭିନ୍ନ ପନ୍ଥା ଆପଣାଉଛନ୍ତି। ନିକଟରେ ବଲିଉଡ୍‌ରେ ଭାଗ୍ୟ...

Advertisement
Archives

Model This Week